ପୋଲିସ କାର୍ଯ୍ୟାନୁଷ୍ଠାନ ନେଲାନି, ହାଇକୋର୍ଟରେ ମାମଲା

କଟକ,୮ା୧୦ (କାର୍ତ୍ତିକ ସାହୁ)ସଙ୍ଗୀତ ନାଟକ ଏକାଡେମୀ ଭଳି ସରକାରୀ ସଂସ୍ଥାରେ ଡିଗ୍ରୀ ପାଠ୍ୟକ୍ରମରେ ଶାସ୍ତ୍ରୀୟ ନୃତ୍ୟ ପିଲାମାନଙ୍କୁ ପଢ଼ାଯାଉଛି। ହେଲେ ପାଠ୍ୟକ୍ରମ ସମାପ୍ତ ପରେ ଡିଗ୍ରୀ ସାର୍ଟିଫିକେଟ ପ୍ରଦାନ କରାଯାଉନାହିଁ। ଯଦ୍ଦ୍ବାରା ବଲାଙ୍ଗୀରର ଜଣେ ଛାତ୍ରୀ ଠକାମିର ଶିକାର ହୋଇଥିବା ନେଇ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଫଳରେ ପୋଲିସର ନିଷ୍କ୍ରିୟତା ବିରୋଧରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ହାଇକୋର୍ଟ ପୋଲିସକୁ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦେବାକୁ ସେ ପ୍ରାର୍ଥନା କରିଛନ୍ତି। ଆଇନଜୀବୀ ଆଶିଷ କୁମାର ମିଶ୍ର ମାମଲା ପରିଚାଳନା କରୁଛନ୍ତି।
ବିବରଣୀରୁ ପ୍ରକାଶ, ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନା ଅନ୍ତର୍ଗତ ସିରଭାତପଡ଼ାର ଛାତ୍ରୀ ଜୁସି କେଶ ହାଇକୋର୍ଟରେ ଏହି ମାମଲା ଦାଏର କରିଛନ୍ତି। ଏଥିରେ ଗୃହ ବିଭାଗ ସଚିବ, ବଲାଙ୍ଗୀର ଏସ୍‌ପି ଓ ଟିଟିଲାଗଡ଼ ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରିଛନ୍ତି। ଆବେଦନକାରୀ ଜଣେ ନିଯୁକ୍ତି ପାଇ ନ ଥିବା ଯୁବତୀ। ସେ ସଙ୍ଗୀତ ନାଟକ ଏକାଡେମୀରୁ ଡିଗ୍ରୀ ପାଠ୍ୟକ୍ରମରେ ଶାସ୍ତ୍ରୀୟ ନୃତ୍ୟ ବିଷୟ ଶିକ୍ଷାଲାଭ କରିଥିଲେ। ତାଙ୍କୁ ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ପାଠ୍ୟକ୍ରମ କୃତକାର୍ଯ୍ୟ ବି. ମସ୍‌. ସାର୍ଟିଫିକେଟ ମିଳିଥିଲା। ନିକଟରେ ବଲାଙ୍ଗୀର ଜିଲାରେ ଠିକା କଳା ଶିକ୍ଷକ ନିଯୁକ୍ତି ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିପାଇଁ ସେ ଆବେଦନ କରିଥିଲେ। ହେଲେ ବଲାଙ୍ଗୀର ଜିଲାପାଳ ଓ ଡିପିସି ତାଙ୍କୁ ସଙ୍ଗୀତ ନାଟକ ଏକାଡେମୀରୁ ଡିଗ୍ରୀ ସମତୁଲ୍ୟ ସାର୍ଟିଫିକେଟ ଆଣିଲେ ଉକ୍ତ ପଦବୀ ନିମନ୍ତେ ଯୋଗ୍ୟ ହେବେ ବୋଲି କହିଥିଲେ। ଆବେଦନକାରୀ ଏ ବାବଦରେ ସଙ୍ଗୀତ ନାଟକ ଏକାଡେମୀର ସଚିବଙ୍କୁ ଯୋଗାଯୋଗ କରିଥିଲେ। ହେଲେ ସଚିବ ତାଙ୍କୁ ଏକାଡେମୀ ପକ୍ଷରୁ ସରକାରଙ୍କୁ ସାର୍ଟିଫିକେଟ ପ୍ରଦାନ ପାଇଁ ଅନୁମୋଦନ ଦେବା ନିମନ୍ତେ ଆବେଦନ କରାଯାଇଛି ବୋଲି କହିଥିଲେ। ସଚିବଙ୍କ ଏଭଳି ଉକ୍ତି ସମ୍ପୂର୍ଣ୍ଣ ମିଥ୍ୟା ଓ ସାର୍ଟିଫିକେଟ ପାଇବା ନିମନ୍ତେ କରୁଥିବା ଦାବିରୁ ନଜର ହଟାଇବା ପାଇଁ ଏଭଳି କହିଥିବା ଆବେଦନକାରୀ ଦର୍ଶାଇଛନ୍ତି। ଏକାଡେମୀ ନାମଲେଖା ବ୍ରୋଶରରେ ବି. ମସ୍‌. ସାର୍ଟିଫିକେଟ ଡିଗ୍ରୀ ସମତୁଲ ବୋଲି ଉଲ୍ଲେଖ କରୁଥିବାବେଳେ ବାସ୍ତବ କ୍ଷେତ୍ରରେ ତାହା ନୁହେଁ। ଏହାଦ୍ୱାରା ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ସହ ଏକାଡେମୀ ଖେଳୁଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ତେବେ ଏ ନେଇ ଜୁସି ଏତଲା ଦେବାକୁ ଟିଟିଲାଗଡ଼ ଥାନାକୁ ଯାଇଥିଲେ ବି ପୋଲିସ ମାମଲା ରୁଜୁ କରି ନ ଥିଲା। ଏହା ବିରୋଧରେ ନିମ୍ନ ଅଦାଲତରେ ଆବେଦନ କରିଥିଲେ। ହେଲେ ନିମ୍ନ ଅଦାଲତ ମାମଲାକୁ ବିଚାର ପାଇଁ ଗ୍ରହଣ ନ କରି ଆଇନ ଅନୁଯାୟୀ ଉପଯୁକ୍ତ ଫୋରମ୍‌ରେ ଆବେଦନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏ ସମ୍ପର୍କରେ ଟିଟିଲାଗଡ ଆଇଆଇସି ମନୋଜ ପ୍ରଧାନଙ୍କୁ ପଚାରିବାରୁ ଏ ନେଇ ଥାନାରେ ଅଭିଯୋଗ ହୋଇ ନ ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri