ରାତିରେ ନିଦ ହେଉ ନ ଥିଲେ

ସୁସ୍ଥ ଜୀବନଶୈଳୀ ପାଇଁ ଭଲ ନିଦ ନିହାତି ଦରକାର। କିନ୍ତୁ ବର୍ତ୍ତମାନର
ଅଧିକାଂଶ ଯୁବପିଢ଼ିଙ୍କଠାରେ କାର୍ଯ୍ୟ ଚାପ ହେଉ ଅବା ଅନ୍ୟାନ୍ୟ କାରଣରୁ ନିଦ୍ରାହୀନତା ଏକ ପ୍ରମୁଖ ସମସ୍ୟା ପାଲଟିଛି। ଅପରପକ୍ଷେ ଏହା ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟାକୁ ଡାକି ଆଣୁଛି। ତେଣୁ ରାତିରେ ଭଲ ନିଦ ପାଇଁ
କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେବେ ଜାଣିରଖନ୍ତୁ…
ଦିନଯାକର ଥକାପଣ ଦୂର କରିବା ଲାଗି ଭଲ ଭାବେ ଗୋଡ଼ହାତ ଧୋଇ ଶୋଇବାକୁ ଯାଆନ୍ତୁ। ଗାଧୋଇବା ଦ୍ୱାରା ମଧ୍ୟ କେବେକେବେ ଆରାମଦାୟକ ନିଦ ହୋଇଥାଏ। ଆବଶ୍ୟକ ହେଲେ ଶୋଇବାକୁ ଯିବା ପୂର୍ବରୁ ଗାଧୋଇ ପଡ଼ନ୍ତୁ। ଦେଖିବେ, ଆପଣଙ୍କୁ ରିଲାକ୍ସ ଫିଲ୍‌ ହେବା ସହ ଭଲ ନିଦ ହେବ।
ମନରେ କୌଣସି ଟେନ୍‌ସନ୍‌ ଥିଲେ ମଧ୍ୟ ନିଦ ହେବା କଷ୍ଟ। ତେଣୁ ମନରୁ ଏହାକୁ ଦୂର କରିବାକୁ ଚେଷ୍ଟା କରନ୍ତୁ। ଶୋଇବା ପୂର୍ବରୁ କିଛି ସମୟ ଈଶ୍ୱରଙ୍କୁ ପ୍ରାର୍ଥନା କରନ୍ତୁ, ସ୍ଲୋ ମ୍ୟୁଜିକ୍‌ ଶୁଣନ୍ତୁ, ଖୁସି ଦେଉଥିବା ପୁରୁଣା ଘଟଣାଗୁଡିକୁ ମନେପକାନ୍ତୁ। ଦେଖିବେ ଏପରି କରିବା ଦ୍ୱାରା ଆପଣଙ୍କ ମନ ହାଲୁକା ହୋଇଯିବ ଏବଂ ନିଦ ଆସିବ।
ଶୋଇବାକୁ ଯିବା ବେଳେ ଲାଇଟ୍‌ ଅଫ୍‌ କରିଦିଅନ୍ତୁ। ନଚେତ୍‌ ଆଖିରେ ଲାଇଟ୍‌ ପଡ଼ି ନିଦ ବାରମ୍ବାର ଭାଙ୍ଗିପାରେ।
ବେଡ୍‌ରୁମ୍‌ରେ ଅଧିକ ଗରମ କିମ୍ବା ଥଣ୍ଡା ଲାଗିଲେ ବି ନିଦ ପ୍ରଭାବିତ ହୋଇଥାଏ। ଶୋଇବାକୁ ଯିବା ପୂର୍ବରୁ ବେଡରୁମ୍‌ର ଟେମ୍ପରେଚର କମ୍ଫର୍ଟେବଲ୍‌ ରଖିବା ଲାଗି ଫ୍ୟାନ୍‌ କିମ୍ବା ଏସି ଲଗାନ୍ତୁ।
ଶୋଇବା ପୂର୍ବରୁ ମୋବାଇଲ୍‌, ଟିଭି, ଲାପଟପ୍‌ ଆଦି ଇ-ଗ୍ୟାଜେଟ୍ସକୁ ସୁଇଚ୍‌ ଅଫ୍‌ କରନ୍ତୁ। କାରଣ ଏହାର ଲାଇଟ୍‌ ଏବଂ ରେଡିଏଶନ୍‌ ଆପଣଙ୍କ ନିଦ୍ରାରେ ପ୍ରଭାବ ପକାଇଥାଏ।
ନିଦ ଆସିବା ପାଇଁ ମନ ପସନ୍ଦର ବହି ପଢ଼ିପାରିବେ। ଏହାଦ୍ୱାରା ମାଇଣ୍ଡ ରିଲାକ୍ସ ହେବ ଏବଂ ନିଦ ଭଲ ହେବ।
ଭଲ ନିଦ ହେବା ପାଇଁ ଧ୍ୟାନ, ଯୋଗ କିମ୍ବା ବ୍ରେଥିଙ୍ଗ୍‌ ଏକ୍ସରସାଇଜ୍‌ କରିପାରିବେ। ଏହା ଶରୀରକୁ ଫୂର୍ତ୍ତି ଯୋଗାଇବା ସହ ପର୍ଯ୍ୟାପ୍ତ ନିଦ୍ରା ହେବାରେ ସାହାଯ୍ୟ କରିବ।
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବିଳମ୍ବିତ ରାତ୍ରିଭୋଜନ ଅଭ୍ୟାସ ଥିଲେ ତୁରନ୍ତ ଦୂର କରନ୍ତୁ ଏବଂ ସୁଷମ ଖାଦ୍ୟାଭ୍ୟାସ ରଖନ୍ତୁ। ଏହାଦ୍ୱାରା ଗ୍ୟାସ୍‌, ଯେତେ ସମ୍ଭବ ଚା, କଫି, ମଦ, ସିଗାରେଟ୍‌ ଇତ୍ୟାଦି ସେବନଠାରୁ ଦୂରେଇ ରୁହନ୍ତୁ। କାରଣ ଏହାସବୁ ନିଦ୍ରାହୀନତାର ପ୍ରମୁଖ କାରଣ।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri