Posted inଫୁରସତ

ଲୋକଙ୍କ ସୁରକ୍ଷା ଅପରିହାର୍ଯ୍ୟ

ଦୁନିଆର ପ୍ରତ୍ୟେକ ବ୍ୟକ୍ତିଙ୍କର ନିର୍ଭୟରେ ଭଲ ଜୀବନ, ସୁସ୍ଥ ଜୀବନଶୈଳୀ ଏବଂ ଜୀବନଯାପନ କରିବାର ଅଧିକାର ରହିଛି। ମାତ୍ର ମାନବ ଚାଲାଣ ଭଳି ଘୁଣ୍ୟ କାର୍ଯ୍ୟ ଯୋଗୁଁ, ଅନେକ ସମୟରେ ଲୋକମାନେ ସେମାନଙ୍କର ଜୀବନର ଆନନ୍ଦରୁ ବଞ୍ଚିତ ହୋଇଥାନ୍ତି ଏବଂ ସେମାନଙ୍କର ଜୀବନଶୈଳୀରୁ ଦୂରେଇ ଯାଇ ଅପରାଧର ଜୀବନ ଚୟନ କରିବାକୁ ବାଧ୍ୟ ହୋଇଥାନ୍ତି। ଅନେକ ସମୟରେ ଆତଙ୍କବାଦ, କିମ୍ବା ସେକ୍ସ ର଼୍ୟାକେଟ କିମ୍ବା ଅଙ୍ଗ କାରବାର ପାଇଁ ମାନବ ଚାଲାଣ କରାଯାଇଥାଏ। ତେବେ ଲୋକଙ୍କ ସୁରକ୍ଷା ଅପରିହାର୍ଯ୍ୟ।
ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଜାନୁଆରୀ ୧୧ ରେ ଜାତୀୟ ମାନବ ଚାଲାଣ ସଚେତନତା ଦିବସ ପ୍ରତିବର୍ଷ ପାଳନ କରାଯାଇଥାଏ। ପୀଡିତଙ୍କ ଦୁଃଖ ତଥା ଜୀବନ ବଞ୍ଚାଇବା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ।
ଶ୍ରମ, ବାଧ୍ୟତାମୂଳକ ଅପରାଧିକ କାର୍ଯ୍ୟକଳାପ, ଯୌନ ଶୋଷଣ, ଅଙ୍ଗ ଅପସାରଣ ଏବଂ ଚୋରା ଚାଲାଣ ହେଉଛି ମାନବ ଚାଲାଣ ହେବାର କେତେକ କାରଣ। ଦାସତ୍ୱ ମଧ୍ୟ ଏହାର ଅନ୍ୟତମ କାରଣ। ୨୦୦୭ ରେ, ଜାତୀୟ ମାନବ ଚାଲାଣ ସଚେତନତା ଦିବସକୁ ଆମେରିକା ସିନେଟ ଦ୍ୱାରା ଜାନୁଆରୀ ୧୧ ରେ ପାଳନ କରାଯିବାକୁ ଘୋଷଣା କରାଯାଇଥିଲା। ତତ୍କାଳୀନ ରାଷ୍ଟ୍ରପତି ବାରାକ ଓବାମା ମାନବ ଚାଲାଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଜାନୁଆରୀ ୨୦୧୦ ର ସମଗ୍ର ମାସକୁ ଉତ୍ସର୍ଗ କରିଥିଲେ।
ଲକ୍ଷ ଲକ୍ଷ ଲୋକ ନିଜ ଘରୁ ଦୂର ଦେଶକୁ ବିସ୍ଥାପିତ ହୋଇ ମାନବ ଚାଲାଣ ହୋଇଥାନ୍ତି। ଏହାରର ଏକ ସାଧାରଣ ରୂପ ହେଉଛି ଯୌନ ଶୋଷଣ ଏବଂ ଏଥିରେ ମୁଖ୍ୟତଃ ମହିଳାମାନଙ୍କୁ ଟାର୍ଗେଟ କରାଯାଇଥାଏ। ସଚେତନତା ସୃଷ୍ଟି କରିବା, ସୁରକ୍ଷାକୁ କଡାକଡି କରିବା। ଏହି ଦିବସ ଆମକୁ ପୀଡିତଙ୍କର ଦୁଃଖ ବୁଝିବାରେ ସାହାଯ୍ୟ କରେ ଏବଂ ସେମାନଙ୍କ ପ୍ରତି ସହାନୁଭୂତି ଦେଖାଇଥାଏ ତଥା ସେମାନଙ୍କୁ ନିୟମିତ ଜୀବନକୁ ଫେରିବାରେ ସାହାଯ୍ୟ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଶାଶୁଘରେ ନିର୍ଯାତିତା ଝିଅଙ୍କୁ ଛାଡ଼ପତ୍ର ହେବା ପରେ ବାଜା ବଜାଇ ଘରକୁ ପାଛୋଟି ନେଲେ ବାପା, ଲୋକେ କହୁଛନ୍ତି ‘ବାପା ହେବ ତ ଏମିତି’

କାନପୁର: ଆଜିର ସମାଜରେ ନାରୀଟିଏ ଯେତେ ଆତ୍ମନିର୍ଭରଶୀଳ ହେଲେ ବି ଯୌତୁକ ପ୍ରଥାରୁ ନିଜକୁ ମୁକାଳି ପାରୁନାହିଁ। ଅନେକ କ୍ଷେତ୍ରରେ ଝିଅଟିଏ ମରିମରି ବଞ୍ଚିବା ଲାଗି...

୭୦ ବର୍ଷୀୟଙ୍କ ‘ଜୀବନସାଥୀ’ ବିଜ୍ଞାପନ

ୱାଶିଂଟନ୍‌: ମଣିଷର ବୟସ ବଢିବା ସହ ଏକାନ୍ତପଣ ମଧ୍ୟ ବଢ଼ିଥାଏ। ଏହି ସମୟରେ ଯଦି ନିଜ ପରିବାର ପାଖରେ ନଥାଏ, ତେବେ ଏକାନ୍ତପଣକୁ ସାମ୍‌ନା କରିବା...

୨୫୧ ଥର ଜେଲ ଯାଇଥିବା ପ୍ରାର୍ଥୀ

ଲକ୍ଷ୍ନୌ: ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି(ଏସ୍‌ପି) ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବହୁ ପୁରାତନ...

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri