ଆଜି ଓଡ଼ିଶା ଚାଷୀଙ୍କ ଆକାଉଣ୍ଟକୁ ଆସିଛି କିଶାନ ଟଙ୍କା; ଜାଣି ନ ଥିଲେ ଏହି ଉପାୟରେ ଶୀଘ୍ର ଯାଞ୍ଚ କରନ୍ତୁ ବାଲାନ୍ସ 

ନୂଆଦିଲ୍ଲୀ,୧୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ୟ ଥର ପାଇଁ ଦାୟିତ୍ୱ ଗ୍ରହଣ କରିବା ପରେ ଜୁନ୍‌ ୧୮ରେ ଚାଷୀଙ୍କ ଆକାଉଣ୍ଟକୁ ପିଏମ୍‌-କିଶାନ ଯୋଜନାର ୧୭ତମ କିସ୍ତି ପଠାଇଛନ୍ତି। ବାରାଣସୀ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଏହି ଟଙ୍କା ପଠାଇଛନ୍ତି। ଦେଶର ପ୍ରାୟ ୧୨ କୋଟି କୃଷକ ଏହି ଟଙ୍କା ଅପେକ୍ଷାରେ ରହିଥିଲେ। ହେଲେ ସେମାନଙ୍କ ମଧ୍ୟରୁ ୩ କୋଟି କୃଷକଙ୍କ ଆକାଉଣ୍ଟକୁ ଟଙ୍କା ଯିବ ନାହିଁ। ଆସନ୍ତୁ ଜାଣିବା ଆପଣଙ୍କ ଆକାଉଣ୍ଟକୁ ଟଙ୍କା ଆସିବ କି ନାହିଁ, କିଭଳି ଏହି ଯୋଜନାର ଟଙ୍କା ପାଇଛନ୍ତି କି ନାହିଁ।
ପିଏମ୍‌ କିଶାନ ଯୋଜନାର ଟଙ୍କା ପାଇବା ଲାଗି କଓ୍ବୋଇସି କରାଇନେବା ଆବଶ୍ୟକ। ହେଲେ ପ୍ରାୟ ୩ କୋଟି କୃଷକ ଏଭଳି ଅଛନ୍ତି ଯେଉଁମାନେ ଏଯାବତ କିଶାନ ସମ୍ମାନ ନିଧି ଯୋଜନାରେ କଓ୍ବୋଇସି କରାଇନାହାନ୍ତି। ଏଣୁ ସେମାନଙ୍କ ଆକାଉଣ୍ଟକୁ ପିଏମ୍‌ କିଶାନ ଯୋଜନାର ୧୭ତମ କିସ୍ତି ଆସିବ ନାହିଁ। ଏହାଛଡ଼ା ଏଭଳି କୃଷକ ଅଛନ୍ତି ଯେଉଁମାନେ ନିଜ ଜମିର ଭେରିଫିକେଶନ କରାଇନାହାନ୍ତି, ସେମାନଙ୍କୁ ମଧ୍ୟ ଏହି ଟଙ୍କା ମିଳିବ ନାହିଁି।
ଏଭଳି ଯାଞ୍ଚ କରନ୍ତୁ:
-ପ୍ରଥମେ ପିଏମ୍‌ କିଶାନ ପୋର୍ଟାଲ(http://pmkisan.gov.in)କୁ ଯାଆନ୍ତୁ
-ଫାର୍ମର୍ସ କର୍ନର ତଳେ ଥିବା ‘ନୋ ଇଓର ଷ୍ଟାଟସ୍‌’ ଅପଶନ୍‌କୁ କ୍ଲିକ କରନ୍ତୁ। ଏହା ପରେ ଆପଣଙ୍କ ସମ୍ମୁଖରେ ନୂଆ ପେଜ୍‌ ଖୋଲିବ। ଯେଉଁଠି ଆପଣଙ୍କ ରେଜିଷ୍ଟ୍ରେଶନ ନମ୍ବର ମଗାଯିବ।
-ଏଣୁ ସ୍କ୍ରିନର ଉପରେ ନିଜର ରେଜିଷ୍ଟେଶନ ନମ୍ବର ଜାଣନ୍ତୁ(ନୋ ଇଓର ରେଜିଷ୍ଟ୍ରେଶନ ନମ୍ବର) ଅପ୍‌ଶନରେ କ୍ଲିକ  କରନ୍ତୁ ଏବଂ ଆଧାର କାର୍ଡରୁ ଖୋଜିବା(ସର୍ଚ୍ଚ ବାଇ ଆଧାର କାର୍ଡ) ଅଥବା ମୋବାଇଲ ଫୋନ୍‌ ଦ୍ୱାରା ଖୋଜିବା(ସର୍ଚ୍ଚ ବାଇ ମୋବାଇଲ ନମ୍ବର)ରୁ ଗୋଟିଏ ଅପଶନ ବାଛନ୍ତୁ।
-ଏହାପରେ ନିଜର ଆଧାର ନମ୍ବର/ମୋବାଇଲ ଏବଂ କ୍ୟାପ୍‌ଚା ଦେଇ ଓଟିପି ବିକଳ୍ପ ବାଛନ୍ତୁ।
-ଓଟିପି ଦେବା ପରେ ରେଜିଷ୍ଟ୍ରୋଶନ ନମ୍ବର ମିଳିଯିବ। ଏହା ପୁନର୍ବାର ନୂଆ ପେଜକୁ ଯାଇ ‘ନୋ ଇଓର ଷ୍ଟାଟସ୍‌’ ବିକଳ୍ପ ବାଛନ୍ତୁ। ଏହା ପରେ ରେଜିଷ୍ଟର୍ଡ ନମ୍ବରରେ ଓଟିପି ଆସିବ। ଏହାକୁ ଦେବା ପରେ ନିଜର ବାଲାନ୍ସ ସ୍କ୍ରିନରେ ନଜର ଆସିବ।

Enter your email to get our daily news in your inbox.

All Right Reserved By Dharitri.Com

ଯୁବ IAS କସ୍ତୁରୀ ଶାହାଙ୍କୁ ଭବାନୀପାଟଣା ଉପଜିଲାପାଳ ଦାୟିତ୍ୱ, ଛୁଟିଲା ଶୁଭେଚ୍ଛା…

ଭବାନୀପାଟଣା,୮।୯(ଉତ୍ତମ କୁମାର ଦାଶ): ଟ୍ରେନିଂ ଶେଷ ପରେ ୯ ଯୁବ IASଙ୍କୁ ଉପଜିଲାପାଳ ଭାବେ ନିଯୁକ୍ତି ମିଳିଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।…

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

‘କାଜି କ୍ୟାମ୍ପ ଉପରେ କ୍ଷେପଣାସ୍ତ୍ର ପକାଅ’: ଭୋପାଳ ଭାଜପା ବିଧାୟକଙ୍କ ବୟାନକୁ ନେଇ ରାଜନୈତିକ ମହଲରେ ହଇଚଇ

ଭୋପାଳ,୮।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ରାମେଶ୍ୱର ଶର୍ମାଙ୍କ ଏକ ବୟାନ ରାଜନୈତିକ ବିବାଦ ସୃଷ୍ଟି କରିଛି। ହୁଜୁର ବିଧାନସଭା ନିର୍ବାଚନମଣ୍ଡଳୀର…

ପୁଣି ବଢ଼ିଗଲା BCCIର ରାଜକୋଷ; ୩୫ ମ୍ୟାଚ ଚୁକ୍ତିରୁ ମିଳିଲା ଏତିକି କୋଟି

ନୂଆଦିଲ୍ଲୀ,୮।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ଏକ ନୂତନ ଚୁକ୍ତି କରିଛି। ଟିମ ଇଣ୍ଡିଆ ଘରୋଇ ମାଟିରେ ଖେଳିବା ପାଇଁ ବୋର୍ଡ ଏବେ 3.71…

ରାଜଧାନୀରେ ମହିଳାଙ୍କୁ ବଳାତ୍କାର

ଭୁବନେଶ୍ୱର,୮।୯: ରାଜଧାନୀ ଭୁବନେଶ୍ୱର ଭରତପୁର ଥାନା ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଘରେ ପଶି ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି।…

Shubman Gill Net Worth: ବିଳାସପୂର୍ଣ୍ଣ ଜୀବନଶୈଳୀ ବିତାଉଛନ୍ତି ଶୁବମନ ଗିଲ; ଜାଣନ୍ତୁ ୨୭ ବର୍ଷ ବୟସରେ କେତେ ଧନୀ ‘ଦି ପ୍ରିନ୍ସ’

ନୂଆଦିଲ୍ଲୀ,୮।୯: ୨୦୧୮ରେ ପୃଥ୍ବୀ ଶ’ଙ୍କ ଅଧିନାୟକତ୍ୱରେ ଭାରତ ୧୯ ବର୍ଷରୁ କମ ବିଶ୍ୱକପ ଜିତିଥିଲା। ସେତେବେଳେ ସମସ୍ତେ ବିଶ୍ୱାସ କରୁଥିଲେ ଯେ ଇଣ୍ଡିଆ ଶ’ଙ୍କ ପରି ପରବର୍ତ୍ତୀ…

ନିଲମ୍ବିତ ହେଲେ ପୂର୍ବତନ ବିଧାୟକଙ୍କ ସ୍ବାମୀ, ଜାଣନ୍ତୁ କାରଣ…

ଭୁବନେଶ୍ୱର,୮।୯: ପୂର୍ବତନ ବିଧାୟକ ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ବାମୀ ଦୁର୍ଗା ଛୁରିଆଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ରାଜନୈତିକ କାର୍ଯ୍ୟକଳାପରେ ସମ୍ପୃକ୍ତି ଥିବା ଅଭିଯୋଗରେ ଓଡ଼ିଶା ସହକାରୀ ସମିତି ରେଜିଷ୍ଟ୍ରାରଙ୍କ…

ସମ୍ବଲପୁରରେ ଅବକାରୀ ଗୁଇନ୍ଦା ବିଭାଗକୁ ବଡ଼ ସଫଳତା, ଏକ କୋଟିର ଗଞ୍ଜେଇ ଜବତ

​ସମ୍ବଲପୁର,୮।୯(ପ୍ରମୋଦ ବହିଦାର): ସମ୍ବଲପୁର ସ୍ଥିତ ଉତ୍ତରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗକୁ ଏକ ବଡ଼ ଧରଣର ସଫଳତା ମିଳିଛି । ସମ୍ବଲପୁର ଶାସନ ସ୍ଥିତ ଟୋଲଗେଟ୍ ନିକଟରେ ଚଢ଼ାଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri