ଅସଲି ଦେଖାଇ ବିକିଥିଲେ ନକଲି ସୁନା, ୪ ମାସ ପରେ ବନ୍ଧା ହେଲେ ୨ ଠକ

ଦେବଗଡ଼,୧୪।୨(ଡି.ଏନ୍‌.ଏ.): ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅଞ୍ଚଳରେ ଅସଲି ସୁନା ଦେଖାଇ ନକଲି ସୁନା ବିକ୍ରି କରି ଫେରାର ହେବା ଘଟଣାରେ ପୋଲିସକୁ ସଫଳତା। ଦୀର୍ଘ ୪ମାସ ପରେ ଧରା ପଡିଛନ୍ତି ଠକ ଗ୍ୟାଙ୍ଗର ୨ ସଦସ୍ୟ। ଗିରଫ ଅଭିଯୁକ୍ତ ହେଲେ ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ କର୍ତାଳୀ ଆଲିପୁର ଗ୍ରାମର ଶଙ୍କର ଦାସ ଏବଂ କୋଟିଣ୍ଡା ଥାନା ନାରାୟଣପୁର ଗ୍ରାମର ସିଦ୍ଦୁ ଦାଶ l ସେମାନଙ୍କ ନିକଟରୁ ପୋଲିସ ୫ ଗୋଟି ଅସଲି ସୁନା ବଲ, ୨୮ ଟି ନକଲି ସୁନା ବଲ, ୨ ଟି ମୋବାଇଲ ଓ ନଗଦ ୧୬୦୦ ଟଙ୍କା ଜବତ କରାଯାଇଛି। ଉଭୟଙ୍କୁ ମଙ୍ଗଳବାର ପୋଲିସ କୋର୍ଟ ଚାଲାଣ କରିଛି l ତେବେ ଏହି ଗ୍ୟାଙ୍ଗର ମୁଖ୍ୟ ଫେରାର ହେବାରେ ସଫଳ ହୋଇଥିବା ଜଣାପଡିଛି l

ସୂଚନାନୁଯାୟୀ, କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ପୁଟବୁଲ ଗ୍ରାମକୁ ଗତ ଅକ୍ଟୋବର ୮ ତାରିଖ ଦିନ ୩ ଜଣ ପୁରୁଷ ଓ ୨ ଜଣ ମହିଳା ଚାଲୁଣି ବିକିବା ବାହାନାରେ ପହଞ୍ଚି ଖଗେଶ୍ୱର କିସାନ ନାମକ ଜଣେ ବ୍ୟକ୍ତିଙ୍କ ଘରେ ରହିଥିଲେ l ସେହି ଗ୍ରାମରେ ସନ୍ତୋଷ କୁମାର ସାହୁ ନାମକ ଜଣେ ବ୍ୟକ୍ତି କିରାନା ଦୋକାନ କରିଥିବା ବେଳେ ୯ ତାରିଖ ଦିନ ସେମାନେ ତାଙ୍କ ଦୋକାନକୁ ଆସି କିଛି ସୁନା ଦେଖାଇ ଟ୍ରେନରୁ ପାଇଥିବା ଏବଂ ବିକ୍ରି କରିବାକୁ ଚାହୁଁଥିବା କହିଥିଲେ l ସନ୍ତୋଷ ସେହି ସୁନା କିଣିବାକୁ ରାଜି ହେବା ସହ ସେଥିରୁ କିଛି ସାମ୍ପୁଲ ନେଇ ଗାଁ ସୁନା ଦୋକାନୀକୁ ପରୀକ୍ଷା ପାଇଁ କହିଥିଲେ l ପରୀକ୍ଷା ପରେ ସୁନା ଅସଲି ଥିବା ଦୋକାନୀ କହିଥିଲେ। ଏହାପରେ ସନ୍ତୋଷ ଓ ତାଙ୍କ ସ୍ତ୍ରୀ ଅକ୍ଟୋବର ୧୨ ତାରିଖ ସାରେ ୧ ଲକ୍ଷ ୯୦ ହଜାର ଟଙ୍କା ନେଇ ଠକ ଦଳ ରହୁଥିବା ଠିକଣାକୁ ଯାଇ ସେମାନଙ୍କୁ ଦେବା ସହ ତାଙ୍କ ଠାରୁ ୨୫୦ ଗ୍ରାମ ଓଜନର ସୁନା ନେଇ ଘରକୁ ଫେରିଥିଲେ l ସେମାନେ ପୁଣିଥରେ କିଣିଥିବା ସବୁ ସୁନା ଧରି ଗାଁ ବଣିଆ ନିକଟରେ ନେଇ ଦେଖାଇବା ବେଳେ ସବୁ ସୁନା ନକଲି ଥିବା ଜାଣିବାକୁ ପାଇଥିଲେ l ଏହା ଜାଣି ସନ୍ତୋଷ ତୁରନ୍ତ ଯୋଗାଯୋଗ କରିବାକୁ ଚାହିଁଥିଲେ ହେଁ ସେଠାରୁ ଠକ ଦଳ ଫେରାର ହୋଇସାରିଥିଲେ l ଠକାମୀର ଶିକାର ହୋଇଥବା ଜାଣି ସନ୍ତୋଷ କୁଣ୍ଢେଇଗୋଳା ଥାନାରେ ଲିଖିତ ଅଭିଯୋଗ କରିଥିଲେl ଅଭିଯୋଗ ଆଧାରରେ ପୁଲିସ ୫ ଅଜ୍ଞାତ ଲୋକଙ୍କ ବିରୋଧରେ ଏକ ଠକେଇ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା। ତେବେ ପ୍ରାୟ ୪ ମାସ ପରେ ଉକ୍ତ ଠକ ଦଳ ସୋମବାର ପୁଣିଥରେ ସେହି ଗ୍ରାମକୁ ଆସିଥିବା ନେଇ ଗ୍ରାମବାସୀଙ୍କ ସୂଚନା ଆଧାରରେ ପୋଲିସ ସେହି ଗ୍ରାମରେ ପହଞ୍ଚି ୨ ଜଣ ଠକଙ୍କୁ କାବୁ କରିଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଟକଣା ଢିଲା ହେଲେ ଜିଲାକୁ ବିପଦ

ଅନୁଗୋଳ ଅଫିସ, ୧୬ା୧୦ ସପ୍ତାହେ ପରେ ଦୁର୍ଗା ପୂଜା। ଏଣେ ଅନୁଗୋଳ ଜିଲାରେ ଦ୍ରୁତଗତିରେ ବଢ଼ିଚାଲିଛି କରୋନା ସଂକ୍ରମଣ। ଦୈନିକ ୨ଶହରୁ ଅଧିକ ପଜିଟିଭ୍‌ ବାହାରୁଛନ୍ତି...

ରାସ୍ତାକଡ଼ରେ ପ୍ରସବ କଲେ ମହିଳା

ବ୍ରହ୍ମପୁର ଅଫିସ, ୨୩।୮- ଗଞ୍ଜାମ ଜିଲା ବୈଦ୍ୟନାଥପୁର ଥାନା କୋର୍ଟପେଟା ଛକ ରାସ୍ତାକଡ଼ରେ ଶୁକ୍ରବାର ଜଣେ ମହିଳା ଶିଶୁକନ୍ୟା ପ୍ରସବ କରିଛନ୍ତି। ସେ ହେଲେ ଜରଡ଼ା...

ଜିଲାପାଳଙ୍କ କାର୍ଯ୍ୟାଳୟ କାନ୍ଥରେ ସମ୍ମାନହାନିସୂଚକ ଲେଖା

ମାଲକାନଗିରି,୧।୧(ସ୍ବ.ପ୍ର): ମାଲକାନଗିରି ଜିଲାପାଳଙ୍କ ବିରୋଧରେ ଜିଲାପାଳ କାର୍ଯ୍ୟାଳୟ କାନ୍ଥରେ ଜିଲାପାଳ ଚୋର ହେ, ଦୁର୍ନୀତିଖୋର ଅଫିସର, ଜିଲାପାଳ କିଲିଡ୍‌ ପିଏ ଆଦି ସମ୍ମାନହାନିସୂଚକ ମନ୍ତବ୍ୟ କାନ୍ଥରେ...

ପାନୀୟ ଜଳ ପାଇଁ ଝରଣା ପାଣି ଭରସା

କୋକସରା, ୧୨।୧୧(ଡି.ଏନ.ଏ.):  କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ଅନ୍ତର୍ଗତ ସାହାଜଖୋଲ ଜଙ୍ଗଲ ଭିତରେ ଥିବା ସର୍ଗିପାନୀ ଗାଁ। ବିରିମୁହାଣ ରାଜସ୍ବ ଗ୍ରାମ ଅଧୀନରେ...

ଚୋରା ଚାଲାଣ ବେଳେ ୮୭ କଇଁଛ ଉଦ୍ଧାର, ଜଣେ ଗିରଫ

ବାଲେଶ୍ୱର ଅଫିସ,୭ା୯: ବାଲେଶ୍ୱର ଜିଲା ଜଳେଶ୍ୱର ବନ ବିଭାଗ ପକ୍ଷରୁ ୮୭ଟି କଇଁଛ ଉଦ୍ଧାର ହୋଇଛି। ସୂଚନାନୁଯାୟୀ, ୬୦ ନମ୍ବର ଜାତୀୟ ରାଜପଥ ଦେଇ ପଶ୍ଚିମବଙ୍ଗକୁ...

ଓଏଏସ୍‌ ଅଫିସରଙ୍କ ଶ୍ୱଶୁର ଜେଲ ଗଲେ

ବାଲିଚନ୍ଦ୍ରପୁର,୨୪।୧୧(ସ୍ବ.ପ୍ର.): ଭୁବନେଶ୍ୱରରେ ଆଦିବାସୀ ନାବାଳିକାଙ୍କୁ ବଳାତ୍କାର ଘଟଣାରେ ଓଏଏସ୍‌ ଅଫିସର ପ୍ରମୋଦ ପୃଷ୍ଟିଙ୍କ ଶ୍ୱଶୁର ପ୍ରଫୁଲ୍ଲ ମହାପାତ୍ର (୮୪)ଙ୍କୁ ସୋମବାର ଯାଜପୁର ପୋଲିସ୍‌ ଗିରଫ କରି...

ମୋ ସରକାର ଯୋଜନା ରୂପାୟନ ପରଖିଲେ ଏସ୍‌ପି

ବଲାଙ୍ଗୀର ଅଫିସ, ୨୭ା୧୦ – ରାଜ୍ୟ ସରକାର ମୋ ସରକାର ଯୋଜନା ଲାଗୁ କଲାପରେ ବଲାଙ୍ଗୀର ଜିଲାରେ ଏହି ଯୋଜନା କିଭଳି ରୂପାୟନ ହେଉଛି ଅଭିଯୋଗକାରୀଙ୍କ...

ବିଷାକ୍ତ ଛତୁ ଖାଇ ୧୪ରୁ ଊର୍ଦ୍ଧ୍ୱ ଅସୁସ୍ଥ

ରସୁଲପୁର,୨୦।।୮(ଡିଏନଏ)- ରସୁଲପୁର ବ୍ଲକ ରାଜେନ୍ଦ୍ରପୁର ପଞ୍ଚାୟତ ହାଟସାହି ଗ୍ରାମରେ ବିଷାକ୍ତ ଛତୁ ଖାଇ ୩ ପରିବାରର ୧୪ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଅସୁସ୍ଥ ହୋଇ ଧର୍ମଶାଳା ଓ...

Advertisement
Archives

Model This Week