ଜିଇଏମ୍‌ ଦ୍ୱାରା କିଣାହେବ ଲକ୍ଷେ କୋଟିର ସାମଗ୍ରୀ

ନୂଆଦିଲ୍ଲୀ,୨୨।୨: ରାଷ୍ଟ୍ରାୟତ୍ତ ପ୍ରୋକ୍ୟୁଅରମେଣ୍ଟ ପୋର୍ଟାଲ ଗଭର୍ନମେଣ୍ଟ ଇ-ମାର୍କେଟ(ଜିଇଏମ୍‌) ଦ୍ୱାରା ଆର୍ଥତ୍କବର୍ଷ ୨୦୨୧-୨୨ରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ସାମଗ୍ରୀ କିଣାଯିବ। ପ୍ରତିରକ୍ଷା ଏବଂ ପିଏସ୍‌ୟୁଗୁଡିକରୁ କ୍ରୟ ବଢିବାରୁ ଏଭଳି ହେବା ନେଇ ଆକଳନ କରାଯାଇଥିବା ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ସରକାର ଜିଇଏମ୍‌କୁ ୨୦୧୬ ଅଗଷ୍ଟରେ ଶୁଭାରମ୍ଭ କରିଥିଲେ। କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ଏବଂ ମନ୍ତ୍ରଣାଳୟ ଲାଗି ଏଥିରୁ ସାମଗ୍ରୀ କ୍ରୟ କରିବା ବ୍ୟବସ୍ଥା କରାଯାଇଥିଲା। ଜିଇଏମ୍‌ ସିଇଓ ତଲୀନ କୁମାର ଶୁକ୍ରବାର କହିଛନ୍ତି, ୨୦୨୦-୨୧ରେ ଅର୍ଡର ମୂଲ୍ୟ ୩୭ ହଜାର କୋଟି ଟଙ୍କା ରହିବ ବୋଲି ଆକଳନ କରାଯାଇଛି। ଏହାର ପୂର୍ବ ଆର୍ଥତ୍କ ବର୍ଷରେ ୨୨,୮୯୬ କୋଟି ଟଙ୍କା ରହିଥିଲା। ଆସନ୍ତା ଆର୍ଥତ୍କ ବର୍ଷରେ ଅର୍ଡର ଭାଲ୍ୟୁ ୩ ଗୁଣ ହେବା ନେଇ ଆକଳନ କରାଯାଇଥିବା କୁମାର କହିଛନ୍ତି।
ଚଳିତବର୍ଷ ରାଷ୍ଟ୍ରାୟତ୍ତ କମ୍ପାନୀଗୁଡ଼ିକ ୩୩୭୨ କୋଟି ଟଙ୍କାର ସାମଗ୍ରୀ କ୍ରୟ କରିଛନ୍ତି। ସେହିଭଳି ପ୍ରତିରକ୍ଷା ମନ୍ତ୍ରଣାଳୟ ୩୪୦୬ କୋଟି ଟଙ୍କାର ସାମଗ୍ରୀ ଅଦ୍ୟାବଧି କିଣି ସାରିଛି। ସରକାରଙ୍କ ସାମଗ୍ରୀ ସଂଗ୍ରହ ପ୍ରକ୍ରିୟାକୁ ଏକୀକରଣ କରିବା ଦିଗରେ ପଦକ୍ଷେପ ନିଆଯାଉଛି। ସେହିଭଳି ଭାରତରେ ପ୍ରସ୍ତୁତ ହେଉଥିବା ସାମଗ୍ରୀଗୁଡିକୁ ପ୍ରୋତ୍ସାହିତ ଉପରେ ବର୍ତ୍ତମାନ ନଜର ରଖାଯାଇଛି। ସେହିଭଳି ଜିଇଏମ୍‌ ୫.୦ରେ ନୂଆ ଟେକ୍ନୋଲୋଜିକୁ ଗୁରୁତ୍ୱ ଦିଆଯାଉଛି। ଏ କ୍ଷେତ୍ରରେ ମେଶିନ ଲର୍ନିଂ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭଳି ଟେକ୍ନୋଲୋଜି ବ୍ୟବହାର କରାଯାଉଛି ବୋଲି କୁମାର ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ବଜାରରେ ବଡ଼ ହଲଚଲ, ଅଗଷ୍ଟ ୧୫ରେ କମିଲା ପେଟ୍ରୋଲ ଦର? ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୧୫।୮: ପେଟ୍ରୋଲ-ଡିଜେଲ ଦରକୁ ନେଇ ଶନିବାର ଏକ ନୂଆ ଅପଡେଟ୍ ଆସିଛି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ସମେତ ପେଟ୍ରୋଲିୟମ୍ ରପ୍ତାନି ଉପରେ ଲାଗୁଥିବା ‘ୱିଣ୍ଡଫଲ୍…

କାଲିଠୁ ୩ହଜାର ଟଙ୍କାରେ କିଣିବେ ସିଲିଣ୍ଡର! ଆଜି ରାତି ୧୨ଟା ପୂର୍ବରୁ କରନ୍ତୁ ଏହି କାମ; ନହେଲେ…

ଯଦି ଆପଣ ଏପର୍ଯ୍ୟନ୍ତ ନିଜର ଏଲ୍‌ପିଜି (LPG) କନେକ୍ସନର ଇ-କେୱାଇସି (e-KYC) କରିନାହାନ୍ତି, ତେବେ ୧୬ ଅଗଷ୍ଟ ୨୦୨୬ ପୂର୍ବରୁ ଏହି କାମ ନିଶ୍ଚୟ ଶେଷ କରିନିଅନ୍ତୁ।…

EPFO New Rules: ପେନସନ ଟଙ୍କା ଉଠାଣରେ ବଡ଼ ପରିବର୍ତ୍ତନ, ଏଣିକି ଅପେକ୍ଷା କରିବାକୁ ପଡ଼ିବ ଏତେ ଦିନ

ନୂଆଦିଲ୍ଲୀ, ୧୪।୮: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ପକ୍ଷରୁ PF ଓ ପେନସନ ଉଠାଣ ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏହାର ସିଧାସଳଖ ପ୍ରଭାବ ବେତନଭୋଗୀ…

ଟାଟା ଗ୍ରୁପ୍‌ର ପ୍ରକୃତ ମାଲିକ କିଏ? କେଉଁଠାକୁ ଯାଏ ଏତେ ବଡ଼ କମ୍ପାନୀର ଆୟ…ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୩।୮: ଭାରତର ସର୍ବବୃହତ୍ ଏବଂ ସବୁଠାରୁ ଭରସାଯୋଗ୍ୟ ବ୍ୟବସାୟିକ ଗ୍ରୁପ୍‌ଗୁଡ଼ିକ ମଧ୍ୟରେ ‘ଟାଟା ଗ୍ରୁପ୍’ (Tata Group) ଅନ୍ୟତମ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,…

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri