Posted inଜାତୀୟ

ଦେଶରେ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି:ମୋଦି

ନୂଆଦିଲ୍ଲୀ,୨୨।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରାବାର ଦେଶକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଅକ୍ଟୋବର ୨୧ ରେ ଭାରତ ଏକ ଅସାଧାରଣ ଲକ୍ଷ୍ୟ ହାସଲ କରିଛି। ୧୦୦ କୋଟି ଟିକାକରଣର ମାତ୍ରା କେବଳ ଏକ ଆକଳନ ନୁହେଁ ବରଂ ଏକ ନୂତନ ଅଧ୍ୟାୟର ଆରମ୍ଭ। ଭାରତର ସମ୍ପୂର୍ଣ୍ଣ ଟିକାକରଣ କାର୍ଯ୍ୟକ୍ରମ ବିଜ୍ଞାନର ଗର୍ଭରେ ଜନ୍ମ ହୋଇଛି। ଏହା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ ଯେ ଭାରତର ସମଗ୍ର ଟିକାକରଣ କାର୍ଯ୍ୟକ୍ରମ ହେଉଛି ବିଜ୍ଞାନ ଜନ୍ମ, ବିଜ୍ଞାନ ଚାଳିତ ଏବଂ ବିଜ୍ଞାନ ଆଧାରିତ ବୋଲି ମୋଦି କହିଛନ୍ତି।
ଭାରତର ଅର୍ଥନୀତି ଉପରେ ଆତ୍ମବିଶ୍ୱାସ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶ ତଥା ବିଦେଶରୁ ବିଶେଷଜ୍ଞ ତଥା ବହୁ ଏଜେନ୍ସି ଭାରତର ଅର୍ଥନୀତି ଉପରେ ଅତ୍ୟନ୍ତ ସକରାତ୍ମକ ମତପୋଷଣ କରୁଛନ୍ତି। ଆଜି କେବଳ ଭାରତୀୟ କମ୍ପାନୀଗୁଡିକରେ ରେକର୍ଡ ବିନିଯୋଗ ଆସୁନାହିଁ, ଯୁବକମାନଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରାଯାଉଛି। ଷ୍ଟାର୍ଟ-ଅପରେ ରେକର୍ଡ ବିନିଯୋଗ ସହିତ, ରେକର୍ଡ ଷ୍ଟାର୍ଟ-ଅପ, ୟୁନିକର୍ନ ତିଆରି କରାଯାଉଛି। ଯେପରି ସ୍ବଚ୍ଛ ଭାରତ ଅଭିଯାନ ଏକ ଜନ ଆନ୍ଦୋଳନ ଏବଂ ଭାରତୀୟଙ୍କ ଦ୍ୱାରା ନିର୍ମିତ ଜିନିଷ କିଣିବା ପ୍ରତି ଜାଗରଣ ସୃଷ୍ଟି କରିବା ନାହାତି ଆବଶ୍ୟକ। ଭାରତୀୟ ଝାଳ ବୁହାଇ ନିର୍ମାଣ କରୁଥିବା ଜିନିଷ କିଣିବାକୁ ମୋଦି ଅପିଲ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲତାଙ୍କ ସ୍ୱାସ୍ଥ୍ୟରେ ସାମାନ୍ୟ ଉନ୍ନତି: ୨୯ ଦିନ ହେବ ଭର୍ତ୍ତି ଅଛନ୍ତି ଆଇସିୟୁରେ

ମୁମ୍ବାଇ,୬ ।୨: ଭାରତ ରନ୍ନ, ସୁର ସାମ୍ରାଜ୍ଞି ଲତା ମଙ୍ଗେସକରଙ୍କର ସ୍ୱାସ୍ଥ୍ୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଛି । ମୁମ୍ବାଇର ବ୍ରିଚ କାଣ୍ଡି ହସ୍ପିଟାଲରେ ସେ...

ବେଙ୍ଗବେଙ୍ଗୁଲୀ ବାହାଘର, ଖୁସିରେ ନାଚିଲେ ଗାଁ ଲୋକେ…

ଜୟପୁର,୧୮।୭: ବର୍ଷାର କାମନା କରି ରାଜସ୍ଥାନରେ ବେଙ୍ଗବେଙ୍ଗୁଲୀ ବାହାଘର ମହା ଆଡମ୍ବରରେ ଅନୁଷ୍ଠିତ ହୋଇଛି। ଇନ୍ଦ୍ର ଦେବତାଙ୍କୁ ସନ୍ତୁଷ୍ଟ କରିବା ଲାଗି ବାରାଂ ଜିଲାର ଅଟରୁ...

ଧରାପଡ଼ିବା ଭୟରେ ଗ୍ୟାସରେ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ପୋଡ଼ୁଥିଲେ ତହସିଲଦାର, କବାଟ ଭାଙ୍ଗି…

ସିରୋହି: ରାଜସ୍ଥାନର ସିରୋହିର ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଜଣେ ତହସିଲଦାର ତାଙ୍କ ଗ୍ୟାସ ଚୁଲାରେ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ନୋଟ୍‌ ପୋଡ଼ି...

ଅନ୍‌ଲାଇନ୍‌ରେ ଯୌନ ବେପାର

ବେଙ୍ଗାଲୁରୁ,୨୮ା୫: ମହାମାରୀ କରୋନା ଭୟରେ ଦେହଜୀବୀମାନେ ବାହାରକୁ ବାହାରୁ ନାହାନ୍ତି। ଫଳରେ ସେମାନଙ୍କ ବେପାର ଠପ୍‌ ହୋଇଯାଇଛି। ଲୋକମାନେ ମଧ୍ୟ କରୋନା ଭୟରେ ସେମାନଙ୍କ ସହ...

ଦତ୍ତାତ୍ରେୟ ନୂଆ ସରକାର୍ଯ୍ୟବାହ ନିର୍ବାଚିତ

ବେଙ୍ଗାଲୁରୁ,୨୦।୩: ଦୀର୍ଘ ୧୨ ବର୍ଷ ପରେ ଆର୍‌ଏସ୍‌ଏସ୍‌ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ଅଖିଳ ଭାରତୀୟ ପ୍ରତିନିଧି ସଭା ପକ୍ଷରୁ ଦତ୍ତାତ୍ରେୟ ହୋସାବୋଲେଙ୍କୁ ନୂଆ ସରକାର୍ଯ୍ୟବାହ...

ପରୀକ୍ଷା ଲାଗି ବିଶ୍ୱବିଦ୍ୟାଳୟକୁ ଅନୁମତି

ନୂଆଦିଲ୍ଲୀ,୭ା୭: ବିଶ୍ୱବିଦ୍ୟାଳୟ ଓ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକ ପରୀକ୍ଷା ପରିଚାଳନା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସୋମବାର ଅନୁମତି ପ୍ରଦାନ କରିଛି। ୟୁଜିସିର ପରୀକ୍ଷା ସମ୍ପର୍କିତ ଗାଇଡ୍‌ଲାଇନ ଏବଂ...

ପୁଣି ମମତାଙ୍କୁ ନୋଟିସ

କୋଲକାତା/ନୂଆଦିଲ୍ଲୀ,୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ନିର୍ବାଚନ ଆୟୋଗଙ୍କଠାରୁ ନୋଟିସ ପାଇଛନ୍ତି। ମମତା କେନ୍ଦ୍ରୀୟ ସୁରକ୍ଷା ବଳକୁ ‘ଭାଜପାର ସିଆରପିଏଫ୍‌’ ବୋଲି କହିଥିବାରୁ...

୯ ହଜାର ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୮।୧୨: ଦେଶରେ କରୋନା ମହାମାରୀର ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛିି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ...

Advertisement
Archives

Model This Week