ରାତିରେ ନିଦ ହେଉ ନ ଥିଲେ

ସୁସ୍ଥ ଜୀବନଶୈଳୀ ପାଇଁ ଭଲ ନିଦ ନିହାତି ଦରକାର। କିନ୍ତୁ ବର୍ତ୍ତମାନର
ଅଧିକାଂଶ ଯୁବପିଢ଼ିଙ୍କଠାରେ କାର୍ଯ୍ୟ ଚାପ ହେଉ ଅବା ଅନ୍ୟାନ୍ୟ କାରଣରୁ ନିଦ୍ରାହୀନତା ଏକ ପ୍ରମୁଖ ସମସ୍ୟା ପାଲଟିଛି। ଅପରପକ୍ଷେ ଏହା ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟାକୁ ଡାକି ଆଣୁଛି। ତେଣୁ ରାତିରେ ଭଲ ନିଦ ପାଇଁ
କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେବେ ଜାଣିରଖନ୍ତୁ…
ଦିନଯାକର ଥକାପଣ ଦୂର କରିବା ଲାଗି ଭଲ ଭାବେ ଗୋଡ଼ହାତ ଧୋଇ ଶୋଇବାକୁ ଯାଆନ୍ତୁ। ଗାଧୋଇବା ଦ୍ୱାରା ମଧ୍ୟ କେବେକେବେ ଆରାମଦାୟକ ନିଦ ହୋଇଥାଏ। ଆବଶ୍ୟକ ହେଲେ ଶୋଇବାକୁ ଯିବା ପୂର୍ବରୁ ଗାଧୋଇ ପଡ଼ନ୍ତୁ। ଦେଖିବେ, ଆପଣଙ୍କୁ ରିଲାକ୍ସ ଫିଲ୍‌ ହେବା ସହ ଭଲ ନିଦ ହେବ।
ମନରେ କୌଣସି ଟେନ୍‌ସନ୍‌ ଥିଲେ ମଧ୍ୟ ନିଦ ହେବା କଷ୍ଟ। ତେଣୁ ମନରୁ ଏହାକୁ ଦୂର କରିବାକୁ ଚେଷ୍ଟା କରନ୍ତୁ। ଶୋଇବା ପୂର୍ବରୁ କିଛି ସମୟ ଈଶ୍ୱରଙ୍କୁ ପ୍ରାର୍ଥନା କରନ୍ତୁ, ସ୍ଲୋ ମ୍ୟୁଜିକ୍‌ ଶୁଣନ୍ତୁ, ଖୁସି ଦେଉଥିବା ପୁରୁଣା ଘଟଣାଗୁଡିକୁ ମନେପକାନ୍ତୁ। ଦେଖିବେ ଏପରି କରିବା ଦ୍ୱାରା ଆପଣଙ୍କ ମନ ହାଲୁକା ହୋଇଯିବ ଏବଂ ନିଦ ଆସିବ।
ଶୋଇବାକୁ ଯିବା ବେଳେ ଲାଇଟ୍‌ ଅଫ୍‌ କରିଦିଅନ୍ତୁ। ନଚେତ୍‌ ଆଖିରେ ଲାଇଟ୍‌ ପଡ଼ି ନିଦ ବାରମ୍ବାର ଭାଙ୍ଗିପାରେ।
ବେଡ୍‌ରୁମ୍‌ରେ ଅଧିକ ଗରମ କିମ୍ବା ଥଣ୍ଡା ଲାଗିଲେ ବି ନିଦ ପ୍ରଭାବିତ ହୋଇଥାଏ। ଶୋଇବାକୁ ଯିବା ପୂର୍ବରୁ ବେଡରୁମ୍‌ର ଟେମ୍ପରେଚର କମ୍ଫର୍ଟେବଲ୍‌ ରଖିବା ଲାଗି ଫ୍ୟାନ୍‌ କିମ୍ବା ଏସି ଲଗାନ୍ତୁ।
ଶୋଇବା ପୂର୍ବରୁ ମୋବାଇଲ୍‌, ଟିଭି, ଲାପଟପ୍‌ ଆଦି ଇ-ଗ୍ୟାଜେଟ୍ସକୁ ସୁଇଚ୍‌ ଅଫ୍‌ କରନ୍ତୁ। କାରଣ ଏହାର ଲାଇଟ୍‌ ଏବଂ ରେଡିଏଶନ୍‌ ଆପଣଙ୍କ ନିଦ୍ରାରେ ପ୍ରଭାବ ପକାଇଥାଏ।
ନିଦ ଆସିବା ପାଇଁ ମନ ପସନ୍ଦର ବହି ପଢ଼ିପାରିବେ। ଏହାଦ୍ୱାରା ମାଇଣ୍ଡ ରିଲାକ୍ସ ହେବ ଏବଂ ନିଦ ଭଲ ହେବ।
ଭଲ ନିଦ ହେବା ପାଇଁ ଧ୍ୟାନ, ଯୋଗ କିମ୍ବା ବ୍ରେଥିଙ୍ଗ୍‌ ଏକ୍ସରସାଇଜ୍‌ କରିପାରିବେ। ଏହା ଶରୀରକୁ ଫୂର୍ତ୍ତି ଯୋଗାଇବା ସହ ପର୍ଯ୍ୟାପ୍ତ ନିଦ୍ରା ହେବାରେ ସାହାଯ୍ୟ କରିବ।
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବିଳମ୍ବିତ ରାତ୍ରିଭୋଜନ ଅଭ୍ୟାସ ଥିଲେ ତୁରନ୍ତ ଦୂର କରନ୍ତୁ ଏବଂ ସୁଷମ ଖାଦ୍ୟାଭ୍ୟାସ ରଖନ୍ତୁ। ଏହାଦ୍ୱାରା ଗ୍ୟାସ୍‌, ଯେତେ ସମ୍ଭବ ଚା, କଫି, ମଦ, ସିଗାରେଟ୍‌ ଇତ୍ୟାଦି ସେବନଠାରୁ ଦୂରେଇ ରୁହନ୍ତୁ। କାରଣ ଏହାସବୁ ନିଦ୍ରାହୀନତାର ପ୍ରମୁଖ କାରଣ।


Enter your email to get our daily news in your inbox.

All Right Reserved By Dharitri.Com

ଘସିପୁରାରେ ମହିଳାଙ୍କୁ ହତ୍ୟା ଉଦ୍ୟମ : ବାପା-ପୁଅ ଗିରଫ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୧୨ା୧୦(ଶୁଭକାନ୍ତ ନାୟକ/ଶ୍ରୀଧର ମହାରଣା/ନିରାକାର ପରିଡା): କେନ୍ଦୁଝର ଜିଲା ଘସିପୁରା ଅଞ୍ଚଳର ଜଣେ ମହିଳାଙ୍କୁ କିଛି ଲୋକ ମିଳିମିଶି ଅଟକାଇବା, ଅଶ୍ଳୀଳ ଭାଷାରେ ଗାଳି ଦେବା ସହିତ ହତ୍ୟା…

ଖୁବ ଖୁସି ଅଛନ୍ତି ଅଧିନାୟକ ଶ୍ରେୟସ ଆୟର, ହେଲେ ଏହା ପଛର କାରଣ କ’ଣ ଜାଣନ୍ତୁ

ନୂଆଦିଲ୍ଲୀ,୧୨।୧୦: ରବିବାର ଭାରତ ୱେଷ୍ଟଇଣ୍ଡିଜକୁ ୧୪ ରନରେ ପରାସ୍ତ କରି ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଛି। ଅଭିଷେକ ଶର୍ମାଙ୍କ ଅର୍ଦ୍ଧଶତକ ଏବଂ ଅନ୍ୟ ଖେଳାଳିଙ୍କ ଉପଯୋଗୀ…

ଏହି ଖେଳାଳିଙ୍କ ରେକର୍ଡ ଭାଙ୍ଗି ଇତିହାସ ରଚିଲେ ଅଭିଷେକ ଶର୍ମା,ସମସ୍ତେ କରୁଛନ୍ତି ଖୁବ ପ୍ରଶଂସା

ନୂଆଦିଲ୍ଲୀ,୧୨।୧୦: ଇନ୍ଦୋରରେ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଅଭିଷେକ ଶର୍ମା ୫ଟି ଛକା ଓ ୬ଟି ଚୌକା ସହାୟତାରେ ୬୯ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ୨୩୦ର…

ଭୁବନେଶ୍ବରରେ ଚାଞ୍ଚଲ୍ୟ! ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍‌ଦାର ଗିରଫ, ଅଭିଯୋଗ ଚାପିଥିଲା ବଡ଼ଗଡ଼ ପୋଲିସ

ଭୁବନେଶ୍ୱର,୧୨ା୧୦(ତ୍ରିନାଥ ମହାନ୍ତି): ମହିଳାଙ୍କୁ ସୁରକ୍ଷା ବଦଳରେ ଇଜ୍ଜତ ଲୁଟୁଛି ପୋଲିସ। ଖୋଦ୍‌ ଜଣେ ରାଜନେତ୍ରୀଙ୍କୁ ୬ ମାସ ହେବ ଯୌନ ନିର୍ଯାତନା ଦେଉଥିଲେ ପୋଲିସ କର୍ମଚାରୀ। ରାତି…

କେସିଙ୍ଗା ଛାତ୍ର ସଂସଦ ନିର୍ବାଚନ, ବିଜେଡି ପ୍ରାର୍ଥୀ ଅନୁଭବଙ୍କ ନାମାଙ୍କନ କାୟମ

କେସିଙ୍ଗା,୧୨ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟର ବିଜେଡି ସମର୍ଥିତ ଛାତ୍ର ନେତା ଅନୁଭବ ପଟ୍ଟନାୟକ ସଭାପତି ପଦ ପାଇଁ ନାମାଙ୍କନ କାୟମ୍ କଲେ ମହାବିଦ୍ୟାଳୟର ନିର୍ବାଚନ…

କମୁଛି କେନ୍ଦ୍ରୀୟ ସହାୟତା, ପୌରାଞ୍ଚଳକୁ ଟଙ୍କାଟିଏ ମିଳିନି

ଭୁବନେଶ୍ୱର,୧୨ା୧୦(ରବିନାରାୟଣ ଜେନା): କେନ୍ଦ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା(ସିଏସ୍‌ଏସ୍‌), ଷୋଡ଼ଶ ଅର୍ଥ ଆୟୋଗଙ୍କ ସୁପାରିସ ଓ ରାଜ୍ୟଗୁଡ଼ିକୁ ସ୍ବତନ୍ତ୍ର ସହାୟତା ଯୋଜନା(ଏସ୍‌ଏଏସ୍‌ସିଆଇ)ଭଳି ବିଭିନ୍ନ ପ୍ରକାରରେ ଆର୍ଥିକ…

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

ସୈନିକଙ୍କୁ ଟେଷ୍ଟୋଷ୍ଟେରୋନ୍‌ ଚିକିତ୍ସା

ଦୀର୍ଘଦିନ ହେଲା ଚାଲିଆସିଛି ଆମେରିକା-ଇରାନ ଯୁଦ୍ଧ। ଏଥିପାଇଁ ବିଦେଶ ଭୂଇଁରେ ଥିବା ଆମେରିକୀୟ ସୈନ୍ୟମାନଙ୍କ ମଧ୍ୟରୁ ଅନେକଙ୍କଠାରେ ସୃଷ୍ଟି ହେଉଛି ମାନସିକ ଚାପ। ଏକଥା ଅନୁଭବ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?