Posted inଫୁରସତ

ପର୍ଯ୍ୟଟନରେ ମନୋରମ ୟୁକସୋମ

ୟୁକସୋମ ହେଉଛି ସିକ୍କିମ୍‌ସ୍ଥିତ ଏକ ଆକର୍ଷଣୀୟ ତଥା ମନୋରମ ସହର। ଏଠାରେ ରହିଛି ଏକାଧିକ ସୁନ୍ଦର ପର୍ଯ୍ୟଟନସ୍ଥଳୀ। ଖାସ୍‌କରି ଏଠାରେ ଦେଖିବାକୁ ମିଳୁଥିବା ଜଙ୍ଗଲ ପରିବେଷ୍ଟିତ ପାହାଡ଼ର ଅପୂର୍ବ ଦୃଶ୍ୟ ବେଶ୍‌ ଆଖିଦୃର୍ଶୀୟା ହୋଇଥାଏ। ଏହାଛଡ଼ା ଏଠାରେ ବି ଦେଖିବାକୁ ମିଳେ ହ୍ରଦ ଏବଂ ଏକାଧିକ ବୌଦ୍ଧ ମଠ। କେବଳ ପର୍ଯ୍ୟଟନ ଦୃଷ୍ଟି କୋଣରୁ ନୁହେଁ ଏଠାକାର ସଂସ୍କୃତି ଓ କଳା ମଧ୍ୟ ବେଶ୍‌ ସମୃଦ୍ଧ ଆଉ ହୃଦୟସ୍ପର୍ଶୀ। ସେଥିପାଇଁ ବର୍ଷକ ବାରମାସ ଏଠାରେ ପର୍ଯ୍ୟଟକଙ୍କର ବେଶ୍‌ ଗହଳି ପରିଲକ୍ଷିତ ହୋଇଥାଏ।

କ’ଣ ଦେଖିବେ
ଏଠାରେ ପର୍ଯ୍ୟଟକ ଦୁବ୍‌ଦି ନାମରେ ଏକ ଲୋକପ୍ରିୟ ବୌଦ୍ଧ ମଠ ଦେଖିବାର ସୂଯୋଗ ପାଇପାରିବେ। ଏହି ମଠକୁ କେହି କେହି ୟୁକସୋମ ମଠ ବୋଲି ବି କହିଥାନ୍ତି। ଇତିହାସ ପୃଷ୍ଠା ଓଲଟାଇଲେ ଜଣାଯାଏ ଯେ, ୧୭୦୧ ମସିହାରେ ନିର୍ମିତ ହୋଇଥିବା ଏହି ବୌଦ୍ଧ ମଠଟି ଆଜିବି ତା’ର ଆକର୍ଷଣୀୟ ପରିପାଟିରେ ଆଗନ୍ତୁକଙ୍କୁ ସ୍ବାଗତ କରିବାକୁ ୟୁକସୋମରେ ସେମିତି ଦଣ୍ଡାୟମାନ ହୋଇ ରହିଛି। କେବଳ ଏହି ଗୋଟିଏ ମଠ ନୁହେଁ, ୟୁକସୋମର ନିକଟବର୍ତ୍ତୀ ଅଞ୍ଚଳରେ ଆହୁରି ଅନେକ ଛୋଟବଡ଼ ମଠ ଦେଖିବାକୁ ମିଳିଥାଏ।

ଯେମିତିକି: ପେମୟାଙ୍ଗସେ ମଠ, ସାଙ୍ଗ ଚୋଏଲିଂ ମଠ, ତାସିଡିଂ ମଠ ଇତ୍ୟାଦି ଅନ୍ୟତମ। ବୌଦ୍ଧମଠ ବ୍ୟତିତ ପର୍ଯ୍ୟଟକ ଏଠାରେ ଖେଚେଓପଲ୍‌ରି ନାମରେ ଏକ ହ୍ରଦ ବି ଦେଖିବାର ମଜା ନେଇପାରିବେ। କେବଳ ସେତିକି ନୁହେଁ, ସମୁଦ୍ରପତ୍ତନଠାରୁ ପ୍ରାୟ ୧୭୮୦ ମିଟର ଉଚ୍ଚତାରେ ଥିବା ଏହି ସହରରେ ପର୍ଯ୍ୟଟକ ଅନେକ ଜଙ୍ଗଲ ପରିବେଷ୍ଟିତ ପାହାଡ ଦେଖିବାର ମଜା ମଧ୍ୟ ନେଇପାରିବେ।

ଟ୍ରେକିଂ ପାଇଁ ବି ପ୍ରସିଦ୍ଧ
ପାହାଡ ପର୍ବତ ଘେରା ଏହି ଅଞ୍ଚଳରେ ଟ୍ରେକିଂ ପାଇଁ ବି ରହିଛି ବେଶ୍‌ ସୁବିଧା ସୂଯୋଗ। ଖାସ୍‌ ସେଥିପାଇଁ ଦୁଃସାହସିକ ପର୍ଯ୍ୟଟନରେ ରୁଚି ରଖୁଥିବା ପର୍ଯ୍ୟଟକଙ୍କର ଏଠାରେ ବେଶ ଭିଡ଼ ଜମିଥାଏ।

ଇକୋ-ଟୁରିଜିମ୍‌
ଇକୋ-ଟୁରିଜିମ୍‌ କ୍ଷେତ୍ରରେ ବି ୟୁକସୋମର ରହିଛି ବେଶ୍‌ ନାଁ ଆଉ ଖ୍ୟାତି। ପାହାଡ, ପର୍ବତ ଘେରା ଏହି ଅଞ୍ଚଳର ଲୋକମାନେ ପରିଷ୍କାର, ପରିଚ୍ଛନ୍ନତା ଉପରେ ବିଶେଷ ଧ୍ୟାନ ଦେଇଥାନ୍ତି; ଯାହାକି ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ।

କେବେ ଓ କେମିତି ଯିବେ
ୟୁକସୋମକୁ ବର୍ଷକ ବାରମାସ ବୁଲି ଯିବାର ସୁବିଧା ଥିଲେ ହେଁ, ସ୍ଥାନୀୟ ପାଣିପାଗ ସୂଚନାକେନ୍ଦ୍ରର ମତାନୁଯାୟୀ, ଡିସେମ୍ବରରୁ ଫେବୃୟାରୀ ଏଠାରେ ବହୁତ ଥଣ୍ଡା ଅନୁଭବ ହୋଇଥାଏ। ତେଣୁ ଏଠାକୁ ଭ୍ରମଣରେ ଯିବା ପାଇଁ ମାର୍ଚ୍ଚରୁ ଜୁନ୍‌ ଏବଂ ସେପ୍ଟେମ୍ବରରୁ ନଭେମ୍ବର ହେଉଛି ସବୁଠୁ ଭଲ ସମୟ। ସେହିପରି ଏଠାକୁ ଯିବା ପାଇଁ ଗମନାଗମନର ବି ଭଲ ବ୍ୟବସ୍ଥା ରହିଛି। ପର୍ଯ୍ୟଟକ ଚାହିଁଲେ ଟୁରିଷ୍ଟ ବସ୍‌ ହେଉ ଅବା ନିଜସ୍ବ ଗାଡ଼ିରେ ମଧ୍ୟ ଆରାମରେ ଯାଇ ଏଠାରେ ପହଁଞ୍ଚତ୍ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri