Posted inଜାତୀୟ

ନେହେରୁ-ବାଜପେୟୀଙ୍କ ଭାଷଣ ଶୁଣିବାକୁ ରୁଣ୍ଡ ହେଉଥିଲେ ଲୋକେ: ଘୃଣା ଭାଷଣ ନେଇ ସୁପ୍ରିମ୍‌କୋର୍ଟଙ୍କ ମନ୍ତବ୍ୟ…

ନୂଆଦିଲ୍ଲୀ,୨୯।୩ : ଘୃଣା ଭାଷଣ ପ୍ରଦାନ କରୁଥିବା ଉପାଦାନଗୁଡିକ ଉପରେ ସୁପ୍ରିମକୋର୍ଟ ଦୃଢ଼ ଆପତ୍ତି ଉଠାଇଛନ୍ତି। ଲୋକମାନେ କାହିଁକି ନିଜକୁ ନିୟନ୍ତ୍ରଣ କରୁନାହାଁନ୍ତି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏବଂ ଅଟଳ ବିହାରୀ ବାଜପେୟୀଙ୍କ ଭାଷଣର ଉଦାହରଣ କୋର୍ଟ ଦେଇଛନ୍ତି। ସର୍ବୋଚ୍ଚ ଅଦାଲତ ଦର୍ଶାଇଛନ୍ତି, ସେମାନଙ୍କର ଭାଷଣ ଶୁଣିବା ପାଇଁ ଲୋକମାନେ ଦୂର ସ୍ଥାନରୁ ଆସି ଏକାଠି ହେଊଥିଲେ। ମାତ୍ର ଏବେ ଘୃଣା ଭାଷଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି।

ସୁପ୍ରିମକୋର୍ଟ ପଚାରିଛନ୍ତି କାହିଁକି ଭାରତର ଲୋକମାନେ ଅନ୍ୟ ନାଗରିକ କିମ୍ବା ସମ୍ପ୍ରଦାୟକୁ ଅପମାନ ନକରିବାକୁ ପ୍ରତିଶ୍ରୁତି ଦେଇ ପାରିବେ ନାହିଁ? ଅନ୍ୟମାନଙ୍କୁ ବଦନାମ କରିବା ପାଇଁ ପ୍ରତିଦିନ ଏହିପରି ଉପାଦାନଗୁଡ଼ିକ ଟିଭି ଏବଂ ସର୍ବସାଧାରଣ ଫୋରମରେ ବିବୃତ୍ତି ଦେଉଛନ୍ତି । ଯେଉଁ ମୁହୂର୍ତ୍ତରେ ରାଜନୀତି ଏବଂ ଧର୍ମ ଅଲଗା ହୋଇଯାଏ ତଥା ନେତାମାନେ ରାଜନୀତିରେ ଧର୍ମ ବ୍ୟବହାର ବନ୍ଦ କରନ୍ତି, ସେତେବେଳେ ଘୃଣା ଭାଷଣ ଶେଷ ହେବ ।

ଜଷ୍ଟିସ କେ.ଏମ ଜୋସେଫ ଏବଂ ବି.ଭି ନାଗରତ୍ନାଙ୍କ ଏକ ବେଞ୍ଚ ପ୍ରଶ୍ନ କରିଛନ୍ତି, କୋର୍ଟ କେତେ ଜଣଙ୍କ ବିରୋଧରେ ଅବମାନନା ପ୍ରକ୍ରିୟା ଆରମ୍ଭ କରିପାରିବେ। ଘୃଣା ଭାଷଣ ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆର୍‌ ପଞ୍ଜିକରଣ କରିବାରେ ବିଫଳ ହୋଇଥିବାରୁ ବିଭିନ୍ନ ରାଜ୍ୟ କର୍ତ୍ତୃପକ୍ଷଙ୍କ ବିରୋଧରେ ଅବମାନନା ଆବେଦନ ଶୁଣାଣି ବେଳେ ବେଞ୍ଚ କହିଛନ୍ତି. ପ୍ରତିଦିନ ଟିଭି ତଥା ସର୍ବସାଧାରଣ ଫୋରମରେ ଅନ୍ୟମାନଙ୍କୁ ବଦନାମ କରିବା ପାଇଁ ଆଇନ ପ୍ରତି ଭୟ ନ କରି ଉପାଦାନମାନେ ଭାଷଣ ଦେଉଛନ୍ତି।

ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା ମଧ୍ୟ କେରଳର ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବିରୁଦ୍ଧରେ ଜଣେ ବ୍ୟକ୍ତିଙ୍କ ଦ୍ୱାରା କରାଯାଇଥିବା ଅପମାନଜନକ ଭାଷଣ ଉପରେ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେ କହିଛନ୍ତି ଯେ ଦେଶରେ ଘୃଣା ଭାଷଣର ଘଟଣାକୁ ଆବେଦନକାରୀ ଶାହିନ ଅବଦୁଲ୍ଲା ସୂଚିିତ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ମୁଖତାରଙ୍କ ୧୨ଶହ କୋଟି ଟଙ୍କାର ସମ୍ପତ୍ତି

ଲକ୍ଷ୍ନୌ,୨୮।୩: ମୁଖତାର ଅନସାରୀଙ୍କ ନାମ କିଏ ବା ନ ଶୁଣିଛି। ଯଦି ଆମେ ପୂର୍ବାଞ୍ଚଳ ବିଷୟରେ କଥା ହେବା, ସେଠାରେ ଥିବା ସମସ୍ତେ ନିଶ୍ଚୟ ତାଙ୍କ...

ମାଫିଆ ମୁଖତାର ଅନସାରୀଙ୍କ ମୃତ୍ୟୁ, ହସ୍ପିଟାଲରେ ପୋଲିସ ଛାଉଣି, ୧୪୪ ଧାରା ଜାରି

ବାନ୍ଦା,୨୮।୩: ଉତ୍ତର ପ୍ରଦେଶର ବାନ୍ଦା ହସ୍ପିଟାଲରେ ଶୁକ୍ରବାର ରାତିରେ ମାଫିଆରୁ ରାଜନେତା ହୋଇଥିବା ମୁଖତାର ଅନସାରୀଙ୍କ ମୃତ୍ୟୁ ହୋଇଛି। ବାନ୍ଦା ଜେଲରେ ହାର୍ଟ ଆଟାକ ପରେ...

ଇଡି ଜବତ କରୁଥିବା ସମ୍ପତ୍ତି ହୁଏ କ’ଣ, ଯାହାକୁ ଗରିବଙ୍କ ମଧ୍ୟରେ ବାଣ୍ଟି ଦେଉଥିବା କହୁଛନ୍ତି ମୋଦି?

ନୂଆଦିଲ୍ଲୀ,୨୮।୩: ନିର୍ବାଚନ ଋତୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଏକ ବଡ଼ ଦାବି କରିଛନ୍ତି। ପଶ୍ଚିମବଙ୍ଗର କୃଷ୍ଣନଗର ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ...

ଜେଲରୁ ପ୍ରଚାର କରିବେ ଆଜମ ଖାଁ? ଷ୍ଟାର ପ୍ରଚାରକ ଲିଷ୍ଟରେ ରହିଛି ନାମ

ଲକ୍ଷ୍ନୌ,୨୮।୩: ଲୋକସଭା ନିର୍ବାଚନ ୨୦୨୪ ପାଇଁ ବିଗୁଲ ବାଜି ସାରିଛି ଏବଂ ଉତ୍ତରପ୍ରଦେଶର ୮୦ଟି ଆସନରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ୟୁପିରେ ପ୍ରଥମ...

ମୁଖତାର ଅନସାରୀ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୨୮।୩: ବାହୁବଳୀ ନେତା ମୁଖତାର ଅନସାରୀ ଗୁରୁତର ହୋଇପଡିଛନ୍ତି। ବାନ୍ଦା ଜେଲରେ ଥିବା ବେଳେ ତାଙ୍କର ସ୍ବାସ୍ଥ୍ୟ ବିଗିଡି ଯାଇଛି। ଏହା ପରେ ତାଙ୍କୁ ବାନ୍ଦା...

କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ଆମେରିକା ଦେଇଥିବା ମନ୍ତବ୍ୟ ଉପରେ କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ,୨୮।୩ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଗିରଫଦାରୀ ଏବଂ କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରାଯିବା ଘଟଣା ଉପରେ ଆମେରିକାର ମନ୍ତବ୍ୟ ଅବାଞ୍ଛିତ ବୋଲି...

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

୧୪ ବର୍ଷର ବନବାସ ଶେଷ କରି କାହିଁକି ରାଜନୀତିକୁ ଫେରିଲେ ଛୋଟେ ମିଆଁ

ମୁମ୍ବାଇ,୨୮।୩: ବଲିଉଡ଼ ଅଭିନେତା ତଥା ପୂର୍ବତନ ଏମପି ଗୋବିନ୍ଦା ଗୁରୁବାର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ଶିବସେନାରେ ଯୋଗ ଦେଇଛନ୍ତି। ମୁମ୍ବାଇ ଉତ୍ତର ପଶ୍ଚିମରେ ଶିବସେନାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri