Posted inଜାତୀୟ

ମୋଦିଙ୍କୁ ରାଖୀ ପଠାଇଲେ ପାକିସ୍ତାନ ଭଉଣୀ

ମୋଦିଙ୍କୁ ରାଖୀ ପଠାଇଲେ ପାକିସ୍ତାନ ଭଉଣୀ
ନୂଆଦିଲ୍ଲୀ,୭।୮: ଆଗକୁ ଆସୁଛି ରକ୍ଷାବନ୍ଧନ। ଭାଇ ହାତରେ ରାଖୀ ବାନ୍ଧିବାକୁ ଭଉଣୀମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାକିସ୍ତାନୀ ଭଉଣୀ କମାର ମୋହସିନ ଶେଖ ତାଙ୍କ ପାଇଁ ରାଖୀ ପଠାଇଛନ୍ତି। ଏହା ସହିତ ସେ ୨୦୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି।
ମୋଦିଙ୍କୁ ରାଖୀ ପଠାଇ ମୋହସିନ କହିଛନ୍ତି,ମୁଁ ଆନ୍ତରିକତାର ସହ ଆଶା କରୁଛି ଯେ ପ୍ରଧାନମନ୍ତ୍ରୀ ମୋତେ ଏଥର ଦିଲ୍ଲୀ ଡାକିବେ। ମୁଁ ସମସ୍ତ ପ୍ରସ୍ତୁତି ମଧ୍ୟ କରିସାରିଛି। ମୁଁ ନିଜେ ମୋଦିଙ୍କ ପାଇଁ ଏହି ରାଖୀ ତିଆରି କରିଛିଏବଂ ଏଥିରେ ଏମ୍ବ୍ରୋଡୋରୀ ଡିଜାଇନ କରିଛି।
ମୁଁ ତାଙ୍କର ଦୀର୍ଘ ଏବଂ ସୁସ୍ଥ ଜୀବନ କାମନା କରି ରାଖୀ ସହିତ ଏକ ଚିଠି ଲେଖିଛି। ସେ ଯେପରି ଭଲ କାମ କରୁଛନ୍ତି ସେପରି ଜାରି ରଖିବା ଉଚିତ୍‌। ଏହା ସହିତ ୨୦୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ ଏଥିରେ କୌଣସି ସନ୍ଦେହ ନାହିଁ। ସେ ମଧ୍ୟ ଏଥିପାଇଁ
ଯୋଗ୍ୟ, କାରଣ ତାଙ୍କର ସେହି ସବୁ ଦକ୍ଷତା ଅଛି ଏବଂ ମୁଁ ଚାହେଁ ଯେ ସେ ପ୍ରତ୍ୟେକ ଥର ପ୍ରଧାନମନ୍ତ୍ରୀ ହୁଅନ୍ତୁ। ୨୦-୨୫ ବର୍ଷ ହେବ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ରାଖୀ ପଠାନ୍ତି ମୋହସିନ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ଭେଟିଲେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ,୨୩ ।୬: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ ଗୁରୁବାର ଓଡିଶାର ରାଜଧାନୀ ଭୁବନେଶ୍ୱରରୁ ଯାଇ ଦିଲ୍ଲୀ ପହଞ୍ଚିଛନ୍ତି । ସେଠାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଭିକାରିଙ୍କୁ କର୍ମନିଯୁକ୍ତି ଦେବାକୁ ପ୍ରୟାସ କରୁଛି ଲକ୍ଷ୍ନୌ ମ୍ୟୁନିସିପାଲ କର୍ପୋରେଶନ

ଲକ୍ଷ୍ନୌ, ୭।୭: ଉତ୍ତରପ୍ରଦେଶ ଲକ୍ଷ୍ନୌର ମ୍ୟୁନିସିପାଲ କର୍ପୋରେଶନ ଏବେ ଭିକାରିମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଥଇଥାନ କରିବା ଓ କର୍ମନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଛି। ଲକ୍ଷ୍ନୌର...

‘୨ ଭାକ୍ସିନ୍‌ ୧୧୦% ନିରାପଦ’

ନୂଆଦିଲ୍ଲୀ, ୪।୧: କରୋନା ମହାମାରୀରୁ ବର୍ତ୍ତିବା ଲାଗି ଟିକାକୁ ସାରା ଦେଶ ଦୀର୍ଘଦିନ ହେଲା ପ୍ରତୀକ୍ଷା କରିଥିବାବେଳେ ଏବେ ତାହାର ଅନ୍ତ ହୋଇଛି। କରୋନା ଟିକା...

ପାରାଚ୍ୟୁଟ୍‌ରେ ଫେରିବେ ମହାକାଶଚାରୀ

ଲକ୍ଷ୍ନୌ,୨୧।୧୧: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଗଗନୟାନ ମିଶନକୁ ସଫଳ କରିବା ଦିଗରେ ଆଗେଇ ଚାଲିଛି। ୧୦,୦୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ସ୍ପେସ୍‌କ୍ରାଫ୍ଟ...

ପିଞ୍ଜରାରେ ବନ୍ଦ ଥିବା ୧୩ ଶୁଆଙ୍କୁ ଧରି କୋର୍ଟରେ ପହଞ୍ଚିଲା ପୋଲିସ

ନୂଆଦିଲ୍ଲୀ,୧୭।୧୦: ନୂଆଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ବୁଧୁବାର ଏକ ଅଜବ ଘଟଣା ଦେଖିବାକୁ ମିଳିଥିଲା। ପିଞ୍ଜରାରେ ବନ୍ଦ ଥିବା ୧୩ ଶୁଆଙ୍କୁ ଧରି କୋର୍ଟରେ ପହଞ୍ଚିଥିଲା...

‘ଅପରେଶନ୍‌ ଦୋସ୍ତ’କୁ ପ୍ରଶଂସା କଲେ ମୋଦି

ଦୂଆଦିଲ୍ଲୀ, ୨୦।୨: ଭୂକମ୍ପରେ ପ୍ରଭାବିତ ତୁର୍କୀରେ ଦୁଇ ସପ୍ତାହ ଧରି ମେଡିକାଲ ରିଲିଫ୍‌ ଅପରେଶନ୍‌ ସାରି ଆର୍ମିର ମେଡିକାଲ ଟିମ୍‌ ସୋମବାର ଭାରତ ଫେରିଛନ୍ତି। ବହିର୍ବ୍ୟାପାର...

୧୩ ବର୍ଷ ପରେ ଖୋଲିଲା ସ୍କୁଲ: ମାଓବାଦୀଙ୍କ ଦ୍ୱାରା ହୋଇଥିଲା ଛାରଖାର

ସୁକମା,୨୯।୬: ଛତିଶଗଡ଼ର ମାଓବାଦୀ ପ୍ରଭାବିତ ସୁକମାର ଜଗରଗୁଣ୍ଡା ଅଞ୍ଚଳରେ ଥିବା ଏକ ସ୍କୁଲ ମାଓବାଦୀ ଆକ୍ରମଣରେ ନଷ୍ଟ ହୋଇ ଯାଇଥିଲା। ଦୀର୍ଘ ୧୩ ବର୍ଷ ପରେ...

ଯୋଗ୍ୟ ଆକାଉଣ୍ଟକୁ ଋଣ ପୁନର୍ଗଠନ ସୁବିଧା

ନୂଆଦିଲ୍ଲୀ,୪ା୯:ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଗୁରୁବାର ବ୍ୟାଙ୍କ ସିଇଓଙ୍କ ସହ ଆଲୋଚନା କରିଛନ୍ତି। କୋଭିଡ୍‌-୧୯ ପ୍ରଭାବିତ ଦେଶର ଅର୍ଥ ବ୍ୟବସ୍ଥା ଲାଗି ଘୋଷଣା ହୋଇଥିବା ଋଣ ଯୋଜନା...

Advertisement
Archives

Model This Week