୩୦ରେ ପେଟ୍ରୋକେମିକାଲ ପ୍ଲାଣ୍ଟ ପାଇଁ ଜନଶୁଣାଣି

କେନ୍ଦ୍ରାପଡ଼ା ଅଫିସ,୨୮।୮: ଇଣ୍ଡିଆନ ଅଏଲ୍‌ କର୍ପୋରେଶନ ଲିମିଟେଡ୍‌ର ଅଏଲ ରିଫାଇନାରି ପକ୍ଷରୁ ୨୮୪.୧୫ ବର୍ଗ କିମି (୨୮,୪୧୫ ହେକ୍ଟର) ପରିଧି ମଧ୍ୟରେ ପେଟ୍ରୋଲିୟମ, କେମିକାଲ୍‌ସ ଆଣ୍ଡ ପେଟ୍ରୋକେମିକାଲ୍‌ସ ଇନ୍‌ଭେଷ୍ଟମେଣ୍ଟ ରିଜିଅନ (ପିସିପିଆଇଆର) ପ୍ଲାଣ୍ଟ ନିର୍ମାଣ ଯୋଜନା ଅଛି। ଏଥିପାଇଁ ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକର ୨୬ ଗ୍ରାମ, କୁଜଙ୍ଗର ୬୧ ଗ୍ରାମ, ପାରାଦୀପ ସହ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ୫୨ ଗ୍ରାମ ଓ ମାର୍ଶାଘାଇର ୧୨ ଗ୍ରାମ ଚିହ୍ନଟ ହୋଇଛି। ୩,୫୧,୦୫୮ କୋଟି ଟଙ୍କା ଏଥିରେ ନିବେଶ ହେବାକୁ ଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ୨୯,୭୭୭ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ପ୍ଲାଣ୍ଟ ନିର୍ମାଣ ପରେ ଦୈନିକ ୬୨୦ ମିଲିୟନ ଲିଟର ମଧୁରଜଳ ଆବଶ୍ୟକ ପଡିବ। ଏଥିପାଇଁ ମହାନଦୀରୁ ୩୨୯ ମିଲିୟନ ଲିଟର ଜଳ ଦୈନିକ ଉଠାଯିବାକୁ ଯୋଜନା ରହିଛି। ସେହିପରି ଶିଳ୍ପ, ଘରୋଇ ନିର୍ଗତ ବର୍ଜ୍ୟବସ୍ତୁ, ଜଳ ଓ ବାୟୁ ପ୍ରଦୂଷଣ ଆଦି ସ୍ଥାନୀୟ ପରିବେଶକୁ ନଷ୍ଟ କରିବା ସମ୍ଭାବନା ଅଛି। ପ୍ଲାଣ୍ଟ ପ୍ରତିଷ୍ଠା ନେଇ ଆସନ୍ତା ୩୦ ତାରିଖରେ ଜନଶୁଣାଣି ହେବ।
ଏ ସମ୍ପର୍କରେ ପରିବେଶବିତ୍‌ ହେମନ୍ତ କୁମାର ରାଉତ କହିଛନ୍ତି, ଶିଳ୍ପ ପ୍ରଗତିର ମାଧ୍ୟମ। ଏହାକୁ ଜିଲାବାସୀ ବିରୋଧ କରୁନାହାନ୍ତି। ତେବେ ପରିବେଶ ପ୍ରତି ଧ୍ୟାନ ରଖି ଏହି ପ୍ରକଳ୍ପ ହେବା ଆବଶ୍ୟକ। କେନ୍ଦ୍ରାପଡ଼ା ଜିଲାରେ ଜାତୀୟ ଉଦ୍ୟାନ ଭିତରକନିକା ଅଛି। ଏଠାରେ କେବଳ କୁମ୍ଭୀର, ଦେଶୀ, ବିଦେଶୀ ପକ୍ଷୀ ଠୁଳ ହେଉନାହାନ୍ତି ବରଂ ବିଭିନ୍ନ ପ୍ରକାର ଔଷଧୀୟ ଗୁଳ୍ମ ସହ ବିସ୍ତୀର୍ଣ୍ଣ ହେନ୍ତାଳବଣ ଅଛି। ଶିଳ୍ପର ପ୍ରଦୂଷିତ ପରିବେଶ ଓ ଉଦ୍‌ବୃତ୍ତ ଜଳ ହେନ୍ତାଳବଣକୁ ଧ୍ୱଂସ କରିବା ଶକ୍ତି ରଖିଛି। ଚିଙ୍ଗୁଡ଼ିଘେରିରୁ ନିର୍ଗତ ରାସାୟନିକ ଦ୍ରବ୍ୟ ଓ ଜଳ ସ୍ଥାନୀୟ ବନ୍ୟ ଏବଂ ସାମୁଦ୍ରିକ ପରିବେଶକୁ ନଷ୍ଟ କରୁଛି। ଖରସ୍ରୋତାରୁ ମଧୁର ଜଳ ଭଦ୍ରକକୁ ଦେବା, ବୈତରଣୀ ଜଳକୁ ଯାଜପୁରଠାରେ ଆନିକଟ ମାଧ୍ୟମରେ ଅଟକାଇବା, ମହାନଦୀରେ ସନ୍ତରାଠାରୁ ୱାଟର ରିଜର୍ଭୟର ପ୍ରତିଷ୍ଠା ପାଇଁ ଯୋଜନା ପରେ ଏବେ ଶିଳ୍ପ ଲାଗି ମହାନଦୀରୁ ମଧୁର ଜଳ ନିଆଯିବ, ଯାହା ସମୁଦ୍ରର ପ୍ରାଚୀର କୁହାଯାଉଥିବା ହେନ୍ତାଳବଣକୁ ନଷ୍ଟ କରିବ। ସାମାଜିକ କର୍ମୀ ଆଳୟ ସାମନ୍ତରାୟ କହିଛନ୍ତି, ମହାନଦୀର ଗୋଟିଏ ପାର୍ଶ୍ୱରେ କେନ୍ଦ୍ରାପଡ଼ା ଥିବା ବେଳେ ଅପରପାର୍ଶ୍ୱରେ ଜଗତ୍‌ସିଂହପୁର ଜିଲା ଅଛି। କେନ୍ଦ୍ରାପଡ଼ା ଜିଲା ଅଦ୍ୟାବଧି ଶିଳ୍ପବିହୀନ ଅଛି। ତେବେ ଅପରପାର୍ଶ୍ୱରେ ଜଗତ୍‌ସିଂହପୁର ଜିଲା ପାରାଦୀପ ଅଞ୍ଚଳରେ ୧୫ରୁ ଊର୍ଦ୍ଧ୍ୱ ବୃହତ୍‌ ଶିଳ୍ପାନୁଷ୍ଠାନ ଗଢ଼ିଉଠିଛି। ଏହି ଶିଳ୍ପାନୁଷ୍ଠାନରୁ ନିର୍ଗତ ବିଷାକ୍ତ ଧୂଳି ଓ ଧୂଆଁ କେନ୍ଦ୍ରାପଡ଼ା ଜିଲାବାସୀଙ୍କୁ ଅତିଷ୍ଠ କରୁଛି। ସେହିପରି ଏହି ଅଞ୍ଚଳରୁ ନିର୍ଗତ ବିଷାକ୍ତ ବର୍ଜ୍ୟବସ୍ତୁ ନଦୀ ନାଳରେ ମିଶି ସ୍ଥାନୀୟ ଜିଲାର ବିଭବ ଭାବେ ପରିଚିତ ଆର୍ଦ୍ରଭୂମି ଭିତରକନିକା ସମେତ ସ୍ଥାନୀୟ ଅଞ୍ଚଳର ପ୍ରାକୃତିକ ପରିବେଶ ନଷ୍ଟ କରୁଛି। ଯାଜପୁର ଓ ଜଗତ୍‌ସିଂହପୁର ଶିଳ୍ପାଞ୍ଚଳକୁ ସଂଯୋଗୀ ରାସ୍ତା କେନ୍ଦ୍ରାପଡ଼ା ଜିଲାରେ ଅଛି। ପ୍ରତିଦିନ ରାସାୟନିକ ପଦାର୍ଥ ଭରା ଭାରିଯାନ ଏହି ରାସ୍ତାରେ ଯାତାୟାତ କରୁଛି। ରାସାୟନିକ ବିପର୍ଯ୍ୟୟ ପ୍ରତି କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ଅଦ୍ୟାବଧି ସଚେତନ ନୁହନ୍ତି। ପୂର୍ବତନ ଜିଲା ପରିଷଦ ସଭ୍ୟ ଗଣେଶ ଚନ୍ଦ୍ର ସାମଲ କୁହନ୍ତି, ଜଗତ୍‌ସିଂହପୁର ଜିଲା ଶିଳ୍ପାଞ୍ଚଳରୁ ନିର୍ଗତ ବିଷାକ୍ତ ଧୂଳି ଓ ଧୂଅଁା ଜୀବନକୁ ଦୁର୍ବିସହ କରିଦେଉଛି। ଏହାର ପ୍ରଭାବ ଚର୍ମରୋଗଠାରୁ ଆରମ୍ଭ କରି କ୍ୟାନ୍‌ସର ପର୍ଯ୍ୟନ୍ତ କାରଣ ହୋଇଥିବା ବେଳେ ସ୍ଥାନୀୟ ଫସଲକୁ ନଷ୍ଟ କରୁଛି। ଏପରି ଘଟଣା ସବୁ ସମୟରେ ଦେଖିବାକୁ ମିଳିଛି। ପାରାଦୀପର ଏକ ଷ୍ଟିଲ୍‌ ପ୍ଲାଣ୍ଟରୁ ଲାଲ୍‌ରଙ୍ଗର ଧୂଳି ଉଡ଼ି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଖେଳେଇ ହୋଇଯାଇଛି। ଶିଳ୍ପାଞ୍ଚଳର ବର୍ଜ୍ୟବସ୍ତୁ ଜାତୀୟ ଉଦ୍ୟାନ ଭିତରକନିକା ପ୍ରତି ବିପଦ ସାଜିଛି। ସେହିପରି ଏହି ବିଷାକ୍ତ ରାସାୟନିକର ପ୍ରଭାବ ସାମୁଦ୍ରିକ ଜଳଜୀବ ସମେତ ନଦୀନାଳ ଉପରେ ପଡୁଛି। ଗଛସବୁ ପୋଡ଼ିଯାଉଥିବା ବେଳେ ଫସଲ ଅଧିକ ଅମଳକ୍ଷମ ହେଉନାହିଁ। ଜଳ ଓ ବାୟୁ ପ୍ରଦୂଷଣ ନେଇ ଜନଶୁଣାଣିରେ ମତ ରଖାଯିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର! ମନ୍ତ୍ରୀଙ୍କ ଘରେ ପାଣି ପଶିବା ପରେ ବାଲି ପକାଇବାକୁ ଯାଉଥିଲେ ଶ୍ରମିକ, ମଝି ନଦୀରେ ଓଲଟିଲା ଡଙ୍ଗା, ୨୨ ଶ୍ରମିକ…

ପାଟନା,୨୬।୮: ବିହାରର ଭାଗଲପୁରରେ ଗଙ୍ଗା ନଦୀରେ ଏକ ବଡ଼ ଅଘଟଣ ଘଟିଛି । ନବଗଛିଆ ଅନ୍ତର୍ଗତ ଖରୀକ ବ୍ଲକର ରାଘୋପୁର ତଟବନ୍ଧ ନିକଟରେ ୨୨ ଜଣ ଶ୍ରମିକଙ୍କୁ…

ଚନ୍ଦ୍ରଗ୍ରହଣରେ ସମ୍ଭାଳିକି ରୁହନ୍ତୁ ଏହି ଗୋଟିଏ ରାଶି , ବଢ଼ିବ ମାନସିକ ଚାପ, ମାସେ ଯାଏ ଭାବିଚିନ୍ତି ନିଅନ୍ତୁ ନିଷ୍ପତ୍ତି!

ଜ୍ୟୋତିଷ ସିଦ୍ଧାନ୍ତ ଅନୁସାରେ, ଯେତେବେଳେ ବି କୌଣସି ବଡ଼ ଖଗୋଳୀୟ ଘଟଣା ଘଟେ, ସେତେବେଳେ ଏହାର ସିଧାସଳଖ ପ୍ରଭାବ ଦେଶ-ଦୁନିଆ ଏବଂ ରାଶିଗୁଡ଼ିକ ଉପରେ ପଡ଼ିଥାଏ। କିନ୍ତୁ…

ନେପାଳରେ ବନ୍ୟା ବିପର୍ଯ୍ୟୟ: ଭାସିଗଲା ଅନେକ ଗାଁ, ୭ଜଣଙ୍କ ମୃତ୍ୟୁ, ୧୦୫ ଜଣ ଭାରତୀୟଙ୍କ ସମେତ ୨୯୧ ବିଦେଶୀ ନିଖୋଜ

କାଠମାଣ୍ଡୁ,୨୬।୮: ଉତ୍ତର ନେପାଳର ଭୋଟେ କୋଶି ନଦୀରେ ବୁଧବାର ହଠାତ ବନ୍ୟା ଆସିଥିଲା। ଏପର୍ଯ୍ୟନ୍ତ ୭ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ସମୟରେ, ୨୯୧ ବିଦେଶୀ ନାଗରିକଙ୍କ…

‘ଛାତ୍ରଙ୍କୁ ଚାକିରି ନୁହେଁ ଲାଠି ମିଳୁଛି’, ରାସ୍ତାରେ ଗର୍ଜିଲେ ୬ ବର୍ଷର ବାଳକ, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା…

ପାଟନା,୨୬।୮: ରୋଜଗାର ସମେତ ବିଭିନ୍ନ ଦାବି ନେଇ ପାଟନାର ଡାକବଙ୍ଗଲା ଛକରେ ଛାତ୍ର ଓ ପରୀକ୍ଷାର୍ଥୀଙ୍କ ଆନ୍ଦୋଳନ ଜାରି ରହିଛି । ଏହି ଭିଡ଼ ମଧ୍ୟରେ ପ୍ରାୟ…

Video: ନେପାଳରେ ପ୍ରକୃତିର କୋପ, ଆସିଲା ଭୟଙ୍କର ଭଡ଼ିଓ, ହଠାତ୍‌ ମାଡିଆସିଲା ପାଣି ୧୦୦୦ରୁ ଅଧିକ ଲୋକ ଭାସିଯାଇଥିବା ଆଶଙ୍କା

କାଠମାଣ୍ଡୁ,୨୬।୮: ପ୍ରତିବର୍ଷ ମୌସୁମୀ ଋତୁରେ, ନେପାଳ ଏବଂ ଭାରତର ପାର୍ବତ୍ୟାଞ୍ଚଳ ପ୍ରକୃତିର କୋପ ଦେଖିଥାଏ। ବୁଧବାର ସକାଳେ ନେପାଳରେ ସମାନ ଦୃଶ୍ୟ ଦେଖାଦେଇଥିଲା ଯେତେବେଳେ ତିବ୍ଦତ ସୀମା…

ମାତ୍ର ଏତିକି କିଲୋର କିଣିପାରିବେ ଚିନି! ବିଗ୍‌ବାସ୍କେଟ-ଇନଷ୍ଟାମାର୍ଟ ଭଳି କମ୍ପାନୀ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ, ୨୬।୮: ଭାରତରେ ପର୍ବପର୍ବାଣିର ମୁଖ୍ୟ ଋତୁ ପୂର୍ବରୁ ଯୋଗାଣରେ ହ୍ରାସ କାରଣରୁ D-Mart ଭଳି ରିଟେଲର୍ସ ଏବଂ BigBasket, Blinkit ଓ Swiggy Instamart ଭଳି…

ମହଙ୍ଗା ମାଡ଼: ବଢ଼ିଲା ଅଣ୍ଡା ଦର, ଏତିକି ଟଙ୍କା ହେବ ଚିକେନ ଦାମ୍

ନୂଆଦିଲ୍ଲୀ,୨୬।୮: ଦୈନନ୍ଦିନ ଖାଦ୍ୟସାମଗ୍ରୀର ବୃଦ୍ଧିପାଉଥିବା ଦରଦାମ୍ ମଧ୍ୟରେ ଏବେ ଅଣ୍ଡା ଦର ସାଧାରଣ ଖାଉଟିଙ୍କ ଚିନ୍ତା ବଢ଼ାଇଦେଇଛି । ବିଗତ ଗୋଟିଏ ବର୍ଷ ମଧ୍ୟରେ ଅଣ୍ଡା ମୂଲ୍ୟରେ…

ବୋମା ଗିଳିଦେଲା ଷଣ୍ଢ, ଚାଲିଗଲା ଜୀବନ

ବାଙ୍କୀ,୨୬ା୮(ଶୁଭେନ୍ଦୁ ମହାପାତ୍ର): ବାର୍‌ହା ଶିକାର ପାଇଁ ଖଞ୍ଜା ହୋଇଥିଲା ବୋମା। କିନ୍ତୁ ବାର୍‌ହା ବଦଳରେ ଶିକାର ସାଜିଲା ଷଣ୍ଢ। ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri