ପ୍ରତିରକ୍ଷା ଏବଂ ଶିଳ୍ପ କ୍ଷେତ୍ରରେ ନୂଆ ମାଇଲଖୁଣ୍ଡ ସ୍ଥାପନ କରିବ କି ମୋଦିଙ୍କ ଆମେରିକା ଗସ୍ତ

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୨୨।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଆମେରିକା ଗସ୍ତରେ ଅଛନ୍ତି। ତେବେ ମୋଦିଙ୍କ ଗସ୍ତକୁ ଭାରତ ପାଇଁ ଐତିହାସିକ ମୁହୂର୍ତ୍ତ ବୋଲି କୁହାଯାଉଛି। ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଏକ ନୂଆ ଦିଗ ଦେଖାଇବ ବୋଲି ଆଲୋଚନା କରାଯାଉଛି। କୂଟନୈତିକ ଦୃଷ୍ଟିକୋଣରୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଆମେରିକାରେ ଏନେଇ ଉତ୍ସାହ ଦେଖିବାକୁ ମିଳିଛି। ମୋଦିଙ୍କ ଏହି ତିନି ଦିନିଆ ଗସ୍ତ ପ୍ରତିରକ୍ଷା ଏବଂ ଶିଳ୍ପ ସହଯୋଗ ଦିଗରେ ଏକ ନୂଆ ମାଇଲଖୁଣ୍ଟ ହୋଇପାରେ ବୋଲି କୁହାଯାଉଛି।

ଗସ୍ତର ବିଶେଷ ମହତ୍ତ୍ୱ ରହିଛି। କାରଣ ଏହା ସମଗ୍ର ବିଶ୍ୱ ପାଇଁ ବିଶେଷ କରି ଆମ ପଡୋଶୀ ଦେଶ ଚାଇନାକୁ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଉଛି। ଗତ କିଛି ବର୍ଷ ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଚାଇନାର ପ୍ରାଧାନ୍ୟ ବୃଦ୍ଧି ପାଇଛି। ଏଥିସହ କ୍ରମାଗତ ଭାବରେ ଭାରତ-ପ୍ରଶାନ୍ତ ମହାସାଗରରେ ନିଜର ଗତିବିଧି ବଢାଇବାରେ ଲାଗିଛି। ସେହିପରି ଚାଇନା ସହ ଭାରତର ସୀମା ବିବାଦ ବହୁ ଦିନ ଧରି ଚାଲୁ ରହିଛି।

ଅନ୍ୟପକ୍ଷରେ ଆମେରିକା ଜାଣିଛି ଚାଇନା ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ହେଲେ ଭାରତର ସପକ୍ଷତା ନିହାତି ଆବଶ୍ୟକ। ଏଭଳି ପରିସ୍ଥିତିରେ ଚୀନର ଏକଛତ୍ରବାଦୀକୁୁ ରୋକିବା ପାଇଁ ଏହି ଗସ୍ତକୁ ସ୍ବତନ୍ତ୍ର ବିବେଚନା କରାଯାଉଛି। ସେହିପରି କଞ୍ଚାମାଲ ଏବଂ ଅନ୍ୟାନ୍ୟ ମାନବ ଶକ୍ତି ପାଇଁ ଚାଇନା ଉପରେ ନିର୍ଭର କରିବାକୁ ପଡିବ ନାହିଁ।

ଆତଙ୍କବାଦୀ ନିପାତ, ଦରବୃଦ୍ଧି, ରଣନୀତି ଏବଂ ବୁଝାମଣା କ୍ଷେତ୍ରରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ପ୍ରତିରକ୍ଷା ଏବଂ ଶିଳ୍ପ କ୍ଷେତ୍ରରେ ପାରସ୍ପରିକ ସମନ୍ବୟକୁ ମଜବୁତ କରିବାରେ ସଫଳ ଭୂବିକା ନିର୍ବାହ କରିବ। ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ସହ ସୁସମ୍ପର୍କ ରହିବା ଦ୍ୱାରା ଭାରତ ପାଇଁ କୂଟନୈତିକ କ୍ଷେତ୍ରରେ ଫଳପ୍ରଦ ସାବ୍ୟସ୍ତ ହେବ।

ତେବେ କୁହାଯାଉଛି କି,ଯଦି ଉଭୟ ଦେଶ ପ୍ରତିରକ୍ଷା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିରେ ପହଞ୍ଚନ୍ତି ତେବେ ଏହା ଏକ ବଡ ପରିବର୍ତ୍ତନର ଆରମ୍ଭ ହେବ। ବିଶେଷକରି ଯୁଦ୍ଧ ବିମାନ ପାଇଁ ଜିଇ ୪୧୪ଜେଟ ଇଞ୍ଜିନ ଉତ୍ପାଦନରେ ଭାରତ ଆତ୍ମର୍ନିଭରଶୀଳତା ଆଡକୁ ଗତି କରିବ। ରଣନୀତି ପାଇଁ ବୈଷେୟିକ ସହଭାଗୀତାକୁ ଏବଂ ଶକ୍ତି କ୍ଷେତ୍ରରେ ଚୁକ୍ତି ହେଲେ ପରିବେଶ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇବ।

ବିଶେଷ କଥା ହେଉଛି ଆମେରିକାରେ ପାଞ୍ଚ ଲକ୍ଷରୁ ଅଧିକ ଭାରତୀୟ ବାସ କରନ୍ତି। ଯାହା ଦ୍ୱିତୀୟ ବୃହତ୍ତମ ପ୍ରବାସୀ ଦେଶ ଅଟେ। ମୋଦି ଆମେରିକା ଗସ୍ତ ସମୟରେ ସେଠାରେ ଥିବା ଭାରତୀୟ ସମ୍ପ୍ରଦାୟଙ୍କ ସହ ସାକ୍ଷାତ କରନ୍ତି। ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିବା ସମୟରେ ସେ ଦେଇଥିବା ଭାରତର ଏକତାର ବାର୍ତ୍ତା ଏକ ମନୋବଳ ବୃଦ୍ଧି କରିଥାଏ। ଯେତେବେଳେ ଆମେରିକୀୟମାନେ ମୋଦିଙ୍କ ପାଇଁ ଭାରତୀୟ ପ୍ରବାସୀମାନଙ୍କ ସହିତ ଠିଆ ହୁଅନ୍ତି, ସେତେବେଳେ ତାଙ୍କର ବାର୍ତ୍ତା ସୂଦୁର ବ୍ୟାପିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?