Posted inଫୁରସତ

ମିନି ସ୍କର୍ଟ ଫ୍ୟାଶନ

ମିନି ସ୍କର୍ଟର ଫ୍ୟାଶନ କେବେ ବି ଆଉଟ୍‌ ଅଫ୍‌ ଟ୍ରେଣ୍ଡ ହୁଏ ନାହିଁ। ଖାସ୍‌କରି ଖରାଦିନେ ତ ଏହାର ଚାହିଦା ବେଶ୍‌ ରହୁଥିବା ଦେଖିବାକୁ ମିଳେ। ତେବେ ଏହାକୁ କ୍ୟାରି କରିବା ସମୟରେ କିଛିଟା ଜରୁରୀ କଥା ଉପରେ ନଜର ଦେବା ନିହାତି ଆବଶ୍ୟକ…

* ଅଣ୍ଡର ଗାର୍ମେଣ୍ଟ୍ସ: ମିନି ସ୍କର୍ଟର ନାଁ ଉଠିବା ମାତ୍ରେ ମନ ଭିତରେ ଏକ ଛୋଟ ସ୍କର୍ଟର ଛବି ଆସିଯାଏ। ସେଥିପାଇଁ ଅନେକେ ଦ୍ୱନ୍ଦ୍ୱରେ ପଡିଯାନ୍ତି ଯେ, ଏହି ସ୍କର୍ଟ ସହିତ କେଉଁ ଧରଣର ଅଣ୍ଡର୍‌ ଗାର୍ମେଣ୍ଟ୍ସ ପିନ୍ଧିବା ଆବଶ୍ୟକ! ମିନି ସ୍କର୍ଟ ତଳେ ମୁଖ୍ୟତଃ ନ୍ୟୁଡ୍‌ ଶଟର୍‌ସ ପିନ୍ଧିବା ଦରକାର। ଯୁବତୀମାନେ ଚାହିଁଲେ ନିଜ ସ୍କର୍ଟର ରଙ୍ଗକୁ ମ୍ୟାଚିଂ କଲାଭଳି ଶଟର୍‌ସ ମଧ୍ୟ ଟ୍ରାଏ କରିପାରିବେ। ଏହା ସବୁ ଦୃଷ୍ଟିରୁ ସୁରକ୍ଷିତ ହୋଇଥାଏ।

* ନର୍ମାଲ୍‌ ଟପ୍ସ ପିନ୍ଧିପାରିବେ: ଯେହେତୁ ଆପଣ ମିନି ସ୍କର୍ଟ ପିନ୍ଧୁଛନ୍ତି, ତା’ସହିତ କେବେ ବି ବଡି ଫିଟିଙ୍ଗ୍‌ ହେଲା ଭଳି ଟପ୍ସ ପିନ୍ଧିବା ଠିକ୍‌ ନୁହେଁ। କାରଣ ଏହା ଆଖିକୁ ସେତେ ଭଲ ଦେଖାଯାଇ ନଥାଏ। ତେଣୁ ମିନି ସ୍କର୍ଟ ପିନ୍ଧିଲା ବେଳେ ଆପଣ ଚେଷ୍ଟା କରିବେ ଯେତେ ସମ୍ଭବ ନର୍ମାଲ୍‌ ଟପ୍ସ ପିନ୍ଧିବେ।

* ଜ୍ୟାକେଟ୍‌ ବି ଟ୍ରାଏ କରିପାରିବେ: ମିନି ସ୍କର୍ଟ ସହ କେବଳ ଟି-ଶାର୍ଟ କି ଟପ୍ସ ନୁହେଁ, ଯୁବତୀମାନେ ଚାହିଁଲେ ଟପ୍ସ ଉପରେ ଜ୍ୟାକେଟ୍‌ ମଧ୍ୟ ଟ୍ରାଏ କରିପାରିବେ। ତେଣିକି ସେ ଲେଦର୍‌ ହେଉ ଅବା ଡେନିମ୍‌ କିମ୍ବା ଅନ୍ୟ ଯେ କୌଣସି ଫ୍ୟାବ୍ରିକ୍‌ର ଜ୍ୟାକେଟ୍‌ ହେଉନା କାହିଁକି, ଏହା ଲୁକ୍‌କୁ ବେଶ୍‌ ଷ୍ଟାଇଲିଶ୍‌ କରି ଦେଇଥାଏ।

* ଶୁଜ୍‌ ବି ଲାଗିବ ଷ୍ଟାଇଲିଶ୍‌: ମିନି ସ୍କର୍ଟ ସହ ହିଲ୍‌ ପିନ୍ଧିବାର ଫ୍ୟାଶନ ଏବେ ଟିକେ ପୁରୁଣା ହୋଇଗଲାଣି। ଆପଣ ଚାହିଁଲେ ଏହା ସହିତ ମ୍ୟାଚିଂ କରି ଶୁଜ୍‌ ବି ପିନ୍ଧିପାରିବେ। କାରଣ ଏହା ଟ୍ରେଣ୍ଡି ଲୁକ୍‌ ଦେଇଥାଏ।
ମିନି ସ୍କର୍ଟର ବିଭିନ୍ନ ଭେରାଇଟି

* ଡେନିମ୍‌ ମିନି ସ୍କର୍ଟ: ଏହି ସ୍କର୍ଟ ଯୁବତୀଙ୍କୁ ୟୁଥ୍‌ ଲୁକ୍‌ ଦେଇଥାଏ। ଡେନିମ୍‌ ମିନି ସ୍କର୍ଟ ସହ ଆପଣ ଚାହିଁଲେ ମ୍ୟାଚିଂ କରି କ୍ରପ୍‌ ଟି-ଶାର୍ଟ ଏବଂ ତା’ଉପରେ ହାଫ୍‌ ସ୍ଲିଭ୍‌ର ଡେନିମ୍‌ ଜ୍ୟାକେଟ୍‌ ମଧ୍ୟ କ୍ୟାରି କରିପାରିବେ। କେବଳ ସେତିକି ନୁହେଁ, ଏହା ସହିତ ମାଚିଂ ହେଲା ଭଳି ସୁଜ୍‌ ପିନ୍ଧିଲେ ତ ଲୁକ୍‌ ଆହୁରି ଆକର୍ଷଣୀୟ ଲାଗିବ।

* ଲେଦର ମିନି ସ୍କର୍ଟ: ଲେଦର୍‌ର ମିନି ସ୍କର୍ଟ ବି ଯୁବତୀଙ୍କୁ ସ୍ମାର୍ଟ ଲୁକ୍‌ ଦେଇଥାଏ। ବିଶେଷକରି ମଷ୍ଟାର୍ଡ ୟେଲୋ କଲର୍‌ର ଲେଦର୍‌ ମିନି ସ୍କର୍ଟ ସହ ପୋଲ୍‌କା ଡଟ୍‌ ପ୍ର୍ରିଣ୍ଟ ହୋଇଥିବା କଳା ରଙ୍ଗର କଟନ୍‌ ଟି-ଶାର୍ଟ ପିନ୍ଧିଲେ କୁଲ୍‌ ଲୁକ୍‌ ମିଳିଥାଏ। ଯୁବତୀମାନେ ଚାହିଁଲେ ନିଜ ମନ ପସନ୍ଦର ଯେ କୌଣସି ରଙ୍ଗର ମିନି ସ୍କର୍ଟ ଓ ଟପ୍ସକୁ ଏହିଭଳି ଭାବେ ପେୟାର୍‌ କରି ମଧ୍ୟ ପିନ୍ଧିପାରିବେ।

* କଟନ୍‌ ମିନି ସ୍କର୍ଟ: ଖରାଦିନେ ପିନ୍ଧିବା ପାଇଁ କଟନ୍‌ ଫ୍ୟାବ୍ରିକ୍‌ ମିନି ସ୍କର୍ଟ ଏକ ଭଲ ଅପ୍ସନ ହୋଇଥାଏ। ଏହା କମ୍ଫଟେବଲ୍‌ ଲାଗିବା ସହ ଦେହକୁ ବେଶୀ ଗରମ ମଧ୍ୟ ଲାଗି ନଥାଏ। କଟନ୍‌ ମିନି ସ୍କର୍ଟ ସହ ଆପଣ ଚାହିଁଲେ ମ୍ୟାଚିଂ କରି କଟନ୍‌ ଟପ୍ସ ମଧ୍ୟ ପିନ୍ଧିପାରିବେ।

*ଷ୍ଟ୍ରାଇପ୍‌ ପ୍ରିଣ୍ଟ ମିନି ସ୍କର୍ଟ: ଏହି ପ୍ରିଣ୍ଟର ମିନି ସ୍କର୍ଟ ଆଖିକୁ ସୁନ୍ଦର ଦେଖାଯିବା ସହ ଯୁବତୀଙ୍କୁ ଆଉଟ୍‌ଷ୍ଟାଣ୍ଡିଂ ଲୁକ୍‌ ବି ଦେଇଥାଏ। ତେବେ ଏହି ପ୍ରିଣ୍ଟର ସ୍କର୍ଟ ସହ ଯେତେ ସମ୍ଭବ ପ୍ଲେନ୍‌ ଟପ୍ସ ବା ଟି-ଶାର୍ଟ ପିନ୍ଧିବେ ସେତେ ଭଲ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

ସ୍ବାସ୍ଥ୍ୟସେବାରେ ପ୍ରାଣୀ ଚିକିତ୍ସକ

ମଣିଷର ଜୀବନଧାରଣରେ ପ୍ରାଣୀ ସମ୍ପଦର ଗୁରୁତ୍ୱକୁ ଉପଲବ୍ଧି କରି ୨୦୦୧ ମସିହାଠାରୁ ସମଗ୍ର ବିଶ୍ୱରେ ପାଳିତ ହୋଇଆସୁଅଛି ”ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ“। ପ୍ରତିବର୍ଷ ଏପ୍ରିଲ...

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri