ପର୍ଯ୍ୟଟକଙ୍କ ପାଇଁ ଖୁସିଖବର: ଖୋଲିଲା କୁଲଡିହା ଅଭୟାରଣ୍ୟ

ନୀଳଗିରି, ୪।୧୧ (ପ୍ରଶାନ୍ତ କୁମାର ବିଶ୍ୱାଳ): ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ଅପେକ୍ଷାର ଅନ୍ତ ଘଟିଛି। ବୁଧବାରଠାରୁ ୨୦୨୬-୨୭ ପର୍ଯ୍ୟଟନ ଋତୁ ପାଇଁ ଖୋଲିଛି                                                              କୁଲଡିହା ଅଭୟାରଣ୍ୟ। ପ୍ରଥମ ଦିନରେ ପର୍ଯ୍ୟଟକଙ୍କ ଆଗମନରେ ଅଭୟାରଣ୍ୟ ଉତ୍ସବମୁଖର ହୋଇଉଠିଛି। ମନୋରମ ପରିବେଶ ଓ ବନ୍ୟପ୍ରାଣୀଙ୍କୁ ଦେଖିବାର ଆଶା ନେଇ ପର୍ଯ୍ୟଟକମାନେ ଏଠାରେ ପହଞ୍ଚିଥିଲେ।ବର୍ଷା ଋତୁରେ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଗତ ଜୁନ୍‌ ୧୫ ତାରିଖରୁ କୁଲଡିହା ଅଭୟାରଣ୍ୟକୁ ବନ୍ଦ ରଖାଯାଇଥିଲା। ଶୀତ ଋତୁର ଆଗମନ ସହ ନୀଳଗିରି ଉପଖଣ୍ଡର ଏହି ସୌନ୍ଦର୍ଯ୍ୟମୟ ଅଭୟାରଣ୍ୟକୁ ନଭେମ୍ବର ୪ ତାରିଖ ବୁଧବାର ପୂର୍ବାହ୍ନ ୧୦ଟାରେ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି।

ଚଳିତ ପର୍ଯ୍ୟଟନ ଋତୁର ପ୍ରଥମ ଦିନରେ ପଶ୍ଚିମବଙ୍ଗରୁ ଆସିଥିବା କିଛି ପର୍ଯ୍ୟଟକ ପୂର୍ବ ରାତିରେ ପଞ୍ଚଲିଙ୍ଗେଶ୍ୱର ପୀଠ ନିକଟସ୍ଥ ହୋଟେଲରେ ରାତ୍ରିଯାପନ କରିଥିଲେ। ବୁଧବାର ସକାଳେ ସେମାନେ ଟୁରିଷ୍ଟ ଗାଇଡ୍‌ ମନୋରଞ୍ଜନ ଦାସଙ୍କ ସହ ଅଭୟାରଣ୍ୟର ବାଲିଆନାଳ ଫାଟକ ନିକଟରେ ପହଞ୍ଚିଥିଲେ। ବନ ବିଭାଗ ପକ୍ଷରୁ ପର୍ଯ୍ୟଟକମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ, ଚନ୍ଦନ ଲଗାଇବା ଓ ମିଠା ଖୁଆଇ ଆତ୍ମୀୟ ସ୍ୱାଗତ କରାଯାଇଥିଲା।

ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୀଳଗିରି ଉପଜିଲ୍ଲାପାଳ ଶୁଭଶ୍ରୀ ରଥ ଫିତା କାଟିଥିବା ବେଳେ ବାଲେଶ୍ୱର ଜିଲ୍ଲା ବନଖଣ୍ଡ ଅଧିକାରୀ ପ୍ରତୀକ ପ୍ରକାଶ ଇନ୍ଦଲକର ଅଭୟାରଣ୍ୟର ଫାଟକ ଖୋଲିଥିଲେ। ଏହି ଅବସରରେ ଏସିଏଫ୍‌ ମାଣିକେଶ୍ୱରୀ ହେମ୍ବ୍ରମ, କୁଲଡିହା ରେଞ୍ଜର ମନୋରଞ୍ଜନ ନାୟକ, ଫରେଷ୍ଟର, ଫରେଷ୍ଟ ଗାର୍ଡ ଓ ସବୁଜ ବାହିନୀର ସଦସ୍ୟମାନେ ଉପସ୍ଥିତ ଥିଲେ।

୨୭୨.୭୫ ବର୍ଗ କିଲୋମିଟର ପରିମିତ ଏହି ଶାଳବଣରେ ହାତୀ, ବାଘ, ଭାଲୁ, ହରିଣ, ବଜ୍ରକାପ୍ତା, ମାଙ୍କଡ଼, ବହୁରୂପୀ ଓ ମୟୂର ଆଦି ବନ୍ୟପ୍ରାଣୀ ଦେଖିବାକୁ ମିଳିଥାନ୍ତି। ଏଥିସହ ବିଭିନ୍ନ ପ୍ରଜାତିର ଦେଶୀ ଓ ବିଦେଶୀ ପକ୍ଷୀଙ୍କ କିଚିରିମିଚିରି ଶବ୍ଦ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ଏହି କାରଣରୁ ଓଡ଼ିଶା ସମେତ ପଶ୍ଚିମବଙ୍ଗର ବହୁ ସଂଖ୍ୟକ ପର୍ଯ୍ୟଟକ କୁଲଡିହା ଅଭୟାରଣ୍ୟକୁ ଆସିଥାନ୍ତି।

ଅଭୟାରଣ୍ୟ ଭିତରକୁ ପ୍ରବେଶ ପାଇଁ ପୂର୍ବାହ୍ନ ୯ଟା ୩୦ରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ସମୟ ନିର୍ଦ୍ଧାରଣ କରାଯାଇଛି। ପର୍ଯ୍ୟଟକମାନେ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଅଭୟାରଣ୍ୟ ଭ୍ରମଣ କରିପାରିବେ। ପ୍ରବେଶ ଶୁଳ୍କ ବାବଦରେ ଜଣେ ବ୍ୟକ୍ତିଙ୍କ ପାଇଁ ୪୦ ଟଙ୍କା, କ୍ୟାମେରା ପାଇଁ ୫୦ ଟଙ୍କା ଏବଂ ଚାରିଚକିଆ ଯାନ ପାଇଁ ୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଧନତେରସରୁ ଚମକିବ ୪ରାଶିଙ୍କ ଭାଗ୍ୟ, ପ୍ରଚୁର ଧନଲାଭ! ମିଳିବ ପୁଳାପୁଳା ଟଙ୍କା…

ନଭେମ୍ୱର 8, 2026 ରେ ଦୀପାବଳିର ମହାପର୍ୱ ପାଳନ କରାଯାଉଛି। ଏହାକୁ ବର୍ଷର ସବୁଠାରୁ ବିଶେଷ ପର୍ୱ ଭାବରେ ବିବେଚନା କରାଯାଏ, ଯାହା ଜୀବନରେ ଖୁସି, ଶୁଭପ୍ରଦତା,…

ଅଦ୍ଭୁତ କ୍ୟାଚ୍‌ ଧରି ଧୋନୀଙ୍କ ରେକର୍ଡ ଭାଙ୍ଗିଲେ କୋହଲି: ନ୍ୟୁଜିଲାଣ୍ଡ ମାଟିରେ କଲେ ଏମିତି କାରନାମା

ନୂଆଦିଲ୍ଲୀ,୪।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍ର ପ୍ରଥମ ମୁକାବିଲା ଅକଲାଣ୍ଡର ଇଡେନ ପାର୍କରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଭାରତୀୟ ଦଳର…

ମାଥିଲିରେ ଭୂସ୍ଖଳନ, ଖସିଲା ବିରାଟ ପଥର

ମାଲକାନଗିରି, ୪।୧୧: ମାଲକାନଗିରି ଜିଲା ମାଥିଲି ଅଞ୍ଚଳର ନାଏକଗୁଡ଼ାଠାରେ ଭୂସ୍ଖଳନ ଘଟିଛି। ଏହି ସମୟରେ ପାହାଡ଼ରୁ ଏକ ବିରାଟ ପଥର ଖସି ଆସିଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛି…

କଳାହାଣ୍ଡିରେ ଗୁରୁବାର ‘ବିକଶିତ ଭାରତ ଯୁବ ସଂସଦ’ କାର୍ଯ୍ୟକ୍ରମ: ବହୁସଂଖ୍ୟାରେ ଯୁବତୀଯୁବକ ଅଂଶଗ୍ରହଣ କରିବାକୁ ଆହ୍ବାନ

ଭବାନୀପାଟଣା,୪।୧୧(ଉତ୍ତମ କୁମାର ଦାଶ): ବିକଶିତ ଭାରତ ଯୁବ ନେତୃତ୍ୱ ବିକାଶ ଯୋଜନା (ଭିବିୱାଇଏଲଡି) ଆନୁକୁଲ୍ୟରେ ଆସନ୍ତାକାଲି ଅର୍ଥାତ୍‌ ନଭେମ୍ବର ୫ ତାରିଖ ଗୁରୁବାର ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ…

ବାତ୍ୟା ‘ଅର୍ଣ୍ଣବ’ ପରେ ଅସହାୟଙ୍କ ସାହା ସାଜିଲେ ଯୁବ ସ୍ବେଚ୍ଛାସେବୀ

ଗଞ୍ଜାମ, ୪।୧୧ (ବିଦ୍ୟାଧର ସାହୁ): ବାତ୍ୟା ‘ଅର୍ଣ୍ଣବ’ ଓ ପରବର୍ତ୍ତୀ ବନ୍ୟା ଗଞ୍ଜାମ ଅଞ୍ଚଳର ଅନେକ ପରିବାରଙ୍କ ଜୀବନକୁ ଦୁର୍ବିଷହ କରିଦେଇଛି। କାହାର ଘର ବନ୍ୟା ପାଣିରେ…

ଧନତେରସ ପୂର୍ବରୁ ବଜାରରେ ଚହଳ! ୯ଘଣ୍ଟାରେ ୮ହଜାର ଖସିଲା ସୁନା-ରୂପା ଦର, ଏକ୍ସପର୍ଟ କହିଲେ ଆଗକୁ…

ନୂଆଦିଲ୍ଲୀ,୪।୧୧: ଦୀପାବଳି ଏବଂ ଧନତେରସ ପୂର୍ୱରୁ ସୁନା ଏବଂ ଚାନ୍ଦି ଦରରେ ପ୍ରବଳ ଉପର-ତଳ ଦେଖିବାକୁ ମିଳୁଛି। ସୁନା ଓ ଚାନ୍ଦିର ଚମକ କେତେବେଳେ ଫିକା ପଡ଼ୁଥିବା…

ବର୍ଷ ଶେଷରେ ଏହି ଗୋଟିଏ ରାଶି ପାଇଁ କାଳ ସାଜିବେ ରାହୁ: ହେବ ଧନହାନି, ଦେଖାଯିବ ଭୟଙ୍କର ସ୍ବାସ୍ଥ୍ୟସମସ୍ୟା!

ବର୍ଷର ଶେଷ ଦିନଗୁଡ଼ିକ ମକର ରାଶିର ଲୋକଙ୍କ ପାଇଁ କିପରି ରହିବ ଏବଂ ସ୍ବାସ୍ଥ୍ୟ କ୍ଷେତ୍ରରେ କେଉଁ ସବୁ ପରିବର୍ତ୍ତନ ଆସିବ, ତାହା ରାଶିଫଳ ମାଧ୍ୟମରେ ଜାଣିହେବ।…

ଘିଡ଼ିପାବାଲି ଉଦ୍ଧାର କାର୍ଯ୍ୟ ସାମୟିକ ସ୍ଥଗିତ: ପରମ୍ପରା ଅନୁଯାୟୀ ଶେଷକୃତ୍ୟ ପାଇଁ ପ୍ରଶାସନର ସହଯୋଗ

ଭଞ୍ଜନଗର,୪।୧୧(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାର ଘିଡ଼ିପାବାଲି ଭୂସ୍ଖଳନ ଘଟଣାରେ ନିଖୋଜ ଲୋକଙ୍କୁ ଉଦ୍ଧାର ପାଇଁ ଚାଲିଥିବା ଅଭିଯାନକୁ ପାଣିପାଗ ଖରାପ ଥିବାରୁ ବୁଧବାର ପାଇଁ ସାମୟିକ ଭାବେ ସ୍ଥଗିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?