Posted inଫୁରସତ

ମାଟି ନୁହେଁ ପାଣିରେ ଲଗାନ୍ତୁ ଗଛ

ଜାଗା ନାହିଁ କି ମାଟି ନାହିଁ ଅଥଚ ଗଛ ଲଗାଇବାର ସଉକ ଅଛି। ତା’ହେଲେ ବି ଚିନ୍ତା କରିବାର କିଛି ନାହିଁ। ଆପଣ ଆରାମରେ ଘର ଭିତରେ ବିନା ପରିଶ୍ରମରେ ବିନା ମାଟିରେ ଲଗାଇପାରିବେ ଗଛ। ଏଥିପାଇଁ ଆପଣଙ୍କୁ କୁଣ୍ଡ କିଣିବାର ଆବଶ୍ୟକତା ବି ନାହିଁ। ବ୍ୟବହାର ହେଉ ନ ଥିବା କାଚ ଗ୍ଲାସ ପାଣି ବୋତଲରେ ଗଛ ଲଗାଇ ଘରକୁ କରିପାରିବେ ଆକର୍ଷଣୀୟ ଏବଂ ପ୍ରଦୂଷଣ ମୁକ୍ତ। ତେବେ କେଉଁ ଗଛକୁ ଘର ଭିତରେ ପାଣିରେ ଲଗାଇବେ ସେ ସମ୍ପର୍କରେ ଜାଣିରଖିବା ନିହାତି ଦରକାର।

ମନିପ୍ଲାଣ୍ଟ: ପାଣିରେ ଭଲ ବଢୁଥିବା ଗଛ ଭିତରେ ପ୍ରଥମେ ଆସେ ମନି ପ୍ଲାଣ୍ଟ। ଏହା ପାଣି ଭିତରେ ଖୁବ୍‌ ସୁନ୍ଦରଭାବେ ବଢ଼ିପାରେ। କେବଳ ମଝିରେ ମଝିରେ ପାଣି ବଦଳେଇ ଦେବା ଆବଶ୍ୟକ।

କ୍ରୋଟନ: ଏହି ଗଛର ଛୋଟ ଡାହି ଖଣ୍ଡେ କାଟିକି ପାଣିରେ ରଖିଦେଲେ ଚେର ଆସିଯିବ। ଏହି ଗଛ ବି ପାଣିରେ ବଢ଼ିଥାଏ ଆଉ ଦେଖିବାକୁ ବି ଖୁବ ସୁନ୍ଦର।

ସିଙ୍ଗୋନିୟମ୍‌: ସିଙ୍ଗୋନିୟମ ବି ପାଣିରେ ଖୁବ ଭଲ ବଢିପାରେ। ଏହି ଗଛ ଘରର ପରିବେଶକୁ ସୁସ୍ଥ ରଖିବା ସହ ଖୁବ୍‌ ସୁନ୍ଦର ଦେଖାଯାଏ।

ଲକି ବାମ୍ବୋ: ପାଣିରେ ଖୁବ୍‌ ଭଲ ବଢୁଥିବା ଏହି ଗଛକୁ ବାସ୍ତୁ ଅନୁଯାୟୀ ଖୁବ ଶୁଭ ବୋଲି ଧରାଯାଏ। ଘର ଭିତରେ ପାଣି ଭିତରେ ଦୀର୍ଘଦିନ ଧରି ରହୁଥିବା ଏହି ଗଛ ଘର ଭିତରର ବାୟୁ ପ୍ରଦୂଷଣକୁ ରୋକିଥାଏ।

ସ୍ନେକ ପ୍ଲାଣ୍ଟ: ଘର ଭିତରେ ପାଣିରେ ରହୁଥିବା ଗଛ ଭିତରେ ସ୍ନେକ ପ୍ଲାଣ୍ଟ ବି ଆସିବ। ସବୁଠୁ ଅଧିକ ଅକ୍ସିଜେନ ଦେଉଥିବା ଏହି ଗଛ ଦେଖିବାକୁ ତ ସୁନ୍ଦର ପୁଣି ଏହି ଗଛ ପାଇଁ ସେତେ ଅଧିକ ଯତ୍ନର ବି ଆବଶ୍ୟକ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ସିଂହ ଦିବସ: ସୁରକ୍ଷା ପାଇଁ ସଚେତନତା ଜରୁରୀ

ପ୍ରତିବର୍ଷ ଅଗଷ୍ଟ ୧୦ରେ ପାଳନ କରାଯାଇଆସୁଛି ‘ବିଶ୍ୱ ସିଂହ ଦିବସ’। ଜଙ୍ଗଲର ରାଜା କୁହାଯାଉଥିବା ସିଂହର ସୁରକ୍ଷା, ବଂଶ ବୃଦ୍ଧି ଏବଂ ସେମାନଙ୍କର ହ୍ରାସ ପାଉଥିବା ବାସସ୍ଥଳୀ…

୧୨ ତାରିଖରେ ମହାକାଶରେ ଦେଖାଯିବ ୪ ବିରଳ ଦୃଶ୍ୟ, ସୂର୍ଯ୍ୟୋଦୟ ପୂର୍ବରୁ…

ଓ୍ବାଶିଂଟନ,୧୦ା୮: ଆସନ୍ତା ୧୨ ତାରିଖରେ ୨୪ ଘଣ୍ଟା ମଧ୍ୟରେ ମହାକାଶରେ ୪ଟି ଅଲଗା ବିରଳ ମହାକାଶୀୟ ଦୃଶ୍ୟ ଦେଖିବାକୁ ମିଳିବ। ଯଦିଓ ଏହିସବୁ ଘଟଣା ନିଜସ୍ବ କ୍ୟାଲେଣ୍ଡର…

୨୨୦ କୋଟି ଖର୍ଚ୍ଚ କରି ଯୁବକ ହେଲେ କୁକୁର, କାରଣ ଜାଣିଲେ ଉଡିଜିବ ହୋସ୍‌: ଦେଖନ୍ତୁ Video

ନୂଆଦିଲ୍ଲୀ, ୮।୮: ସୋସିଆଲ ମିଡିଆରେ ଏକ ଭିଡିଓ ଦ୍ରୁତଗତିରେ ଭାଇରାଲ ହେଉଛି, ଯାହାକୁ ଦେଖି ଲୋକେ ବିଭିନ୍ନ ପ୍ରକାରର କଥା କହୁଛନ୍ତି। ଭାଇରାଲ ପୋଷ୍ଟରେ ଦାବି କରାଯାଉଛି…

ଗରମରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ଏମିତି ନିର୍ଦ୍ଦେଶ ଦେଲେ କିମ୍‌ ଜୋଙ୍ଗ୍‌ ଉନ୍‌, ସାରା ବିଶ୍ୱ ଜାଣି ଆଶ୍ଚର୍ଯ୍ୟ…

ପ୍ୟୋଙ୍ଗୟାଙ୍ଗ,୭ା୮: ଉତ୍ତର କୋରିଆରେ ବର୍ତ୍ତମାନ ପ୍ରବଳ ଗରମ ଅନୁଭୂତ ହେଉଛି। ଏହି ଗରମ ଯୋଗୁ ସେଠାକାର ଲୋକମାନଙ୍କୁ ଏମିତି ନିର୍ଦ୍ଦେଶ ଦିଆଯାଇଛି ଯାହା ଆଶ୍ଚର୍ଯ୍ୟଜନକ। ଉତ୍ତର କୋରିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri