Posted inଫୁରସତ

କାନ୍ଧରେ ଘୋଡ଼ା ଟେକି ଦୌଡ଼ନ୍ତି

ଘୋଡ଼ା ପିଠି ଉପରେ ବସି ଲୋକେ ଯାଆନ୍ତି। ଅନେକେ ସଉକରେ ବି ଘୋଡ଼ା ଚଢ଼ନ୍ତି। ତେବେ ଏମିତି ଜଣେ ବ୍ୟକ୍ତି ଅଛନ୍ତି, ଯିଏ କି ଘୋଡ଼ା ପିଠିରେ ବସନ୍ତି ନାହିଁ। ବରଂ ଘୋଡ଼ାକୁ ନିଜ କାନ୍ଧରେ ବସାନ୍ତି ଆଉ ନିଜେ ଦୌଡ଼ନ୍ତି। ଏହି ଶକ୍ତିଶାଳୀ ବ୍ୟକ୍ତିଜଣକ ହେଉଛନ୍ତି ଦିମିତ୍ରୀ ଖଲାଦ୍‌ଜୀ। ସେ ୟୁକ୍ରେନ୍‌ ନିବାସୀ ଅଟନ୍ତି। ଦିମିତ୍ରୀଙ୍କୁ ପୃଥିବୀର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ଗଣନା କରାଯାଏ। ସେ ଏତେ ଶକ୍ତିଶାଳୀ ଯେ, ଏକାସାଙ୍ଗରେ ୬ଜଣ ବ୍ୟକ୍ତିଙ୍କୁ ଉଠାଇପାରନ୍ତି। ଆଉ ଘୋଡ଼ାକୁ ତ ସେ କାନ୍ଧରେ ଉଠାଇ ଦୌଡ଼ି ପାରନ୍ତି। ଦିମିତ୍ରୀ ପୂର୍ବରୁ ସର୍କସରେ କାମ କରୁଥିଲେ। ଲୁହା ରଡ୍‌କୁ ଦାନ୍ତରେ ମୋଡ଼ି ଦେଉଥିଲେ। ଗୋଟିଏ ହାତରେ ସେ ୧୫୨ କି.ଗ୍ରା. ଓଜନ ଟେକି ପାରନ୍ତି। ତାଙ୍କ ହାତ ଏତେ ମଜଭୁତ ଯେ, ହାତରେ କଣ୍ଟା ବି ବାଡ଼େଇପାରନ୍ତି। ତାଙ୍କ ଉପରେ ଲୋକ ବସିଥିବା ଏସ୍‌ୟୁଭି ଗାଡ଼ି ଚଢ଼ିଗଲେ ବି କିଛି କ୍ଷତି ହୁଏନା। ଏଭଳି ଅଜବ କାରନାମା ପାଇଁ ତାଙ୍କ ନାମ ୬୦ ଥର ଗିନିଜ୍‌ ଓ୍ବାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇଛି। ଦିମିତ୍ରୀ ଘୋଡ଼ା ବ୍ୟତୀତ ଓଟ, ମଇଁଷି ବି କାନ୍ଧରେ ଉଠାଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ସିଂହ ଦିବସ: ସୁରକ୍ଷା ପାଇଁ ସଚେତନତା ଜରୁରୀ

ପ୍ରତିବର୍ଷ ଅଗଷ୍ଟ ୧୦ରେ ପାଳନ କରାଯାଇଆସୁଛି ‘ବିଶ୍ୱ ସିଂହ ଦିବସ’। ଜଙ୍ଗଲର ରାଜା କୁହାଯାଉଥିବା ସିଂହର ସୁରକ୍ଷା, ବଂଶ ବୃଦ୍ଧି ଏବଂ ସେମାନଙ୍କର ହ୍ରାସ ପାଉଥିବା ବାସସ୍ଥଳୀ…

୧୨ ତାରିଖରେ ମହାକାଶରେ ଦେଖାଯିବ ୪ ବିରଳ ଦୃଶ୍ୟ, ସୂର୍ଯ୍ୟୋଦୟ ପୂର୍ବରୁ…

ଓ୍ବାଶିଂଟନ,୧୦ା୮: ଆସନ୍ତା ୧୨ ତାରିଖରେ ୨୪ ଘଣ୍ଟା ମଧ୍ୟରେ ମହାକାଶରେ ୪ଟି ଅଲଗା ବିରଳ ମହାକାଶୀୟ ଦୃଶ୍ୟ ଦେଖିବାକୁ ମିଳିବ। ଯଦିଓ ଏହିସବୁ ଘଟଣା ନିଜସ୍ବ କ୍ୟାଲେଣ୍ଡର…

୨୨୦ କୋଟି ଖର୍ଚ୍ଚ କରି ଯୁବକ ହେଲେ କୁକୁର, କାରଣ ଜାଣିଲେ ଉଡିଜିବ ହୋସ୍‌: ଦେଖନ୍ତୁ Video

ନୂଆଦିଲ୍ଲୀ, ୮।୮: ସୋସିଆଲ ମିଡିଆରେ ଏକ ଭିଡିଓ ଦ୍ରୁତଗତିରେ ଭାଇରାଲ ହେଉଛି, ଯାହାକୁ ଦେଖି ଲୋକେ ବିଭିନ୍ନ ପ୍ରକାରର କଥା କହୁଛନ୍ତି। ଭାଇରାଲ ପୋଷ୍ଟରେ ଦାବି କରାଯାଉଛି…

ଗରମରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ଏମିତି ନିର୍ଦ୍ଦେଶ ଦେଲେ କିମ୍‌ ଜୋଙ୍ଗ୍‌ ଉନ୍‌, ସାରା ବିଶ୍ୱ ଜାଣି ଆଶ୍ଚର୍ଯ୍ୟ…

ପ୍ୟୋଙ୍ଗୟାଙ୍ଗ,୭ା୮: ଉତ୍ତର କୋରିଆରେ ବର୍ତ୍ତମାନ ପ୍ରବଳ ଗରମ ଅନୁଭୂତ ହେଉଛି। ଏହି ଗରମ ଯୋଗୁ ସେଠାକାର ଲୋକମାନଙ୍କୁ ଏମିତି ନିର୍ଦ୍ଦେଶ ଦିଆଯାଇଛି ଯାହା ଆଶ୍ଚର୍ଯ୍ୟଜନକ। ଉତ୍ତର କୋରିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri