Posted inଖେଳ

ପିଙ୍କ୍‌ ବଲ୍‌ ଟେଷ୍ଟ: ସୂର୍ଯ୍ୟାସ୍ତରେ ବ୍ୟାଟିଂ ବେଳେ ଅଧିକ ସତର୍କତା ଜରୁରୀ

ଅହମ୍ମଦାବାଦ, ୨୨ା୨(ପି.ଟି.)-ମୋଟେରାରେ ଇଂଲଣ୍ଡ ବିପକ୍ଷରେ ପିଙ୍କ୍‌ ବଲ୍‌ ଟେଷ୍ଟ ଖେଳାଯିବା ସମୟରେ ବିଶେଷ କରି ସୂର୍ଯ୍ୟାସ୍ତ ସମୟରେ ବ୍ୟାଟିଂ ବେଳେ ତାଙ୍କୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ବୋଲି ଭାରତୀୟ ଓପନର ରୋହିତ ଶର୍ମା କହିଛନ୍ତି। ଚେନ୍ନାଇରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟରେ ରୋହିତ ଆକର୍ଷଣୀୟ ୧୬୧ ରନ ସଂଗ୍ରହ କରିଥିଲେ। ୨୦୧୯ ନଭେମ୍ବରରେ ବାଂଲାଦେଶ ବିପକ୍ଷରେ ପ୍ରଥମ ଦିବାରାତ୍ର ଟେଷ୍ଟ ବେଳେ ସେ ଭାରତୀୟ ଦଳ ତରଫରୁ ଖେଳୁଥିଲେ। କିନ୍ତୁ ସୂର୍ଯ୍ୟାସ୍ତ ସମୟରେ ତାଙ୍କୁ ବ୍ୟାଟିଂ କରିବାକୁ ପଡ଼ି ନ ଥିଲା। ଏହି ସମୟରେ ଜଣେ ବ୍ୟାଟ୍ସମ୍ୟାନଙ୍କୁ କେଉଁ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥାଏ ସେ ଅନୁଭବ କରିପାରି ନାହାନ୍ତି। ବୁଧବାର ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଥିବା ତୃତୀୟ ଟେଷ୍ଟ ମ୍ୟାଚ ପୂର୍ବରୁ ଏକ ଭର୍ଚୁଆଲ ଖବରଦାତା ସମ୍ମିଳନୀରେ ଭାରତୀୟ ଓପନର ଏକଥା କହିଛନ୍ତି। ସନ୍ଧ୍ୟା ସମୟରେ ଆକସ୍ମିକ ଆଲୋକ ଓ ପାଗର ପରିବର୍ତ୍ତନ ଘଟିବ। ସେହି ସମୟରେ ଖେଳିବା ନିଶ୍ଚୟ ଏକ ଚ୍ୟାଲେଞ୍ଜ ହେବ। ଏ ବିଷୟ ଅବଶ୍ୟ ସମସ୍ତ ବ୍ୟାଟ୍ସମ୍ୟାନ ଜାଣନ୍ତି। ତେବେ ଏହି ପରିସ୍ଥିତିରେ ନିଜକୁ ଖାପଖୁଆଇ କିପରି ଖେଳିବାକୁ ହେବ ତାହା ନିଜେ ନିର୍ଦ୍ଧାରଣ କରିବାକୁ ହେବ। ପୁନଶ୍ଚ ମ୍ୟାଚ୍‌ଟି ମୋଟେରାସ୍ଥିତ ନବନିର୍ମିତ ସର୍ଦ୍ଦାର ପଟେଲ ଗୁଜରାଟ ଷ୍ଟାଡିୟମରେ ଖେଳାଯିବ। ନୂଆ ଷ୍ଟାଡିୟମରେ ଖେଳିବା ସବୁବେଳେ ଚ୍ୟାଲେଞ୍ଜପୂର୍ଣ୍ଣ ହୋଇଥାଏ। ଷ୍ଟାଡିୟମରେ ବ୍ୟବହାର ହେବାକୁ ଥିବା ଲାଇଟ୍‌ ଓ ସିଟ୍‌ଗୁଡ଼ିକ ସମ୍ପୂର୍ଣ୍ଣ ନୂଆ। ତେଣୁ ଏହା ଅଧିକ ଝଲିସିବ। ଫିଲ୍ଡିଂ ବେଳେ ଏହା ସମସ୍ୟାରେ ପକାଇପାରେ। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲରେ ସ୍ଥାନ ପକ୍କା କରିବା ଲାଗି ଉଭୟ ଇଂଲଣ୍ଡ ଓ ଭାରତ ପାଇଁ ଏହି ସିରିଜ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

ଇଣ୍ଡିଆନ ୟୁନିଭର୍ସିଟିଜ୍‌ ରଗ୍‌ବୀ, ଚେସ୍‌ ଦଳ ଘୋଷିତ

ଭୁବନେଶ୍ୱର, ୨୪।୪(ତପନ ସ୍ବାଇଁ): ଫ୍ରାନ୍ସର ଏକ୍ସେନ-ପ୍ରୋଭିନ୍ସରେ ୨୦୨୪ ଓ୍ବାଲର୍‌ଡ ୟୁନିସର୍ଭିଟି ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ଜୁନ୍‌ ୧୦ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ଉଗାଣ୍ଡାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri