ଆସନ୍ତା ଶିକ୍ଷାବର୍ଷରୁ ଖୋଲିବ ଶିଶୁଶ୍ରେଣୀ

ଭୁବନେଶ୍ୱର,୭।୩(ବ୍ୟୁରୋ):ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ଶିଶୁଶ୍ରେଣୀ ବ୍ୟବସ୍ଥା। ଆସନ୍ତା ଶିକ୍ଷା ବର୍ଷରୁ ଏହା ଲାଗୁ ହେବ। ପ୍ରଥମ ପର୍ଯ୍ୟାୟରେ ୨ହଜାର ସ୍କୁଲରେ ଏହି ଶ୍ରେଣୀ ଖୋଲିବା ସହ ପିଲାଙ୍କ ନାମଲେଖା ହେବ। ଏବେ ଶିଶୁମାନେ ପ୍ରଥମେ ଅଙ୍ଗନଓ୍ବାଡ଼ି ଓ ପରେ ପ୍ରଥମ ଶ୍ରେଣୀରୁ ପାଠପଢ଼ା ଆରମ୍ଭ କରୁଥିଲେ। କିନ୍ତୁ ନୂଆ ବ୍ୟବସ୍ଥା ଅନୁସାରେ ପିଲାମାନେ ଅଙ୍ଗନଓ୍ବାଡ଼ି ସାରିବା ପରେ ଶିଶୁଶ୍ରେଣୀରେ ଗୋଟିଏ ବର୍ଷ ପଢ଼ିବେ। ଏହି ଗୋଟିଏ ବର୍ଷରେ ସେମାନଙ୍କ ବୌଦ୍ଧିକ ବିକାଶ ସହିତ ଖେଳକୁଦ ମାଧ୍ୟମରେ ପାଠପଢ଼ା ପ୍ରତି ଆକୃଷ୍ଟ କରାଯିବ। ପ୍ଲେ ସ୍କୁଲ ଢାଞ୍ଚାରେ ପାଠପଢ଼ା ହେବ। ସେଥିପାଇଁ ସରକାରୀ ସ୍କୁଲଗୁଡ଼ିକରେ ଶିଶୁଶ୍ରେଣୀ ପାଇଁ ଆବଶ୍ୟକ ସମସ୍ତ ବ୍ୟବସ୍ଥା କରିବାକୁ ବିଦ୍ୟାଳୟ ଓ ଗଣଣିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଅନେକ ଅଭିଭାବକ ସେମାନଙ୍କ ପିଲାଙ୍କୁ ପ୍ଲେ ସ୍କୁଲରେ ପଢ଼ାଇବାକୁ ଚାହୁଁଥିଲେ ମଧ୍ୟ ଅତ୍ୟଧିକ ଫି’ ଏଥିରେ ବାଧା ଦେଉଛି। ତେଣୁ ପିଲାଙ୍କୁ ପ୍ରାଥମିକ ଶିକ୍ଷା ପୂର୍ବରୁ ପ୍ରାକ୍‌-ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ସାମିଲ କରିବା ସହ ପ୍ଲେ ସ୍କୁଲ ଢାଞ୍ଚାରେ ପଢ଼ାଇବାର ଏହି ପ୍ରୟାସ ସବୁଠି ସ୍ବାଗତ କରାଯାଇଛି। ଶିଶୁ ଶ୍ରେଣୀ ବ୍ୟବସ୍ଥା ଆରମ୍ଭ ହେଲେ ସବୁ ବର୍ଗର ପିଲାମାନେ ଗୁଣାତ୍ମକ ପ୍ରାକ୍‌-ପ୍ରାଥମିକ ଶିକ୍ଷା ପାଇବାର ସୁଯୋଗ ପାଇବେ ବୋଲି ଆଶା କରାଯାଉଛି।
ମିଳିଥିବା ସୂଚନାନୁସାରେ, ରାଜ୍ୟରେ ମୋଟ ୬୫,୨୭୯ ପ୍ରାଥମିକ ସ୍କୁଲ ରହିଛି। ସେଥିମଧ୍ୟରୁ ୫୦,୫୨୬ଟି ସରକାରୀ ପ୍ରାଥମିକ ସ୍କୁଲ। ଏହି ସ୍କୁଲଗୁଡ଼ିକରେ ଶିଶୁଶ୍ରେଣୀ ଆରମ୍ଭ ହେବାକୁ ଯାଉଛି। ଖୋର୍ଦ୍ଧାର ୧,୩୧୬ଟି ସ୍କୁଲ ଥିବାବେଳେ କଟକର ୧,୯୭୬, ଅନୁଗୋଳ ୧,୪୪୩, ବାଲେଶ୍ୱର ୨,୨୯୪, ଭଦ୍ରକ ୧,୬୦୦, ଗଞ୍ଜାମ ୩,୧୩୬, ଜଗତ୍‌ସିଂହପୁର ୧,୨୨୧, ଯାଜପୁର ୧,୮୭୮, ମୟୂରଭଞ୍ଜ ୩,୯୨୧, ପୁରୀ ୧,୭୯୨, କନ୍ଧମାଳ ୧,୭୭୮, ଢେଙ୍କାନାଳ ୧,୩୬୧, ସମ୍ବଲପୁର ୧,୨୭୫, ଝାରସୁଗୁଡ଼ା ୬୦୯ ଏବଂ ନୂଆପଡ଼ାର ୯୫୮ଟି ସ୍କୁଲକୁ ତାଲିକାଭୁକ୍ତ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲାର ୨ହଜାର ସ୍କୁଲରେ ଏହା ଆରମ୍ଭ କରିବାକୁ ବିଭାଗ ନିଷ୍ପତ୍ତି ନେଇଛି। ତେବେ ଯେଉଁ ସ୍କୁଲ ପରିସରରେ ଅଙ୍ଗନଓ୍ବାଡ଼ି ସୁବିଧା ଥିବ, ସେଠାରେ ଏହି ଶିଶୁଶ୍ରେଣୀ ଖୋଲାଯିବ ନାହିଁ। ସେହିପରି ଯେଉଁ ସ୍କୁଲରେ ଭିତ୍ତିଭୂମିର ଅଭାବ ରହିଛି, ସେଠାରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ କି ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ।
ପ୍ରତି ଶିଶୁଶ୍ରେଣୀ ପାଇଁ ପ୍ରାୟ ୫୦ହଜାର ଟଙ୍କାର ବ୍ୟୟ ଅଟକଳ ହୋଇଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୨ହଜାର ସ୍କୁଲ ଲାଗି ପ୍ରାୟ ୧୦କୋଟି ଟଙ୍କା ବ୍ୟୟବରାଦ ଯୋଜନା ରହିଛି। ଏଥିସହ ୨ଜଣ ଲେଖାଏ ଶିକ୍ଷକ ଓ ଜଣେ ଲେଖାଏ କାଉନସେଲର ନିୟୋଜିତ ହେବେ। ଏହି କର୍ମଚାରୀମାନେ ଅସ୍ଥାୟୀ ଭାବେ ନିଯୁକ୍ତି ପାଇବେ କି ଆଉଟ୍‌ସୋର୍ସିଂ ମାଧ୍ୟମରେ ନିଯୁକ୍ତ ହେବେ ତାହା ମଧ୍ୟ ନିଷ୍ପତ୍ତି ହୋଇନାହିଁ। ଏହି ଶିଶୁଶ୍ରେଣୀରେ ନାମଲେଖା ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା ରହିବ। ସାଢ଼େ ୪ବର୍ଷ ବୟସରୁ ପିଲାଙ୍କୁ ନାମଲେଖାଇବାର ସୁଯୋଗ ଦିଆଯିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?