ସାକ୍ଷୀଗୋପାଳ ମନ୍ଦିର ନିକଟରେ ଜଳିଗଲା ତୀର୍ଥଯାତ୍ରୀ ବସ୍‌

ସାକ୍ଷୀଗୋପାଳ,୧୦।୧ (ସ୍ବ.ପ୍ର./ଡି.ଏନ୍‌.ଏ.): ପୁରୀ ଜିଲା ସାକ୍ଷୀଗୋପାଳ ମନ୍ଦିର ପଛପାଶର୍‌ବରେ ପାର୍କିଂ କରିଥିବା ଏକ ତୀର୍ଥଯାତ୍ରୀ ବସ୍‌ରେ ସୋମବାର ମଧ୍ୟାହ୍ନରେ ନିଅଁା ଲାଗିଯାଇଛି। ବସ୍‌ର ଯାତ୍ରୀମାନେ ସ୍ନାନ,ଶୌଚ ଓ ମନ୍ଦିର ବୁଲିବାକୁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଥିଲା। ଫଳରେ ଯାତ୍ରୀମାନେ ବର୍ତ୍ତିଯାଇଛନ୍ତି। ହେଲେ ବସ୍‌ରେ ନିଅଁା ବ୍ୟାପୀ ଯିବାରୁ କିଛି ସମୟ ମଧ୍ୟରେ ସମ୍ପୂର୍ଣ୍ଣ ଜଳିଯାଇଥିଲା। କିନ୍ତୁ ବସ୍‌ରେ ଥିବା ଯାତ୍ରୀମାନଙ୍କର ଆସବାବପତ୍ର, ଟଙ୍କା, ଜରୁରୀ କାଗଜପତ୍ର ଜଳିଯାଇଛି।
ଅନୁଯାୟୀ, ମଧ୍ୟପ୍ରଦେଶ ଗ୍ବାଲିୟର ଅଞ୍ଚଳରୁ ୩ଟି ବସ୍‌ରେ ପ୍ରାୟ ୧୨୦ଜଣ ତୀର୍ଥଯାତ୍ରୀ ଗଙ୍ଗାସାଗର ଓ ଚାରିଧାମ ଯାତ୍ରାରେ ବାହାରିଥିଲେ। ପୁରୀରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ ତୀର୍ଥଯାତ୍ରାର ସାକ୍ଷୀଦେବାକୁ ଶ୍ରୀସାକ୍ଷୀଗୋପାଳ ଠାକୁରଙ୍କ ଦର୍ଶନ ପାଇଁ ସେମାନେ ସାକ୍ଷୀଗୋପାଳରେ ପହଞ୍ଚତ୍ଥିଲେ। ଏଠାରେ ଦର୍ଶନ ସାରି ସେମାନେ ଅପରାହ୍ନରେ ରାମେଶ୍ବର ତୀର୍ଥ ଭ୍ରମଣ କରିବାକୁ ଲକ୍ଷ୍ୟ ରଖିଥିଲେ। ୩ଟି ବସ୍‌ ସତ୍ୟବାଦୀ ହାଇସ୍କୁଲ ସମ୍ମୁଖ ଓ ସାକ୍ଷୀଗୋପାଳ ମନ୍ଦିର ନିକଟରେ ପାର୍କିଂ କରିବା ସହ କେତେଜଣ ଯାତ୍ରୀ ମନ୍ଦିର ଯାଇଥିବା ବେଳେ ଅନ୍ୟ କେତେଜଣ ସ୍ନାନ ପାଇଁ ଯାଇଥିଲେ। ଏହି ସମୟରେ ମନ୍ଦିର ପଛ ପାର୍ଶ୍ୱରେ ଥିବା ନଂ. ୟୁପି ୭୫ ଏଟି ୧୭୭୬ ବିଶିଷ୍ଟ ବସ୍‌ର ପଛରୁ ଧୂଅଁା ବାହାରିଥିଲା। ସେଠାରେ ଥିବା ଉପସ୍ଥିତ ବସ୍‌ କର୍ମଚାରୀ ଏହା ଦେଖି ପାଣି ପକାଇଥିଲେ। କିନ୍ତୁ ବସ୍‌ର ସିଟ ଓ ଆଗପାର୍ଶ୍ୱ ପ୍ଲାଷ୍ଟିକ ସାମଗ୍ରୀରେ ନିଅଁା ଲାଗି ବ୍ୟାପିଯାଇ ନିମିଷକ ମଧ୍ୟରେ ସମ୍ପୂର୍ଣ୍ଣ ବସ୍‌କୁ ଲାଗିଯାଇଥିଲା। ଫଳରେ ପ୍ରବଳ ଧୂଆଁ ବାହାରି ଆକାଶରେ ଏକ କଳା ବାଦଲ ଛାଇଯାଇଥିଲା। ଏହା ଦେଖି ସ୍ଥାନୀୟ ଲୋକେ ଓ ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ। ଖବରପାଇ ସାକ୍ଷୀଗୋପାଳ ଦମକଳ କେନ୍ଦ୍ର ଅଧିକାରୀ ମନୋଜ କୁମାର ପାତ୍ର ଓ ତାଙ୍କ ଟିମ୍‌ ଘଟଣାସ୍ଥଳରେ ପହଞ୍ଚତ୍ ନିଆଁ ଲିଭାଇଥିଲେ। ପରେ ବିଧାୟକ ଉମାକାନ୍ତ ସାମନ୍ତରାୟ, ବିଡିଓ, ତହସିଲଦାର, ସତ୍ୟବାଦୀ ଥାନାଧିକାରୀ ଓ ପ୍ରଶାସନିକ ଅଧିକାରୀମାନେ ପହଞ୍ଚତ୍ ଯାତ୍ରୀମାନଙ୍କୁ ସାକ୍ଷୀଗୋପାଳ ମନ୍ଦିର ପାନ୍ଥଶାଳାରେ ରହିବା ସହିତ ଖାଦ୍ୟ ଯୋଗାଇଥିଲେ। ସମସ୍ତ ବ୍ୟବସ୍ଥା ସହିତ ଖୁବ ଶୀଘ୍ର ତୀର୍ଥ ଯାତ୍ରୀମାନଙ୍କୁ ସେମାନଙ୍କ ରାଜ୍ୟକୁ ପଠାଇ ଦିଆଯିବାର ବନ୍ଦୋବସ୍ତ କରାଯିବ ବୋଲି ବିଧାୟକ କହିଛନ୍ତି। ଅନ୍ୟପଟେ ସତ୍ୟବାଦୀରେ ଭାଜପା ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସିଥିବା ବେଳେ ଦୁର୍ଘଟଣା ଖବରପାଇ ଘଟଣାସ୍ଥଳକୁ ଯାଇଥିଲେ। ତେବେ ନିଅଁା ଲାଗିବାର ପ୍ରକୃତ କାରଣ ଜଣାପଡ଼ି ନ ଥିବାବେଳେ ଶଟସର୍କିଟରୁ ନିଅଁା ଲାଗିଥାଇପାରେ ବୋଲି ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

ଡିଫେନ୍ସ ମିନିଷ୍ଟ୍ରିରେ କରୁଥିଲେ ଚାକିରି, ହଠାତ୍‌ ୩ ମାସର ଗର୍ଭବତୀବସ୍ଥାରେ କଲେ ଆତ୍ମହତ୍ୟା; ରାଜଧାନୀରେ ଚାଞ୍ଚଲ୍ୟ…

ନୂଆଦିଲ୍ଲୀ,୨୩।୮: ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରଣାଳୟ (ଡିଫେନ୍ସ ମିନିଷ୍ଟ୍ରି) ରେ କାର୍ଯ୍ୟରତ ଜଣେ ୩ ମାସର ଗର୍ଭବତୀ ମହିଳା ଆତ୍ମହତ୍ୟା କରିଛନ୍ତି। ଅଭିଯୋଗ ହୋଇଛି ଯେ ଶାଶୂଘର ଲୋକେ…

କାନ୍ଥରୁ ଲିଭିନି ‘ଶୁଭ ବିବାହ: ଭାଇ ହାତରେ ରାଖୀ ବାନ୍ଧିବାକୁ ଚାହିଁ ରହିଥିଲା ଭଉଣୀ , ହେଲେ ବିଧିର ବିଧାନ କିଛି ଅଲଗା ଫେରୁଛି ଶବ

ଖଲ୍ଲିକୋଟ, ୨୩/୮ (ପ୍ରଶାନ୍ତ କୁମାର ମିଶ୍ର/ବିଦ୍ୟାଧର ସାହୁ): ଗଞ୍ଜାମରେ ସରୁନି ଦାଦନ ଦୁଃଖ। ଭଉଣୀ ହାତରେ ରହିଗଲା ରାଖୀ, ଦୁବାଇରୁ ଆସିଲା ଭାଇଙ୍କ ମୃତଦେହ। ସରକାର ବଦଳୁଛି,…

ସୂର୍ଯ୍ୟ-ଚନ୍ଦ୍ରଙ୍କ ଅଶୁଭ ଯୋଗ; ଅଗଷ୍ଟ ମାସ ଶେଷବେଳକୁ ୪ ରାଶିଙ୍କ ବଢିପାରେ ଅଡୁଆ, ଧନହାନୀକୁ ଶରୀର ପୀଡା…

ଏହି ଯୋଗ ମାଙ୍ଗଳିକ କାର୍ଯ୍ୟ ପାଇଁ ଅଶୁଭ କିମ୍ୱା ବିନାଶକାରୀ ବୋଲି ଧରାଯାଏ। ଏବେ ୩୧ ଅଗଷ୍ଟରେ ଏହି ଯୋଗ ସୃଷ୍ଟି ହେବାକୁ ଯାଉଛି। ଏହି ଯୋଗ…

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

‘ମାଆଙ୍କ ସହ ଚା ପିଇଲେ, ତାଙ୍କ ପାଦ ଧୋଇଲେ…’, ଭାବ ବିହ୍ବଳ କରୁଛି ପାହାଡ଼ରୁ ଡେଇଁ ଜୀବନ ହାରିଥିବା କୁନାଲଙ୍କ ପୁରୁଣା ଭିଡିଓ

ମୁମ୍ବାଇ,୨୩।୮: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ, ଆଇଫୋନ ଇଏମଆଇକୁ ନେଇ ବିବାଦ ପରେ ୧୮ ବର୍ଷୀୟ କୁନାଲ ନାମକ ଜଣେ ନାବାଳକ ଏବଂ ତାଙ୍କ ବାପାମାଆ ଯେଉଁମାନେ ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri