ଆଇଆଇସିଙ୍କ ମୃତ୍ୟୁକୁ ପୋଲିସ ରୋକିପାରିନାହିଁ

ଭଞ୍ଜନଗର,୩୧।୩(ଡି.ଏନ.ଏ): ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅଧିକାରୀ ଦେବ କୁମାର ଗମାଙ୍ଗଙ୍କ ମୃତ୍ୟୁକୁ ନେଇ ଦିନକୁ ଦିନ ନୂଆ ନୂଆ ତଥ୍ୟ ଲୋକଲୋଚନକୁ ଆସୁଛି। ବୁଧବାର ୩ଟି ଅଡିଓ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ସେଥିରୁ ଯାହା ଜଣାପଡ଼ୁଛି ମୃତ୍ୟୁର କିଛିଦିନ ପୂର୍ବରୁ ଆଇଆଇସି ଦେବ ମାନସିକ ଅସ୍ଥିରତା ଭିତରେ ରହୁଥିଲେ । ସେ କାର୍ଯ୍ୟ ଚାପ କି ଅନ୍ୟ କୌଣସି କାରଣରୁ ମାନସିକ ଅସ୍ଥିରତା ଭିତରେ ରହୁଥିଲେ ତାହା ଠିକ୍‌ ଭାବେ ଜଣାପଡ଼ୁନାହିଁ । କିନ୍ତୁ କିଛି ଘଟିବା ସମ୍ଭାବନା ଥିବା କିଛି ପୋଲିସ ଅଧିକାରୀମାନେ ପୁର୍ବରୁ ଅନୁମାନ କରିଥିଲେ। ତଥାପି ପୋଲିସ ଦେବଙ୍କ ଜୀବନ ବଞ୍ଚାଇ ପାରି ନ ଥିଲୋ। ଦେବ ଆତ୍ମହତ୍ୟା କରିଥିବା କଥା ଜଣେ ଅଧିକାରୀ କାହାକୁ କହୁଥିବାର ଏକ ଭିଡ଼ିଓ ଏବଂ ଅଡ଼ିଓରୁ ଜଣାପଡ଼ୁଛି। କିନ୍ତୁ ଉକ୍ତ କଥା ସତ୍ୟ କି ନୁହେଁ ତାହା ତଦନ୍ତ ପରେ ଜଣାପଡ଼ିବ । ଉକ୍ତ ଅଡ଼ିଓ ଭିଡ଼ିଓ କିଏ ଭାଇରଲ କରୁଛି ତାହା ମଧ୍ୟ ଜଣାପଡ଼ୁନାହିଁ । ପୋଲିସ ପକ୍ଷରୁ ଏନେଇ କିଛି କୁହାଯାଉନାହିଁ। ମୃତ୍ୟୁ ପୂର୍ବରୁ ଦେବଙ୍କ ୫ଦିନ ଛୁଟି ମଞ୍ଜୁର ହୋଇଥିଲା । ପୋଲିସ ପକ୍ଷରୁ ଦେବଙ୍କ ମାନସିକ ଅସ୍ଥିରତା ନେଇ ତାଙ୍କ ସ୍ତ୍ରୀ, ମା ’ଏବଂ ଭଉଣୀକୁ ସୂଚନା ଦିଆଯାଇଥିଲା । ଏଥିସହ ତାଙ୍କୁ ଏକ ସ୍ବତନ୍ତ୍ର ଗାଡ଼ିରେ ଗାଙ୍ଗପୁର କର୍ମଚାରୀଙ୍କ ସହଯୋଗରେ ଗ୍ରାମକୁ ନେଇ ଛାଡ଼ିବା ପାଇଁ ବ୍ୟବସ୍ଥା ମଧ୍ୟ ହୋଇଥିଲା । ଏହାପୁର୍ବରୁ ସବୁକିଛି ଓଲଟା ପାଲଟ ହୋଇଗଲା । ପୋଲିସ ନା ଦେବଙ୍କୁ ଗ୍ରାମକୁ ନେଇ ପାରିଲା ନା ତାଙ୍କ ମୃତ୍ୟୁକୁ ରୋକିପାରିଲା । ପୋଲିସ ଦେବଙ୍କ ପାଖରୁ ସର୍ଭିସ୍‌ ପିସ୍ତଲଟି ଆଣିବାରେ ସକ୍ଷମ ହୋଇଥିଲେ ଏତେବଡ଼ ଘଟଣା ଘଟିନ ଥାନ୍ତା ବୋଲି ଆଲୋଚନା ହେଉଛି । ଅଡ଼ିଓ ଭିଡ଼ିଓ ଭାଇରାଲକୁ ନେଇ ବର୍ତ୍ତମାନ ନାନା ପ୍ରଶ୍ନବାଚୀ
ସୃଷ୍ଟି ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ...

ହିଞ୍ଜିଳିକାଟୁରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ବିଜେଡିର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହ ଫାଇଭ-ଟି...

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri