ମୋଦିଙ୍କ ‘କ୍ରିକେଟ କୁଟନୀତି’କୁ ନେଇ କଂଗ୍ରେସର ଟାର୍ଗେଟ

ନୂଆଦିଲ୍ଲୀ,୯ ।୩: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଗୁରୁବାର ବର୍ଡର-ଗାଭାସ୍କର ସିରିଜର ଚତୁର୍ଥ ଟେଷ୍ଟ ମ୍ୟାଚ ଖେଳ ଆରମ୍ଭ ଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏନ୍ଥନି ଅଲବାନିଜ ଟେଷ୍ଟ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଷ୍ଟାଡିୟମରେ ପହଞ୍ଚି ଏହି ଆୟୋଜନରେ ରାଜନୈତିକ ଛୁଙ୍କ ଦେଇଛନ୍ତି ।

ଉଭୟ ନେତା ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଏକ ବିଶେଷ ଗୋଲ୍ଫ କାରରେ ଷ୍ଟାଡିୟମରେ ଚକ୍କର ଲଗାଇଛନ୍ତି । ଏବେ ଏହାକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇ ଯାଇଛି । ଭାରତୀୟ ଜନତା ପାର୍ଟି(ଭାଜପା) ଏହା ସରକାରଙ୍କ କ୍ରିକେଟ କୂଟନୀତି କହୁଥିବା ବେଳେ ବିରୋଧୀ ଏହାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।
କଂଗ୍ରେସ ନେତା ଜୟରାମ ରମେଶ ଟୁଇଟ କରି ଲେଖିଛନ୍ତି, ନିଜ ନାମରେ ନାମିତ ଷ୍ଟାଡିୟମରେ ଦର୍ଶକଙ୍କ ଅଭିବାଦନ କରି ଚକ୍କର ଲଗାଇବା, ଆତ୍ମମୁଗ୍ଧତାର ଚରମ ସୀମା । ଏପଟେ ଭାଜପା ଆଇଟି ସେଲର ମୁଖ୍ୟ ଅମିତ ମାଲବିୟ କାର୍ଯ୍ୟକ୍ରମର ଏକ ଫଟୋ ଶେୟାର କରି ଏହା ‘କ୍ରିକେଟ କୁଟନୀତି’ ବୋଲି କହିଛନ୍ତି । ସୂଚନାଯୋଗ୍ୟ, ଉଭୟ ନେତା କ୍ରିକେଟ ଖେଳାଳିଙ୍କ ସହ ସାକ୍ଷାତ୍ ବି କରିଛନ୍ତି । ଦୁଇଟି ଦେଶର ଜାତିୟ ସଙ୍ଗିତ ଗାନ ହେବା ପର୍ଯ୍ୟନ୍ତ ଉଭୟ ପ୍ରଧାନମନ୍ତ୍ରୀ ଷ୍ଟାଡିୟମରେ ରହିଥିଲେ । ଦୁଇ ଦେଶର ପ୍ରଧାନମନ୍ତ୍ରୀ ଷ୍ଟାଡିୟମରେ ଥିବା ହଲ ଅଫ ଫେମ ମ୍ୟୁଜିୟମ ବି ପରିଦର୍ଶନ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳୀ କୂଳରେ ଝଲସୁଛି କାଶତଣ୍ଡି, ଧରାପୃଷ୍ଠକୁ ଆସିବେ ଜଗତଜନନୀ

କଲ୍ୟାଣସିଂହପୁର,୨୩ା୯(ଦୀପକ କୁମାର ପରିଡା ): ​ପ୍ରକୃତିର କୋଳରେ ଏବେ ଉତ୍ସବର ଋତୁ । ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବେଲକନା ଗାଁ ନିକଟସ୍ଥ ନାଗାବଳୀ ନଦୀ…

ଗଞ୍ଜାମ ଜିଲାରେ ଲଗାଣ ବର୍ଷା; ମା’ ତାରାତାରିଣୀ ପାହାଡ଼ରୁ ଧସିଲା ମାଟି ଆତଡା-ପଥର ଖଣ୍ଡ

ପୁରୁଷୋତ୍ତମପୁର,୨୩ା୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦୁଇଦିନ ହେଲା ବର୍ଷା ଲାଗିରହିଛି । ଏହାର ପ୍ରଭାବରେ ଦକ୍ଷିଣ…

ଫୁଲୁଛି ତାମ୍ପରା ହ୍ରଦ, ତୁରନ୍ତ ଗେଟ୍‌ ଲଗାଇବାକୁ ଚାଷୀଙ୍କ ଦାବି

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପ୍ରଭାବରେ ଛତ୍ରପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ତୁହାକୁତୁହା ବର୍ଷା ଲାଗିରହିଛି। ଛତ୍ରପୁର ଉପକଣ୍ଠରେ ଥିବା ତାମ୍ପରା…

IMD ଡିଜିଙ୍କ ବଡ଼ ସୂଚନା; ଆହୁରି ୨ ଦିନ ଛେଚିବ ବର୍ଷା, ଆଜି ରାତିରେ ଦକ୍ଷିଣ ଓଡ଼ିଶାରେ ହେବ….

ଭୁବନେଶ୍ବର,୨୩ା୯: ଗଭୀର ଅବପାତର ଗତି ନେଇ ବଡ଼ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଗଭୀର ଅବପାତର ଗତି ମନ୍ଥର ରହିଛି, ସେଥିପାଇଁ ବର୍ଷାର…

୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ବିଷୟରେ ବଡ଼ ବୟାନ ଦେଲେ କୋଚ, କହିଲେ,‘ମୁଁ ତାଙ୍କୁ ଅପେକ୍ଷା କରିଛି…’

ନୂଆଦିଲ୍ଲୀ,୨୩।୯: ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ଭାରତୀୟ କ୍ରିକେଟ ଟିମ ସହିତ ଜାପାନରେ ଅଛନ୍ତି। ସେ ୨୦୨୬ ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି ଏବଂ ସେଠାରେ ତାଙ୍କର…

କଳାହାଣ୍ଡିରେ ପ୍ରବଳ ବର୍ଷା; ଗୁରୁବାର ସବୁ ସ୍କୁଲ ଛୁଟି, NH୨୬ରେ ଗଛ ପଡିବାରୁ ରାସ୍ତା ଜାମ୍

ଭବାନୀପାଟଣା ୨୩।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଯୋଗୁଁ ମଙ୍ଗଳବାର ଠାରୁ କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଛି । ଏହି…

୨୦୨୭ ବିଶ୍ୱକପ ବିଷୟରେ ଉଲ୍ଲେଖ କରି ବିରାଟ-ରୋହିତଙ୍କ ସମ୍ପର୍କରେ ବଡ଼ ବୟାନ ଦେଲେ ରିଙ୍କୁ ସିଂହ, କହିଲେ…

ନୂଆଦିଲ୍ଲୀ,୨୩।୯: ଭାରତୀୟ ଟି-୨୦ ଦଳର ଷ୍ଟାର୍‌ ବ୍ୟାଟର ରିଙ୍କୁ ସିଂହ, ଦଳର ଦୁଇ ପ୍ରମୁଖ ଖେଳାଳି ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ…

‘ପରାଜୟ ପରେ ECI ଉପରେ ଆକ୍ରମଣ’ SIR-ନିର୍ବାଚନ ଆୟୋଗ ବିବାଦ ଉପରେ ଆସିଲା ଭାଜପାର ପ୍ରଥମ ପ୍ରତିକ୍ରିୟା

ନୂଆଦିଲ୍ଲୀ,୨୩।୯: ନିର୍ବାଚନ ଆୟୋଗଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଉପରେ ଭାଜପା ନିଜର ପ୍ରଥମ ପ୍ରତିକ୍ରିୟା ରଖିଛି। ବିରୋଧୀଙ୍କ ଅଭିଯୋଗର ଜବାବ ଦେଇ ଭାଜପା ଏମପି ସମ୍ବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?