ବିଦ୍ୟାଳୟ ପରିବେଶକୁ ସୁନ୍ଦର ସବୁଜ କରିବାକୁ ଶପଥ

କେସିଙ୍ଗା,୪ା୭(ତୁମେଶ୍ୱର ସାହୁ): କେସିଙ୍ଗା ବ୍ଲକ ଅନ୍ତର୍ଗତ କଶ୍ରୁପଡ଼ାସ୍ଥିତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟରେ ୭୭ ତମ ବନ ମହୋତ୍ସବ ଶୁକ୍ରବାର ପାଳିତ ହୋଇଯାଇଛି। ପ୍ରଧାନଶିକ୍ଷକ ସୁଧୀର ବିଶିଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ କଶ୍ରୁପଡ଼ା ବନପାଳ ବିଶିକେଶନ କରୁଆଁ, ଫରେଷ୍ଟଗାର୍ଡ ରାଜଲକ୍ଷ୍ମୀ ପ୍ରଧାନ ଓ ସୁଜାତା ବାଗ ଯୋଗଦେଇ ଚାରା ଓ ଆନୁଷଙ୍ଗିକ ସହାୟତା ଯୋଗାଇ ଦେଇଥିଲେ। ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ସୁଶ୍ରୀସ୍ମିତା ପ୍ରଧାନ, ,ଏନ୍‌ସିସି ଶିକ୍ଷକ ତିରମ ସୁନାନୀ ରେଡ୍‌କ୍ରସ ଶିକ୍ଷକ ଗୋବିନ୍ଦ ବ୍ରହ୍ମା ଓ ପିଇଟି ପ୍ରିୟଙ୍କା ବିଶିଙ୍କ ତତ୍ତ୍ୱାବଧାନରେ ବିଦ୍ୟାଳୟର ଶକ୍ତି କ୍ଲବ,ଏନ୍‌ସିସି ଓ ଜୁନିୟର ରେଡ୍‌କ୍ରସର ଛାତ୍ରୀଛାତ୍ର ସାମିଲ ହୋଇ ବିଦ୍ୟାଳୟ ହତାରେ ଫଳ ଓ ଔଷଧୀୟ ତଥା ଛାୟା ପ୍ରଦାନକାରୀ ବୃକ୍ଷରୋପଣ କରିଥିଲେ। ଶିକ୍ଷକ ହେମନ୍ତ ପ୍ରଧାନ, ସତ୍ୟରଞ୍ଜନ ଜେନା, ଭୁବନ ମାଝୀ, ଧନଞ୍ଜୟ ମହାପାତ୍ର ଶିକ୍ଷୟତ୍ରୀ ଯାଜ୍ଞସେନୀ ମାଝୀ, ଜ୍ୟୋସ୍ନାମୟୀ ପୃଷ୍ଟି, ଶର୍ମିଷ୍ଠା ପ୍ରଧାନ ଓ କର୍ମଚାରୀ ବିଶ୍ୱନାଥ ରଣା, ସୁଶାନ୍ତ ସାହୁ ଓ ଦେବକୀ ନାଏକ ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ। ଶେଷରେ ବିଦ୍ୟାଳୟ ପରିବେଶକୁ ସବୁଜ ସୁନ୍ଦର ଓ ସ୍ବଚ୍ଛ ରଖିବା ପାଇଁ ସମସ୍ତେ ଶପଥ ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟା ନା ଆତ୍ମହତ୍ୟା:ଭବାନୀପାଟଣା ସ୍ଥାନାନ୍ତର କରାଗଲା ମୃତଦେହ

କେସିଙ୍ଗା,୧୪।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ୱାର୍ଡ ନମ୍ବର ୭ର ଜଣେ ୧୬ ବର୍ଷୀୟ ଯୁବକ ବାଳକୃଷ୍ଣ ଶିଖା ବେକର ଶାଢି ଲଗାଇ ଆତ୍ମହତ୍ୟା...

ମୌଳିକ ସୁବିଧାରୁ ବଞ୍ଚିତ କୁଶୁର୍ଲା କଲୋନୀ ପଡାବାସୀ: ମାଟିଘରେ ବିତୁଛି ଜୀବନ

କର୍ଲାମୁଣ୍ଡା,୧୪।୭(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡ଼ବରା ପଞ୍ଚାୟତ କୁଶୁର୍ଲା କଲୋନୀ ପଡାରେ ଲୋକେ ବସବାସ କରିବାର ଦୀର୍ଘ ୪୦ବର୍ଷ ବିତିଯାଇଥିଲେ ମଧ୍ୟ ସ୍ଥାୟୀ...

ଦେଢ଼ ବର୍ଷ ହେଲା ଅଚଳ ହୋଇପଡ଼ିଛି ସୋଲାର ପାଣି ପମ୍ପ୍‌, ପାନୀୟ ଜଳ ପାଇଁ ପଡ଼ାବାସୀ ହନ୍ତସନ୍ତ

କେସିଙ୍ଗା,୧୪ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବାଲସି ଗ୍ରାମ ପଞ୍ଚାୟତ ଅଧିନସ୍ଥ ରେଙ୍ଗାଲି ଗ୍ରାମ ନୂଆପଡ଼ାଠାରେ ଗତ ୨୦୨୧-୨୨ରେ ସୋଲାର ଚାଳିତ ପାଣି ପମ୍ପ...

ବିଭିନ୍ନ ସମସ୍ୟାର ସମାଧାନ ନେଇ କେସିଙ୍ଗା ସିଟିଜେନ୍ସ ଫୋରମ୍‌ର ଦାବି

କେସିଙ୍ଗା,୧୪ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ସିଟିଜେନ୍ସ ଫୋରମର ସଭାପତି ଡ.ହେମସାଗର ସାହୁଙ୍କ ନେତୃତ୍ୱରେ କେସିଙ୍ଗା ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ଏକ ଖବରଦାତା ସମ୍ମିଳନୀ...

ଦାଦନ ଖଟିବାକୁ ଯାଇ ଯୁବକ ନିଖୋଜ

ବେହେରା,୧୩।୭(ଭୂପେଶ ତିୱାରୀ)-କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଅଁଲାଜୋର ଗ୍ରାମର ଜଣେ ଯୁବକ ଦାଦନ ଶ୍ରମିକ ଭାବେ କାମ କରିବାକୁ ଯାଇ ନିଖୋଜ ହୋଇଯାଇଛନ୍ତି। ଚେନ୍ନାଇକୁ...

ଏବେ ବି ଅପହଞ୍ଚ: ନାଁ ଅଛି ଭଲ ରାସ୍ତା ନା ପାଣି, ଫୋନ୍‌ ଟିକେ କରିବାକୁ ୨ କି.ମି  ପାହାଡ଼ ଚଢ଼ି …

ଥୁଆମୂଳ ରାମପୁର,୧୩।୭: (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟଠାରୁ ପଞ୍ଚାୟତ ଓ ଗ୍ରାମାଞ୍ଚଳକୁ ଗମନାଗମନ ସୁବିଧା ପାଇଁ ରାସ୍ତାଘାଟ ନିର୍ମାଣ କରିବାକୁ...

ବାହାରୁଛନ୍ତି ଗୋଟିଏ ପରେ ଗୋଟି ଅଜଗର: ଗାଁ ଲୋକେ…

କର୍ଲାମୁଣ୍ଡା:୧୨।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଅବୁଜବାହାଲଠାରେ ବନ ବିଭାଗ ପକ୍ଷରୁ  ଆଉ  ଏକ ଅଜଗର ସାପ ଉଦ୍ଧାର ହୋଇଥିବା...

ପାନୀୟ ଜଳର ବ୍ୟବସ୍ଥା ନ କରି ଅମୃତଧାରା ପ୍ରକଳ୍ପ ନିର୍ମାଣକୁ ନେଇ ଗ୍ରାମବାସୀ ଅସନ୍ତୁଷ୍ଟ

କେସିଙ୍ଗା,୧୨ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର କିକିଆ ପଞ୍ଚାୟତସ୍ଥିତ ଡଙ୍ଗରମୂର୍ଲି ଗ୍ରାମରେ ନବନିର୍ମିତ ଅମୃତ ଧାରାରେ ପାନୀୟଜଳର ବ୍ୟବସ୍ଥା ନ କରି ପ୍ରଥମେ ତିନି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri