Posted inଫୁରସତ

ବୃକ୍ଷପ୍ରେମୀ ଲକ୍ଷ୍ମୀଧର

ପେସା ତାଙ୍କର ଶିକ୍ଷକତା କିନ୍ତୁ ନିଶା ବୃକ୍ଷ ରୋପଣ। ପ୍ରାକୃତିକ ପରିବେଶରେ କିପରି ବିଭିନ୍ନ ବୃକ୍ଷଲତାର ସୁରକ୍ଷା ହୋଇପାରିବ ସେଥିପାଇଁ ସେ ପ୍ରୟାସ କରିଛନ୍ତି। ଏଥିଲାଗି ୨୦୧୧ ମସିହାରୁ ସକ୍ରିୟଭାବେ ସେ ବୃକ୍ଷ ରୋପଣ କାର୍ଯ୍ୟ ଜାରି ରଖିଛନ୍ତିି । ବିଭିନ୍ନ ସ୍ଥାନରେ ନାନା ପ୍ରକାର ବୃକ୍ଷଲତା ଲଗାଇଛନ୍ତି। ସେ ହେଲେ ଲକ୍ଷ୍ମୀଧର ପ୍ରଧାନ। ଜଣେ ଅବସରପ୍ରାପ୍ତ ଶିକ୍ଷାବିତ୍‌ । ସେ କୁହନ୍ତି, ମୋ ବାପା ହାଲୁରୀ ପ୍ରଧାନ ଥିଲେ ଜଣେ ସ୍ବାଧୀନତା ସଂଗ୍ରାମୀ, ମା’ ସୁନ୍ଦରୀ ପ୍ରଧାନ ଜଣେ ସାଧାରଣ ଗୃହିଣୀ । ଆମ ଘର ନୟାଗଡ଼ ଜିଲାର ଗୋପାଳପୁରରେ। ସେହିଠାରେ ହିଁ ମୋର ପ୍ରାଥମିକ ଶିକ୍ଷା ଆରମ୍ଭ ହୁଏ। ଏହାପରେ ଭୀମଭୋଇ ହାଇସ୍କୁଲ ଭୁବନେଶ୍ୱର ଏବଂ ରାଜଧାନୀ କଲେଜ ଓ ବାଣୀବିହାରରେ ରାଜନୀତିବିଜ୍ଞାନରେ ସ୍ନାତକୋତ୍ତର ପଢ଼ିଥିଲି। ସମୟକ୍ରମେ ୧୯୮୭ରେ ଶିଶୁ ଅନନ୍ତ ମହାବିଦ୍ୟାଳୟରେ ବିଜ୍ଞାନ ଅଧ୍ୟାପକ ଭାବେ ଯୋଗଦେଲି। ୧୯୯୯ରେ ରାମଚଣ୍ଡୀ ମହାବିଦ୍ୟାଳୟ, ୨୦୦୧ରେ ବେଗୁନିଆ ମହାବିଦ୍ୟାଳୟ ଏବଂ ୨୦୧୧ରେ ପ୍ରତାପ ଶାସନ ମହାବିଦ୍ୟାଳୟରେ ଥିଲାବେଳେ ଏଠାରେ ଥିବା ପ୍ରାୟ ୧୦ ଏକର ଅଞ୍ଚଳରେ ଗଛ ଲଗାଇବା ପାଇଁ ମନସ୍ଥ କରିଥିଲି। ପରେ ଏହି କଲେଜ ପରିଚାଳନା କମିଟିର ସହଯୋଗରେ ଏହାର ପରିସରରେ ପ୍ରାୟ ୫ ହଜାର ବିଭିନ୍ନ ଗଛର ଚାରା ଲଗାଇଥିଲୁ। ପିଲାଟିଦିନରୁ ବାପା ଓ ଭାଇଙ୍କ ଦ୍ୱାରା ଏପରି କାର୍ଯ୍ୟ ପ୍ରତି ଅନୁପ୍ରାଣିତ ହୋଇଥିଲି। ୨୦୧୪ରୁ ୨୦୧୮ ଯାଏ କଲେଜର ଅଧ୍ୟକ୍ଷ ଦାୟିତ୍ୱରେ ରହିଥିଲି। ସେତେବେଳେ ଉପଜିଲାପାଳ ଦେବବ୍ରତ ସାହୁଙ୍କ ସହଯୋଗରେ ପ୍ରାୟ ୧୮ଲକ୍ଷ ଟଙ୍କା ବ୍ୟୟରେ ଏଠାରେ ଏକ ପାଚେରି ନିର୍ମାଣ କରାଯାଇଥିଲା, ଯାହା ଏହି ପରିସରରେ ଲଗାଯାଉଥିବା ଗଛକୁ ସୁରକ୍ଷିତ ରଖିବା ପାଇଁ ସହାୟକ ହୋଇପାରିଥିଲା। ଏଥିଯୋଗୁ ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ୱ ଗଛ ଏବେ ସୁରକ୍ଷିତ ଅବସ୍ଥାରେ। ଏଥିପାଇଁ ୨୦୧୪ରେ ଓଡ଼ିଶା ସରକାରଙ୍କ ଜଙ୍ଗଲ ବିଭାଗ ପକ୍ଷରୁ ପ୍ରକୃତିମିତ୍ର ପୁରସ୍କାର ମିଳିଛି। ଏଠାରେ ଜାମୁ, ପିଜୁଳି, ଲେମ୍ବୁ, ସପେଟା, ଆମ୍ବ ଇତ୍ୟାଦି ନାନା ଫଳଗଛ ଲାଗିଛି। ତେବେ ଏହି କଲେଜର ସୌନ୍ଦର୍ଯ୍ୟ ପାଇଁ ଏକ ପୁଷ୍ପ ଉଦ୍ୟାନ କରାଯିବା ସହିତ ବିଭିନ୍ନ କଳାକୃତି ଓ ଚିତ୍ର ତିଆରି କରାଯାଇଛି। ଏବେ ମୁଁ ଆଞ୍ଚଳିକ ବିକାଶ ପରିଷଦର ଜଣେ ସକ୍ରିୟ କର୍ମଚାରୀ। ଏହାର ସଭାପତି ବୃନ୍ଦାବନସାହୁ ଏବଂ ସଂପାଦକ ଅରୁଣ ପୁରୋହିତ ବୃକ୍ଷରୋପଣ କାର୍ଯ୍ୟରେ ମତେ ସହଯୋଗ କରିଥାନ୍ତି । ଲିଙ୍ଗିପୁର, ଜୟୀପୁର, ଇଟିପୁର, ବସନ୍ତପୁର ଓ ପଲାସପୁର ଆଦି ଅଞ୍ଚଳରେ ପ୍ରାୟ ୨ହଜାର ଚାରାରୋପଣ କରାଯାଇଛି। ଏହି ଅଞ୍ଚଳର ବୃକ୍ଷପ୍ରେମୀମାନଙ୍କ ସହଯୋଗରେ ଗଙ୍ଗୁଆ ନଦୀ କୂଳେ କୂଳେ ବିଭିନ୍ନ ଗଛର ଚାରା ଲଗାଇବା କାର୍ଯ୍ୟ ଜାରି ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?