Posted inଜାତୀୟ

ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ: ଶାହାଙ୍କୁ ସ୍ବରାଷ୍ଟ୍ର, ରାଜନାଥଙ୍କୁ ପ୍ରତିରକ୍ଷା, ଜାଣନ୍ତୁ କେଉଁ ମନ୍ତ୍ରୀଙ୍କୁ ମିଳିଲା କେଉଁ ବିଭାଗ

ନୂଆଦିଲ୍ଲୀ,୧୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳିର ପ୍ରଥମ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ପ୍ରଧାନମନ୍ତ୍ରୀ ମନ୍ତ୍ରୀ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀଙ୍କୁ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ମିଳିଥିବା ବେଳେ ଅଜୟ ତାମତା ଓ ହର୍ଷ ମାଲହୋତ୍ରା ପରିବହନ ବିଭାଗ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ମିଳିଛି। ସେହିପରି ରାଜନାଥ ସିଂଙ୍କୁ ପ୍ରତିରକ୍ଷା, ଅମିତ ଶାହାଙ୍କୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ, ଶିବରାଜ ସିଂ ଚୌହାନଙ୍କୁ କୃଷି, ଗ୍ରାମ୍ୟ ଉନ୍ନୟନ, ନିର୍ମଳା ସୀତାରମଣଙ୍କୁ ଅର୍ଥ, ଏସ୍‌. ଜୟଶଙ୍କରଙ୍କୁ ବୈଦେଶିକ ବ୍ୟାପାର, ମନୋହର ଲାଲ ଖଟ୍ଟରଙ୍କୁ ଶକ୍ତି, ସହରାଞ୍ଚଳ ବିକାଶ ଓ ଗୃହ ନିର୍ମାଣ ଏବଂ ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ, ସୂଚନା ଓ ପ୍ରସାରଣ, ଚିରାଗ ପାଶଓ୍ବାନଙ୍କୁ ଖାଦ୍ୟ ପ୍ରକ୍ରିୟା କରଣ ଶିଳ୍ପ ମନ୍ତ୍ରଣାଳୟ ମିଳିଛି।

ଏଚଡି କୁମାରସ୍ବାମୀଙ୍କୁ ଇସ୍ପାତ ଓ ଭାରୀ ଶିଳ୍ପ ମନ୍ତ୍ରଣାଳୟ, ପୀୟୂଷ ଗୋୟଲଙ୍କୁ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ, ଜିତନ ରାମ ମାନ୍‌ଝୀଙ୍କୁ ଏମଏସଏମଇ, ସର୍ବାନନ୍ଦ ସୋନେୱାଲଙ୍କୁ ବନ୍ଦର ଓ ଜାହାଜ ଚଳାଚଳ ମନ୍ତ୍ରଣାଳୟ, ବୀରେନ୍ଦ୍ର କୁମାରଙ୍କୁ ସମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ, ରାମ ମୋହନ ନାଇଡୁ କିଞ୍ଜରାପ୍ପୁଙ୍କୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ଗିରିରାଜ ସିଂଙ୍କୁ ବୟନଶିଳ୍ପ ମନ୍ତ୍ରଣାଳୟ, ଜ୍ୟୋତିରାଦିତ୍ୟ ସିନ୍ଦିଆଙ୍କୁ ଟେଲିକମ ଓ ଉତ୍ତର ପୂବଆ ରାଜ୍ୟ ବିକାଶ ମନ୍ତ୍ରଣାଳୟ ମିଳିଛି।

ଭୂପେନ୍ଦ୍ର ଯାଦବଙ୍କୁ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ, ଗଜେନ୍ଦ୍ର ସିଂହ ଶିଖାୱତଙ୍କୁ ପର୍ଯ୍ୟଟନ ଓ ସଂସ୍କୃତି, ଅନପୂର୍ଣ୍ଣା ଦେବୀଙ୍କୁ ମହିଳା ଓ ଶିଶୁ ବିକାଶ, କିରଣ ରିଜିଜୁଙ୍କୁ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ, ହରଦୀପ ସିଂ ପୁରୀଙ୍କୁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ, ମନସୁଖ ମାଣ୍ଡଭ୍ୟଙ୍କୁ ଶ୍ରମ ସହ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ, ଜି କିଶନ ରେଡ୍ଡୀଙ୍କୁ କୋଇଲା ଓ ଖଣି ମନ୍ତ୍ରଣାଳୟ, ସିଆର ପାଟିଲଙ୍କୁ ଜଳ ଶକ୍ତି ମନ୍ତ୍ରଣାଳୟ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ତୈଳ ଚାହିଦା ଆଗାମୀ ଦଶନ୍ଧିରେ ୪ ପ୍ରତିଶତ ବୃଦ୍ଧି ପାଇବ

ନୂଆଦିଲ୍ଲୀ, ୨୨।୫: ଏସଆଣ୍ଡପି ଗ୍ଲୋବାଲ କମୋଡିଟି ଇନସାଇଟ୍ସ ରିପୋର୍ଟ ଅନୁଯାୟୀ, ଆଗାମୀ ଦଶ ବର୍ଷ ମଧ୍ୟରେ ଭାରତର ତୈଳ ଚାହିଦା ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇବ,...

‘ଫାଙ୍କା ଭାଷଣ ଦେବା ବନ୍ଦ କର…’, ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ, ପଚାରିଲେ ତିନୋଟି ପ୍ରଶ୍ନ

ନୂଆଦିଲ୍ଲୀ,୨୨।୫: କଂଗ୍ରେସ ନେତା ତଥା ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୀବ୍ର ଆକ୍ରମଣ କରି ତାଙ୍କୁ “ଫାଙ୍କା ଭାଷଣ”...

ଚାର୍ଜସିଟ ଦାଖଲ କଲା CBI, ସେପଟେ ମେଡିକାଲରେ ଭର୍ତ୍ତି ହେଲେ ସତ୍ୟପାଲ ମଲ୍ଲିକ

ନୂଆଦିଲ୍ଲୀ, ୨୨।୫: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଜାମ୍ମୁ ଓ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ଏବଂ ଅନ୍ୟ ପାଞ୍ଚ ଜଣଙ୍କ ବିରୋଧରେ କିରୁ...

ଜମ୍ମୁ-କଶ୍ମୀର ପୂର୍ବତନ ରାଜ୍ୟପାଳଙ୍କ ନାଁରେ ଚାର୍ଜସିଟ ଦାଖଲ କଲା ସିବିଆଇ

ଜମ୍ମୁ-କଶ୍ମୀର,(୨୨।୫): କିରୁ ହାଇଡ୍ରୋ ପ୍ରୋଜେକ୍ଟ ଦୁର୍ନୀତି ମାମଲାରେ ଜମ୍ମୁ-କଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ନାଁରେ ଗୁରୁବାର ସିବିଆଇ ଚାର୍ଜସିଟ ଦାଖଲ କରିଛି। ଏପରିକି ସିବିଆଇ...

୧୧୫୦୦୦ କୋଟି ଟଙ୍କାର ୨୪ ଶିଳ୍ପ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ୩୬୦୦୦ ନିଯୁକ୍ତି ସୁଯୋଗ…

ଭୁବନେଶ୍ୱର, ୨୨।୫: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଯାଜପୁରର କଳିଙ୍ଗନଗର ଠାରେ ୧,୧୫,୦୦୦ କୋଟି ଟଙ୍କାର ମୋଟ ୨୪ଟି ଶିଳ୍ପ ପ୍ରକଳ୍ପର ଉଦ୍‌ଘାଟନ ଏବଂ...

କୋର୍ଟରେ ମିଳିଲା ସାଂଘାତିକ ପ୍ରମାଣ! ପ୍ରିୟଙ୍କାଙ୍କ ସହ ଜ୍ୟୋତି ପୁରୀରେ…

ପୁରୀ,୨୨।୫: ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ସହ ଓଡ଼ିଆ ୟୁଟ୍ୟୁବର ପ୍ରିୟଙ୍କା ସେନାପତିଙ୍କୁ ପୁରୀ ପୋଲିସ ଜେରା କରିଛି। ଜେରା ସମୟରେ ପ୍ରିୟଙ୍କା କହିଛନ୍ତି ଯେ ଜ୍ୟୋତି...

ସୀମା ଟପିଛି ED: ତାମିଲନାଡୁ ମଦ ଦୁର୍ନୀତି ତଦନ୍ତକୁ ଅଟକାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨୨।୫: ସୁପ୍ରିମକୋର୍ଟ ତାମିଲନାଡୁର ରାଜ୍ୟ ପରିଚାଳିତ ମଦ ସଂସ୍ଥା ତାମିଲନାଡୁ ଷ୍ଟେଟ ମାର୍କେଟିଂ କର୍ପୋରେସନ (ଟାସମାକ) ସହ ଜଡ଼ିତ ଅଭିଯୁକ୍ତ ମଦ ଦୁର୍ନୀତି ମାମଲାରେ...

ସ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ: ସ୍ବାମୀଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୨।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମର ରିତୁ ବେହେରାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଥାନାରେ ଅଟକ ଥିବା ରିତୁଙ୍କ ସ୍ବାମୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri