ନୂଆଦିଲ୍ଲୀ,୧୭।୯: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ଏହି ଅବସରରେ ତାଙ୍କ ଜୀବନ ଓ ବ୍ୟକ୍ତିଗତ ସମ୍ପତ୍ତିକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (PMO)ରେ ପ୍ରକାଶିତ ସଦ୍ୟତମ ସମ୍ପତ୍ତି ଘୋଷଣା ଅନୁସାରେ, ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ନରେନ୍ଦ୍ର ମୋଦିଙ୍କ ଘୋଷିତ ମୋଟ ସମ୍ପତ୍ତିର ମୂଲ୍ୟ ୪,୦୧,୬୦,୯୯୯ ଟଙ୍କା, ଅର୍ଥାତ୍ ପ୍ରାୟ ୪.୦୨ କୋଟି ଟଙ୍କା। PMOର ଅଧିକାରିକ ୱେବସାଇଟରେ ୨୦୨୫-୨୬ ବର୍ଷ ପାଇଁ ଏହି ଘୋଷଣା ପ୍ରକାଶ ପାଇଛି।
ଘୋଷଣାପତ୍ର ଅନୁସାରେ, ମୋଦିଙ୍କ ଚଳ ସମ୍ପତ୍ତିରେ ଏସ୍ବିଆଇ ଗାନ୍ଧୀନଗର NSC ଶାଖାରେ ୩,୫୬୨ ଟଙ୍କା ବ୍ୟାଙ୍କ ବାଲାନ୍ସ ରହିଛି। ଏହାଛଡ଼ା ବ୍ୟାଙ୍କ FDR/MODରେ ୩,୭୯,୭୬,୧୦୧ ଟଙ୍କା ଜମା ଥିବା ଦର୍ଶାଯାଇଛି।
ହାତରେ ନଗଦ: ୩୪,୪୨୯ ଟଙ୍କା
National Savings Certificates (NSC): ୧୦,୨୪,୭୨୪ ଟଙ୍କା
ସୁନାର ଅଳଙ୍କାର: ୪ଟି ସୁନା ମୁଦି, ମୋଟ ଓଜନ ପ୍ରାୟ ୪୫ ଗ୍ରାମ, ଆନୁମାନିକ ମୂଲ୍ୟ ୪,୫୮,୮୬୪ ଟଙ୍କା
ଅନ୍ୟାନ୍ୟ ସମ୍ପତ୍ତି: ଦରମାରୁ TDS ୪,୧୪,୨୧୦ ଟଙ୍କା ଏବଂ ବ୍ୟାଙ୍କ FDR ସୁଧ ୨,୪୯,୦୯୯ ଟଙ୍କା; ମୋଟ ୬,୬୩,୩୦୯ ଟଙ୍କା।
ଘୋଷଣାପତ୍ରରେ ଶେୟାର, ବଣ୍ଡ, ମ୍ୟୁଚୁଆଲ ଫଣ୍ଡ ଇତ୍ୟାଦିରେ ବିନିଯୋଗ ଏବଂ ମୋଟର ଯାନ/ବିମାନ/ଜାହାଜ ଆଦି ପାଇଁ Nil ଦର୍ଶାଯାଇଛି।
ମୋଦିଙ୍କ ନାମରେ ଘର, ଦୋକାନ କିମ୍ବା ଜମି ଅଛି କି?
ସଦ୍ୟତମ ଅଧିକାରିକ ଘୋଷଣାର ଅଚଳ ସମ୍ପତ୍ତି ବିବରଣୀରେ ନରେନ୍ଦ୍ର ମୋଦିଙ୍କ ନାମରେ କୌଣସି ଅଚଳ ସମ୍ପତ୍ତି ଦର୍ଶାଯାଇନାହିଁ।

