Posted inଖେଳ

ଅଦ୍ଭୁତ କ୍ୟାଚ୍‌ ଧରି ଧୋନୀଙ୍କ ରେକର୍ଡ ଭାଙ୍ଗିଲେ କୋହଲି: ନ୍ୟୁଜିଲାଣ୍ଡ ମାଟିରେ କଲେ ଏମିତି କାରନାମା

ନୂଆଦିଲ୍ଲୀ,୪।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍ର ପ୍ରଥମ ମୁକାବିଲା ଅକଲାଣ୍ଡର ଇଡେନ ପାର୍କରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଭାରତୀୟ ଦଳର ଅଧିନାୟକ ଶୁବମନ ଗିଲ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତୀୟ ବୋଲରମାନେ ଅଧିନାୟକଙ୍କ ନିଷ୍ପତ୍ତିକୁ ସଠିକ ପ୍ରମାଣିତ କରି ନ୍ୟୁଜିଲାଣ୍ଡ ଦଳକୁ ୧୮୫ ରନ୍‌ରେ ଅଲଆଉଟ କରିଦେଇଛନ୍ତି।
ଏହି ମ୍ୟାଚ୍‌ରେ ଭାରତୀୟ ଦଳର ବୋଲିଂ ସହ ଫିଲ୍ଡିଂ ମଧ୍ୟ ଚର୍ଚ୍ଚାରେ ରହିଛି। ରୋହିତ ଶର୍ମା ଏକ ଚମତ୍କାର ରନଆଉଟ କରିଥିବା ବେଳେ ବିରାଟ କୋହଲି ସ୍ଲିପ୍‌ରେ ଅବିଶ୍ୱସନୀୟ କ୍ୟାଚ ଧରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ଏହି କ୍ୟାଚ ସହ କୋହଲି ଭାରତର ପୂର୍ବତନ ଅଧିନାୟକ ଏମଏସ ଧୋନୀଙ୍କ ଏକ ରେକର୍ଡକୁ ପଛରେ ପକାଇଛନ୍ତି।

ନ୍ୟୁଜିଲାଣ୍ଡ ଇନିଂସ୍‌ରେ ୨୯ତମ ଓଭରର ତୃତୀୟ ବଲ୍‌ରେ ଏହି ଚମତ୍କାର ଘଟଣା ଘଟିଥିଲା। ଅଂଶୁଲ କାମ୍ବୋଜଙ୍କ ବଲ୍‌ରେ ନାଥନ ସ୍ମିଥଙ୍କ ବ୍ୟାଟ୍‌ର ବାହାର ପାର୍ଶ୍ୱରେ ବଲ ବାଜି ଦ୍ୱିତୀୟ ସ୍ଲିପ ଆଡ଼କୁ ଚାଲିଯାଇଥିଲା। ସେଠାରେ ଫିଲ୍ଡିଂ କରୁଥିବା ବିରାଟ କୋହଲି ଡାହାଣ ପଟକୁ ଡାଇଭ ମାରି ଗୋଟିଏ ହାତରେ ବଲ୍‌ଟିକୁ ଧରି ନେଇଥିଲେ। କ୍ୟାଚ ଧରିବା ପରେ କୋହଲି ବେଶ ଉତ୍ସାହିତ ହୋଇପଡ଼ିଥିଲେ। ସେ ଖୁସିରେ ଦୌଡ଼ିବା ସହ ବଲ୍‌ଟିକୁ ଅମ୍ପାୟାରଙ୍କ ଆଡ଼କୁ ଫିଙ୍ଗି ଦେଇଥିଲେ। ତେବେ କ୍ୟାଚ୍‌କୁ ନେଇ ସାମାନ୍ୟ ସନ୍ଦେହ ଥିବାରୁ ତୃତୀୟ ଅମ୍ପାୟାରଙ୍କ ସହାୟତା ନିଆଯାଇଥିଲା। ରିପ୍ଲେ ଯାଞ୍ଚ ପରେ କୋହଲିଙ୍କ କ୍ୟାଚ୍‌କୁ ସଠିକ ଘୋଷଣା କରାଯାଇଥିଲା।

ଏହି କ୍ୟାଚ ସହ ବିରାଟ କୋହଲି ନ୍ୟୁଜିଲାଣ୍ଡ ମାଟିରେ କ୍ୟାଚ ଧରିଥିବା ସବୁଠାରୁ ବୟସ୍କ ଭାରତୀୟ ଖେଳାଳି ହୋଇଛନ୍ତି। ସେ ୩୭ ବର୍ଷ ୩୬୪ ଦିନ ବୟସରେ ଏହି ସଫଳତା ହାସଲ କରିଛନ୍ତି। ଏହା ପୂର୍ବରୁ ଏହି ରେକର୍ଡ ଏମଏସ ଧୋନୀଙ୍କ ନାମରେ ଥିଲା। ଧୋନୀ ୩୭ ବର୍ଷ ୨୧୮ ଦିନ ବୟସରେ ନ୍ୟୁଜିଲାଣ୍ଡରେ କ୍ୟାଚ ଧରିଥିଲେ।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଧନତେରସରୁ ଚମକିବ ୪ରାଶିଙ୍କ ଭାଗ୍ୟ, ପ୍ରଚୁର ଧନଲାଭ! ମିଳିବ ପୁଳାପୁଳା ଟଙ୍କା…

ନଭେମ୍ୱର 8, 2026 ରେ ଦୀପାବଳିର ମହାପର୍ୱ ପାଳନ କରାଯାଉଛି। ଏହାକୁ ବର୍ଷର ସବୁଠାରୁ ବିଶେଷ ପର୍ୱ ଭାବରେ ବିବେଚନା କରାଯାଏ, ଯାହା ଜୀବନରେ ଖୁସି, ଶୁଭପ୍ରଦତା,…

ମାଥିଲିରେ ଭୂସ୍ଖଳନ, ଖସିଲା ବିରାଟ ପଥର

ମାଲକାନଗିରି, ୪।୧୧: ମାଲକାନଗିରି ଜିଲା ମାଥିଲି ଅଞ୍ଚଳର ନାଏକଗୁଡ଼ାଠାରେ ଭୂସ୍ଖଳନ ଘଟିଛି। ଏହି ସମୟରେ ପାହାଡ଼ରୁ ଏକ ବିରାଟ ପଥର ଖସି ଆସିଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛି…

ଧନତେରସ ପୂର୍ବରୁ ବଜାରରେ ଚହଳ! ୯ଘଣ୍ଟାରେ ୮ହଜାର ଖସିଲା ସୁନା-ରୂପା ଦର, ଏକ୍ସପର୍ଟ କହିଲେ ଆଗକୁ…

ନୂଆଦିଲ୍ଲୀ,୪।୧୧: ଦୀପାବଳି ଏବଂ ଧନତେରସ ପୂର୍ୱରୁ ସୁନା ଏବଂ ଚାନ୍ଦି ଦରରେ ପ୍ରବଳ ଉପର-ତଳ ଦେଖିବାକୁ ମିଳୁଛି। ସୁନା ଓ ଚାନ୍ଦିର ଚମକ କେତେବେଳେ ଫିକା ପଡ଼ୁଥିବା…

ବର୍ଷ ଶେଷରେ ଏହି ଗୋଟିଏ ରାଶି ପାଇଁ କାଳ ସାଜିବେ ରାହୁ: ହେବ ଧନହାନି, ଦେଖାଯିବ ଭୟଙ୍କର ସ୍ବାସ୍ଥ୍ୟସମସ୍ୟା!

ବର୍ଷର ଶେଷ ଦିନଗୁଡ଼ିକ ମକର ରାଶିର ଲୋକଙ୍କ ପାଇଁ କିପରି ରହିବ ଏବଂ ସ୍ବାସ୍ଥ୍ୟ କ୍ଷେତ୍ରରେ କେଉଁ ସବୁ ପରିବର୍ତ୍ତନ ଆସିବ, ତାହା ରାଶିଫଳ ମାଧ୍ୟମରେ ଜାଣିହେବ।…

ମ୍ୟାଚ ମଝିରେ ଏମିତି ଚମତ୍କାର କାରନାମା କଲେ ରୋହିତ, ସମସ୍ତେ ଦେଖିକି ଆଶ୍ଚର୍ଯ୍ୟ, ସମାଲୋଚକଙ୍କୁ ଦେଲେ କଡ଼ା ଜବାବ!

ନୂଆଦିଲ୍ଲୀ, ୪।୧୧: ରୋହିତ ଶର୍ମା ଅକଲାଣ୍ଡର ଇଡେନ ପାର୍କରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଚମତ୍କାର ଫିଲ୍ଡିଂ କରି ଡେରିଲ ମିଚେଲଙ୍କୁ ରନ ଆଉଟ କରିଛନ୍ତି। ରୋହିତଙ୍କ ଏହି…

ଅର୍ଶଦୀପଙ୍କ ଚମତ୍କାର ବୋଲିଂ: ୧୮୫ ରନ୍‌ରେ ଅଲଆଉଟ୍‌ ନ୍ୟୁଜିଲାଣ୍ଡ

ଅକଲାଣ୍ଡ,୪।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହୋଇଛି। ଅକଲାଣ୍ଡରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଦଳ ୪୦.୨ ଓଭରରେ…

ଆମେରିକୀୟ ସଂସଦରେ ଭାରତୀୟଙ୍କ ଦବ୍‌ଦବା; ବାଜିମାତ୍‌ କଲେ ପିୟା ଡାଣ୍ଡିଆ, ଆମେରିକାରେ ହଲଚଲ

ଓ଼୍ବାଶିଂଟନ,୪।୧୧: ଆମେରିକାରେ ମିଡଟର୍ମ ନିର୍ୱାଚନର ଫଳାଫଳ ଆସିବା ଆରମ୍ଭ ହୋଇଯାଇଛି। ଏହି ର୍ନିବାଚନର ପ୍ରଭାବ ଭାରତ ଉପରେ ମଧ୍ୟ ପଡ଼ିବାର ଦେଖିବାକୁ ମିଳିବ। ଗଣତି ଚାଲିଛି ଏବଂ…

ସୁପରମ୍ୟାନ୍‌ ସାଜିଲେ ବିରାଟ କୋହଲି, ୩୭ ବର୍ଷ ବୟସରେ ଏମିତି କ୍ୟାଚ୍‌ ଧରିଲେ ଅମ୍ପାୟର ହୋଇଗଲେ ଆଶ୍ଚର୍ଯ୍ୟ, ଦେଖନ୍ତୁ VIDEO

ଅକଲାଣ୍ଡ,୪।୧୧: ଇଡେନ ପାର୍କରେ ବିରାଟ କୋହଲିଙ୍କ ଚମତ୍କାର ଫିଲ୍ଡିଂ ଏବେ ଚର୍ଚ୍ଚାରେ। ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ କୋହଲି ନିଜର ଚମତ୍କାର ଫିଲ୍ଡିଂ ଦକ୍ଷତା ଦେଖାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?