ମାଲିଙ୍ଗାଙ୍କ ନାମରେ ଥିବା ଏହି ବଡ଼ ରେକର୍ଡକୁ ଭାଙ୍ଗିବା ଲାଗି ଚାଓ୍ବଲାଙ୍କ ନିକଟରେ ସୁଯୋଗ

ଆବୁଧାବି, ୭।୧୦: ଆଇପିଏଲ୍‌ ଇତିହାସରେ ସବୁଠାରୁ ଅଧିକ ଉଇକେଟ୍‌ ହାସଲ କରିବାର ରେକର୍ଡ ମୁମ୍ବାଇ ଇଣ୍ଡିଆନ୍ସର ଲସିଥ୍‌ ମାଲିଙ୍ଗାଙ୍କ ନାମରେ ଲିପିବଦ୍ଧ ରହିଛି। ମାଲିଙ୍ଗା ଆଇପିଏଲ୍‌ରେ ୧୨୨ ମ୍ୟାଚ୍‌ ଖେଳି ୧୭୦ ଉଇକେଟ୍‌ ହାସଲ କରିଛନ୍ତି। ତେବେ ଚଳିତ ସିଜନରେ ମାଲିଙ୍ଗା ଖେଳୁ ନ ଥିବାରୁ ଦିଲ୍ଲୀ କ୍ୟାପିଟାଲ୍ସ ସ୍ପିନର ଅମିତ୍‌ ମିଶ୍ରାଙ୍କ ନିକଟରେ ତାଙ୍କ ରେକର୍ଡକୁ ଭାଙ୍ଗିବାର ସୁଯୋଗ ଥିଲା। ଅମିତ୍‌ ୧୫୦ ଆଇପିଏଲ୍‌ ମ୍ୟାଚ୍‌ରୁ ୧୬୦ ଉଇକେଟ୍‌ ନେଇ ଏହି ତାଲିକାରେ ମାଲିଙ୍ଗାଙ୍କ ପଛକୁ ୩ୟ ସ୍ଥାନରେ ରହିଛନ୍ତି। ତେବେ ଅମିତ୍‌ ମଧ୍ୟ ଆଘାତପ୍ରାପ୍ତ ହୋଇ ଆଇପିଏଲ୍‌ର ଚଳିତ ସିଜନ ଅଧାରୁ ବାହାର ହୋଇଯାଇଛନ୍ତି। ଫଳରେ ସର୍ବାଧିକ ଉଇକେଟ୍‌ ହାସଲକାରୀ ବୋଲର ଭାବେ ମାଲିଙ୍ଗାଙ୍କ ନାମରେ ଥିବା କୀର୍ତ୍ତିମାନକୁ ଭାଙ୍ଗିବା ଲାଗି ଏବେ ଚେନ୍ନାଇ ସୁପର୍‌ କିଙ୍ଗ୍ସର ଲେଗ୍‌-ସ୍ପିନର ପିୟୂଷ ଚାଓ୍ବଲାଙ୍କ ନିକଟରେ ରହିଛି। ୩୧ ବର୍ଷୀୟ ଚାଓ୍ବଲା ଆଇପିଏଲ୍‌ର ଚଳିତ ସିଜନ ଆରମ୍ଭ ହେବା ପୂର୍ବରୁ ୧୫୭ ମ୍ୟାଚ୍‌ରୁ ୧୫୦ ଉଇକେଟ୍‌ ନେଇଥିଲେ। ଇତିମଧ୍ୟରେ ସେ ୫ ମ୍ୟାଚ୍‌ ଖେଳି ୬ ଉଇକେଟ୍‌ ହାସଲ କରିସାରିଛନ୍ତି। ଫଳରେ ଚାଓ୍ବଲା ମୋଟ୍‌ ୧୬୨ ମ୍ୟାଚ୍‌ରୁ ୧୫୬ ଉଇକେଟ୍‌ ନେଇ ଏବେ ମାଲିଙ୍ଗାଙ୍କ ରେକର୍ଡକୁ ଭାଙ୍ଗିବା ଲକ୍ଷ୍ୟରେ ରହିଛନ୍ତି। ଉଲ୍ଲେଖଯୋଗ୍ୟ, ଚେନ୍ନାଇ ୬.୨ କୋଟି ଟଙ୍କାରେ ଚାଓ୍ବାଲଙ୍କୁ ଖେଳାଳି ନିଲାମୀରେ କିଣିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

ବାହାରିଲା ମା’ ମାଣିକେଶ୍ୱରୀଙ୍କ ନବାନ୍ନ ଲଗ୍ନ, ଏହିଦିନ ନୂଆଁ ଖାଇବେ ଗଡ଼ଜାତବାସୀ

ଭବାନୀପାଟଣା,୬ା୯(ଉତ୍ତମ କୁମାର ଦାଶ): ନୂଆଁଖାଇ ପାଇଁ ସଜବାଜ ହେଉଛି କଳାହାଣ୍ଡି ଜିଲା । ପଶ୍ଚିମ ଓଡ଼ିଶାର ଏହା ଏକ ମୁଖ୍ୟ ପର୍ବ ହୋଇଥିଲେ ହେଁ କଳାହାଣ୍ଡିରେ ଟିକେ…

ପାକ୍‌ ଖେଳାଳିଙ୍କ ଫୋନ୍‌ ଜବତ କଲା ପିସିବି, କାହିଁକି ଜାଣନ୍ତୁ…

ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି…

ଟିମ୍‌ରୁ ବାଦ ପଡ଼ିବାର ରହସ୍ୟ ଖୋଲିଲେ ରାଇନା, କୋହଲିଙ୍କ ଅଧିନାୟକତ୍ୱକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୬।୯: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ବ୍ୟାଟର ସୁରେଶ ରାଇନା ଟିମ୍ ଇଣ୍ଡିଆରୁ ବାଦ ପଡ଼ିବାକୁ ନେଇ ବଡ଼ ବୟାନ ଦେଇଛନ୍ତି। ବିରାଟ କୋହଲି ଭାରତୀୟ…

ଯନ୍ତ୍ରୀ ଅନୁପମା ସାହୁ ଗିରଫ, ଗାଡ଼ିରୁ ବାହାରିଥିଲା ବିଡ଼ାବିଡ଼ା ଟଙ୍କା, ଭୁବନେଶ୍ୱରରେ ଫ୍ଲାଟ୍‌ ସହ ଅନେକ ସହରରେ ରହିଛି…

କଟକ,୬ା୯(ପ୍ରଭୁକଲ୍ୟାଣ ପାଲ): ଲାଞ୍ଚ ଟଙ୍କାରେ ଫସିଲେ ଲେଡି ଅଫିସର। ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି କେନ୍ଦ୍ରାପଡ଼ା ଡ୍ରେନେଜ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁ।…

ଜଳି ଶଙ୍ଖ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକ ଧକ୍କାରେ ଓଲଟି ପଡ଼ିଲା ଅଟୋ

ଖଲ୍ଲିକୋଟ,୬।୯(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଜଳି ଶଙ୍ଖ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ରବିବାର ଅପରାହ୍ନରେ ଟ୍ରକ୍…

ଫୁଟବଲ ଖେଳ ଚାଲିଥିବା ବେଳେ ଆକାଶରୁ ଖସିଲା ମୃତ୍ୟୁ

କୁଆଁରମୁଣ୍ଡା,୬।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ କାଲୋଷିହିରିଆ ଗେଲ୍‌ଇଣ୍ଡିଆ ଖଡିଆବସ୍ତି ଫୁଟବଲ ପଡ଼ିଆରେ ରବିବାର ଏକ ଅଘଟଣ ଘଟିଛି। ପଡ଼ିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri