Posted inଫୁରସତ

ମାଟି ନୁହେଁ ପାଣିରେ ଲଗାନ୍ତୁ ଗଛ

ଜାଗା ନାହିଁ କି ମାଟି ନାହିଁ ଅଥଚ ଗଛ ଲଗାଇବାର ସଉକ ଅଛି। ତା’ହେଲେ ବି ଚିନ୍ତା କରିବାର କିଛି ନାହିଁ। ଆପଣ ଆରାମରେ ଘର ଭିତରେ ବିନା ପରିଶ୍ରମରେ ବିନା ମାଟିରେ ଲଗାଇପାରିବେ ଗଛ। ଏଥିପାଇଁ ଆପଣଙ୍କୁ କୁଣ୍ଡ କିଣିବାର ଆବଶ୍ୟକତା ବି ନାହିଁ। ବ୍ୟବହାର ହେଉ ନ ଥିବା କାଚ ଗ୍ଲାସ ପାଣି ବୋତଲରେ ଗଛ ଲଗାଇ ଘରକୁ କରିପାରିବେ ଆକର୍ଷଣୀୟ ଏବଂ ପ୍ରଦୂଷଣ ମୁକ୍ତ। ତେବେ କେଉଁ ଗଛକୁ ଘର ଭିତରେ ପାଣିରେ ଲଗାଇବେ ସେ ସମ୍ପର୍କରେ ଜାଣିରଖିବା ନିହାତି ଦରକାର।

ମନିପ୍ଲାଣ୍ଟ: ପାଣିରେ ଭଲ ବଢୁଥିବା ଗଛ ଭିତରେ ପ୍ରଥମେ ଆସେ ମନି ପ୍ଲାଣ୍ଟ। ଏହା ପାଣି ଭିତରେ ଖୁବ୍‌ ସୁନ୍ଦରଭାବେ ବଢ଼ିପାରେ। କେବଳ ମଝିରେ ମଝିରେ ପାଣି ବଦଳେଇ ଦେବା ଆବଶ୍ୟକ।

କ୍ରୋଟନ: ଏହି ଗଛର ଛୋଟ ଡାହି ଖଣ୍ଡେ କାଟିକି ପାଣିରେ ରଖିଦେଲେ ଚେର ଆସିଯିବ। ଏହି ଗଛ ବି ପାଣିରେ ବଢ଼ିଥାଏ ଆଉ ଦେଖିବାକୁ ବି ଖୁବ ସୁନ୍ଦର।

ସିଙ୍ଗୋନିୟମ୍‌: ସିଙ୍ଗୋନିୟମ ବି ପାଣିରେ ଖୁବ ଭଲ ବଢିପାରେ। ଏହି ଗଛ ଘରର ପରିବେଶକୁ ସୁସ୍ଥ ରଖିବା ସହ ଖୁବ୍‌ ସୁନ୍ଦର ଦେଖାଯାଏ।

ଲକି ବାମ୍ବୋ: ପାଣିରେ ଖୁବ୍‌ ଭଲ ବଢୁଥିବା ଏହି ଗଛକୁ ବାସ୍ତୁ ଅନୁଯାୟୀ ଖୁବ ଶୁଭ ବୋଲି ଧରାଯାଏ। ଘର ଭିତରେ ପାଣି ଭିତରେ ଦୀର୍ଘଦିନ ଧରି ରହୁଥିବା ଏହି ଗଛ ଘର ଭିତରର ବାୟୁ ପ୍ରଦୂଷଣକୁ ରୋକିଥାଏ।

ସ୍ନେକ ପ୍ଲାଣ୍ଟ: ଘର ଭିତରେ ପାଣିରେ ରହୁଥିବା ଗଛ ଭିତରେ ସ୍ନେକ ପ୍ଲାଣ୍ଟ ବି ଆସିବ। ସବୁଠୁ ଅଧିକ ଅକ୍ସିଜେନ ଦେଉଥିବା ଏହି ଗଛ ଦେଖିବାକୁ ତ ସୁନ୍ଦର ପୁଣି ଏହି ଗଛ ପାଇଁ ସେତେ ଅଧିକ ଯତ୍ନର ବି ଆବଶ୍ୟକ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରିମ୍‌ ଓ୍ବେଡିଂ

ନିଜ ବିବାହକୁ ନେଇ ପ୍ରତ୍ୟେକ ବ୍ୟକ୍ତିଙ୍କର କିଛି ନା କିଛି ସ୍ବପ୍ନ ଥାଏ। ବିବାହକୁ ସ୍ମରଣୀୟ କରିବା ଲାଗି ଲୋକେ ଅନେକ ନୂତନ ତଥା ନିଆରା...

କରୋନା ଭୟ: ରାସ୍ତାରେ ଶୋଉଥିବା ଲୋକଙ୍କୁ ୫-ଷ୍ଟାର ହୋଟେଲରେ ରଖିବେ ସରକାର

କାନବେରା,୩୧।୩: ସାରା ବିଶ୍ୱରେ ମହାମାରୀ କରୋନା ଭାଇରସ୍‌ ଆତଙ୍କ ଖେଳିଯାଇଛି। କରୋନାକୁ ବ୍ୟାପିବାରୁ ରୋକିବା ପାଇଁ ସବୁ ଦେଶ ଭିନ୍ନ ଭିନ୍ନ ଉପାୟରେ ଉଦ୍ୟମ ଚଳାଇଛନ୍ତି।...

ସ୍ତ୍ରୀଙ୍କୁ ଏତେ ଡର ଯେ ବାଇକ୍‌ରେ ଲେଖିଲେ ଏମିତି, ଭାଇରାଲ ଭିଡିଓ ଦେଖିଲେ…

ସାଧାରଣତଃ ଲୋକମାନେ ବାଇକରେ ମଜାଳିଆ କୋଟ୍‌ ଲେଖିଥିବା ଦେଖିଥିବେ। କେହି କେହି ନିଜ ମା’ଙ୍କୁ ନେଇ ତ କେହି କେହି ତାଙ୍କ ପିତାଙ୍କ ବିଷୟରେ ଲେଖିଥାନ୍ତି।...

ଆକାଶରୁ ହେଉଛି କୀଟପତଙ୍ଗ ବର୍ଷା, ଛତା ନ ନେଲେ ଘରୁ ବାହାରି ପାରୁନାହାନ୍ତି ଲୋକେ

ବିଜ୍ଞାନ ମାଧ୍ୟମରେ ମଣିଷ ଯେତେ ଅଗ୍ରଗତି କରୁନା କାହିଁକି ପ୍ରକୃତି ଆଗରେ କେହି କିଛି ନୁହଁ। ଆଜି ବି ଅନେକ ଅସମାହିତ ରହସ୍ୟ ଅଛି, ଯାହା...

ବିବାହ ଦିନ ଜଣାପଡ଼ିଲା ବର-କନ୍ୟା,ଭାଇ-ଭଉଣୀ

ବେଜିଂ,୬।୪: ଚାଇନାରେ ଆୟୋଜିତ ହୋଇଥିବା ଏକ ବିବାହ ସମାରୋହରେ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ଯାହାକି କେହି କଳ୍ପନା ମଧ୍ୟ କରିପାରିବେ ନାହିଁ। ବିବାହ ଦିନ...

ବର୍ଷକରେ ୩ଗୁଣ ବଢ଼ିଛି ରୋଗୀଙ୍କ ସଂଖ୍ୟା

ଭାରତରେ ପ୍ରତିଦିନ କ୍ୟାନ୍‌ସରରେ ୩୦୦ ଲୋକ ପ୍ରାଣ ହରାଉଛନ୍ତି। ଗତ ଦୁଇ ଦଶନ୍ଧିରେ କ୍ୟାନ୍‌ସର ରୋଗୀଙ୍କ ସଂଖ୍ୟା ଭାରତରେ ଦୁଇ ତୃତୀୟାଂଶରୁ ଅଧିକ ବୃଦ୍ଧି ପାଇଛି।...

ଯେଉଁ ଗାଁରେ ମୃତକଙ୍କୁ ନିଜଘରେ ଦିଆଯାଏ କବର

ଉତ୍ତର ପ୍ରଦେଶ ଆଗ୍ରାର ଅଛନେରା ବ୍ଲକ ଛହ ପୋଖରା ଗାଁର ମୁସଲମାନ ପରିବାରର ସଦସ୍ୟମାନେ ସେମାନଙ୍କ ପରିଜନଙ୍କ ମୃତ ଶରୀରକୁ ନିଜ ଘରେ ହିଁ କବର...

ଏହି ସହରରେ ୨୦୨୧ରେ ହେବ ଆଗାମୀ ସକାଳ: ୨ ମାସ ପର୍ଯ୍ୟନ୍ତ ଲଗାତାର ଜଳିବ ଷ୍ଟ୍ରିଟ୍‌ ଲାଇଟ୍‌

ଦୁନିଆରେ ଏମିତି ଅନେକ ସ୍ଥାନ ରହିଛି ଯାହା ଅଜବ କାରଣ ଯୋଗୁ ଚର୍ଚ୍ଚାରେ ରହିଥାଏ। ଯେମିତିକି ଡେଡ୍‌ ସି ଅର୍ଥାତ୍‌ ମୃତ ସମୂଦ୍ର। ଏଠାରେ କୌଣସି...

Advertisement
Archives

Model This Week