ଜୀବନ ବଞ୍ଚାଇବ ପ୍ଲାଜ୍‌ମା ଥେରାପି

ଡା.ସତ୍ୟସ୍ବରୂପ ପଟ୍ଟନାୟକ

ସମଗ୍ର ବିଶ୍ୱରେ ଭୟାବହ ଆତଙ୍କ ଖେଳାଇ ଦେଇଥିବା କରୋନା ପାଇଁ ପ୍ଲାଜ୍‌ମା ଥେରାପି ମୃତ୍ୟୁ ସଞ୍ଜୀବନୀ ସଦୃଶ। ଏହି କ୍ରମରେ ଦେଖିଲେ ଭାରତର ଅନ୍ୟ ରାଜ୍ୟ ତୁଳନାରେ ପ୍ଲାଜ୍‌ମା ଥେରାପିକୁ ସଫଳତାର ସହ ଆଗେଇ ନେବା ପାଇଁ ଓଡ଼ିଶା ଏବେ ସଫଳତା ପାଇଛି। ଦିଲ୍ଲୀ ଓ ମହାରାଷ୍ଟ୍ର ପରେ ତୃତୀୟ ରାଜ୍ୟ ଭାବେ ଓଡ଼ିଶା କରୋନା ମୁକାବିଲା ପାଇଁ ପ୍ଲାଜ୍‌ମା ଥେରାପିକୁ ଗ୍ରହଣ କରିଛି। ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜର ଟ୍ରାନ୍ସଫ୍ୟୁଜନ ମେଡ଼ିସିନ ବିଭାଗରେ ରାଜ୍ୟର ପ୍ଲାଜ୍‌ମା ଥେରାପି ନୋଡାଲ ସେଣ୍ଟରକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଛନ୍ତି। ପ୍ରଥମ ଦିନରୁ ଜଣେ ଶିଶୁରୋଗ ଡାକ୍ତର ଚିତ୍ତରଞ୍ଜନ ପଣ୍ଡା, ମନୋଜ କୁମାର ବରାଳ, ଅବିନାଶ ରାଉତ ଓ ପଙ୍କଜ କୁମାର ବେହେରା ଆଗେଇ ଆସିଥିବାବେଳେ ଅନ୍ୟ ଆଗ୍ରହୀ ଦାତାମାନେ ମଧ୍ୟ ଏହି କ୍ଷେତ୍ରରେ ଆଗଭର ହୋଇଛନ୍ତି।
ପ୍ଲାଜ୍‌ମା ବିଷୟରେ କିଛି ଆଲୋକପାତ କରୁଛୁ। ବାସ୍ତବରେ ପ୍ଲାଜ୍‌ମା ହେଉଛି ରକ୍ତର ଲିକ୍ୟୁଇଡ଼ କମ୍ପୋନେଣ୍ଟ। କରୋନା ରୋଗୀ ସୁସ୍ଥ ହେବା ପରେ ସେମାନଙ୍କ ରକ୍ତର ପ୍ଲାଜ୍‌ମାରେ ଆଣ୍ଟିବଡ଼ି ତିଆରି ହୋଇଥାଏ। ଏହି ପ୍ଲାଜ୍‌ମାକୁ ଆଣି କରୋନା ଆକ୍ରାନ୍ତକୁ ଦିଆଗଲେ ଆଣ୍ଟିବଡ଼ି ଆକ୍ରାନ୍ତ ବ୍ୟକ୍ତିଙ୍କ ଚିକିତ୍ସାରେ ସହାୟକ ହେବ। ପ୍ଲାଜ୍‌ମା ଥେରାପି ନୂଆ ନୁହେଁ। ୧୮୯୨ରୁ ଏହି ପ୍ରକ୍ରିୟାରେ ଚିକିତ୍ସା ସେବା ପ୍ରଦାନ କରାଯାଉଛି। ଡିଫ୍‌ଥେରିଆ ନାମକ ରୋଗର ଚିକିତ୍ସା ପାଇଁ ପ୍ରଥମେ ପ୍ଲାଜ୍‌ମା ଥେରାପି ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଇବୋଲା, ସ୍ବାଇନ୍‌ ଫ୍ଲୁ, ସାର୍ସ ଭଳି ରୋଗର ଚିକିତ୍ସା ପାଇଁ ମଧ୍ୟ ପ୍ଲାଜ୍‌ମା ଥେରାପି ଦିଆଯାଇଛି। ଆକ୍ରାନ୍ତ ସୁସ୍ଥ ହେବାର ୧୪ ଦିନ ପରେ ଯାଇ ପ୍ଲାଜ୍‌ମା ଦାନ କରିପାରିବେ। ୧୮ରୁ ୬୦ ବର୍ଷ ବୟସର ଲୋକଙ୍କଠାରୁ ପ୍ଲାଜ୍‌ମା ନିଆଯାଇପାରିବ। ବ୍ୟକ୍ତିର ଓଜନ ୫୦ କିଲୋରୁ କମ୍‌ ହୋଇ ନ ଥିବ। ପ୍ଲାଜ୍‌ମା ଦେବା ପୂର୍ବରୁ ସେ ସୁସ୍ଥ ଅଛନ୍ତି କି ନାହିଁ ଏହାକୁ ଦେଖିବାକୁ ହେବ। ପ୍ଲାଜ୍‌ମା ଦାତାଙ୍କଠାରୁ ମେଶିନ୍‌ରେ ରକ୍ତ ନିଆଯିବ। ତେବେ କେବଳ ପ୍ଲାଜ୍‌ମାକୁ ଗ୍ରହଣ କରିବା ପରେ ରକ୍ତ ପୁଣିଥରେ ବ୍ୟକ୍ତି ଦେହକୁ ଫେରିଯିବ। ତିନି ମାସ ବ୍ୟବଧାନରେ ରକ୍ତଦାନ କରିବାକୁ ଥିବାବେଳେ ପ୍ଲାଜ୍‌ମା କିନ୍ତୁ ଜଣେ ସପ୍ତାହକୁ ଦୁଇଥର ଦାନ କରିପାରିବେ। ତେବେ ପ୍ଲାଜ୍‌ମା ଦାନ ପୂର୍ବରୁ ଏଚ୍‌ଆଇଭି, ହେପାଟାଇଟିସ୍‌ ବି ଓ ସି’ର ପରୀକ୍ଷା କରାଯିବ। ପ୍ଲାଜ୍‌ମାକୁ ଅଧିକ ଦିନ ଯାଏ ଷ୍ଟୋର କରି ମଧ୍ୟ ରଖିହେବ। ଜଣେ ଡୋନରଙ୍କଠାରୁ ନିଆଯାଇଥିବା ପ୍ଲାଜ୍‌ମାକୁ ଦୁଇଜଣଙ୍କୁ ଦିଆଯାଇପାରିବ। ବାସ୍ତବ କଥା ହେଉଛି ଏକ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ହେଉଛି ପ୍ଲାଜ୍‌ମା।
ଏ କ୍ଷେତ୍ରରେ ଜଣେ ଡୋନରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, କାରଣ ସର୍ବପ୍ରଥମେ ଡୋନରଙ୍କ କୋଭିଡ୍‌ ଟେଷ୍ଟ ଓ ପରେ ଅନ୍ୟ ସମସ୍ତ ଆନୁଷଙ୍ଗିକ ନମୁନା ଯାଞ୍ଚ ହେବ। ନିୟମ ଅନୁଯାୟୀ ଡୋନରଙ୍କ ବୟସ ୨୦ରୁ ୫୦ ବର୍ଷ, ଓଜନ ସର୍ବନିମ୍ନ ୫୫ କିଗ୍ରା ଏବଂ କରୋନା ଆକ୍ରାନ୍ତ ହୋଇ ସୁସ୍ଥ ହେବାର ଅତିକମ୍‌ରେ ୪ ସପ୍ତାହ ହୋଇଥିବା ଜରୁରୀ। ମହିଳାଙ୍କ କ୍ଷେତ୍ରରେ ସମସ୍ତ ନିୟମ ସମାନ ରହିବା ସହ କେବଳ ଡୋନର ମହିଳା ଶିଶୁ ଜନ୍ମ କିମ୍ବା ଗର୍ଭଧାରଣ କରି ନ ଥିବା ବାଞ୍ଛନୀୟ। ଯେଉଁମାନେ ସ୍ବେଚ୍ଛାକୃତ ଭାବେ ପ୍ଲାଜ୍‌ମା ପ୍ରଦାନ ପାଇଁ ଆଗ୍ରହୀ ସେମାନେ ସ୍ବାସ୍ଥ୍ୟବିଭାଗର ୱେବ୍‌ସାଇଟରେ ନାମ ପଞ୍ଜୀକରଣ କଲାପରେ ସେମାନଙ୍କୁ କାଉନ୍‌ସେଲିଂ କରାଯିବ ଓ ପରେ ସେମାନେ ପ୍ଲାଜ୍‌ମା ଦାନ ପାଇଁ ଯୋଗ୍ୟ ବିବେଚିତ ହେବେ। ଜଣେ ପ୍ଲାଜ୍‌ମା ଦାତାଙ୍କୁ ଦାନ କରିବାକୁ ପାଖାପାଖି ଦୁଇଦିନ ସମୟ ଲାଗିବ। ଗୋଟିଏ ଦିନରେ ପ୍ଲାଜ୍‌ମା ଦେଉଥିବା ବ୍ୟକ୍ତିଙ୍କ ଆବଶ୍ୟକ ଡାକ୍ତରୀ ପରୀକ୍ଷା ନିରୀକ୍ଷା କରାଯିବା ପରେ କାଉନ୍‌ସେଲିଂ ଓ ଏହି ଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ। ଜଣେ ଦାତା କରୋନାରୁ ସୁସ୍ଥ ହେବାର ୨୮ଦିନ ପରେ ପ୍ଲାଜ୍‌ମା ଦେଇପାରିବେ। ଦୂରରୁ ଆସୁଥିବା ପ୍ଲାଜ୍‌ମା ଦାତାଙ୍କ ପାଇଁ ସରକାର ୯ହଜାର ଟଙ୍କା ଖର୍ଚ୍ଚ କରିବେ। ସେହିପରି ଯେଉଁମାନେ କରୋନାରୁ ଆରୋଗ୍ୟ ଲାଭ ହେଲେଣି ସେମାନଙ୍କୁ ମଧ୍ୟ ପ୍ଲାଜ୍‌ମା ଦାନ କରିବାକୁ ସଚେତନ କରାଯିବ। ଜଣେ ପ୍ଲାଜ୍‌ମା ଦାତାଙ୍କଠାରୁ ପ୍ଲାଜ୍‌ମା ସଂଗ୍ରହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅନେକ ସତର୍କତା ମଧ୍ୟ ଅବଲମ୍ବନ କରାଯାଇଥାଏ।
ଗୁରୁତର କୋଭିଡ୍‌ ରୋଗୀଙ୍କ ପାଇଁ ମୃତ୍ୟୁ ସଞ୍ଜୀବନୀ ଓ ଅମୋଘ ଅବ୍ୟର୍ଥ ବ୍ୟବସ୍ଥା ପାଲଟିଛି ପ୍ଲାଜ୍‌ମା ଥେରାପି। ରକ୍ତଦାନ ପରି ପ୍ଲାଜ୍‌ମା ଦାନ ଲାଗି ସାଧାରଣରେ ସଚେତନତା ବୃଦ୍ଧି ପାଇବା ଦରକାର। ଆଇସିଏମ୍‌ଆର୍‌ ଗାଇଡ ଲାଇନ ଅନୁସାରେ ଏବେ ପ୍ଲାଜ୍‌ମା ସଂଗ୍ରହ କାର୍ଯ୍ୟକ୍ରମ ରାଜ୍ୟରେ ଜାରି ରହିଛି। ମହାରାଷ୍ଟ୍ର, ଦିଲ୍ଲୀ ଓ କେରଳ ପରେ ଓଡ଼ିଶା ହେଉଛି ଚତୁର୍ଥ ରାଜ୍ୟ, ଯେ କି ପ୍ଲାଜ୍‌ମା ଥେରାପି ଚିକିତ୍ସା ଆରମ୍ଭ କରିଛି। ଜଣେ ଡୋନରଙ୍କଠାରୁ ପ୍ଲାଜ୍‌ମା ସଂଗ୍ରହ କରିବା ପାଇଁ ଆଫେରେସିସ୍‌ ମେଶିନର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହି ମେଶିନ ଡୋନରଙ୍କ ରକ୍ତରୁ ପ୍ଲାଜ୍‌ମାକୁ ପୃଥକ୍‌ କରି ପୁଣି ଡୋନରଙ୍କ ଶରୀରକୁ ଅବଶିଷ୍ଟ ରକ୍ତାଂଶ ଫେରାଇଦିଏ। ପ୍ଲେଟ୍‌ଲେଟ ସଂଗ୍ରହରେ ମଧ୍ୟ ଏହି ମେଶିନ କାମରେ ଲାଗେ। କିନ୍ତୁ ଏସ୍‌ସିବିର ବ୍ଲଡ୍‌ବ୍ୟାଙ୍କରେ ପାଞ୍ଚ ବର୍ଷ ଓ ରେଡ୍‌କ୍ରସ ବ୍ଲଡ୍‌ବ୍ୟାଙ୍କରେ ଗତ ୧୦ବର୍ଷ ହେଲା ଏହି ମେଶିନ ଖରାପ ହୋଇପଡ଼ିଥିଲା। ତେଣୁ ଉଭୟ ପ୍ଲାଜ୍‌ମା ଓ ପ୍ଲେଟ୍‌ଲେଟ ପାଇଁ ହେଲ୍‌ଥ ହବ୍‌ କଟକ ସିଟିକୁ ରାଜଧାନୀ ଭୁବନେଶ୍ୱର ଉପରେ ନିର୍ଭର କରିବାକୁ ପଡ଼ୁଥିଲା। କିନ୍ତୁ ଏବେ ଏସ୍‌ସିବି ଟ୍ରାନ୍ସଫ୍ୟୁଜନ ମେଡିସିନ ବିଭାଗକୁ ପ୍ଲାଜ୍‌ମାଥେରାପିର ନୋଡାଲ ସେଣ୍ଟର ତଥା ପ୍ଲାଜ୍‌ମା ବ୍ୟାଙ୍କ ବୋଲି ଘୋଷଣା କରାଯିବା ପରେ ଏଠାକୁ ଏକ ନୂଆ ଆଫେରେସିସ୍‌ ମେଶିନ ଦିଆଯାଇଛି। ଆଗକୁ ଆଉ ଗୋଟିଏ ନୂଆ ମେଶିନ ମଧ୍ୟ ଆସିବ। ପ୍ଲାଜ୍‌ମା ଦାନ ପାଇଁ ସାଧାରଣତଃ ପ୍ଲାଜ୍‌ମା ଦାତାଙ୍କ ଓଜନ, ରକ୍ତ ଶର୍କରା, ବ୍ଲଡ଼ପ୍ରେସର, ପ୍ରୋଟିନ୍‌, ସିବିସି, ଆଣ୍ଟିବଡ଼ି, ଭିଡ଼ିଆରଏଲ୍‌, ମ୍ୟାଲେରିଆ, ଏଚ୍‌ଆଇଭି, ଏଚ୍‌ଭିସି, ହେପାଟାଇଟିସ ଆଦି ବିଭିନ୍ନ ପ୍ରକାର ପରୀକ୍ଷା ଜରୁରୀ।
ଆସିଷ୍ଟାଣ୍ଟ ପ୍ରଫେସର, କାର୍ଡିଆକ୍‌ ଆନାସ୍‌ଥେସିଆ, ହାଇଟେକ୍‌ ମେଡ଼ିକାଲ କଲେଜ, ଭୁବନେଶ୍ୱର, ମୋ :୯୯୦୧୧୪୫୭୯୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri