୧୨ରୁ ୧୫ ବର୍ଷର ପିଲାଙ୍କ ପାଇଁ ୟୁରୋପରେ ଫାଇଜରକୁ ମିଳିଲା ଅନୁମତି

ଦ ହେଗ (ନେଦରଲାଣ୍ଡ୍ସ),୨୮ା୫- ୧୨ରୁ ୧୫ ବର୍ଷର ପିଲାଙ୍କ ଠାରେ ଫାଇଜର/ବାୟୋଏନ୍‌ଟେକ୍‌ର କରୋନା ଭାଇରସ ଟିକାକୁ ବ୍ୟବହାର ଲାଗି ଶୁକ୍ରବାର ଅନୁମତି ଦେଇଛି ୟୁରୋପର ଡ୍ରଗ ଓ୍ବାଚଡଗ। ଏହି ବୟସ ବର୍ଗଙ୍କ ପାଇଁ ଅନୁମତି ପାଇବାରେ ଫାଇଜର ବିଶ୍ୱରେ ପ୍ରଥମ ଟିକା।

ଏହି ଟିକାକୁ ପିଲାମାନେ ସହିପାରିବେ। ଚିନ୍ତା କଲା ଭଳି କୌଣସି ପାର୍ଶ୍ୱ ପତିକ୍ରିୟା ନ ଥିବା ଆମଷ୍ଟରଡାମର ପ୍ରତିଷ୍ଠିତ ଇରୋପିଆନ ମେଡିସିନି ଏଜେନ୍ସି (ଇଏମ୍‌ଏ) ପକ୍ଷରୁ କୁହାଯାଇଛି। ଇଏମ୍‌ଏଠାରୁ ସବୁଜ ସଙ୍କେତ ମିଳିବା ପରେ ଜର୍ମାନୀ ପକ୍ଷରୁ କୁହାଯାଇଛି, ଆସନ୍ତା ୭ ତାରିଖରୁ ଦେଶରେ ୧୨ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ପିଲାଙ୍କ ପାଇଁ ଟିକାକରଣ ପ୍ରକ୍ରିୟା ଆରମ୍ଭ କରଯିବ। ଆମେରିକା ଓ କାନାଡା ମଧ୍ୟ ସମାନ ଟିକାକୁ କିଶୋରଙ୍କ କ୍ଷେତ୍ରରେ ବ୍ୟବହାର ଲାଗି ଅନୁମତି ଦେଇଛନ୍ତି।

କିଶୋରଙ୍କ ଠାରେ କରାଯାଇଥିବା ଟ୍ରାଏଲରେ ଏହି ଟିକା ବେଶ୍‌ ପ୍ରଭାବଶାଳୀ ଜଣାପଡ଼ିଛି। ଚିନ୍ତା କଲାଭଳି କୌଣସି ପାର୍ଶ୍ୱ ପତିକ୍ରିୟା କିଶୋରଙ୍କ ଠାରେ ଦେଖାଯାଇନାହିଁ। ଏଣୁ ଇଏମ୍‌ଏର କମିଟି ଫାଇଜର/ବାୟୋଏନ୍‌ଟେକ ଦ୍ୱାରା ପ୍ରସ୍ତୁତ ଟିକାକୁ ଅନୁମତି ଦେଇଥିବା ଇଏମ୍‌ଏର ଭାକ୍ସିନ ଷ୍ଟାଟେଜି ମୁଖ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶହୀଦ୍‌ ସୋଲେମାନୀ ଅପରେଶନ୍‌ରେ ଆମେରିକାର ୮୦ ସୈନ୍ୟଙ୍କ ମୃତ୍ୟୁ: ଇରାନ କଲା ଦାବି

ତେହେରାନ,୮।୧: ଇରାକରେ ଥିବା ଆମେରିକା ଏୟାର ବେସ୍‌ ଉପରେ ଇରାନ ବୁଧବାର ଆକ୍ରମଣ କରିଛି। ପଶ୍ଚିମ ଇରାକର ଅଲ୍‌ ଅସଦ ଏବଂ ଉତ୍ତର ଇରାକର ଇରବିଲ୍‌...

ଭିଡିଓଗେମ୍‌ ଖେଳିବାକୁ ମା’ବାପା ମନା କରିବାରୁ ଏମିତି କାଣ୍ଡ ଘଟାଇଲେ ଯୁବକ

ଆମେରିକାର ମିଚିଗାନ ସହରର ୨୯ ବର୍ଷୀୟ ଯୁବକ ଖ୍ରୀଷ୍ଟୋଫର ମ୍ୟାକକେନ ତାଙ୍କ ସାବତ ବାପାଙ୍କୁ ଛୁରିରେ ହତ୍ୟା କରିଥିଲା ବେଳେ ମା’ଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି।...

ଡ୍ରାଗନର ଷଡ଼ଯନ୍ତ୍ର, ସାଟେଲାଇଟ୍‌ କଲା ପର୍ଦ୍ଦାଫାଶ୍‌…

ବେଜିଂ,୨୭।୭: ପୂର୍ବ ଲଦାଖରେ ଥିବା ଭାରତୀୟ ସୀମା ନିକଟରେ କ୍ଷେପଣାସ୍ତ୍ର ଏବଂ ଘାତକ ଅସ୍ତ୍ର ମୁତୟନ କରି ଉତ୍ତେଜନା ସୃଷ୍ଟି କରୁଥିବା ଚାଇନାର ଏକ ନୂଆ...

ଚାଇନା ମନାଇଲା ୩୬ତମ ଇଣ୍ଟରନ୍ୟାସନାଲ କାଇଟ ଫେଷ୍ଟିଭାଲ: ଆକାଶରେ ଉଡ଼ିଲା ରଙ୍ଗବେରଙ୍ଗ ଗୁଡ଼ି

ଚାଇନା,୨୨।୪: ଚାଇନାର ଓ୍ବିଫାଙ୍ଗରେ ବହୁ ଧୁମ୍‌ଧାମ୍‌ରେ ୩୬ତମ ଇଣ୍ଟରନ୍ୟାସନାଲ କାଇଟ ଫେଷ୍ଟିଭାଲ ପାଳିତ ହୋଇଛି। ଏହି ଅବସରରେ ୩୦ ଦେଶରୁ ୪ଶହରୁ ଅଧିକ ପ୍ରତିଯୋଗୀ ଭାଗ...

ଥାଇଲାଣ୍ଡରେ ଉଗ୍ରପନ୍ଥୀ ଆକ୍ରମଣ: ୧୫ ନିହତ

ୟାଲା,୭ା୧୧(ଏ.ଏଫ୍‌.ପି./ଆଇଏଏନ୍‌ଏସ୍‌): ଥାଇଲାଣ୍ଡର ହିଂସା ପ୍ରଭାବିତ ଦକ୍ଷିଣାଞ୍ଚଳରେ ମୁସ୍‌ଲିମ ଉଗ୍ରପନ୍ଥୀମାନେ ରକ୍ତମୁଖା ହୋଇଯାଇଛନ୍ତି। ଏହି ବିଚ୍ଛିନ୍ନତାବାଦୀଙ୍କ ଆକ୍ରମଣରେ ବୁଧବାର ୧୫ ନିହତ ଓ ୫ ଆହତ ହୋଇଛନ୍ତି।...

ନୀରବ ମୋଦିଙ୍କ ଭାଇଙ୍କ ନାଁରେ ସାଂଘାତିକ ଅଭିଯୋଗ

ନ୍ୟୁୟର୍କ,୨୦।୧୨: ଭାରତର ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଭାଇ ନେହାଲ ମୋଦିଙ୍କ ନାଁରେ ଠକେଇ ଅଭିଯୋଗ ହୋଇଛି। ବିଶ୍ୱର ଅନ୍ୟତମ ବୃହତ୍ତମ ହୀରା କମ୍ପାନୀ...

ବିପଦ ଟଳିବ, ପୃଥିବୀ ହେବନି ଧ୍ୱଂସ: ଗ୍ରହାଣୁ ପିଣ୍ଡ ଉପରେ କରାଯିବ ବୋମା ମାଡ଼…

ଓ୍ବାଶିଂଟନ,୧୩।୪: କେତେକ ସମୟରେ ବଡ଼ ବଡ଼ ଗ୍ରହାଣୁ ପିଣ୍ଡ ପୃଥିବୀ ଆଡ଼କୁ ତୀବ୍ର ବେଗରେ ମାଡ଼ି ଆସିଥାନ୍ତି। ଏଭଳି ଗ୍ରହାଣୁ ପିଣ୍ଡ ଯୋଗୁ ଅତୀତରେ ଡାଇନୋସୋରସ୍‌...

କରୋନା ସହିତ ଲଢ଼ି ଜୀବନ ଦେଲେ ୭୧୦୦ ସ୍ବାସ୍ଥ୍ୟକର୍ମୀ

ରୋମ୍‌,୨୯।୩: କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ପୃଥିବୀରେ ବଢ଼ିବାରେ ଲାଗିଛି। ଇଟାଲିରେ କରୋନା ସଂକ୍ରମଣ ମହାମାରୀ ଭଳି ମାଡ଼ି ଚାଲିଛି। ଏଠାରେ କରୋନା ସଂକ୍ରମିତଙ୍କ...

Advertisement


Archives

Model This Week