୪ ଭାଇଙ୍କୁ ହତ୍ୟା ଘଟଣା, ଜେଲଗଲେ ୫ ଅଭିଯୁକ୍ତ

ହିଞ୍ଜିଳିକାଟୁ,୩୧।୩(ଡି.ଏନ୍‌.ଏ.): ହିଞ୍ଜିଳି ଥାନା ତଥା ଶେରଗଡ଼ ବ୍ଲକ ଅନ୍ତର୍ଗତ ପିତଳ ଛକରେ ଗତ ୨୨ ତାରିଖ ରାତିରେ ସଂଘବଦ୍ଧ ଆକ୍ରମଣରେ ୪ ଭାଇଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ହିଞ୍ଜିଳି ପୋଲିସ ମଙ୍ଗଳବାର ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ହିଞ୍ଜିଳି ଥାନା ରାମଚନ୍ଦ୍ରପୁର ଗ୍ରାମର ଅମିୟ ସ୍ବାଇଁ ଓରଫ ସାଧୁ, ତାଙ୍କ ଗ୍ରାମର ବାହନପତି ବେହେରା, ଦୀପୁ ସେଠୀ, ଚିତ୍ରସେନ ସେଠୀ ଓ ସନ୍ତୋଷ ସ୍ବାଇଁ। ଅଭିଯୁକ୍ତମାନଙ୍କୁ ଶେରଗଡ଼ କୋର୍ଟ ଚାଲାଣ କରାଯାଇଥିଲା। ସେଠାରୁ ଆସିକା ଜେଲକୁ ପଠାଇ ଦିଆଯାଇଛି। ପିିତଳ ଛକ ଫାଷ୍ଟଫୁଡ ସେଣ୍ଟରରେ ସାମାନ୍ୟ କଥାକୁ ନେଇ ବଚସା ଓ ପରେ କମେଣ୍ଟମରାକୁ ନେଇ ନରେନ୍ଦ୍ରପୁର ଗ୍ରାମର ୪ ଭାଇ ରାଜା ସ୍ବାଇଁ, ଶମ୍ଭୁ ସ୍ବାଇଁ, ପାଣ୍ଡବ ସ୍ବାଇଁ ଓ ସେମାନଙ୍କ ମାଉସୀ ପୁଅ ନାବାଳକ ଚନ୍ଦନ ସ୍ବାଇଁଙ୍କୁ ହତ୍ୟା କରାଯାଇଥିଲା। ମଙ୍ଗଳବାର ହିଞ୍ଜିଳି ଥାନା ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ ଏହି ସୂଚନା ଦେଇଛନ୍ତି। ଏସ୍‌ପି ଆହୁରି ସୂଚନା ଦେଇଛନ୍ତି, ମୁଖ୍ୟ ଅଭିଯୁକ୍ତ ସାଧୁଙ୍କ ନାମରେ ହିଞ୍ଜିଳି ସମେତ ଶେରଗଡ଼, ଆସିକା ଆଦି ଥାନାରେ ହତ୍ୟା, ରାହାଜାନୀ, ଦାଦାବଟି ଆଦାୟ ଭଳି ବିଭିନ୍ନ ଆପରାଧିକ ମାମଲା ରହିଛି। ୨୨ତାରିଖ ସନ୍ଧ୍ୟାରେ ଫାଷ୍ଟଫୁଡ ସେଣ୍ଟରରେ ଶମ୍ଭୁଙ୍କ ସହ ସାଧୁ ଓ ବାହନପତି ଯୁକ୍ତିତର୍କ କରିଥିଲେ। ସାଧୁ ଉତ୍ତ୍ୟକ୍ତ ହେଉଥିବା ଦେଖି ଶମ୍ଭୁ ତାଙ୍କର ଅନ୍ୟ ଭାଇ ରାଜାଙ୍କୁ ଡାକିଥିଲେ। ଉଭୟଙ୍କୁ ମାରିଦେବା ଧମକ ଦେଇ ସାଧୁ ସେଠାରୁ ବାହନପତିଙ୍କୁ ନେଇ ପଳାଇଥିଲେ। ମଧ୍ୟରାତ୍ରିରେ ୨ଟି ସ୍କୁଟିରେ ସାଧୁ ଓ ଅନ୍ୟ ଅଭିଯୁକ୍ତମାନେ କାଠଫାଳିଆ, ଲୁହା ରଡ଼ ଓ ଅନ୍ୟାନ୍ୟ ମାରଣାସ୍ତ୍ର ଧରି ଫାଷ୍ଟଫୁଡ଼ ସେଣ୍ଟରକୁ ଆସିଥିଲେ। ଶମ୍ଭୁ ଓ ତାଙ୍କର ଅନ୍ୟ ୩ ଭାଇ ଦୋକାନ ବନ୍ଦ କରି ଘରକୁ ଯିବାକୁ ପ୍ରସ୍ତୁତ ହେଉଥିବା ବେଳେ ଅଭିଯୁକ୍ତମାନେ ସେମାନଙ୍କୁ ଅତର୍କିତ ଆକ୍ରମଣ କରିବାରୁ ସମସ୍ତଙ୍କ ମୃତ୍ୟୁ ଘଟିଥିଲା। ଘଟଣାରେ ଜଡ଼ିତ ଅନ୍ୟ ଜଣେ ଫେରାର ଅଛନ୍ତି। ତାଙ୍କୁ ଧରିବା ପାଇଁ ପୋଲିସର ଏକ ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ଏସପି ରଏ କହିଛନ୍ତି। ପିତଳ ଛକରେ ପୋଲିସ ଫାଣ୍ଡି ସ୍ଥାପନ ଦାବି ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଯାଇଛି। ଫାଣ୍ଡି ପ୍ରତିଷ୍ଠା ପର୍ଯ୍ୟନ୍ତ ସେଠାରେ ପୋଲିସ ମୁତୟନ କରାଯିବ ବୋଲି ଏସ୍‌ପି ରଏ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଟପୁର କଲେଜରେ ସରଗରମ ଛାତ୍ର ରାଜନୀତି: ବୟସାଧିକ କାରଣରୁ ୨ ପ୍ରାର୍ଥିପତ୍ର ନାକଚ, ମଇଦାନରେ ୧୪ ପ୍ରାର୍ଥୀ

ଦିଗପହଣ୍ଡି,୧୦ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସ୍ଥିତ ବିଶ୍ୱାସରାୟ କଲେଜର ଛାତ୍ର ସଂସଦ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି।…

ଜମି ପାଣି ବିବାଦରୁ ସାଂଘାତିକ ଆକ୍ରମଣ: ସରପଞ୍ଚଙ୍କ ସ୍ୱାମୀଙ୍କୁ ହାଣିଥିବା ୩ ଦୁର୍ବୃତ୍ତଙ୍କୁ କୋର୍ଟଚାଲାଣ କଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୦।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ କାମିନୀ ନାୟକଙ୍କ ସ୍ୱାମୀ ଟୁନା ନାୟକଙ୍କୁ ଯୋଜନାବଦ୍ଧ ଭାବେ ଖଣ୍ଡାରେ ହାଣି ହତ୍ୟା…

ମାନସିକ ଅନଗ୍ରସରଙ୍କ ଅଧିକାର: ସେମାନଙ୍କ ପାଇଁ ମୁକ୍ତ ଆଇନ ସହାୟତା

ଦିଗପହଣ୍ଡି, ୧୦|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ଶନିବାର ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଦିଗପହଣ୍ଡି…

କେଏସୟୁବି କଲେଜ୍ ରେ ୩୫ ପ୍ରାର୍ଥୀ, ସାବିତ୍ରୀ ମହିଳା ମହାବିଦ୍ୟାଳୟର ସମସ୍ତ ପ୍ରାର୍ଥୀନୀ ନିର୍ଦ୍ୱନ୍ଦରେ ନିର୍ବାଚିତ

ଭଞ୍ଜନଗର, ୧୦।୧୦ (ବାବୁଲା ପ୍ରଧାନ): ଛାତ୍ର ସଂସଦ ନିର୍ବାଚନରେ ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଅପରାହ୍ଣ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଗଞ୍ଜାମ ଜିଲା…

‘ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ସରକାରୀ ସେବା’

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ ପୂର୍ତ୍ତି ଅବସରରେ ଗତ ସେପ୍ଟେମ୍ବର ୧୭ରୁ ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ…

ଖେମୁଣ୍ଡି କଲେଜ ଛାତ୍ର ସଂସଦ ନିର୍ବାଚନ: ବିଭିନ୍ନ ପଦବୀ ପାଇଁ ମଇଦାନ ରେ ୧୪ ପ୍ରାର୍ଥୀ , ଦ୍ବିି – ମୁଖି ପ୍ରତିଦ୍ବନ୍ଦିତା

ଦିଗପହଣ୍ଡି,୧୦|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ ଛାତ୍ରୀ ଛାତ୍ର ଙ୍କ…

ନ୍ୟାଶନାଲ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଲେ ଛତ୍ରପୁର ଝିଅ ଶୁଭସ୍ମିତା

ଛତ୍ରପୁର,୧୦ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଦେବୀନଗର ସାହିର ଯୁବ ଚିତ୍ରଶିଳ୍ପୀ ତଥା ଲେଖିକା ଶୁଭସ୍ମିତା ପଣ୍ଡା ନିଜର ଅନନ୍ୟ କଳାପ୍ରତିଭା ପାଇଁ ନ୍ୟାଶନାଲ ବୁକ୍‌…

ତାରାତାରିଣୀ କଲେଜରେ ତ୍ରିମୁଖୀ ଲଢ଼େଇ: ନାମାଙ୍କନ ପ୍ରତ୍ୟାହାର କଲେ ସଭାପତି ପ୍ରାର୍ଥୀ ଅଙ୍କିତ ପ୍ରଧାନ, ମଇଦାନରେ ଅଛନ୍ତି…

ପୁରୁଷୋତ୍ତମପୁର,୧୦ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସରେ ରାଜନୈତିକ ଉଷ୍ଣତା ବଢ଼ିଛି। ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ଦିବସରେ ସଭାପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?