ଆସନ୍ତା ଶିକ୍ଷାବର୍ଷରୁ ଖୋଲିବ ଶିଶୁଶ୍ରେଣୀ

ଭୁବନେଶ୍ୱର,୭।୩(ବ୍ୟୁରୋ):ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ଶିଶୁଶ୍ରେଣୀ ବ୍ୟବସ୍ଥା। ଆସନ୍ତା ଶିକ୍ଷା ବର୍ଷରୁ ଏହା ଲାଗୁ ହେବ। ପ୍ରଥମ ପର୍ଯ୍ୟାୟରେ ୨ହଜାର ସ୍କୁଲରେ ଏହି ଶ୍ରେଣୀ ଖୋଲିବା ସହ ପିଲାଙ୍କ ନାମଲେଖା ହେବ। ଏବେ ଶିଶୁମାନେ ପ୍ରଥମେ ଅଙ୍ଗନଓ୍ବାଡ଼ି ଓ ପରେ ପ୍ରଥମ ଶ୍ରେଣୀରୁ ପାଠପଢ଼ା ଆରମ୍ଭ କରୁଥିଲେ। କିନ୍ତୁ ନୂଆ ବ୍ୟବସ୍ଥା ଅନୁସାରେ ପିଲାମାନେ ଅଙ୍ଗନଓ୍ବାଡ଼ି ସାରିବା ପରେ ଶିଶୁଶ୍ରେଣୀରେ ଗୋଟିଏ ବର୍ଷ ପଢ଼ିବେ। ଏହି ଗୋଟିଏ ବର୍ଷରେ ସେମାନଙ୍କ ବୌଦ୍ଧିକ ବିକାଶ ସହିତ ଖେଳକୁଦ ମାଧ୍ୟମରେ ପାଠପଢ଼ା ପ୍ରତି ଆକୃଷ୍ଟ କରାଯିବ। ପ୍ଲେ ସ୍କୁଲ ଢାଞ୍ଚାରେ ପାଠପଢ଼ା ହେବ। ସେଥିପାଇଁ ସରକାରୀ ସ୍କୁଲଗୁଡ଼ିକରେ ଶିଶୁଶ୍ରେଣୀ ପାଇଁ ଆବଶ୍ୟକ ସମସ୍ତ ବ୍ୟବସ୍ଥା କରିବାକୁ ବିଦ୍ୟାଳୟ ଓ ଗଣଣିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଅନେକ ଅଭିଭାବକ ସେମାନଙ୍କ ପିଲାଙ୍କୁ ପ୍ଲେ ସ୍କୁଲରେ ପଢ଼ାଇବାକୁ ଚାହୁଁଥିଲେ ମଧ୍ୟ ଅତ୍ୟଧିକ ଫି’ ଏଥିରେ ବାଧା ଦେଉଛି। ତେଣୁ ପିଲାଙ୍କୁ ପ୍ରାଥମିକ ଶିକ୍ଷା ପୂର୍ବରୁ ପ୍ରାକ୍‌-ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ସାମିଲ କରିବା ସହ ପ୍ଲେ ସ୍କୁଲ ଢାଞ୍ଚାରେ ପଢ଼ାଇବାର ଏହି ପ୍ରୟାସ ସବୁଠି ସ୍ବାଗତ କରାଯାଇଛି। ଶିଶୁ ଶ୍ରେଣୀ ବ୍ୟବସ୍ଥା ଆରମ୍ଭ ହେଲେ ସବୁ ବର୍ଗର ପିଲାମାନେ ଗୁଣାତ୍ମକ ପ୍ରାକ୍‌-ପ୍ରାଥମିକ ଶିକ୍ଷା ପାଇବାର ସୁଯୋଗ ପାଇବେ ବୋଲି ଆଶା କରାଯାଉଛି।
ମିଳିଥିବା ସୂଚନାନୁସାରେ, ରାଜ୍ୟରେ ମୋଟ ୬୫,୨୭୯ ପ୍ରାଥମିକ ସ୍କୁଲ ରହିଛି। ସେଥିମଧ୍ୟରୁ ୫୦,୫୨୬ଟି ସରକାରୀ ପ୍ରାଥମିକ ସ୍କୁଲ। ଏହି ସ୍କୁଲଗୁଡ଼ିକରେ ଶିଶୁଶ୍ରେଣୀ ଆରମ୍ଭ ହେବାକୁ ଯାଉଛି। ଖୋର୍ଦ୍ଧାର ୧,୩୧୬ଟି ସ୍କୁଲ ଥିବାବେଳେ କଟକର ୧,୯୭୬, ଅନୁଗୋଳ ୧,୪୪୩, ବାଲେଶ୍ୱର ୨,୨୯୪, ଭଦ୍ରକ ୧,୬୦୦, ଗଞ୍ଜାମ ୩,୧୩୬, ଜଗତ୍‌ସିଂହପୁର ୧,୨୨୧, ଯାଜପୁର ୧,୮୭୮, ମୟୂରଭଞ୍ଜ ୩,୯୨୧, ପୁରୀ ୧,୭୯୨, କନ୍ଧମାଳ ୧,୭୭୮, ଢେଙ୍କାନାଳ ୧,୩୬୧, ସମ୍ବଲପୁର ୧,୨୭୫, ଝାରସୁଗୁଡ଼ା ୬୦୯ ଏବଂ ନୂଆପଡ଼ାର ୯୫୮ଟି ସ୍କୁଲକୁ ତାଲିକାଭୁକ୍ତ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲାର ୨ହଜାର ସ୍କୁଲରେ ଏହା ଆରମ୍ଭ କରିବାକୁ ବିଭାଗ ନିଷ୍ପତ୍ତି ନେଇଛି। ତେବେ ଯେଉଁ ସ୍କୁଲ ପରିସରରେ ଅଙ୍ଗନଓ୍ବାଡ଼ି ସୁବିଧା ଥିବ, ସେଠାରେ ଏହି ଶିଶୁଶ୍ରେଣୀ ଖୋଲାଯିବ ନାହିଁ। ସେହିପରି ଯେଉଁ ସ୍କୁଲରେ ଭିତ୍ତିଭୂମିର ଅଭାବ ରହିଛି, ସେଠାରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ କି ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ।
ପ୍ରତି ଶିଶୁଶ୍ରେଣୀ ପାଇଁ ପ୍ରାୟ ୫୦ହଜାର ଟଙ୍କାର ବ୍ୟୟ ଅଟକଳ ହୋଇଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୨ହଜାର ସ୍କୁଲ ଲାଗି ପ୍ରାୟ ୧୦କୋଟି ଟଙ୍କା ବ୍ୟୟବରାଦ ଯୋଜନା ରହିଛି। ଏଥିସହ ୨ଜଣ ଲେଖାଏ ଶିକ୍ଷକ ଓ ଜଣେ ଲେଖାଏ କାଉନସେଲର ନିୟୋଜିତ ହେବେ। ଏହି କର୍ମଚାରୀମାନେ ଅସ୍ଥାୟୀ ଭାବେ ନିଯୁକ୍ତି ପାଇବେ କି ଆଉଟ୍‌ସୋର୍ସିଂ ମାଧ୍ୟମରେ ନିଯୁକ୍ତ ହେବେ ତାହା ମଧ୍ୟ ନିଷ୍ପତ୍ତି ହୋଇନାହିଁ। ଏହି ଶିଶୁଶ୍ରେଣୀରେ ନାମଲେଖା ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା ରହିବ। ସାଢ଼େ ୪ବର୍ଷ ବୟସରୁ ପିଲାଙ୍କୁ ନାମଲେଖାଇବାର ସୁଯୋଗ ଦିଆଯିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଗୋଟିଏ ଆସନ ପାଣ୍ଡିଆନ୍‌ଙ୍କ ପାଇଁ ଛାଡ଼ିବେ ମୁଖ୍ୟମନ୍ତ୍ରୀ: ଭାଜପା

ଭୁବନେଶ୍ୱର, ୨୭।୪(ସୁନିତ୍‌ ମିଶ୍ର): କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ନାଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଅଛି। ଏଥିରୁ ପ୍ରମାଣିତ ହେଲା ଯେ, ସେ ହେଉଛନ୍ତି ବିଜେଡିର ୨...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri