Posted inଫୁରସତ

କପେ ଚା’କୁ ୧୦୦୦ ଟଙ୍କା

ଚା’ କେବଳ ଏକ ପାନୀୟ ନୁହେଁ, ଏହା ସହିତ ଅନେକ ଲୋକଙ୍କର ଭାବନା ବି ଜଡିତ ଥାଏ। ଚା’ ବିନା ତ ଅନେକଙ୍କର ଦିନ କଟେନା। ସେଇଥିପାଇଁ ତ ଚା’ ଷ୍ଟଲ୍‌ରେ ପ୍ରତିଦିନ ଦେଖିବାକୁ ମିଳେ ପ୍ରବଳ ଭିଡ। ହେଲେ କଲିକତା, ମୁକୁନ୍ଦପୁରରେ ଏମିତି ଏକ ଟି’ଷ୍ଟଲ ଅଛି, ଯେଉଁଠି କପେ ଚା’ ପିଇଲେ ପକେଟ୍‌ ଖାଲି ହେଇଯିବ। କାରଣ ଏହି ଷ୍ଟଲ୍‌ର କପେ ଚା’ର ମୂଲ୍ୟ ୧୦, ୨୦, ୫୦ କି ୧୦୦ଟଙ୍କା ନୁହେଁ। ବରଂ ଏକ କପ୍‌ ଚା’ର ମୂଲ୍ୟ ୧୦୦୦ ଟଙ୍କା। ଉକ୍ତ ଟି’ ଷ୍ଟଲ୍‌ର ନାଁ ହେଉଛି ‘ନିର୍ଜସ’ । ଟି’ ଷ୍ଟଲର ମାଲିକ ହେଉଛନ୍ତି ପାର୍ଥ ପ୍ରତିମ ଗାଙ୍ଗୁଲି। ଏହି ଟି’ ଷ୍ଟଲ୍‌ ଆଦୌ ଚାକଚକ୍ୟଭରା ନୁହେଁ। ବରଂ ପ୍ଲାଷ୍ଟିକ୍‌ ଚେୟାର୍‌ ପଡିଥିବା ଏକ ଛୋଟିଆ ଟି’ ଷ୍ଟଲ। ଏଠାରେ ୧୨ଟଙ୍କିଆ ଚା’ରୁ ଆରମ୍ଭ କରି ୧୦୦୦ଟଙ୍କାର ଚା’ ଉପଲବ୍ଧ ହୁଏ। ଏକ ଗଣମାଧ୍ୟମର ରିପୋର୍ଟ ମୁତାବକ ଉକ୍ତ ଟି’ ଷ୍ଟଲରେ ଗ୍ରୀନ ଟି’, ବ୍ଲାକ୍‌ ଟି’, ଲାଭେଣ୍ଡର ଟି’, ମକାଏବରୀ ଟି’ ୧୦୦ରୁ ଊର୍ଦ୍ଧ୍ୱ ପ୍ରକାରର ଚା’ ମିଳେ। ଆଉ ସବୁଠାରୁ ମହଙ୍ଗା ଚା’ ହେଉଛି ଏକ କପ୍‌କୁ ୧୦୦୦ଟଙ୍କା। ଏହି ଚା’ର ନାମ ‘ବୋ-ଲେଟି’ ଅଟେ। ଏଥିରେ ବ୍ୟବହୃତ ଚା’ ପତିର ମୂଲ୍ୟ କିଲୋଗ୍ରାମ ପିଛା ୩ ଲକ୍ଷ ଟଙ୍କା। ସେଥିପାଇଁ ଏହି ଚା’ର ଗୋଟିଏ କପ୍‌ ୧୦୦୦ଟଙ୍କା ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାଣନ୍ତି ୧୩ ସଂଖ୍ୟାକୁ କାହିଁକି ଡରିଥା’ନ୍ତି ଲୋକେ, ବାଜପେୟୀ ବି ଏଥିରୁ ବାଦ୍‌ ପଡ଼ି ନ ଥିଲେ

୧୩ ସଂଖ୍ୟାକୁ ସମଗ୍ର ବିଶ୍ୱର ଅଧିକାଂଶ ଲୋକେ ଡରିଥା’ନ୍ତି ବା ଅଶୁଭ ବୋଲି ମନେ କରିଥା’ନ୍ତି। କିନ୍ତୁ ଜାଣନ୍ତି କାହିଁକି ଏହି ସଂଖ୍ୟାକୁ ଡରିଥାନ୍ତି ।...

ଦିବ୍ୟାଙ୍ଗ ବାଳକଙ୍କ ପାଖକୁ ବ୍ୟାଟ୍‌ ପଠାଇଲେ ସଚିନ ତେନ୍ଦୁଲକର

ରାୟପୁର, ୧୯।୧: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଛତିଶଗଡ଼ର ବସ୍ତର ଜିଲାର ଜଣେ ୧୨ ବର୍ଷ ବୟସ୍କ ଦିବ୍ୟାଙ୍ଗ ବାଳକଙ୍କ ପାଖକୁ ବ୍ୟାଟ୍‌ ପଠାଇଛନ୍ତି। ସେ...

ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜୀବନ ବଞ୍ଚାଇବ ଏହି ବେଡ୍‌

ଦିନକୁ ଦିନ ପ୍ରାକୃତିକ ବିପର୍ଯ୍ୟୟ ମାଡ଼ିଆସୁଛି। ଏଥିରେ ବହୁ ଧନଜୀବନ ହାନି ମଧ୍ୟ ହେଉଛି। କିନ୍ତୁ ଏମିତି ଏକ ବେଡ୍‌ ନିର୍ମାଣ କରାଯାଇଛି ଯାହା ବିପର୍ଯ୍ୟୟ...

ଆବୁଧାବିରେ ହେବ ସର୍ବ ବୃହତ୍‌ ଆକ୍ୱାରିୟମ୍‌

ଆବୁଧାବି: ଆବୁଧାବିରେ ନିର୍ମାଣାଧୀନ ମଧ୍ୟପ୍ରାଚ୍ୟର ବୃହତ୍ତମ ଆକ୍ୱାରିୟମକୁ ୨୦୧୯ରେ ହିଁ ସମ୍ପୂର୍ଣ୍ଣ କରାଯିବ। ଅଲ୍‌ କ୍ୱାନା(ୟୁଏଇ) ର ଏହି ୭,୦୦୦ ବର୍ଗ ମିଟର ପରିମିତ ଆକ୍ୱାରିୟମର...

ପ୍ରଥମ ରୋଜଗାର ଟଙ୍କାରେ ଜଗନ୍ନାଥଙ୍କ ପାଖେ ଭୋଗ କରିଥିଲି: ଡ. ସୁଧୀର ଚନ୍ଦ୍ର ଜେନା

ଭଦ୍ରକ ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ବାଲିପୋଖରୀ ଗ୍ରାମରେ ମୋର ଜନ୍ମ। ଶଂଶା ଦେବୀ ଓ ଦୈତାରୀ ଜେନାଙ୍କର ମୁଁ ହେଲି ଶେଷ ସନ୍ତାନ। ଗୋଟିଏ...

ଅନ୍ତିମ ସଂସ୍କାରବେଳେ ଜୀବନ୍ତ ହୋଇଗଲେ ଯୁବତୀ; ତାପରେ…

ମିରଟ, ୨୭।୮: ଉତ୍ତର ପ୍ରଦେଶର ମିରଟ ସହରରୁ ଚକିତ କଲାଭଳି ଏକ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ମଓ୍ବାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଡାକ୍ତର ମୃତ...

୨୭ ବର୍ଷୀୟା ଛାତ୍ରୀଙ୍କ ପ୍ରେମରେ ୫୪ ବର୍ଷୀୟ ପ୍ରଫେସର

କଥାରେ ଅଛି ପ୍ରେମ ସ୍ଥାନ, କାଳ ପାତ୍ର କିଛି ମାନେନା। ପ୍ରେମ ଦେଖେନା ବୟସ କି ଜାତି ନୀତି। ଠିକ୍‌ ଏମିତି ଏକ ଘଟଣା ଘଟିଛି...

କରୋନା ଟିକା ନେଲେ ମିଳୁଛି ନାକଫୁଲ-ହ୍ୟାଣ୍ଡ୍‌ ବ୍ଲେଣ୍ଡର ଉପହାର

ରାଜକୋଟ,୪।୪: ଦେଶରେ ସାର୍ବଜନୀକ କରୋନା ଟିକାକରଣ ଅଭିଯାନଜାରି ରହିଛି। ଏପରିସ୍ଥଳେ ଲୋକଙ୍କୁ ଟିକା ନେବା ପାଇଁ ସଚେତନ କରାଇବା ନିମନ୍ତେ ଗୁଜରାଟର ରାଜକୋଟରେ ଲୋକଙ୍କୁ ଉପହାର...

Advertisement
Archives

Model This Week