Posted inଜାତୀୟ

ଏଣିକି ଭାରତ-ସିଙ୍ଗାପୁର ମଧ୍ୟରେ ଡିଜିଟାଲ୍‌ ପେମେଣ୍ଟ ହେବ ସହଜ

ନୂଆଦିଲ୍ଲୀ,୨୧।୨: ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଲି ହସିନ ଲୋଙ୍ଗ ମଙ୍ଗଳବାର ଏକ ବଡ଼ ଚୁକ୍ତି ସ୍ବାକ୍ଷର କରିଛନ୍ତି। ଭାରତର ୟୁପିଆଇ ଅର୍ଥାତ୍‌ ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ ଏବଂ ସିଙ୍ଗାପୁରର ପେନାଓକୁ ସଂଯୋଗ କରି ଦୁଇ ଦେଶ ମଧ୍ୟରେ କ୍ରସ୍‌-ବର୍ଡର ପେମେଣ୍ଟ କନେକ୍ଟିଭିଟି ଆରମ୍ଭ କରାଯାଇଛି। ଉଭୟ ଦେଶର ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଏହାକୁ ଆରମ୍ଭ କରିଛନ୍ତି।
ଏହି ସୁବିଧା ଭାରତରୁ ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ଏବଂ ସିଙ୍ଗାପୁରର ମୁଦ୍ରା ପ୍ରାଧିକରଣର ପରିଚାଳନା ନିର୍ଦ୍ଦେଶକ ରବି ମେନନଙ୍କ ଦ୍ୱାରା ଆରମ୍ଭ କରାଯାଇଛି। ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ରିଅଲ ଟାଇମ ପେମେଣ୍ଟ ସିଷ୍ଟମ ଲିଙ୍କେଜ ଆରମ୍ଭ କରାଯାଇଛି । ଏହା ମାଧ୍ୟମରେ ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ସୀମା ସଂଯୋଗରେ ଅତି ସହଜରେ ଏବଂ ଶୀଘ୍ର ଟଙ୍କା ସ୍ଥାନାନ୍ତର କରାଯାଇପାରିବ।
ଏହଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଏହା ଉଭୟ ଦେଶ ପାଇଁ ଅତ୍ୟନ୍ତ ଅଭିନନ୍ଦନ। ମୁଁ ଭାରତ ଏବଂ ସିଙ୍ଗାପୁରର ଲୋକଙ୍କୁ ଅଭିନନ୍ଦନ ଜଣାଉଛି। ଏହି ଚୁକ୍ତି ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ମଜଭୁତ କରିବ। ସିଙ୍ଗାପୁରରେ ରହୁଥିବା ଭାରତୀୟମାନେ ୟୁପିଆଇ ମାଧ୍ୟମରେ ଭାରତକୁ ଟଙ୍କା ସ୍ଥାନାନ୍ତର କରିବାରେ ସହଜ ଅନୁଭବ କରିବେ। ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ଏହା ଏକ ଐତିହାସିକ ସଫଳତା। ଉଭୟ ଦେଶର ନାଗରିକମାନେ ମୋବାଇଲରେ ପରସ୍ପରର ଦେଶର ଲୋକଙ୍କୁ ଟଙ୍କା ପଠାଇବା ଏବଂ ଗ୍ରହଣ କରିବାରେ ସକ୍ଷମ ହେବେ। ବିଶେଷ କରି ଛାତ୍ର, ବୃତ୍ତିଗତ ଏବଂ ସାଧାରଣ ନାଗରିକମାନେ ଉପକୃତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଆହୁରି ୧୮ଟଙ୍କା ବଢିଯିବ LPG ସିଲିଣ୍ଡର! ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୬।୮: ଭାରତରେ ଆଗାମୀ ଦିନରେ ଘରୋଇ ଏଲପିଜି (LPG) ସିଲିଣ୍ଡର ପିଛା ଦାମ୍ ପ୍ରାୟ ୧୮ ଟଙ୍କା ବୃଦ୍ଧି ହୋଇପାରେ। ଏହାସହିତ ପେଟ୍ରୋଲ-ଡିଜେଲ ଏବଂ ସିଏନ୍‌ଜି (CNG)ର…

ପୁଣି ହଜାର ହଜାର ଟଙ୍କା ବଢିଲା ସୁନା ଦର: ରୁପା ମୂଲ୍ୟରେ ମଧ୍ୟ…

ନୂଆଦିଲ୍ଲୀ,୬।୮: ପୁଣି ବଢିଲା ସୁନା ଦର। ଗତକାଲି ତୁଳନାରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୨,୮୯୦ ବୃଦ୍ଧି ପାଇଛି। ରୁପା ମୂଲ୍ୟରେ ମଧ୍ୟ ଏକ…

Gen-Zଙ୍କ ପାଇଁ RSS ନେଲା ବଡ଼ ପଦକ୍ଷେପ: ଆଗକୁ…

ନୂଆଦିଲ୍ଲୀ,୫।୮: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS)ର ମୁଖ୍ୟ ମୋହନ ଭାଗବତ ସଂଗଠନର ଶତବାର୍ଷିକୀ ବର୍ଷ ପାଳନ ପାଇଁ ଆମେରିକା ଏବଂ କାନାଡା ଗସ୍ତ କରିବେ। ଅଗଷ୍ଟ ୨୯ରେ…

ଆନ୍ଦୋଳନ ପରେ ନୂଆ ରଣନୀତି, ଅଭିଜିତ ଦୀପକେଙ୍କ ଘରେ CJPର ମାରାଥନ ବୈଠକ: ହେବ ବଡ଼ ଘୋଷଣା

ନୂଆଦିଲ୍ଲୀ, ୬।୮: ଦେଶବ୍ୟାପୀ କଥିତ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌କୁ ବିରୋଧ କରି ଦିଲ୍ଲୀର ଜନ୍ତର-ମନ୍ତରରେ ହୋଇଥିବା ଆନ୍ଦୋଳନ ସମୟରେ ପ୍ରମୁଖ ସ୍ବର ଭାବେ ଉଭା ହୋଇଥିବା କକରୋଚ…

୧୧୦୫ ଦିନ ପରେ ପାକିସ୍ତାନର ବଡ଼ ବିଜୟ: ଶେଷରେ…

ନୂଆଦିଲ୍ଲୀ,୫।୮: ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ପାକିସ୍ତାନ ୱେଷ୍ଟଇଣ୍ଡିଜକୁ ୮ ଉଇକେଟ୍‌ରେ ପରାସ୍ତ କରିଛି। ଚତୁର୍ଥ ଇନିଂସ୍‌ରେ ମାତ୍ର ୭୪ ରନ୍‌ରେ ଲକ୍ଷ୍ୟ ପିଛା କରି ପାକିସ୍ତାନ ସହଜରେ…

ମଝି ଆକାଶରେ ଟ୍ରମ୍ପଙ୍କ ହେଲିକପ୍ଟର ନିକଟକୁ ହଠାତ୍‌ ଚାଲିଆସିଲା ଯାତ୍ରୀବାହୀ ବିମାନ, ଆଉ ତା’ପରେ…

ୱାଶିଂଟନ, ୬।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ସେତେବେଳେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ, ଯେତେବେଳେ ତାଙ୍କୁ ନେଇଯାଉଥିବା ସାମରିକ ହେଲିକପ୍ଟର ‘ମେରିନ ୱାନ’ କଥିତ ଭାବେ ୱାଶିଂଟନ…

ମହାକାଶରେ ହୋଇପାରେ ଜୋରଦାର ବିସ୍ଫୋରଣ! ଭାରତର ୨୦ରୁ ୨୨ ସାଟେଲାଇଟ୍‌ ଉପରେ…

ନୂଆଦିଲ୍ଲୀ,୬।୮: ଲୋକ ସଭାରେ ସରକାର ଜଣାଇଛନ୍ତି ଯେ ଭାରତର ଲୋ ଅର୍ଥ ଅରବିଟ୍ (LEO)ରେ କାର୍ଯ୍ୟରତ ୨୨ଟି ସକ୍ରିୟ ସାଟେଲାଇଟ୍ (ଉପଗ୍ରହ) ମଧ୍ୟରୁ ୨୦ଟି ଉପରେ ଧକ୍କା…

ବଡ଼ ଦୁର୍ଘଟଣା: ଭୁଶୁଡ଼ି ପଡ଼ିଲା ଶହେ ବର୍ଷ ପୁରୁଣା କୋଠା, ଗୋଟିଏ ପରିବାରର ୬ ମୃତ

ଲକ୍ଷ୍ନୌ,୬।୮: ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ଏକ ବଡ଼ ଦୁର୍ଘଟଣା ଘଟିଛି। ନଗର କୋତବାଲି ଅନ୍ତର୍ଗତ ମହୁଲି ନିକଟରେ ଏକ ଶହେ ବର୍ଷ ପୁରୁଣା ଜର୍ଜର ଘର ହଠାତ୍‌ ଭୁଶୁଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri