ଅବପାତ ମୁକାବିଲା ପାଇଁ ଜିଲା ପ୍ରଶାସନର ବ୍ୟାପକ ପଦକ୍ଷେପ, ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାରେ ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ସୁରକ୍ଷା ଓ ଜରୁରୀ ସେବା ସୁନିଶ୍ଚିତ କରିବା ନିମନ୍ତେ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଗ୍ରହଣ କରାଯାଇଛି।
ବୁଧବାର ପୂର୍ବାହ୍ନ ସୁଦ୍ଧା ଜିଲାର ବିଭିନ୍ନ ବ୍ଲକ୍ରୁ ୪୨୧ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରେ ୧୬୧ ଜଣ ପୁରୁଷ, ୨୦୩ ଜଣ ମହିଳା ଓ ୫୭ ଜଣ ଶିଶୁ ଅଛନ୍ତି। ପାତ୍ରପୁରରୁ ୧୭୨, ରଙ୍ଗେଇଲୁଣ୍ଡାରୁ ୮୬, ଧରାକୋଟରୁ ୬୦, ଆସିକାରୁ ୩୬, ଜଗନ୍ନାଥପ୍ରସାଦରୁ ୩୫, କବିସୂର୍ଯ୍ୟନଗରରୁ ୧୮, ଭଞ୍ଜନଗରରୁ ୧୦ ଓ ପୋଲସରାରୁ ୪ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି।

ଗର୍ଭବତୀ ମହିଳାଙ୍କ ସୁରକ୍ଷିତ ପ୍ରସବ ଓ ଆବଶ୍ୟକ ଚିକିତ୍ସା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ବିଭାଗୀୟ ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ୨୪୫ ଜଣ ଗର୍ଭବତୀ ମହିଳାଙ୍କୁ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିବା ବେଳେ ୨୧ ଜଣଙ୍କୁ ମା’ ଗୃହକୁ ପଠାଯାଇଛି। ସେମାନଙ୍କ ମଧ୍ୟରୁ ୧୦୪ ଜଣଙ୍କର ସଫଳ ପ୍ରସବ ହୋଇଛି ଏବଂ ସମସ୍ତ ୧୦୪ ଜଣ ଶିଶୁ ଜୀବନ୍ତ ଜନ୍ମଗ୍ରହଣ କରିଛନ୍ତି। ବର୍ତ୍ତମାନ ସୁଦ୍ଧା କୌଣସି ମୃତଜାତ ଶିଶୁ ଜନ୍ମର ଘଟଣା ରେକର୍ଡ ହୋଇନାହିଁ।
ମତ୍ସ୍ୟ ବିଭାଗର ସୂଚନା ଅନୁଯାୟୀ, ଛତ୍ରପୁର, ଗଞ୍ଜାମ, ରଙ୍ଗେଇଲୁଣ୍ଡା ଓ ଚିକିଟି ବ୍ଲକ ଅଧୀନ ବିଭିନ୍ନ ମତ୍ସ୍ୟ ଅବତରଣ କେନ୍ଦ୍ରରେ ୧,୫୯୧ଟି ଡଙ୍ଗା ସୁରକ୍ଷିତ ଭାବେ କୂଳରେ ରହିଛି। ସେଥିମଧ୍ୟରୁ ୧,୪୨୨ଟି ମୋଟରଚାଳିତ ଓ ୧୬୯ଟି ଅଣମୋଟରଚାଳିତ ଡଙ୍ଗା। ବର୍ତ୍ତମାନ ସମୁଦ୍ରରେ କୌଣସି ମତ୍ସ୍ୟଜୀବୀ ଡଙ୍ଗା ନଥିବା ବିଭାଗ ପକ୍ଷରୁ ଜଣାପଡ଼ିଛି।
ଗଭୀର ଅବପାତ ଯୋଗୁ ସୃଷ୍ଟ ପାଣିପାଗ ପରିସ୍ଥିତି ଓ ଜିଲାର ପ୍ରସ୍ତୁତି ଉପରେ ଜିଲାପାଳ ଭି. କୀର୍ତ୍ତି ଭାସନ ନିରନ୍ତର ନଜର ରଖିଛନ୍ତି। ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟରୁ ଆଭାସୀ ମାଧ୍ୟମରେ ଜିଲାର ବିଭିନ୍ନ ଅଞ୍ଚଳର ସ୍ଥିତି ଓ ପ୍ରସ୍ତୁତି ସମ୍ପର୍କରେ ସେ ଅଧିକାରୀମାନଙ୍କ ସହ ସମୀକ୍ଷା କରିଛନ୍ତି। ଏଥିସହ ସେ ଏମ୍‌କେସିଜି ମେଡିକାଲ କଲେଜ, ବାହାନା ନାଳା ସମେତ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳ ପରିଦର୍ଶନ କରି ସ୍ଥିତିର ପ୍ରତ୍ୟକ୍ଷ ଅନୁଧ୍ୟାନ କରିଛନ୍ତି। ପରିସ୍ଥିତି ଅନୁଯାୟୀ ଆବଶ୍ୟକ ପଦକ୍ଷେପ ତ୍ୱରିତ ଭାବେ ଗ୍ରହଣ କରିବାକୁ ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।
ବ୍ରହ୍ମପୁର ମହାନଗର ନିଗମ ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆବଶ୍ୟକତା ଅନୁଯାୟୀ ଚୁଡ଼ା ଓ ଗୁଡ଼ ମହଜୁଦ୍‌ ରଖାଯାଇଛି। ଆବଶ୍ୟକ ସ୍ଥଳେ ଏହା ଲୋକଙ୍କୁ ବଣ୍ଟନ କରାଯାଉଛି।
ସମ୍ଭାବ୍ୟ ପ୍ରତିକୂଳ ପାଣିପାଗଜନିତ ପରିସ୍ଥିତିରେ ଜନସାଧାରଣଙ୍କ ସୁରକ୍ଷା, ଜରୁରୀ ସେବା, ଚିକିତ୍ସା ସୁବିଧା ଓ ଆବଶ୍ୟକ ସାମଗ୍ରୀ ଯୋଗାଣ ସୁନିଶ୍ଚିତ କରିବା ଦିଗରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟବିତ୍ତଙ୍କୁ ବଡ଼ ଝଟ୍‌କା: ଅକ୍ଟୋବରରୁ ବଦଳିଯିବ ଏସବୁ ନିୟମ, ଏବେଠୁ ଜାଣି ରଖନ୍ତୁ ସବୁକିଛି

ନୂଆଦିଲ୍ଲୀ,୨୩।୯: ପ୍ରତି ମାସର ପହିଲା ତାରିଖରେ କିଛି ନା କିଛି ନିୟମରେ ପରିବର୍ତ୍ତନ ହୋଇଥାଏ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ମଧ୍ୟ ଉତ୍ସୁକତା ରହିଥାଏ ଯେ, ଆସନ୍ତା…

ଭାଙ୍ଗିଲା ପାଚେରି, ବିଦ୍ୟାଳୟ ଭିତରେ ପଶିଲା ଗାଁର ମଇଳା ପାଣି

ପାତ୍ରପୁର,୨୩ା୯(ଉମାଚରଣ ନେପାକ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗଞ୍ଜାମ ଜିଲା ପାତ୍ରପୁର ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ତୁହାକୁ ତୁହା ବର୍ଷା ସହ ପନ…

ମଘା ନକ୍ଷତ୍ରକୁ ଯିବେ ଗୁରୁ ବୃହସ୍ପତି: ଅକ୍ଟୋବରରୁ ଆରମ୍ଭ ହେବ ୪ ରାଶିଙ୍କ ଗୋଲଡେନ୍‌ ଟାଇମ୍‌, ଚାକିରି-ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ରରେ ଗୁରୁ ଗ୍ରହଙ୍କୁ ଜ୍ଞାନ, ଧନ, ଭାଗ୍ୟ, ବିସ୍ତାର, ସୁଖ ଓ ସମୃଦ୍ଧିର କାରକ ଭାବେ ବିବେଚନା କରାଯାଏ। ଶୁଭ ଗ୍ରହମାନଙ୍କ ମଧ୍ୟରେ ଗୁରୁଙ୍କୁ ବିଶେଷ…

ଅଶ୍ବିନଙ୍କ ବଡ଼ ଖୁଲାସା; CSK ହେଡ୍ କୋଚ୍ ହେବାକୁ ଏହି ଖେଳାଳିଙ୍କୁ ମିଳିଥିଲା ଅଫର, ହେଲେ…

ଚେନ୍ନାଇ,୨୩।୯: ଆଇପିଏଲ୍‌ ୨୦୨୭ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଜାହିର ଖାନ୍‌ଙ୍କୁ ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି। ସେ ଷ୍ଟିଫେନ୍ ଫ୍ଲେମିଂଙ୍କ ସ୍ଥାନ…

ମହିଳାଙ୍କ ସଲୱାର୍‌ ଖୋଲିବାକୁ ଚେଷ୍ଟା କରିବା ବଳାତ୍କାର ଉଦ୍ୟମ ନୁହେଁ? ପାଟନା ହାଇକୋର୍ଟଙ୍କ ରାୟରେ ସୁପ୍ରିମକୋର୍ଟ ଅସନ୍ତୁଷ୍ଟ; ପ୍ରଧାନ ବିଚାରପତି କହିଲେ…

ନୂଆଦିଲ୍ଲୀ,୨୩।୯: ପାଟନା ହାଇକୋର୍ଟଙ୍କ ଏକ ରାୟକୁ ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି। ଉକ୍ତ ରାୟରେ କୁହାଯାଇଥିଲା ଯେ ଜଣେ ମହିଳାଙ୍କ ‘ସଲୱାର’ ଖୋଲିବାକୁ ଚେଷ୍ଟା କରିବା…

UPI ଚାର୍ଜକୁ ନେଇ ବଡ଼ ଖୁଲାସା! କାର୍ଡ ପେମେଣ୍ଟଠାରୁ ୮୦% ଶସ୍ତା କାହିଁକି? ଜାଣନ୍ତୁ ପୂରା ହିସାବ

ନୂଆଦିଲ୍ଲୀ,୨୩।୯ : UPI ପେମେଣ୍ଟକୁ ନେଇ ଆସିଛି ନୂଆ ନିୟମ । ଅକ୍ଟୋବର ୧୫, ୨୦୨୬ରୁ ୨ ହଜାର ଟଙ୍କାରୁ ଅଧିକ କିଛି UPI ଟ୍ରାଞ୍ଜାକ୍ସନରେ ୦.୪…

ଅସ୍ବାସ୍ଥ୍ୟକର ହେବ ନାହିଁ ଟ୍ରେନ ଖାଦ୍ୟ; ମୂଷା କିମ୍ବା ଅସରପା ଦେଖାଗଲେ ସିଧାସଳଖ ସତର୍କ ସୂଚନା (alert) ପଠାଇବ AI କ୍ୟାମେରା

ସମସ୍ତିପୁର,୨୩।୯: ସମସ୍ତିପୁର ଦେଇ ଯାଉଥିବା ପ୍ରମୁଖ ଟ୍ରେନଗୁଡ଼ିକ (ଯେପରିକି ସ୍ବାଧୀନତା ସେନାନୀ ଏକ୍ସପ୍ରେସ, ବିହାର ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ, ବୈଶାଳୀ ଏକ୍ସପ୍ରେସ ଏବଂ ବାଗମତୀ ଏକ୍ସପ୍ରେସ)ର ପ୍ୟାଣ୍ଟ୍ରି…

ଡୋନାଲ୍ଡ ଟ୍ରମ୍ପଙ୍କ ପୁଅଙ୍କ ଖର୍ଚ୍ଚର ଯାଞ୍ଚ କରାଯିବ; ତଦନ୍ତ ପାଇଁ ଦାବି କରିଛନ୍ତି ରିପବ୍ଲିକାନ ସିନେଟର୍‌

ଓ୍ବାଶିଂଟନ,୨୩।୯: ୟୁଟାହ ରିପବ୍ଲିକାନ ସେନେଟର ଜନ କର୍ଟିସ ସିନେଟ ନ୍ୟାୟପାଳିକା କମିଟିକୁ ତଦନ୍ତ କରିବାକୁ ଆହ୍ବାନ କରିଛନ୍ତି ଯେ ଡୋନାଲ୍ଡ ଟ୍ରମ୍ପ ଜୁନିଅର ଆର୍ଥିକ ଲାଭ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?