Posted inଜାତୀୟ

‘ କୋଭିଡ୍‌-୧୯ର ଦ୍ୱିତୀୟ ଲହର ପାଇଁ ପ୍ରଧାନମନ୍ତ୍ରୀ ଦାୟୀ ’

ନୂଆଦିଲ୍ଲୀ,୨୮।୫: କୋଭିଡ୍‌-୧୯ର ଦ୍ୱିତୀୟ ଲହର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାୟୀ। ଆଉ ଦେଶରେ ଯେଉଁ ଗତିରେ ଟିକାକରଣ ଚାଲିଛି, ବିଭିନ୍ନ ପର୍ଯ୍ୟାୟରେ କରୋନା ସଂକ୍ରମଣ ହାରରେ ବୃଦ୍ଧି ଦେଖାଦେବ ବୋଲି ଆକଳନ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏଭଳି ସମାଲୋଚନା ପରେ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଦେଶରେ ଟିକାକରଣ ପ୍ରକ୍ରିୟା ଶେଷ ହେବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି।

” କରୋନାର ପ୍ରଥମ ଲହରକୁ କେହି ବୁଝି ପାରି ନ ଥିଲେ। କିନ୍ତୁ ଦ୍ୱିତୀୟ ଲହରକୁ ରୋକିବା ପ୍ରଧାନମନ୍ତ୍ରୀଙ୍କ ଦାୟିତ୍ୱ ଥିଲା। ଦାୟିତ୍ୱ ତୁଲାଇବାରେ ତାଙ୍କ ବିଫଳତା ହିଁ ଦ୍ୱିତୀୟ ଲହରର କାରଣ। ଦୁର୍ଭାଗ୍ୟବଶତଃ, ପ୍ରଧାନମନ୍ତ୍ରୀ ଜଣେ ଇଭେଣ୍ଟ ମ୍ୟାନେଜର। ସେ ଏକକାଳୀନ ଗୋଟିଏରୁ ଅଧିକ ଇଭେଣ୍ଟ ସମ୍ଭାଳିପାରିବେ ନାହିଁ। ଏଭଳି କଠିନ ସମୟରେ ଇଭେଣ୍ଟ ମ୍ୟାନେଜର ଆମକୁ ଦରକାର ନାହିଁ। ଆମକୁ ପ୍ରଭାବି ଓ ଦ୍ରୁତବେଗରେ କାର୍ଯ୍ୟ କରୁଥିବା ପ୍ରଶାସନ ଦରକାର “ ବୋଲି ଭର୍ଚୁଆଲ ଖବରଦାତା ସମ୍ମିଳନୀରେ ରାହୁଲ କହିଛନ୍ତି।

ସାମାଜିକ ଦୂରତା ଓ ମାସ୍କ ଦ୍ୱାରା ମହାମାରୀକୁ ରୋକିହେବ ନାହିଁ। କୋଭିଡ୍‌ ବିରୋଧରେ ଟିକା ଓ ଲକଡାଉନ ସ୍ଥାୟୀ ଉପାୟ। ଟିକାକରଣର କୌଣସି ନିର୍ଦ୍ଧିଷ୍ଟ ଷ୍ଟାଟେଜି ନ ଥିବାରୁ ବିଭିନ୍ନ ପର୍ଯ୍ୟାୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବ। ଭାରତରେ କେବଳ ୩ ପ୍ରତିଶତ ଲୋକଙ୍କୁ ଟିକା ଦିଆଯାଇଥିବା ରାହୁଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କାଗଜପତ୍ର ଖାଇଗଲା ଛେଳି, ଆଉ ତା’ ପରେ…

କାନପୁର,୨ା୧୨: ଚୌବେପୁର ବ୍ଲକ କାର୍ଯ୍ୟାଳୟରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଗୋଟିଏ ଛେଳି ପାଟିରେ ବ୍ଲକ କାର୍ଯ୍ୟାଳୟର କିଛି ଫାଇଲପତ୍ର ଧରି ପଳାଇଥିଲା। ଏହା...

କଂଗ୍ରେସରେ ଗାନ୍ଧୀ ପରିବାରରୁ କେହି ହେବେ ନାହିଁ ଅଧ୍ୟକ୍ଷ, ତିନି ବର୍ଷ ପୂର୍ବରୁ ସ୍ପଷ୍ଟ କରିଥିଲେ ରାହୁଲ

ନୂଆଦିଲ୍ଲୀ,୨୪ ।୯: କଂଗ୍ରେସକୁ ଆଉ ଅଳ୍ପଦିନ ମଧ୍ୟରେ ନୂଆ ଅଧ୍ୟକ୍ଷ ମିଳିଯିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଥର ଅଧ୍ୟକ୍ଷ ପଦ ଗାନ୍ଧୀ ପରିବାରରୁ...

କର୍ତ୍ତବ୍ୟ ପଥରେ ନିୟୋଜିତ ହେବେ ଘରୋଇ ସୁରକ୍ଷା କର୍ମୀ

ନୂଆଦିଲ୍ଲୀ,୯।୯(ପି.ଟି.): ଇଣ୍ଡିଆ ଗେଟ୍‌ରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ‘କର୍ତ୍ତବ୍ୟ ପଥ’କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସନ୍ଧ୍ୟାରେ ଉଦ୍‌ଘାଟନ କରିଛନ୍ତି। ଏହି ବିସ୍ତୀର୍ଣ୍ଣ ଅଞ୍ଚଳରେ ହୋଇଥିବା...

ଦେଶର ୨୫୭ ଥାନାରେ ନାହିଁ ଗାଡ଼ି, ୬୩୮ରେ ନାହିଁ ଫୋନ!

ନୂଆଦିଲ୍ଲୀ,୧୧ ।୨: ସଂସଦର ଏକ ସ୍ଥାୟୀ ସମିତି ଗୁରୁବାର ସଂସଦରେ ପ୍ରସ୍ତୁତ ନିଜ ରିପୋର୍ଟରେ ଦର୍ଶାଇଛି କି ଦେଶର ୨୫୭ ଥାନରେ କୌଣସି ଗାଡ଼ି ନାହିଁ...

କରୋନା ଭାଇରସ ଯୋଗୁ ବାତିଲ ହେଲା ମୋଦିଙ୍କ ବିଦେଶ ଗସ୍ତ

ନୂଆଦିଲ୍ଲୀ,୫।୩: କରୋନା ଭାଇରସ ଏବେ ସାରା ବିଶ୍ୱର ପ୍ରାୟ ୮୨ ଦେଶକୁ ବ୍ୟାପିଥିବା ବେଳେ ଏହାର ଭୟାବହତାକୁ ଦୃଷ୍ଟିରେ ରଖି ଏବେ ବିଦେଶ ଗସ୍ତ ଉପରେ...

୫କଂଗ୍ରେସ ନେତାଙ୍କୁ ଇଡିର ସମନ

ନୂଆଦିଲ୍ଲୀ,୩।୧୦: ନ୍ୟାସନାଲ ହେରାଲ୍ଡ ମାମଲାରେ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସୋମବାର ୫ଜଣ କଂଗ୍ରେସ ନେତାଙ୍କୁ ସମନ ପଠାଇଛି। ସମନ ପଠାଯାଇଥିବା ନେତାଙ୍କ ମଧ୍ୟରେ ଅଞ୍ଜନ...

ଖୁବଶୀଘ୍ର ହେବ ସିଡିଏସ ନିଯୁକ୍ତି: ରାଜନାଥ

ନୂଆଦିଲ୍ଲୀ,୧୪ ।୬: ଦେଶର ପ୍ରଥମ ଚିଫ ଅଫ ଡିଫେନ୍ସ ଷ୍ଟାଫ(ସିଡିଏସ) ଜେନେରାଲ ବିପିନ ରାୱତଙ୍କ ପରଲୋକ ପରେ ଏବେ ଏହି ପଦବି ଖାଲି ପଡିଛି ।...

ସାଂସ୍କୃତିକ କାର୍ଯ୍ୟକ୍ରମ ନେଇ ବିବାଦ, ମୁଖ୍ୟମନ୍ତ୍ରୀଙ୍କ କ୍ଷମା ପ୍ରାର୍ଥନା ପାଇଁ କଂଗ୍ରେସର ଦାବି…

ଥିରୁଭାନନ୍ତପୁରମ୍‌,୧୦।୧ : କେରଳରେ ଏକ ସରକାରୀ ବିଦ୍ୟାଳୟରେ ଯୁବ ମହୋତ୍ସବର ଉଦଘାଟନ ଉତ୍ସବ ସମୟରେ ଆୟୋଜିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମକୁ ନେଇ ରାଜନୀତି ଆରମ୍ଭ ହୋଇଛି।...

Advertisement
Archives

Model This Week