ୱେବ୍‌ ପୋର୍ଟାଲ ପରିଚାଳିକାଙ୍କୁ ଖୋଜୁଛି ପୋଲିସ

ଭୁବନେଶ୍ୱର,୧୬।୩(ବ୍ୟୁରୋ): ଭଦ୍ରକ ଜିଲା ଚାନ୍ଦବାଲି ଅଞ୍ଚଳରୁ ନୟାଗଡ଼ ଜିଲା ରଣପୁର ଥାନା ଅଧୀନ ମଝିଆଖଣ୍ଡ ଗୋଡ଼ିପୋଖରୀ ଗଁାର କ୍ୟାମେରାମ୍ୟାନ ମାନସ ସ୍ବାଇଁଙ୍କୁ ଅପହରଣ ପରେ ହତ୍ୟା କରି ପୋତାଯିବା ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏହି ଘଟଣାରେ ଏକ ୱେବ୍‌ ପୋର୍ଟାଲର ପରିଚାଳିକାଙ୍କ ହାତ ଥିବା ଜଣାପଡ଼ିଛି। ସେ ହେଲେ ସମ୍ପୂର୍ଣ୍ଣା ୱେବ୍‌ ପୋର୍ଟାଲର ପରିଚାଳିକା ଶର୍ମିଷ୍ଠା ରାଉତ। ଶର୍ମିଷ୍ଠା ଫେରାର ଥିବାରୁ ପୋଲିସ ତାଙ୍କୁ ଧରିବାକୁ ଅନୁସନ୍ଧାନ ଜାରି ରଖିଛି।
ମାନସଙ୍କୁ ଚାନ୍ଦବାଲିରୁ ଅପହରଣ କରାଯିବା ପରେ ଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଅଞ୍ଚଳରେ ଥିବା ଦୟାଲ ବୃଦ୍ଧାଶ୍ରମରେ ରଖାଯାଇ ନିର୍ଯାତନା ଦିଆଯାଇଥିଲା। ସେଠାରେ ତାଙ୍କୁ ହତ୍ୟା କରାଯିବା ପରେ ନୟାଗଡ଼ ଜିଲା ରଣପୁର ନରେନ୍ଦ୍ରପୁର ବଧିପାଟଣା ଜଙ୍ଗଲରେ ମାଟି ଖୋଳି ପୋତି ଦିଆଯାଇଥିଲା। ପୋଲିସ ୨ଦିନ ତଳେ ଉକ୍ତ ବୃଦ୍ଧାଶ୍ରମରେ ଯାଞ୍ଚ କରିବା ସହ କେୟାରଟେକରଙ୍କୁ ପଚରାଉଚରା କରିଛି। ସେଠାରୁ କିଛି ପ୍ରମାଣ ମଧ୍ୟ ପୋଲିସକୁ ମିଳିଛି। ହତ୍ୟା ମାମଲାରେ ସମ୍ପୃକ୍ତ ୩ ଅଭିଯୁକ୍ତ ଭାଗ୍ୟଧର ନାୟକ, ବିବେକ ନାୟକ ଓ କୃଷ୍ଣଚନ୍ଦ୍ର ନାୟକଙ୍କୁ ଚାନ୍ଦବାଲି ଥାନା ପୋଲିସ ସୋମବାର ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶ୍ରୀଘ୍ର ଗିରଫ କରାଯିବ ବୋଲି ଚାନ୍ଦବାଲି ଏସ୍‌ଡିପିଓ ଦେବୀଶଙ୍କର ପ୍ରତାପ ଗଣମାଧ୍ୟମକୁ କହିଛନ୍ତି। ମାନସ କିଛି ଦିନ ହେଲା ଉକ୍ତ ୱେବ୍‌ ପୋର୍ଟାଲରୁ କାମ ଛାଡ଼ି ଦେଇଥିଲେ। ହେଲେ ତାଙ୍କ ପାଖରେ ଏକ ମେମୋରି ଚିପ୍‌ ଥିଲା। ଉକ୍ତ ମେମୋରି ଚିପ୍‌ ପାଇଁ ମାନସଙ୍କୁ ଶର୍ମିଷ୍ଠା ଲୋକ ଲଗାଇ ହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ଅପରପକ୍ଷରେ ରାଜଧାନୀରେ ଥିବା ଦୟାଲ ବୃଦ୍ଧାଶ୍ରମକୁ ନେଇ ସନ୍ଦେହ ଘନୀଭୂତ ହୋଇଛି। ଶର୍ମିଷ୍ଠା ଏହି ବୃଦ୍ଧାଶ୍ରମର ପରିଚାଳିକା ବୋଲି କୁହାଯାଉଛି। ଉକ୍ତ କୋଠାର ତଳ ମହଲା ବୃଦ୍ଧାଶ୍ରମ ହୋଇଥିବାବେଳେ ଉପର ମହଲାରେ କିଛି ଆପତ୍ତିଜନକ କାର୍ଯ୍ୟ ଚାଲୁଥିବା ପୋଲିସ ସନ୍ଦେହ କରୁଛି। ତେଣୁ ଶର୍ମିଷ୍ଠା ଧରାପଡ଼ିଲେ ହତ୍ୟା ପଛର ପ୍ରକୃତ କାରଣ ପଦାକୁ ଆସିବ ବୋଲି ପୋଲିସ କହିଛି।
ସୂଚନାଯୋଗ୍ୟ, ଗତ ଫେବୃୟାରୀ ୭ରେ ମାନସ ଚାନ୍ଦବାଲି ନାଲଗୁଣ୍ଡା ପଳାସପୁର ଗଁାକୁ ଏକ ବାହାଘରରେ ଫଟୋ ଉଠାଇବା ପାଇଁ ଆସିଥିଲେ। ଭୁବନେଶ୍ୱରରୁ କେତେଜଣ ବ୍ୟକ୍ତି ଆସି ତାଙ୍କୁ ନାଲଗୁଣ୍ଡା ପଞ୍ଚାୟତର ପଳାସପୁର ଛକ ନିକଟରୁ ଅପହରଣ କରି ନେଇ ହତ୍ୟା ପରେ ମାଟି ଖୋଳି ପୋତି ଦେଇଥିଲେ। ଏହାପରେ ମାନସଙ୍କ ନିଖୋଜ ଏବଂ ଅପହରଣ ନେଇ ତାଙ୍କ ପରିବାର ପକ୍ଷରୁ ୧୪ ତାରିଖରେ ଚାନ୍ଦବାଲି ଥାନାରେ ଅଭିଯୋଗ କରାଯାଇଥିଲା। ଏନେଇ ପୋଲିସ ଏକ ମାମଲା (ନଂ. ୬୩/୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅବସର ନେଇ ଚକିତ କରାଇଲେ ଏହି ୩୮ ବର୍ଷୀୟ ଖେଳାଳି, କ୍ରିକେଟ ଜଗତରେ ହଇଚଇ

ନୂଆଦିଲ୍ଲୀ,୧୭।୯: ଅଷ୍ଟ୍ରେଲିଆର ଅଭିଜ୍ଞ ୱିକେଟ୍‌କିପର-ବ୍ୟାଟର ମାଥ୍ୟୁ ୱେଡ୍ ବିଗ୍‌ ବାଶ୍‌ ଲିଗ୍‌ (BBL)ରୁ ଅବସର ଘୋଷଣା କରିଛନ୍ତି । ଏହା ପୂର୍ବରୁ ସେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ମଧ୍ୟ…

ସେମିକନ୍ ଇଣ୍ଡିଆରେ ବଡ଼ ଘୋଷଣା କଲେ ଅଶ୍ୱିନୀ ବୈଷ୍ଣବ, ଓଡ଼ିଶାରେ ହେବ…

ନୂଆଦିଲ୍ଲୀ,୧୭।୯: ସେମିକଣ୍ଡକ୍ଟର କ୍ଷେତ୍ରରେ ଭାରତର ପରବର୍ତ୍ତୀ ପର୍ଯ୍ୟାୟର ଅଭିଯାନ ଅଧିକ ବ୍ୟାପକ ହେବ। ଦେଶରେ ଅତିକମ୍‌ରେ ୨୦୦ଟି ଷ୍ଟାର୍ଟଅପ୍‌ ଓ କମ୍ପାନୀକୁ ଚିପ୍‌ ଡିଜାଇନ କାର୍ଯ୍ୟରେ ସାମିଲ…

ଆଉ ୨ ଦିନ ପରେ ୩ ରାଶିଙ୍କ ଉପରୁ କଟିଯିବ ଶନିଦଶା! ଅପାର ଧନ ଲାଭ ସହ ଚାକିରିରେ ପଦୋନ୍ନତି

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ଗୋଚର ଓ ଗତି ପରିବର୍ତ୍ତନକୁ ବେଶ ଗୁରୁତ୍ୱ ଦିଆଯାଏ। ଅନ୍ୟ ଗ୍ରହମାନଙ୍କ ତୁଳନାରେ ଶନି ଧୀରେ ଗତି କରୁଥିବାରୁ ତାଙ୍କ ରାଶି ପରିବର୍ତ୍ତନର…

ଗୋଟିଏ ଯୁବତୀଙ୍କୁ ଭଲପାଉଥିଲେ, ଈର୍ଷାରେ ପାଣିଟାଙ୍କି ଉପରୁ ଠେଲି ନେଇଗଲେ ବନ୍ଧୁଙ୍କ ଜୀବନ; ତଦନ୍ତ ପରେ…

ରାଉରକେଲା,୧୭।୯(ସଙ୍ଗୀତା ଜେନା): ସୁନ୍ଦରଗଡ଼ ଜିଲା ଲାଠିକଟା ଅଞ୍ଚଳରେ ଜଣେ ଯୁବକଙ୍କୁ ତାଙ୍କ ନିଜ ବନ୍ଧୁ ନିର୍ମାଣାଧୀନ ପାଣିଟାଙ୍କି ଉପରୁ ଠେଲି ହତ୍ୟା କରିଥିବା ଭଳି ଏକ ସାଂଘାତିକ…

୭୬ ବର୍ଷରେ ବି ଫିଟ୍‌ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଜନ୍ମଦିନରେ ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା…

ନୂଆଦିଲ୍ଲୀ,୧୭ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୭ ସେପ୍ଟେମ୍ବର ୧୯୫୦ରେ ଗୁଜରାଟରେ ଜନ୍ମଗ୍ରହଣ କରିଥିଲେ। ଆଜି ତାଙ୍କ ଜନ୍ମଦିନରେ ସାରା ଦେଶରେ ତାଙ୍କ ଜୀବନର ବିଭିନ୍ନ ଦିଗ ଉପରେ…

ଚାରିଆଡେ ଚର୍ଚ୍ଚା; ମୋଦିଙ୍କୁ ଏଭଳି ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବନ୍ଧୁ ପୁଟିନ୍, ବିଶ୍ବରେ ଆପଣଙ୍କ….

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ରୁଷିଆରୁ ଆସିଛି ଶୁଭେଚ୍ଛା ବାର୍ତ୍ତା। ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜନ୍ମଦିନର ଶୁଭକାମନା ଜଣାଇବା ସହ…

ବ୍ୟାଗରେ କୁକୁର ଧରି ଅଫିସରେ ପହଞ୍ଚିଲେ ଯୁବନେତା, ଅଫିସରଙ୍କ ଟେବୁଲ ଉପରେ ଛାଡି…

ମୁମ୍ବାଇ,୧୭।୯: ମହାରାଷ୍ଟ୍ରର ନାଶିକ ଜିଲା ନିଫାଡ଼ରେ ବୁଲା କୁକୁରଙ୍କ ସମସ୍ୟାକୁ ନେଇ ଏକ ଅଭିନବ ଢଙ୍ଗରେ ପ୍ରତିବାଦ କରାଯାଇଛି । UBT ଶିବସେନାର ଯୁବ ନେତା ବିକ୍ରମ…

ପେଟ୍ରୋଲ ଭରାଇବା ପରେ UPIରେ ଦେଇପାରିବେନି ଟଙ୍କା! କାହିଁକି ବିରୋଧ କରୁଛନ୍ତି ପେଟ୍ରୋଲ ପମ୍ପ ଡିଲର, ଜାଣନ୍ତୁ…

ନୂଆଦିଲ୍ଲୀ,୧୭।୯: ପେଟ୍ରୋଲ କିମ୍ବା ଡିଜେଲ ଭରାଇବା ପରେ UPI ମାଧ୍ୟମରେ ପେମେଣ୍ଟ କରୁଥିବା ଗ୍ରାହକଙ୍କ ପାଇଁ ଏକ ନୂଆ ନିୟମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ୨,୦୦୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?