ଆଇଆଇସିଙ୍କ ମୃତ୍ୟୁକୁ ପୋଲିସ ରୋକିପାରିନାହିଁ

ଭଞ୍ଜନଗର,୩୧।୩(ଡି.ଏନ.ଏ): ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅଧିକାରୀ ଦେବ କୁମାର ଗମାଙ୍ଗଙ୍କ ମୃତ୍ୟୁକୁ ନେଇ ଦିନକୁ ଦିନ ନୂଆ ନୂଆ ତଥ୍ୟ ଲୋକଲୋଚନକୁ ଆସୁଛି। ବୁଧବାର ୩ଟି ଅଡିଓ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ସେଥିରୁ ଯାହା ଜଣାପଡ଼ୁଛି ମୃତ୍ୟୁର କିଛିଦିନ ପୂର୍ବରୁ ଆଇଆଇସି ଦେବ ମାନସିକ ଅସ୍ଥିରତା ଭିତରେ ରହୁଥିଲେ । ସେ କାର୍ଯ୍ୟ ଚାପ କି ଅନ୍ୟ କୌଣସି କାରଣରୁ ମାନସିକ ଅସ୍ଥିରତା ଭିତରେ ରହୁଥିଲେ ତାହା ଠିକ୍‌ ଭାବେ ଜଣାପଡ଼ୁନାହିଁ । କିନ୍ତୁ କିଛି ଘଟିବା ସମ୍ଭାବନା ଥିବା କିଛି ପୋଲିସ ଅଧିକାରୀମାନେ ପୁର୍ବରୁ ଅନୁମାନ କରିଥିଲେ। ତଥାପି ପୋଲିସ ଦେବଙ୍କ ଜୀବନ ବଞ୍ଚାଇ ପାରି ନ ଥିଲୋ। ଦେବ ଆତ୍ମହତ୍ୟା କରିଥିବା କଥା ଜଣେ ଅଧିକାରୀ କାହାକୁ କହୁଥିବାର ଏକ ଭିଡ଼ିଓ ଏବଂ ଅଡ଼ିଓରୁ ଜଣାପଡ଼ୁଛି। କିନ୍ତୁ ଉକ୍ତ କଥା ସତ୍ୟ କି ନୁହେଁ ତାହା ତଦନ୍ତ ପରେ ଜଣାପଡ଼ିବ । ଉକ୍ତ ଅଡ଼ିଓ ଭିଡ଼ିଓ କିଏ ଭାଇରଲ କରୁଛି ତାହା ମଧ୍ୟ ଜଣାପଡ଼ୁନାହିଁ । ପୋଲିସ ପକ୍ଷରୁ ଏନେଇ କିଛି କୁହାଯାଉନାହିଁ। ମୃତ୍ୟୁ ପୂର୍ବରୁ ଦେବଙ୍କ ୫ଦିନ ଛୁଟି ମଞ୍ଜୁର ହୋଇଥିଲା । ପୋଲିସ ପକ୍ଷରୁ ଦେବଙ୍କ ମାନସିକ ଅସ୍ଥିରତା ନେଇ ତାଙ୍କ ସ୍ତ୍ରୀ, ମା ’ଏବଂ ଭଉଣୀକୁ ସୂଚନା ଦିଆଯାଇଥିଲା । ଏଥିସହ ତାଙ୍କୁ ଏକ ସ୍ବତନ୍ତ୍ର ଗାଡ଼ିରେ ଗାଙ୍ଗପୁର କର୍ମଚାରୀଙ୍କ ସହଯୋଗରେ ଗ୍ରାମକୁ ନେଇ ଛାଡ଼ିବା ପାଇଁ ବ୍ୟବସ୍ଥା ମଧ୍ୟ ହୋଇଥିଲା । ଏହାପୁର୍ବରୁ ସବୁକିଛି ଓଲଟା ପାଲଟ ହୋଇଗଲା । ପୋଲିସ ନା ଦେବଙ୍କୁ ଗ୍ରାମକୁ ନେଇ ପାରିଲା ନା ତାଙ୍କ ମୃତ୍ୟୁକୁ ରୋକିପାରିଲା । ପୋଲିସ ଦେବଙ୍କ ପାଖରୁ ସର୍ଭିସ୍‌ ପିସ୍ତଲଟି ଆଣିବାରେ ସକ୍ଷମ ହୋଇଥିଲେ ଏତେବଡ଼ ଘଟଣା ଘଟିନ ଥାନ୍ତା ବୋଲି ଆଲୋଚନା ହେଉଛି । ଅଡ଼ିଓ ଭିଡ଼ିଓ ଭାଇରାଲକୁ ନେଇ ବର୍ତ୍ତମାନ ନାନା ପ୍ରଶ୍ନବାଚୀ
ସୃଷ୍ଟି ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାର୍ଥୀଙ୍କୁ କ୍ୟାରିୟର ଚୟନ ନେଇ ମାର୍ଗଦର୍ଶନ: ଭଞ୍ଜନଗର କେଭିରେ ପ୍ରଥମଥର ପାଇଁ…

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଦଶମ ଓ ଏକାଦଶ ଶ୍ରେଣୀର ବିଜ୍ଞାନ ବିଭାଗର ଛାତ୍ରୀଛାତ୍ରଙ୍କୁ ନେଇ ପ୍ରଥମଥର ପାଇଁ…

ନିଶାମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ, ନିଶା ସେବନ ବିରୋଧରେ ଶପଥ ପାଠ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଦିଗପହଣ୍ଡି ଥାନା ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର: ଛାତ୍ରୀଛାତ୍ରଙ୍କ ମଧ୍ୟରେ ବୃଦ୍ଧି ପାଉଛି ଆଗ୍ରହ

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ…

ବିଧାୟକଙ୍କ ଉପସ୍ଥିତିରେ ଆପୋଷ ବୁଝାମଣାରେ ତୁଟିଲା ଉଠାଦୋକାନୀ ବିବାଦ

ଛତ୍ରପୁର,୨୫।୮(ଦିଲ୍ଲୀପ ସାମଲ): ଛତ୍ରପୁର ସହର ବାଳିକା ଉଚ୍ଚ ବିଦ୍ୟାଳୟ ନିକଟ ପରିବା ବଜାର ଉଠାଦୋକାନୀ ମଙ୍ଗଳବାର ବନ୍ଦ ଡାକରା ଦେଇଥିବା ବେଳେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ…

ଗରିମା କନକ୍ଲେଭ୍‌, ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ

ଛତ୍ରପୁର,୨୫।୮( ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ‘ଗରିମା ଯୋଜନା’ର ସଫଳ ରୂପାୟନ ପାଇଁ ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ…

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri