ପୋଲିସ ଇନ୍‌ଫର୍ମର ସନ୍ଦେହରେ ଯୁବକଙ୍କ ଗଳାକାଟି ହତ୍ୟା

ମାଲକାନଗିରି,୨୭।୮(ସ୍ବ.ପ୍ର.): ମାଲକାନଗିରି ଛତିଶଗଡ଼ ସୀମାନ୍ତ ନାରାୟଣପୁର ଜିଲାରେ ପୁଣି ମାଓହିଂସା ଦେଖିବାକୁ ମିଳିଛି । ପୋଲିସ ଇନ୍‌ଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ଶୁକ୍ରବାର ମାଓବାଦୀ ହତ୍ୟା କରିଛନ୍ତି। ମୃତକ ହେଉଛନ୍ତି ଫରେଷ୍ଟଗାଓ ଥାନା ଅନ୍ତର୍ଗତ ଖଡ଼କାଗାଓ ଗ୍ରାମର ରାମଲାଲ ପୋଡ଼ାଇ। ବିଳମ୍ବିତ ରାତିରେ ୧୦ ରୁ ୧୫ ଜଣ ସଶସ୍ତ୍ର ମାଓବାଦୀ ଖଡ଼କାଗାଓ ଗାଁରେ ଆସି ରାମଲାଲଙ୍କୁ ଡାକି ନେଇଥିଲେ। ପରେ ଗାଁ ମୁଣ୍ଡ ରାସ୍ତାରେ ମାଓବାଦୀମାନେ ତାଙ୍କ ଗଳା କାଟି ହତ୍ୟା କରିଛନ୍ତି। ହତ୍ୟା ପରେ ଘଟଣାସ୍ଥଳରେ କିଛି ହାତଲେଖା ପୋଷ୍ଟର ଛାଡ଼ି ଯାଇଛନ୍ତି। ଏଥିରେ ଉଲ୍ଲେଖ ରହିଛି ଯେ, ପୋଲିସ ଇନ୍‌ଫର୍ମର ଭାବେ କାର୍ଯ୍ୟ କରୁଥିବାରୁ ରାମଲାଲଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଏହା ସହ ଫରେଷ୍ଟଗାଓ ଥାନା ଅଧିକାରୀଙ୍କୁ ମଧ୍ୟ ହତ୍ୟା ଧମକ ଦିଆଯାଇଛି। ଏହି ହିଂସାକାଣ୍ଡ ମାଓବାଦୀଙ୍କ ପୂର୍ବ ବସ୍ତର ଡିଭିଜନ କରିଥିବା ନେଇ ଚିଠିରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗ, ସ୍ବାମୀ ଗିରଫ

ବଇଣ୍ଡା,୧୫।୯(ଡି.ଏନ.ଏ.)-ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ଅରଖକୁଦ ଗ୍ରାମର ବୈଜୟନ୍ତୀ ଭୋଇ(୨୬)ଙ୍କୁ ତାଙ୍କ ସ୍ବାମୀ ଅକ୍ଷୟ ଭୋଇ, ଶାଶୁ ଉମା ଭୋଇ, ଶ୍ୱଶୁର ସଞ୍ଜୟ ଭୋଇ ନିର୍ଯାତନା...

ସିଏସ୍‌ଓଙ୍କ ଗିରଫ ଦାବିରେ ତେଜିଲା ଆନ୍ଦୋଳନ: ପୋଲିସ ସହ ଧସ୍ତାଧସ୍ତି

ବଲାଙ୍ଗୀର ଅଫିସ, ୧୬।୯: ବଲାଙ୍ଗୀର ମ୍ୟୁନିସିପାଲିଟି ଅଫିସରେ କାର୍ଯ୍ୟରତା ଜଣେ ଆଦିବାସୀ ମହିଳା ଏସ୍‌ଇଏସ୍‌ଓଙ୍କୁ ଜିଲା ମୁଖ୍ୟ ସିଏସ୍‌ଓ ଦୁର୍ବ୍ୟବହାର ଓ ଅସଦାଚରଣ କରିଥିବା ଅଭିଯୋଗ...

ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥ ନିମନ୍ତେ କାଠ ଅନୁକୂଳ

ଖଣ୍ଡପଡ଼ା,୫ା୩(ସ୍ବ.ପ୍ର.): ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପବିତ୍ର ରୁକୁଣା ରଥଯାତ୍ରା ନିମନ୍ତେ ପାରମ୍ପରିକ ରୀତିନୀତି ଅନୁଯାୟୀ ଖଣ୍ଡପଡ଼ାଠାରେ ବୁଧବାର ସନ୍ଧ୍ୟାରେ କାଠ ଅନୁକୂଳ ଅନୁଷ୍ଠିତ ହୋଇଛି। ଖଣ୍ଡପଡ଼ା ଏନ୍‌ଏସିର...

ଗଞ୍ଜେଇ ବୋଝେଇ ପିକ୍‌ଅପ୍‌ ଜବତ: ଡ୍ରାଇଭର ଗିରଫ

କଣ୍ଟାମାଳ ,୨୭।୮(ଡି.ଏନ୍‌.ଏ.) : ବୌଦ୍ଧ ଜିଲା କଣ୍ଟାମାଳ ଥାନା ବୋରିଗୁଭା ଛକରେ ମଙ୍ଗଳବାର ଏକ ଗଞ୍ଜେଇ ବୋଝେଇ ପିକ୍‌ଅପ ଭ୍ୟାନକୁ ପୋଲିସ ଜବତ କରିଛିି। ଗାଡ଼ି...

ଟାର୍ଗେଟ୍‌ ନାହିଁ, ପଡ଼ିରହିଛି ଧାନ

ଧାମନଗର,୬।୩: ଭଦ୍ରକ ଜିଲା ଧାମନଗର ସେବା ସମବାୟ ସମିତି ଅଧୀନରେ ଥିବା ଚାଷୀମାନେ ଧାନ ବିକ୍ରି କରି ନ ପାରି ହତାଶ ହୋଇପଡ଼ିଛନ୍ତି। ଟୋକନ ଅବଧି...

ଗାଁ ଭିତରକୁ ପଶିଲା ଭାଲୁ: କବାଟ ଦେଇ ରଖିଲେ ଲୋକେ

ପାଟଣା,୪।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ଉଦୟପୁର ବିଟ୍‌ରେ ମଙ୍ଗଳବାର ସକାଳୁ ଏକ ଭାଲୁ ଜଙ୍ଗଲରୁ ଗାଁ ଭିତରକୁ ପଶି ଆସି ଆତଙ୍କ...

କୋଭିଡ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା: ସବୁ ରୋଗୀ ସୁରକ୍ଷିତ ଉଦ୍ଧାର

କଟକ ଅଫିସ,୨୧।୯: କଟକ ଜଗତପୁରରେ ଥିବା ସଦ୍‌ଗୁରୁ କୋଭିଡ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି। ହସ୍ପିଟାଲରେ ଥିବା ସମସ୍ତ ୧୨୭ ଜଣ ରୋଗୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।...

ବିରୋଧୀଙ୍କ ପାଇଁ ସୁଯୋଗ ଆଣିପାରେ ଦୁର୍ନୀତି; ଭୋଟରଙ୍କ ମତ ବଦଳୁଛି

ଯାଜପୁର ଅଫିସ,୩୦।୧: ପଞ୍ଚାୟତ ନିର୍ବାଚନ ପାଇଁ ଆଉ ମାତ୍ର ୩ ସପ୍ତାହ ବାକି ଅଛି। ଏହି ପରିପ୍ରେକ୍ଷୀରେ ବିଞ୍ଝାରପୁର ବ୍ଲକରେ ରାଜନୈତିକ ତପତ୍ରତା ସରଗରମ ହୋଇଛି।...

Advertisement
Archives

Model This Week