Posted inଜାତୀୟ

ମୋଦି-ଧନକଡଙ୍କୁ ୩୦ମିନିଟ୍‌ ଅପେକ୍ଷା କରାଇଲେ ମୁଖ୍ୟମନ୍ତ୍ରୀ

କୋଲକାତା,୨୮।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି। ଏହି ଗସ୍ତ ସମୟରେ ମୋଦି ବାତ୍ୟା ୟାସ୍‌ ଯୋଗୁ ପ୍ରଭାବିତ ହୋଇଥିବା ଅଞ୍ଚଳଗୁଡ଼ିକର ଏରିଏଲ୍‌ ସର୍ଭେ କରିଥିଲେ। ଏହାପରେ ଲାଇକୁଣ୍ଡା ଏୟାର ବେସ୍‌ରେ ବାତ୍ୟା ସମୀକ୍ଷା ବୈଠକ ହୋଇଥିଲା। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଓ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକଡ ଓ ଅନ୍ୟାନ୍ୟ ଅଧିକାରୀ ଯୋଗଦେଇଥିଲେ। ହେଲେ ପ୍ରଧାନମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ପ୍ରାୟ ୩୦ ମିନିଟ୍‌ ଅପେକ୍ଷା କରିବାକୁ ପଡ଼ିଥିଲା। କାରଣ ଉକ୍ତ ବୈଠକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ମୁଖ୍ୟ ଶାସନ ସଚିବ ପ୍ରାୟ ୩୦ ମିନିଟ୍‌ ବିଳମ୍ବରେ ପହଞ୍ଚିଥିଲେ। ବୈଠକରେ ପହଞ୍ଚିବା ମାତ୍ରେ ମମତା ବାନାର୍ଜୀ ବାତ୍ୟା ସହ ଜଡିତ ସମସ୍ତ କାଗଜପତ୍ର ପ୍ରଦାନ କରିବା ସହ ଅନ୍ୟ ବୈଠକ ଆଳରେ ସଭା ଛାଡ଼ି ପଳାଇଥିଲେ। ଏହି ଘଟଣାକୁ ନେଇ ରାଜ୍ୟପାଳ ଟୁଇଟ କରି ମମତାଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ବିରୋଧୀ ମନୋଭାବ ରାଜ୍ୟ ଓ ଗଣତନ୍ତ୍ର ପାଇଁ ବଡ଼ ବିପଦ। ମୁଖ୍ୟମନ୍ତ୍ରୀଙ୍କ ଏଭଳି ଆଚରଣ ସାମ୍ବିଧାନିକତା ଏବଂ ଆଇନ ବିରୋଧରେ। କୁହାଯାଉଛି, ପଶ୍ଚିମବଙ୍ଗରେ ହୋଇଥିବା ସମୀକ୍ଷା ବୈଠକରେ ଭାଜପା ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ମିଳିଥିବା ଆମନ୍ତ୍ରଣ ଯୋଗୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଖପ୍ପା ହୋଇଯାଇଥିଲେ। ଏଥିପାଇଁ ସେ ପୂର୍ବରୁ ଏହି ବୈଠକରେ ସାମିଲ ହେବାକୁ ମନା କରିଦେଇଥିଲେ ବୋଲି ଚର୍ଚ୍ଚା ହେଉଛି। ଅପରପକ୍ଷେ ପ୍ରଧାନମନ୍ତ୍ରୀ ମୋଦି ବାତ୍ୟା ୟାସ୍‌ ଯୋଗୁ ହୋଇଥିବା କ୍ଷୟକ୍ଷତି ପାଇଁ ଏକ ପ୍ୟାକେଜ ଘୋଷଣା କରିଛନ୍ତି। ମୋଦି ମୋଟ ୧ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ସେଥିରୁ ଓଡ଼ିଶା ପାଇଁ ୫ଶହ କୋଟି ଟଙ୍କା ଘୋଷଣା କରାଯାଇଥିବା ବେଳେ ବାକି ୫୦୦କୋଟି ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ପାଇଁ ଘୋଷଣା କରାଯାଇଛି। ଏଥିସହ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଓ ଗୁରୁତରଙ୍କ ୫୦ହଜାର ଟଙ୍କା ଦିଆଯିବ।

 


Enter your email to get our daily news in your inbox.

All Right Reserved By Dharitri.Com

ସ୍କ୍ରବ୍‌ ଟାଇଫସ୍‌କୁ ନେଇ ଏମିତି କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯/୯: ରାଜ୍ୟର କେତେକ ଅଞ୍ଚଳରେ ସ୍କ୍ରବ୍‌ ଟାଇଫସ୍‌କୁ ନେଇ ଚିନ୍ତା ପ୍ରକାଶ ପାଉଥିବା ବେଳେ ଲୋକଙ୍କୁ ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡା.…

ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ହାର, ତିଆରି କରିବାକୁ ଲାଗିଥିଲା ୩ ବର୍ଷ, ଗଢ଼ିଛନ୍ତି ୧୪ କାରିଗର, ଦାମ୍‌ ଜାଣିଲେ…

ମୁମ୍ବାଇ,୧୯ା୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମାଲିକ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ୬୦ ବର୍ଷ ବୟସରେ ନୀତା ଅମ୍ବାନୀ ତାଙ୍କର ପ୍ରତ୍ୟେକ…

ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆ ମୃତ, ଦୁଃଖ ପ୍ରକାଶ କରି ନବୀନ କହିଲେ…

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆଙ୍କ ମୃତ୍ୟୁ ଘଟିଥିବା ନେଇ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ନବୀନ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ…

ଭାରତୀୟ କ୍ରିକେଟ ଦଳକୁ ନେଇ ହଟଚମଟ; Asian Gamesକୁ ନେଇ ଉଠିଲା ନୂଆ ବିବାଦ

ନୂଆଦିଲ୍ଲୀ,୧୯।୯: ୨୦୨୬ ଏସୀୟ କ୍ରୀଡ଼ା ପାଇଁ ଭାରତୀୟ ପୁରୁଷ କ୍ରିକେଟ ଦଳ ରବିବାର ଜାପାନ ଗସ୍ତ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଏହି ଯାତ୍ରା ପୂର୍ବରୁ ଏକ…

୨୦୦୦ରୁ ଅଧିକ UPI ପେମେଣ୍ଟ ବନ୍ଦ? ପେଟ୍ରୋଲ ପମ୍ପ ଆଗରେ ଝୁଲିଲା ନୋଟିସ, ବଢ଼ିଲା ହଟଚମଟ!

ନୂଆଦିଲ୍ଲୀ,୧୯।୯: ଯଦି ଆପଣଙ୍କ ପକେଟରେ ମଧ୍ୟ କ୍ୟାସ (ନଗଦ ଟଙ୍କା) ରହୁନାହିଁ ଏବଂ ଆପଣ ୫ ଟଙ୍କାର ଚା’ଠାରୁ ଆରମ୍ଭ କରି ୫୦୦୦ ଟଙ୍କାର ସପିଂ କିମ୍ୱା…

‘ସଚେତନତା ବଢ଼ିଲେ ରୋକି ହେବ ଏଡ୍‌ସ ମହାମାରୀ’

ଭଞ୍ଜନଗର,୧୯ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶନିବାର ଏଡ୍‌ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌)…

ବିରାଟ କୋହଲିଙ୍କ କ୍ରେଜ ଦେଖିଛନ୍ତି? ମାତ୍ର ୨୪ ଘଣ୍ଟା ମଧ୍ୟରେ ବିକ୍ରି ହୋଇଯାଇଥିଲା ପ୍ରଥମ ଦିନିକିଆ ମ୍ୟାଚ ପାଇଁ ୫୦,୦୦୦ ଟିକେଟ

ନୂଆଦିଲ୍ଲୀ,୧୯।୯: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ ତିନୋଟି ODI (ଏକଦିବସୀୟ) ଏବଂ ପାଞ୍ଚୋଟି T20I ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ଭାରତ ଗସ୍ତ କରୁଛି। ଏହି ଗସ୍ତ ସେପ୍ଟେମ୍ବର…

ବଡ଼ ଦୁର୍ଘଟଣା: ବାଗଳାମୁଖୀରୁ ଫେରୁଥିବା ବେଳେ ନାଳରେ ଭାସିଯାଇ ୭ ଓଡ଼ିଆ ଶ୍ରଦ୍ଧାଳୁଙ୍କ ସମେତ ୮ମୃତ

ଇନ୍ଦୋର,୧୯।୯: ମଧ୍ୟପ୍ରଦେଶର ନାଲଖେଡା ସ୍ଥିତ ମା’ ବଗଳାମୁଖୀ ମନ୍ଦିର ନିକଟରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ କାରକୁ ଏକ ନାଳ ଭସାଇ ନେଇଥିଲା। ଏହି ଘଟଣାରେ କାରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?