ମାଲିଙ୍ଗାଙ୍କ ନାମରେ ଥିବା ଏହି ବଡ଼ ରେକର୍ଡକୁ ଭାଙ୍ଗିବା ଲାଗି ଚାଓ୍ବଲାଙ୍କ ନିକଟରେ ସୁଯୋଗ

ଆବୁଧାବି, ୭।୧୦: ଆଇପିଏଲ୍‌ ଇତିହାସରେ ସବୁଠାରୁ ଅଧିକ ଉଇକେଟ୍‌ ହାସଲ କରିବାର ରେକର୍ଡ ମୁମ୍ବାଇ ଇଣ୍ଡିଆନ୍ସର ଲସିଥ୍‌ ମାଲିଙ୍ଗାଙ୍କ ନାମରେ ଲିପିବଦ୍ଧ ରହିଛି। ମାଲିଙ୍ଗା ଆଇପିଏଲ୍‌ରେ ୧୨୨ ମ୍ୟାଚ୍‌ ଖେଳି ୧୭୦ ଉଇକେଟ୍‌ ହାସଲ କରିଛନ୍ତି। ତେବେ ଚଳିତ ସିଜନରେ ମାଲିଙ୍ଗା ଖେଳୁ ନ ଥିବାରୁ ଦିଲ୍ଲୀ କ୍ୟାପିଟାଲ୍ସ ସ୍ପିନର ଅମିତ୍‌ ମିଶ୍ରାଙ୍କ ନିକଟରେ ତାଙ୍କ ରେକର୍ଡକୁ ଭାଙ୍ଗିବାର ସୁଯୋଗ ଥିଲା। ଅମିତ୍‌ ୧୫୦ ଆଇପିଏଲ୍‌ ମ୍ୟାଚ୍‌ରୁ ୧୬୦ ଉଇକେଟ୍‌ ନେଇ ଏହି ତାଲିକାରେ ମାଲିଙ୍ଗାଙ୍କ ପଛକୁ ୩ୟ ସ୍ଥାନରେ ରହିଛନ୍ତି। ତେବେ ଅମିତ୍‌ ମଧ୍ୟ ଆଘାତପ୍ରାପ୍ତ ହୋଇ ଆଇପିଏଲ୍‌ର ଚଳିତ ସିଜନ ଅଧାରୁ ବାହାର ହୋଇଯାଇଛନ୍ତି। ଫଳରେ ସର୍ବାଧିକ ଉଇକେଟ୍‌ ହାସଲକାରୀ ବୋଲର ଭାବେ ମାଲିଙ୍ଗାଙ୍କ ନାମରେ ଥିବା କୀର୍ତ୍ତିମାନକୁ ଭାଙ୍ଗିବା ଲାଗି ଏବେ ଚେନ୍ନାଇ ସୁପର୍‌ କିଙ୍ଗ୍ସର ଲେଗ୍‌-ସ୍ପିନର ପିୟୂଷ ଚାଓ୍ବଲାଙ୍କ ନିକଟରେ ରହିଛି। ୩୧ ବର୍ଷୀୟ ଚାଓ୍ବଲା ଆଇପିଏଲ୍‌ର ଚଳିତ ସିଜନ ଆରମ୍ଭ ହେବା ପୂର୍ବରୁ ୧୫୭ ମ୍ୟାଚ୍‌ରୁ ୧୫୦ ଉଇକେଟ୍‌ ନେଇଥିଲେ। ଇତିମଧ୍ୟରେ ସେ ୫ ମ୍ୟାଚ୍‌ ଖେଳି ୬ ଉଇକେଟ୍‌ ହାସଲ କରିସାରିଛନ୍ତି। ଫଳରେ ଚାଓ୍ବଲା ମୋଟ୍‌ ୧୬୨ ମ୍ୟାଚ୍‌ରୁ ୧୫୬ ଉଇକେଟ୍‌ ନେଇ ଏବେ ମାଲିଙ୍ଗାଙ୍କ ରେକର୍ଡକୁ ଭାଙ୍ଗିବା ଲକ୍ଷ୍ୟରେ ରହିଛନ୍ତି। ଉଲ୍ଲେଖଯୋଗ୍ୟ, ଚେନ୍ନାଇ ୬.୨ କୋଟି ଟଙ୍କାରେ ଚାଓ୍ବାଲଙ୍କୁ ଖେଳାଳି ନିଲାମୀରେ କିଣିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିସିସିଆଇର ନୂଆ ନିୟମରୁ କୋହଲିଙ୍କୁ ମିଳିଲା ଉପାୟ, ବାହାରୁ ଖାଦ୍ୟ ଅର୍ଡର କରି ଖାଇଲେ…

ନୂଆଦିଲ୍ଲୀ,୧୭।୨: ବର୍ଡର-ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ଦଳର ପରାଜୟ ପରେ ଅନେକ ନିୟମ ପରିବର୍ତ୍ତନ ହୋଇଛି। ବିସିସିଆଇ ଦ୍ୱାରା ଜାରି କରାଯାଇଥିବା ନୂତନ ନିୟମ...

ପୁଣି ପଡ଼ିଆକୁ ଫେରିବେ ସଚିନ ତେନ୍ଦୁଲକର: ଜାଣନ୍ତୁ କେବେ, କେଉଁ ଦଳ ପାଇଁ ଖେଳିବେ

ନୂଆଦିଲ୍ଲୀ,୧୭।୨: ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ପୁଣିଥରେ କ୍ରିକେଟ ମଇଦାନକୁ ଫେରିବାକୁ ଯାଉଛନ୍ତି। ILMT20 ଟୁର୍ନାମେଣ୍ଟ ୨୨ ଫେବୃଆରୀରୁ ୧୬ ମାର୍ଚ୍ଚ ପର୍ଯ୍ୟନ୍ତ ଖେଳାଯିବ। ଏଥିରେ ଭାରତ,...

Rishabh Pant Injury: ବାଂଲାଦେଶ ବିପକ୍ଷରେ ଖେଳିବେ କି ନାହିଁ ରିଷଭ ? ଆଘାତ ସମ୍ପର୍କରେ ଦୁବାଇରୁ ଆସିଲା ବଡ଼ ଅପଡେଟ୍

ଦୁବାଇ,୧୭।୨: ଟିମ୍ ଇଣ୍ଡିଆର ୱିକେଟକିପର-ବ୍ୟାଟସମ୍ୟାନ୍ ରିଷଭ ପନ୍ତ ଚାମ୍ପିଅନ୍ସ ଟ୍ରଫି ୨୦୨୫ ପୂର୍ବରୁ ଆହତ ହୋଇଛନ୍ତି। ଟିମ୍ ଇଣ୍ଡିଆର ଅଭ୍ୟାସ ସମୟରେ ପନ୍ତଙ୍କ ଆଣ୍ଠୁରେ ଆଘାତ...

Champions Trophy: ପାକିସ୍ତାନରେ ପହଞ୍ଚିଲା ଅଷ୍ଟ୍ରେଲିଆ ଦଳ

ଲାହୋର,୧୭ା୨: ଆଇସିସି ଚାମ୍ପିୟନ୍ସ ଟ୍ରଫି ଖେଳିବା ଲାଗି ଅଷ୍ଟ୍ରେଲିଆ କ୍ରିକେଟ ଦଳ ସୋମବାର ପାକିସ୍ତାନରେ ପହଞ୍ଚିଛି। ବୁଧବାର କରାଚୀର ଆୟୋଜକ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମ୍ୟାଚ...

ଅଜିଙ୍କ୍ୟ ରାହାଣେଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ ବିସିସିଆଇ ଚୟନକର୍ତ୍ତା: ସବୁ ଖୋଲି କହିଦେଲେ

ମୁମ୍ବାଇ,୧୭।୨: ବିଦେଶରେ ଦେଶ ପାଇଁ ନିରନ୍ତର ପ୍ରଦର୍ଶନ କରିଥିବା କିଛି ଭାରତୀୟ ବ୍ୟାଟସମ୍ୟାନଙ୍କ ମଧ୍ୟରୁ ଅଜିଙ୍କ୍ୟ ରାହାଣେ ଅନ୍ୟତମ। ଏକଦା ଟେଷ୍ଟ କ୍ରିକେଟରେ ସବୁଠାରୁ ନିର୍ଭରଯୋଗ୍ୟ...

IPL Ticket Booking: କେବେ, କେମିତି କିଣିପାରିବେ ଆଇପିଏଲ୍‌ ଟିକେଟ୍‌, ଜାଣନ୍ତୁ କେତେ ରହିବ ଦାମ୍‌

ନୂଆଦିଲ୍ଲୀ,୧୭।୨: ଇଣ୍ଡିଆନ ପ୍ରିମିୟର ଲିଗର ୧୮ତମ ସିଜିନ ଅର୍ଥାତ୍‌ ଆଇପିଏଲ୍‌ ୨୦୨୫ ମାର୍ଚ୍ଚ ୨୨ରୁ ଆରମ୍ଭ ହେବାକୁ ଯାଉଛି। ଏହି ଟୁର୍ନାମେଣ୍ଟ ୨୨ ମାର୍ଚ୍ଚରୁ ୨୫...

Video: ପାକିସ୍ତାନକୁ ପାନେ ଦେବାକୁ ସଜବାଜ ହେଉଛି ଭାରତ: ଚୌକା-ଛକା ବର୍ଷା

ଦୁବାଇ,୧୭।୨: ଟିମ ଇଣ୍ଡିଆ ୨୦୨୫ ଚାମ୍ପିଅନ୍ସ ଟ୍ରଫି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଭାରତର ପ୍ରଥମ ମ୍ୟାଚ ବାଂଲାଦେଶ ସହ ୨୦ ଫେବୃଆରୀରେ ଦୁବାଇରେ ଖେଳାଯିବ।...

ସ୍ତ୍ରୀଙ୍କଠାରୁ ଅଲଗା ହେଲେ ଏହି ପ୍ରସିଦ୍ଧ କ୍ରିକେଟର୍‌: ପ୍ରଶଂସକ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୭।୨: ଦକ୍ଷିଣ ଆଫ୍ରିକାର ଅଭିଜ୍ଞ କ୍ରିକେଟର ଜେପି ଡୁମିନିଙ୍କ ଛାଡପତ୍ର ହୋଇଯାଇଛି। ଡୁମିନି ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି ଏହି ସୂଚନା ଦେଇଛନ୍ତି। ଡୁମିନି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri