କେରଳ ସୁନା

ନଗଦ ଅର୍ଥ ପରେ ସବୁଠାରୁ ଅଧିକ ଲିକ୍ୟୁଡିଟି ବା ସହଜରେ ଅର୍ଥ ଭଳି କାମ ଦେଉଥିବା ହଳଦିଆ ଧାତୁ ହେଲା ସୁନା। ବିଶେଷକରି ବିମୁଦ୍ରୀକରଣ ପରେ ଓ ଭାରତୀୟ ଟଙ୍କାର ଅବମୂଲ୍ୟାୟନ ସର୍ବଦା ଘଟୁଥିବାରୁ ଏହି ଧାତୁର ଚାହିଦା ବୃଦ୍ଧି ପାଉଛି। ସେଥିପାଇଁ ଏହି ଦ୍ରବ୍ୟର ବହୁଳ ମାତ୍ରାରେ ଚୋରାଚାଲାଣ ହୋଇଥାଏ। ଭାରତରେ ଗୁଜରାଟ, ଡାମନ ଓ ମହାରାଷ୍ଟ୍ର ପରେ ଏବେ ନୂତନ ଭାବେ କେରଳ ସୁନା ବ୍ୟବସାୟରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରୁ ବର୍ଷକ ମଧ୍ୟରେ ୨୩୦ କେଜି ସୁନା କେରଳ ରାଜଧାନୀ ଥିରୁଭାନନ୍ତପୁରମ୍‌କୁ ଚୋରା ଚାଲାଣ ହୋଇ ଆସିଥିବା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ପ୍ରକାଶ କରିଛି। ଓଡ଼ିଶାରେ ମଧ୍ୟ ସୁନା ଚୋରାଚାଲାଣ ଗତ କିଛି ବର୍ଷ ଧରି କ୍ରମାଗତ ହୋଇଆସୁଛି। ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରରୁ ବର୍ଷକ ମଧ୍ୟରେ ଅନେକ କିଲୋଗ୍ରାମ୍‌ ସୁନା ବାରମ୍ବାର ଜବତ ହୋଇଥିବାର ଖବର ପଢ଼ିବାକୁ ମିଳିଛି। କୋଭିଡ୍‌-୧୯ଜନିତ ଲକ୍‌ଡାଉନ ଯୋଗୁ ଅନ୍ତର୍ଜାତୀୟ ଉଡ଼ାଣ ବାତିଲ ହୋଇଥିବାରୁ ଏବେ ଏହି କାରବାର ବନ୍ଦ ରହିଛି।
କେରଳ କଥା ଦେଖିଲେ ୫ ଜୁଲାଇରେ ଥିରୁଭାନନ୍ତପୁରମ୍‌ ବିମାନବନ୍ଦରରୁ ୩୦ କେଜି ସୁନା ଜବତ ହେବା ପରେ ଦେଶର ଏକ ବଡ଼ ଚୋରା କାରବାର ଘଟଣା ପଦାକୁ ଆସିଛି। ଏଥିରେ ମୁଖ୍ୟ ଅଭିଯୁକ୍ତ ପି.ଏସ୍‌. ସାରିଥ ଓ ସ୍ବପ୍ନା ସୁରେଶ ୟୁଏଇ କନ୍‌ସୁଲେଟ୍‌ର ଜାଲ୍‌ ଦସ୍ତାବିଜ ବ୍ୟବହାର କରି କୂଟନୈତିକ ଚ୍ୟାନେଲ ଜରିଆରେ ଏହାକୁ ଚାଲାଣ କରି ଆଣୁଥିଲେ ବୋଲି ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ, କେରଳ ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନଙ୍କ ପୂର୍ବତନ ସଚିବ ଏମ୍‌. ଶିବଶଙ୍କର ଏବଂ ସରକାରଙ୍କ ପୂର୍ବତନ ଆଇଟି ଅଧିକାରୀ ଅରୁଣ ବାଲଚନ୍ଦ୍ରନଙ୍କ ନାମ ଏଥିରେ ଥିବା ସୂଚନା ମିଳିଛି। ତେବେ ଏହି ଘଟଣାରେ ସ୍ବପ୍ନା ସୁରେଶ ନାମ୍ନୀ ଯେଉଁ ମହିଳା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ, ତାଙ୍କ କଲ୍‌ ଲିଷ୍ଟରୁ ସରକାରଙ୍କ କ୍ୟାବିନେଟର ଜଣେ ବରିଷ୍ଠ ମନ୍ତ୍ରୀ ଥିବା ତଦନ୍ତ ଅଧିକାରୀ କହିଛନ୍ତି। ଇତିମଧ୍ୟରେ ଏହି ହାଇପ୍ରୋଫାଇଲ ମାମଲାରେ ଏନ୍‌ଆଇଏ ୪ ଜଣଙ୍କୁ ଗିରଫ କରିଥିବା ବେଳେ ସୀମାଶୁଳ୍କ ବିଭାଗ ୧୩ ଜଣଙ୍କୁ ଧରିଥିବା ପ୍ରକାଶ କରିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଏହି ତଦନ୍ତକୁ ରାଜନୀତିକରଣ କରାଯିବାର ବାସ୍ନା ମିଳୁଛି। କେରଳର ବାମପନ୍ଥୀ ସରକାର କେନ୍ଦ୍ରର ମୋଦି ସରକାରଙ୍କୁ ବିରୋଧ କରୁଥିବାରୁ ପିନରାୟିଙ୍କୁ ଅଡ଼ୁଆରେ ପକାଇବା ସକାଶେ ପ୍ରଚେଷ୍ଟା ଆରମ୍ଭ ହୋଇଥିବା ଭଳି ମନେହେଉଛି।
ଦେଶର ସୁନା କାରବାରର ପ୍ରାୟ ୭୦ ପ୍ରତିଶତ ବ୍ୟବସାୟ ଚୋରା ଚାଲାଣ ଉପରେ ନିର୍ଭରଶୀଳ। ସୀମାଶୁଳ୍କର ଅଧିକାଂଶ ଦୁର୍ନୀତିଗ୍ରସ୍ତ ଅଧିକାରୀ ଏଭଳି ର଼୍ୟାକେଟ ସହ ସମ୍ପୃକ୍ତ ଥିବା ଅତୀତରୁ ବହୁବାର ଜଣାପଡ଼ିଛି। କେରଳରେ ବର୍ଷକ ମଧ୍ୟରେ ଯେଉଁଭଳି ଭାବେ ସୁନା ଚୋରାଚାଲାଣ ହୋଇଛି ସେଥିରେ କୂଟନୈତିକ ଚ୍ୟାନେଲକୁ ଅନେକ ଥର ବ୍ୟବହାର କରାଯାଇଥିବା ଜଣାପଡ଼ିଛି। ତେବେ ଜାତୀୟ ନିରାପତ୍ତା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ୍‌ ଡୋଭାଲ ସୁନା ଚୋରାଚାଲାଣର ତଦନ୍ତ ଦିଗକୁ ତଦାରଖ କରିବା ପାଇଁ କୋଚିରେ ପହଞ୍ଚିବା ଦର୍ଶାଉଛି ଯେ ଏଥିରେ ରାଜନୈତିକ ଦିଗକୁ ଯୋଡ଼ାଯାଇଛି। ଏକ ଆପରାଧିକ କାରବାରର ତଦନ୍ତ ଦିଗରେ ଡୋଭାଲଙ୍କ ଆଗ୍ରହ ବହୁ ଦିଗକୁ ସୂଚିତ କରୁଛି। ଡୋଭାଲ ଏବେ ଜେମ୍ସ ବଣ୍ଡ୍‌ ଭାବେ ପରିଚିତ ହେଉଛନ୍ତି। ତବଲିଘି ଜମାତକୁ ରାତିଅଧରେ ଯାଇ ସେ ସେଠାରେ ଥିବା ବିଭିନ୍ନ ପ୍ରାନ୍ତର ମୌଲାନାମାନଙ୍କୁ ତୁରନ୍ତ ନିଜ ଘରକୁ ଫେରିଯିବାକୁ ନିର୍ଦ୍ଦେଶ ଦେଇଥିବା କଥା ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ସେତେବେଳେ ତାଙ୍କ ବିପକ୍ଷରେ ମତ ପ୍ରକାଶ ପାଇଥିଲା ଯେ, ଏହି ମୌଲାନାମାନଙ୍କୁ ବିଦା କରିଦେବା ପରିବର୍ତ୍ତେ ନିଜାମୁଦ୍ଦିନ୍‌ଠାରେ ସେମାନଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖିବା ଉଚିତ ହୋଇଥାଆନ୍ତା। ଅନ୍ୟ ଏକ ଘଟଣାରେ ଡୋଭାଲଙ୍କ ନିଷ୍ପତ୍ତି ସମାଲୋଚିତ ହୋଇଥିଲା। ଚାଇନାର ବହିର୍ବ୍ୟାପାର ମନ୍ତ୍ରୀଙ୍କ ସହିତ ଭାରତର ପ୍ରତିନିଧି ଭାବରେ ଡୋଭାଲ ଆଲୋଚନା କରି ଗଲଓ୍ବାନ ଉପତ୍ୟକାର ସମସ୍ୟା ସମାଧାନ କରିଥିବାର ଖବର ମିଳିଥିଲା। ସେହି ସମାଧାନ ଫଳରେ ଭାରତୀୟ ସେନା ନିଜ ଅଞ୍ଚଳରୁ ଦୁଇ କିଲୋମିଟର ପଛକୁ ଫେରିଆସିଥିଲା। ଏଭଳି ପ୍ରଚ୍ଛଦପଟରେ ଡୋଭାଲଙ୍କ ଭଳି ଜଣେ ଗୁରୁତ୍ୱପୂର୍ଣ୍ଣ ଅଧିକାରୀ ଯେତେବେଳେ କେରଳରେ ମୁଣ୍ଡ ପୂରାଇଛନ୍ତି ସେତେବେଳେ ସେଠାରେ କିଛି ନାଟକୀୟ ଘଟଣା ଘଟିବାର ଆଭାସ ମିଳୁଛି। ଏହା ସୁନା ଚୋରା ଚାଲାଣଠାରୁ ଯଥେଷ୍ଟ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପାରେ ବୋଲି ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍‌ଲାମୀୟ ବିପଦ

ତାଲିବାନ୍‌ ଆଫଗାନିସ୍ତାନକୁ ୨୦ ବର୍ଷ ପରେ କ୍ଷମତାକୁ ଫେରିବା ପରେ ଆଶା କରାଯାଉଥିଲା ତା’ର ହିଂସାତ୍ମକ ଆଭିମୁଖ୍ୟରେ ପରିବର୍ତ୍ତନ ଆସିବ। ଅଗଷ୍ଟ ୧୫ରେ କାବୁଲ ଦଖଲ...

ସତ୍ୟ ହିଁ ସାହିତ୍ୟର ଷଠୀଘର

ମାୟାଧର ନାୟକ ସାହିତ୍ୟ ଏବେ ମନର କଥା ଆଉ ମୁହଁର କଥା ମଧ୍ୟରେ ତାଳମେଳ ନ ରଖି କେବଳ ମଖମଲି ମୁଖାର କଥା ପାଲଟିଯାଇଛି। ଛାତିରେ...

ବଞ୍ଚି ରହିବାର କଳା

ରଞ୍ଜନ କୁମାର ଦାସ ଅନେକ ସମୟରେ ଆମକୁ କୁହାଯାଇଥାଏ ଶ୍ରେଷ୍ଠ ହୁଅ, ସବୁଠୁ ଭଲ ପ୍ରଦର୍ଶନ କର। ଏପରିକି ବୈଜ୍ଞାନିକ ମେଣ୍ଡେଲ ମଧ୍ୟ କହିଲେ, କେବଳ...

Dillip Cherian

ଏମ୍‌ଏଚ୍‌ଏରେ ବନ ଅଧିକାରୀ

କେନ୍ଦ୍ର ସରକାର ନିଯୁକ୍ତି କ୍ଷେତ୍ରରେ ଆଇଏଏସ୍‌ ଗୋଷ୍ଠୀକୁ ଅଣଦେଖା କରି ଆସୁଛନ୍ତି। ଏହି ଧାରା ପୂର୍ବରୁ ଲାଗି ରହିଛି ଓ ଏହା ଏବେ ପୁନର୍ବାର ସ୍ପଷ୍ଟ...

ଏଇ ଭାରତରେ

ବିଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ଅଭ୍ୟାସ ରହିଥାଏ। କେତେକ ଲୋକଙ୍କର ନିର୍ବାଚନ ଲଢ଼ିବା ମଧ୍ୟ ଏକ ରୁଚି। ସେହିଭଳି ଜଣେ ବ୍ୟକ୍ତି ହେଉଛନ୍ତି ଡାକ୍ତର ପଦ୍ମରାଜନ୍‌।...

ଦେଶଭକ୍ତି ଓ ବିଦ୍ୟାର୍ଥୀ

ନଗେନ୍ଦ୍ର ନାଥ ପଟ୍ଟନାୟକ ଅଥର୍ବ ବେଦରେ ଏକ ସ୍ତୋତ୍ର ବା ସୂକ୍ତ ଅଛି- ‘ମାତା ଭୂମିଋ ପୁତ୍ରୋଅହଂ ପୃଥିବ୍ୟା’ ଅର୍ଥାତ୍‌ ‘ଏ ଭୂମି ମୋର ମାତା...

ହିମାଚଳର ନୂଆ ଚେହେରା

– ଜିତେନ୍ଦ୍ର କୁମାର ନାୟକ   ଭାଜପା ନେତା ଅମିତ ଶାହା ୨୦୧୭ରେ ଅନୁଷ୍ଠିତ ହିମାଚଳ ପ୍ରଦେଶ ନିର୍ବାଚନ ପ୍ରଚାର ବେଳେ କହିଥିଲେ ଯେ କଂଗ୍ରେସ...

ନିଷ୍ପତ୍ତି ଆମ ହାତରେ

ଉଚ୍ଚ ଶିକ୍ଷାରେ ଛାତ୍ରୀଛାତ୍ରମାନେ ଏକସଙ୍ଗେ ପୂର୍ଣ୍ଣକାଳୀନ (ଫୁଲ୍‌-ଟାଇମ୍‌) ଦୁଇଟି ଡିଗ୍ରୀ ପାଠ ପଢ଼ି ପାରିବେ ବୋଲି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ସଦ୍ୟ ନିୟମାବଳୀ...

Advertisement
Archives

Model This Week