Posted inଫୁରସତ

ବ୍ଲେଡ ମଝିରେ କାହିଁକି ଥାଏ ଏକ ଖାସ୍‌ ଡିଜାଇନ୍‌

ବ୍ଲେଡ ଯେଉଁ କମ୍ପାନୀର ହେଉ ନା କାହିଁକି, ତାହା ପୃଥିବୀର ଯେଉଁଠି ବି ତିଆରି ହୋଇଥାଉ ପଛେ ତା’ର ଡିଜାଇନ୍‌ କିନ୍ତୁ ଏକାପରି ଥାଏ। ଆଉ ବ୍ଲେଡ୍‌ ମଝିରେ ଥିବା ଖାଲି ସ୍ଥାନରେ ହୋଇଥିବା ଡିଜାଇନ୍‌ ତ ପୁରାପରି ଏକା ହୋଇଥାଏ। ତେବେ ଏଭଳି କାହିଁକି ହୋଇଛି ଓ ଏହାର କାମ କ’ଣ ଜାଣିଛନ୍ତି?

ବ୍ଲେଡକୁ ସର୍ବପ୍ରଥମେ ଜିଲେଟ୍‌ କମ୍ପାନୀର ପ୍ରତିଷ୍ଠାତା କିଙ୍ଗ କୈମ୍ପ ଜିଲେଟ୍‌ ୧୯୦୧ରେ, ଓ୍ବିଲିୟମ ନିକର୍ସନଙ୍କ ସାହାଯ୍ୟରେ ତିଆରି କରିଥିଲେ। ସେହିବର୍ଷ ଉକ୍ତ ବ୍ଲେଡର ପେଟେଣ୍ଟ ବି ହେଇଥିଲା। ଆଉ ୧୯୦୪ରୁ କିଙ୍ଗ କୈମ୍ପ ଜିଲେଟ୍‌ ଏହାର ଉତ୍ପାଦନ ଆରମ୍ଭ କରିଥିଲେ। ସେହିବର୍ଷ ୧୬୫ଟି ବ୍ଲେଡ ତିଆରି କରାଯାଇଥିଲା। ସେତେବେଳେ ବ୍ଲେଡର ବ୍ୟବହାର କେବଳ ନିଶଦାଢି ଶେଭିଂ ପାଇଁ କରାଯାଉଥିଲା। ସେଥିପାଇଁ ବ୍ଲେଡ ମଝିର ଡିଜାଇନ ଏହିଭଳି କରାଯାଇଥିଲା, ଯଦ୍ୱାରା କି ତାହା ରେଜର୍‌ ବୋଲ୍ଟରେ ଠିକ୍‌ଭାବେ ଖାପ ଖୁଆଇ ରହି ପାରିବ। ସେତେବେଳେ ଜିଲେଟ ବ୍ୟତିତ ଅନ୍ୟ କୌଣସି କମ୍ପାନୀର ରେଜର୍‌ ନ ଥିଲା। ତେଣୁ ଏହାକୁ ନଜରରେ ରଖି ବ୍ଲେଡ ମଝିର ଡିଜାଇନ୍‌ କରାଯାଇଥିଲା। ଏହାପରେ ବ୍ଲେଡର ବ୍ୟବସାୟ ଯେତେବେଳେ ଭଲ ଚାଲିଲା ଅନ୍ୟ କେତେକ କମ୍ପାନୀ ବି ଏହି କ୍ଷେତ୍ରକୁ ଆସିଲେ। ହେଲେ ସେତେବେଳେ ଶେଭିଂ ରେଜର୍‌ କେବଳ ଜିଲେଟ୍‌ କମ୍ପାନୀ ହିଁ କରୁଥିଲା । ତେଣୁ ବ୍ଲେଡ ଯେଉଁ କମ୍ପାନୀ କରୁ ପଛେ ଜିଲେଟ୍‌ ରେଜର୍‌ରେ ଖାପଖୁଆଇବା ରହିବା ପାଇଁ ବ୍ଲେଡ ମଝିର ସେହି ଡିଜାଇନ୍‌କୁ ଏକାପରି ହିଁ କରାଯାଉଥିଲା। ସେ ସମୟରେ ପ୍ରତିଦିନ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ବ୍ଲେଡ ତିଆରି କରାଯାଉଥିଲା। ସମୟ ବଦଳିବା ସହ ଏବେ ବିଭିନ୍ନ ପ୍ରକାରର ରେଜର୍‌ ଆସିଲାଣି। ତେଣୁ ବ୍ଲେଡ ଡିଜାଇନ୍‌ରେ ବି କିଛିଟା ପରିବର୍ତ୍ତନ ଆସିଛି। କିନ୍ତୁ ସାଧାରଣଭାବେ ସେଇ ପୁରୁଣା ଡିଜାଇନ୍‌ର ବ୍ଲେଡ ହିଁ ବ୍ୟବହାର କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଦି ପ୍ରାଇମ୍‌ ମିନିଷ୍ଟର୍ସ ଟେବୁଲ’

ନୂଆଦିଲ୍ଲୀ,୨୪ା୮(ପିଟି): ପ୍ରଧାନମନ୍ତ୍ରୀଙ୍କ ଖାଦ୍ୟ ଥାଳିଠାରୁ ଆରମ୍ଭ କରି ସେମାନଙ୍କ ବ୍ୟକ୍ତିଗତ ଜୀବନୀ ଉପରେ ଏକ ପୁସ୍ତକ ପ୍ରକାଶ ପାଇଛି, ଯାହାକି ସେମାନଙ୍କ ରାଜନୈତିକ ଜୀବନୀଠାରୁ ମଧ୍ୟ କିଛି…

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri