ଜୀବନ ବଞ୍ଚାଇବ ପ୍ଲାଜ୍‌ମା ଥେରାପି

ଡା.ସତ୍ୟସ୍ବରୂପ ପଟ୍ଟନାୟକ

ସମଗ୍ର ବିଶ୍ୱରେ ଭୟାବହ ଆତଙ୍କ ଖେଳାଇ ଦେଇଥିବା କରୋନା ପାଇଁ ପ୍ଲାଜ୍‌ମା ଥେରାପି ମୃତ୍ୟୁ ସଞ୍ଜୀବନୀ ସଦୃଶ। ଏହି କ୍ରମରେ ଦେଖିଲେ ଭାରତର ଅନ୍ୟ ରାଜ୍ୟ ତୁଳନାରେ ପ୍ଲାଜ୍‌ମା ଥେରାପିକୁ ସଫଳତାର ସହ ଆଗେଇ ନେବା ପାଇଁ ଓଡ଼ିଶା ଏବେ ସଫଳତା ପାଇଛି। ଦିଲ୍ଲୀ ଓ ମହାରାଷ୍ଟ୍ର ପରେ ତୃତୀୟ ରାଜ୍ୟ ଭାବେ ଓଡ଼ିଶା କରୋନା ମୁକାବିଲା ପାଇଁ ପ୍ଲାଜ୍‌ମା ଥେରାପିକୁ ଗ୍ରହଣ କରିଛି। ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜର ଟ୍ରାନ୍ସଫ୍ୟୁଜନ ମେଡ଼ିସିନ ବିଭାଗରେ ରାଜ୍ୟର ପ୍ଲାଜ୍‌ମା ଥେରାପି ନୋଡାଲ ସେଣ୍ଟରକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଛନ୍ତି। ପ୍ରଥମ ଦିନରୁ ଜଣେ ଶିଶୁରୋଗ ଡାକ୍ତର ଚିତ୍ତରଞ୍ଜନ ପଣ୍ଡା, ମନୋଜ କୁମାର ବରାଳ, ଅବିନାଶ ରାଉତ ଓ ପଙ୍କଜ କୁମାର ବେହେରା ଆଗେଇ ଆସିଥିବାବେଳେ ଅନ୍ୟ ଆଗ୍ରହୀ ଦାତାମାନେ ମଧ୍ୟ ଏହି କ୍ଷେତ୍ରରେ ଆଗଭର ହୋଇଛନ୍ତି।
ପ୍ଲାଜ୍‌ମା ବିଷୟରେ କିଛି ଆଲୋକପାତ କରୁଛୁ। ବାସ୍ତବରେ ପ୍ଲାଜ୍‌ମା ହେଉଛି ରକ୍ତର ଲିକ୍ୟୁଇଡ଼ କମ୍ପୋନେଣ୍ଟ। କରୋନା ରୋଗୀ ସୁସ୍ଥ ହେବା ପରେ ସେମାନଙ୍କ ରକ୍ତର ପ୍ଲାଜ୍‌ମାରେ ଆଣ୍ଟିବଡ଼ି ତିଆରି ହୋଇଥାଏ। ଏହି ପ୍ଲାଜ୍‌ମାକୁ ଆଣି କରୋନା ଆକ୍ରାନ୍ତକୁ ଦିଆଗଲେ ଆଣ୍ଟିବଡ଼ି ଆକ୍ରାନ୍ତ ବ୍ୟକ୍ତିଙ୍କ ଚିକିତ୍ସାରେ ସହାୟକ ହେବ। ପ୍ଲାଜ୍‌ମା ଥେରାପି ନୂଆ ନୁହେଁ। ୧୮୯୨ରୁ ଏହି ପ୍ରକ୍ରିୟାରେ ଚିକିତ୍ସା ସେବା ପ୍ରଦାନ କରାଯାଉଛି। ଡିଫ୍‌ଥେରିଆ ନାମକ ରୋଗର ଚିକିତ୍ସା ପାଇଁ ପ୍ରଥମେ ପ୍ଲାଜ୍‌ମା ଥେରାପି ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଇବୋଲା, ସ୍ବାଇନ୍‌ ଫ୍ଲୁ, ସାର୍ସ ଭଳି ରୋଗର ଚିକିତ୍ସା ପାଇଁ ମଧ୍ୟ ପ୍ଲାଜ୍‌ମା ଥେରାପି ଦିଆଯାଇଛି। ଆକ୍ରାନ୍ତ ସୁସ୍ଥ ହେବାର ୧୪ ଦିନ ପରେ ଯାଇ ପ୍ଲାଜ୍‌ମା ଦାନ କରିପାରିବେ। ୧୮ରୁ ୬୦ ବର୍ଷ ବୟସର ଲୋକଙ୍କଠାରୁ ପ୍ଲାଜ୍‌ମା ନିଆଯାଇପାରିବ। ବ୍ୟକ୍ତିର ଓଜନ ୫୦ କିଲୋରୁ କମ୍‌ ହୋଇ ନ ଥିବ। ପ୍ଲାଜ୍‌ମା ଦେବା ପୂର୍ବରୁ ସେ ସୁସ୍ଥ ଅଛନ୍ତି କି ନାହିଁ ଏହାକୁ ଦେଖିବାକୁ ହେବ। ପ୍ଲାଜ୍‌ମା ଦାତାଙ୍କଠାରୁ ମେଶିନ୍‌ରେ ରକ୍ତ ନିଆଯିବ। ତେବେ କେବଳ ପ୍ଲାଜ୍‌ମାକୁ ଗ୍ରହଣ କରିବା ପରେ ରକ୍ତ ପୁଣିଥରେ ବ୍ୟକ୍ତି ଦେହକୁ ଫେରିଯିବ। ତିନି ମାସ ବ୍ୟବଧାନରେ ରକ୍ତଦାନ କରିବାକୁ ଥିବାବେଳେ ପ୍ଲାଜ୍‌ମା କିନ୍ତୁ ଜଣେ ସପ୍ତାହକୁ ଦୁଇଥର ଦାନ କରିପାରିବେ। ତେବେ ପ୍ଲାଜ୍‌ମା ଦାନ ପୂର୍ବରୁ ଏଚ୍‌ଆଇଭି, ହେପାଟାଇଟିସ୍‌ ବି ଓ ସି’ର ପରୀକ୍ଷା କରାଯିବ। ପ୍ଲାଜ୍‌ମାକୁ ଅଧିକ ଦିନ ଯାଏ ଷ୍ଟୋର କରି ମଧ୍ୟ ରଖିହେବ। ଜଣେ ଡୋନରଙ୍କଠାରୁ ନିଆଯାଇଥିବା ପ୍ଲାଜ୍‌ମାକୁ ଦୁଇଜଣଙ୍କୁ ଦିଆଯାଇପାରିବ। ବାସ୍ତବ କଥା ହେଉଛି ଏକ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ହେଉଛି ପ୍ଲାଜ୍‌ମା।
ଏ କ୍ଷେତ୍ରରେ ଜଣେ ଡୋନରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, କାରଣ ସର୍ବପ୍ରଥମେ ଡୋନରଙ୍କ କୋଭିଡ୍‌ ଟେଷ୍ଟ ଓ ପରେ ଅନ୍ୟ ସମସ୍ତ ଆନୁଷଙ୍ଗିକ ନମୁନା ଯାଞ୍ଚ ହେବ। ନିୟମ ଅନୁଯାୟୀ ଡୋନରଙ୍କ ବୟସ ୨୦ରୁ ୫୦ ବର୍ଷ, ଓଜନ ସର୍ବନିମ୍ନ ୫୫ କିଗ୍ରା ଏବଂ କରୋନା ଆକ୍ରାନ୍ତ ହୋଇ ସୁସ୍ଥ ହେବାର ଅତିକମ୍‌ରେ ୪ ସପ୍ତାହ ହୋଇଥିବା ଜରୁରୀ। ମହିଳାଙ୍କ କ୍ଷେତ୍ରରେ ସମସ୍ତ ନିୟମ ସମାନ ରହିବା ସହ କେବଳ ଡୋନର ମହିଳା ଶିଶୁ ଜନ୍ମ କିମ୍ବା ଗର୍ଭଧାରଣ କରି ନ ଥିବା ବାଞ୍ଛନୀୟ। ଯେଉଁମାନେ ସ୍ବେଚ୍ଛାକୃତ ଭାବେ ପ୍ଲାଜ୍‌ମା ପ୍ରଦାନ ପାଇଁ ଆଗ୍ରହୀ ସେମାନେ ସ୍ବାସ୍ଥ୍ୟବିଭାଗର ୱେବ୍‌ସାଇଟରେ ନାମ ପଞ୍ଜୀକରଣ କଲାପରେ ସେମାନଙ୍କୁ କାଉନ୍‌ସେଲିଂ କରାଯିବ ଓ ପରେ ସେମାନେ ପ୍ଲାଜ୍‌ମା ଦାନ ପାଇଁ ଯୋଗ୍ୟ ବିବେଚିତ ହେବେ। ଜଣେ ପ୍ଲାଜ୍‌ମା ଦାତାଙ୍କୁ ଦାନ କରିବାକୁ ପାଖାପାଖି ଦୁଇଦିନ ସମୟ ଲାଗିବ। ଗୋଟିଏ ଦିନରେ ପ୍ଲାଜ୍‌ମା ଦେଉଥିବା ବ୍ୟକ୍ତିଙ୍କ ଆବଶ୍ୟକ ଡାକ୍ତରୀ ପରୀକ୍ଷା ନିରୀକ୍ଷା କରାଯିବା ପରେ କାଉନ୍‌ସେଲିଂ ଓ ଏହି ଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ। ଜଣେ ଦାତା କରୋନାରୁ ସୁସ୍ଥ ହେବାର ୨୮ଦିନ ପରେ ପ୍ଲାଜ୍‌ମା ଦେଇପାରିବେ। ଦୂରରୁ ଆସୁଥିବା ପ୍ଲାଜ୍‌ମା ଦାତାଙ୍କ ପାଇଁ ସରକାର ୯ହଜାର ଟଙ୍କା ଖର୍ଚ୍ଚ କରିବେ। ସେହିପରି ଯେଉଁମାନେ କରୋନାରୁ ଆରୋଗ୍ୟ ଲାଭ ହେଲେଣି ସେମାନଙ୍କୁ ମଧ୍ୟ ପ୍ଲାଜ୍‌ମା ଦାନ କରିବାକୁ ସଚେତନ କରାଯିବ। ଜଣେ ପ୍ଲାଜ୍‌ମା ଦାତାଙ୍କଠାରୁ ପ୍ଲାଜ୍‌ମା ସଂଗ୍ରହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅନେକ ସତର୍କତା ମଧ୍ୟ ଅବଲମ୍ବନ କରାଯାଇଥାଏ।
ଗୁରୁତର କୋଭିଡ୍‌ ରୋଗୀଙ୍କ ପାଇଁ ମୃତ୍ୟୁ ସଞ୍ଜୀବନୀ ଓ ଅମୋଘ ଅବ୍ୟର୍ଥ ବ୍ୟବସ୍ଥା ପାଲଟିଛି ପ୍ଲାଜ୍‌ମା ଥେରାପି। ରକ୍ତଦାନ ପରି ପ୍ଲାଜ୍‌ମା ଦାନ ଲାଗି ସାଧାରଣରେ ସଚେତନତା ବୃଦ୍ଧି ପାଇବା ଦରକାର। ଆଇସିଏମ୍‌ଆର୍‌ ଗାଇଡ ଲାଇନ ଅନୁସାରେ ଏବେ ପ୍ଲାଜ୍‌ମା ସଂଗ୍ରହ କାର୍ଯ୍ୟକ୍ରମ ରାଜ୍ୟରେ ଜାରି ରହିଛି। ମହାରାଷ୍ଟ୍ର, ଦିଲ୍ଲୀ ଓ କେରଳ ପରେ ଓଡ଼ିଶା ହେଉଛି ଚତୁର୍ଥ ରାଜ୍ୟ, ଯେ କି ପ୍ଲାଜ୍‌ମା ଥେରାପି ଚିକିତ୍ସା ଆରମ୍ଭ କରିଛି। ଜଣେ ଡୋନରଙ୍କଠାରୁ ପ୍ଲାଜ୍‌ମା ସଂଗ୍ରହ କରିବା ପାଇଁ ଆଫେରେସିସ୍‌ ମେଶିନର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହି ମେଶିନ ଡୋନରଙ୍କ ରକ୍ତରୁ ପ୍ଲାଜ୍‌ମାକୁ ପୃଥକ୍‌ କରି ପୁଣି ଡୋନରଙ୍କ ଶରୀରକୁ ଅବଶିଷ୍ଟ ରକ୍ତାଂଶ ଫେରାଇଦିଏ। ପ୍ଲେଟ୍‌ଲେଟ ସଂଗ୍ରହରେ ମଧ୍ୟ ଏହି ମେଶିନ କାମରେ ଲାଗେ। କିନ୍ତୁ ଏସ୍‌ସିବିର ବ୍ଲଡ୍‌ବ୍ୟାଙ୍କରେ ପାଞ୍ଚ ବର୍ଷ ଓ ରେଡ୍‌କ୍ରସ ବ୍ଲଡ୍‌ବ୍ୟାଙ୍କରେ ଗତ ୧୦ବର୍ଷ ହେଲା ଏହି ମେଶିନ ଖରାପ ହୋଇପଡ଼ିଥିଲା। ତେଣୁ ଉଭୟ ପ୍ଲାଜ୍‌ମା ଓ ପ୍ଲେଟ୍‌ଲେଟ ପାଇଁ ହେଲ୍‌ଥ ହବ୍‌ କଟକ ସିଟିକୁ ରାଜଧାନୀ ଭୁବନେଶ୍ୱର ଉପରେ ନିର୍ଭର କରିବାକୁ ପଡ଼ୁଥିଲା। କିନ୍ତୁ ଏବେ ଏସ୍‌ସିବି ଟ୍ରାନ୍ସଫ୍ୟୁଜନ ମେଡିସିନ ବିଭାଗକୁ ପ୍ଲାଜ୍‌ମାଥେରାପିର ନୋଡାଲ ସେଣ୍ଟର ତଥା ପ୍ଲାଜ୍‌ମା ବ୍ୟାଙ୍କ ବୋଲି ଘୋଷଣା କରାଯିବା ପରେ ଏଠାକୁ ଏକ ନୂଆ ଆଫେରେସିସ୍‌ ମେଶିନ ଦିଆଯାଇଛି। ଆଗକୁ ଆଉ ଗୋଟିଏ ନୂଆ ମେଶିନ ମଧ୍ୟ ଆସିବ। ପ୍ଲାଜ୍‌ମା ଦାନ ପାଇଁ ସାଧାରଣତଃ ପ୍ଲାଜ୍‌ମା ଦାତାଙ୍କ ଓଜନ, ରକ୍ତ ଶର୍କରା, ବ୍ଲଡ଼ପ୍ରେସର, ପ୍ରୋଟିନ୍‌, ସିବିସି, ଆଣ୍ଟିବଡ଼ି, ଭିଡ଼ିଆରଏଲ୍‌, ମ୍ୟାଲେରିଆ, ଏଚ୍‌ଆଇଭି, ଏଚ୍‌ଭିସି, ହେପାଟାଇଟିସ ଆଦି ବିଭିନ୍ନ ପ୍ରକାର ପରୀକ୍ଷା ଜରୁରୀ।
ଆସିଷ୍ଟାଣ୍ଟ ପ୍ରଫେସର, କାର୍ଡିଆକ୍‌ ଆନାସ୍‌ଥେସିଆ, ହାଇଟେକ୍‌ ମେଡ଼ିକାଲ କଲେଜ, ଭୁବନେଶ୍ୱର, ମୋ :୯୯୦୧୧୪୫୭୯୫


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri