Posted inଫୁରସତ

ଏବେ ବି ପୋଖରୀ ଭରସା

ଗାଁ ହେଉ କି ସହର, ବିଶେଷକରି ଗ୍ରୀଷ୍ମଋତୁରେ ପ୍ରବଳଖରା ଯୋଗୁ ବିଭିନ୍ନ ଜଳଉତ୍ସ ଗୁଡ଼ିକ ଶୁଷ୍କ ହୋଇଯାଏ। ଚାରିଆଡ଼େ ଜଳସଙ୍କଟ ଦେଖାଦେଇଥାଏ। ଜଳସଂରକ୍ଷଣ ଓ ତା’ର ସୁପରିଚାଳନାକୁ ନେଇ ବହୁମୁଖୀ ଯୋଜନା ରହିଛି। ବିଭିନ୍ନ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ପାଇଁ ବ୍ୟବସ୍ଥା ବି ହୋଇଛି। କିନ୍ତୁ ସବୁ ଜାଗାରେ ଏହାର ସୁଫଳ ପହଞ୍ଚତ୍ପାରିନି। ଏମିତି ବି କେତେକ ଜାଗା ଅଛି ଯେଉଁଠି ପାନୀୟ ଜଳର ଅନ୍ୟାନ୍ୟ ଜଳର ସୁବିଧା ଥିଲେ ବି ଲୋକ ମଧୁର ପାନୀୟ ଜଳ ହିସାବରେ ପୋଖରୀର ପାଣିକୁ ବ୍ୟବହାର କରୁଛନ୍ତି। ସେମିତି କେତେକ ଅଞ୍ଚଳର ପୋଖରୀ ସମ୍ପର୍କରେ……

ପ୍ରାଚୀନ କାଳରେ ରାଜା ମହାରାଜା, ବଦାନ୍ୟବ୍ୟକ୍ତି ଏବଂ ଗ୍ରାମବାସୀଙ୍କ ଉଦ୍ୟମରେ ବିଭିନ୍ନ ଅଞ୍ଚଳରେ ପୋଖରୀ ଓ କୂପ ଖନନ କରାଯାଉଥିଲା। ଏବଂ ଏହି ଜଳକୁ ପାନୀୟ ଜଳ ରୂପେ ବ୍ୟବହାର କରାଯାଉଥିଲା। କିନ୍ତୁ ଆଜିକାଲି ପାନୀୟ ଜଳ ପାଇଁ ବିଭିନ୍ନ ପ୍ରକାରର ସୁବିଧା ଉପଲବ୍ଧ ରହିଛି। ତଥାପି ବି କିଛି ଅଞ୍ଚଳରେ ଲୋକମାନେ ସେହି ପୋଖରୀ ପାଣିକୁ ରୋଷେଇବାସ ସହ ପାନୀୟ ଜଳଭାବେ ବ୍ୟବହାର କରୁଛନ୍ତି।ଏଠାରେ ବି ପାନୀୟ ଜଳର ଅନ୍ୟାନ୍ୟ ସୁବିଧା ରହିଛି କିନ୍ତୁ ସେମାନେ ଏବେବି ପୋଖରୀକୁ ପରିସ୍କାର ପରିଚ୍ଛନ ରଖି ସେହି ପାଣିକୁ ବ୍ୟବହାର କରୁଛନ୍ତି।

ଶ୍ରୀନୀଳକଣ୍ଠଙ୍କ ପୋଖରୀ : ପୁରୀ ଜିଲାର ପୁରୀ ସଦର ବ୍ଲକ ଅନ୍ତର୍ଗତ ବୀରନରସିଂହପୁର ଶାସନ, ଗ୍ରାମର ଆରମ୍ଭରୁ ରହିଛି ଗ୍ରାମବାସୀଙ୍କ ଆରାଧ୍ୟ ଠାକୁର ଶ୍ରୀ ନୀଳକଣ୍ଠ ମହାଦେବ ମନ୍ଦିର। ଏହି ମନ୍ଦିର ସଂଲଗ୍ନ ବୀରନରସିଂହପୁର ମୌଜାରେ ଅବସ୍ଥିତ ପ୍ରାୟ ୩ ଏକର ୫୦ ଡିସିମିଲ ଅଞ୍ଚଳବ୍ୟାପୀ ରହିଛି ଏକ ପୁରୁଣା ପୋଖରୀ। ଏହି ପୋଖରୀଟି ଶ୍ରୀନୀଳକଣ୍ଠଙ୍କ ପୋଖରୀ ନାମରେ ନାମିତ ହୋଇଛି, ଯାହା ପୁରୀ ଶରଣକୁଳ ନୂଆ ଜଗନ୍ନାଥ ସଡ଼କକୁ ଲାଗି ରହିଛି। ପୋଖରୀକୁ ଉତ୍କଳର ଗଜପତି ରାଜା ୧୨୦୦ ମସିହାରେ ଏଠାରେ ଗ୍ରାମ ସ୍ଥାପନା କରିବା ସମୟରେ ଖୋଳାଇଥିଲେ। ସେବେଠାରୁ ଠାକୁରଙ୍କ ଦୈନନ୍ଦିନ ଦେବନୀତି ସହ, ଗ୍ରାମବାସୀଙ୍କଠାରୁ ବାଟୋଇଙ୍କ ତୃଷା ମେଣ୍ଟାଇ ଆସୁଛି। ଏହାଛଡ଼ା ବୀରନରସିଂହପୁରରେ ପ୍ରଥମେ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଆରମ୍ଭ ହୋଇଥିଲେ ମଧ୍ୟ ପୋଖରୀ ପାଣିକୁ ଏବେ ବି ଗ୍ରାମବାସୀମାନେ ବ୍ୟବହାର କରୁଛନ୍ତି। ଏହାର ପାଣି ଅତ୍ୟନ୍ତ ସ୍ବଚ୍ଛ, ନିର୍ମଳ ଓ ମଧୁର ହୋଇଥିବାରୁ ରୋଷେଇ ପାଇଁ ବିଶେଷ କରି ଭାତ ରାନ୍ଧିବା, ପଖାଳ କରିବା, ଡାଲି କରିବା ଓ ଖିରି ଆଦି ପାଇଁ ଏହି ପୋଖରୀଜଳକୁ ଲୋକ ବ୍ୟବହାର କରିଥାନ୍ତି। ଏହି ଅଞ୍ଚଳର କେତେକ ସ୍ଥାନରେ ଭୂତଳ ଜଳ ବା ନଳକୂପ ଜଳ ଅଧିକ ଲବଣାକ୍ତ ହୋଇଥିବାରୁ ଗାଁ ପୋଖରୀ ପାଣି ସବୁଥିପାଇଁ ଉପାଦେୟ। ପୋଖରୀ ହୁଡ଼ାରେ ଅବସ୍ଥିତ ଗ୍ରାମ ବିଦ୍ୟାଳୟ, ସେବାୟତ ସାହି ଲୋକମାନେ ଏହି ପୋଖରୀ ଉପରେ ନିର୍ଭର କରନ୍ତି। ଠାକୁରଙ୍କ ପୋଖରୀକୁ ପବିତ୍ର ଓ ପରିଷ୍କାର ରଖିବା ପାଇଁ ସମସ୍ତଙ୍କର ତତ୍ପରତା ପ୍ରକାଶ ପାଇଥାଏ। କିଛିବର୍ଷ ଅନ୍ତରରେ ମଝିରେ ମଝିରେ ପୋଖରୀରୁ ପଙ୍କୋଦ୍ଧାର କରାଯାଇଥାଏ। ଗ୍ରାମର ବ୍ରାହ୍ମଣ ମହାଜନ କୋଠ ପୋଖରୀର ପରିଚାଳନା କରୁଛନ୍ତି ବୋଲି ଗ୍ରାମର ବାସିନ୍ଦା ପ୍ରଫୁଲ୍ଲ ମିଶ୍ର କହନ୍ତି। ବହୁ ଆଗରୁ ଦୂରଦୁରାନ୍ତର ପଥିକ ଏହି ପୋଖରୀ ପାଣିରେ ରୋଷେଇବାସ କରିବା ସହ ବିଶ୍ରାମ ନେଉଥିଲେ।

ବଡ଼ପୋଖରୀ ଭରସା:ସରକାରଙ୍କ ତରଫରୁ ପାନୀୟ ଜଳର ସୁବିଧା ହୋଇଥିଲେ ମଧ୍ୟ ଏବେ ବି ଅନେକ ଗ୍ରାମବାସୀଙ୍କ ବିଶ୍ୱାସ ଓ ଭରସା ପାଲଟିଛି ପୋଖରୀର ଜଳ । ଯେଉଁ ଜଳକୁ ଲୋକେ ଭରସା ଓ ବିଶ୍ୱାସ ରଖି ରୋଷେଇବାସଠାରୁ ଆରମ୍ଭ କରି ବିଭିନ୍ନ ଦେବନୀତି ଓ ମାଙ୍ଗଳିକ କାର୍ଯ୍ୟ ଆଦିରେ ବ୍ୟବହାର କରିଆସୁଛନ୍ତି । ଏଭଳି ଏକ ପୋଖରୀ ରହିଛି, ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ ନଖରା ପଞ୍ଚାୟତର ବଡଚାଞ୍ଚୋ ଗ୍ରାମରେ । ଏହାକୁ ଗାଁଲୋକେ ବଡପୋଖରୀ ବୋଲି କୁହନ୍ତି। ଏହି ପୋଖରୀଟି ପ୍ରାୟ ୧୩ଏକର ପରିମିତ ଜମିରେ ଅବସ୍ଥିତ । ପୋଖରୀ ଉପରେ ପୂର୍ବରୁ ଆଖପାଖ ଅଞ୍ଚଳର ପ୍ରାୟ ୫ଟି ଗ୍ରାମର ଲୋକ ନିର୍ଭର କରୁଥିବା ବେଳେ ଏବେ ପ୍ରାୟ ୩ଟି ଗ୍ରାମର ଲୋକଙ୍କ ପାଇଁ ଏହି ପୋଖରୀର ପାଣି ଅମୃତ ସମାନ ପାଲଟିଥିବା ଗ୍ରାମବାସୀ କୁହନ୍ତି । ଆଖପାଖ ଗ୍ରାମରେ ଥିବା ଦେବଦେବୀ ମନ୍ଦିରରେ ଦେବନୀତି, ଯଜ୍ଞ କର୍ମ ଓ ବିଭିନ୍ନ ପର୍ବପର୍ବାଣିରେ ପ୍ରଥମେ ଏହି ପୋଖରୀ ଜଳନେଇ ସମସ୍ତ ନୀତିକାନ୍ତି ସମ୍ପନ୍ନ କରାଯାଇଥାଏ। ଏହି ଗ୍ରାମରେ ଥିବା ବିଭିନ୍ନ କୂଅ, ଟ୍ୟୁବଓ୍ବେଲ ଏବଂ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଥିବା ପାନୀୟ ଜଳରେ ପ୍ରସ୍ତୁତ ହେଉଥିବା ଘରର ରୋଷେଇ ଠିକରେ ହେଉ ନ ଥିବା କହିଛନ୍ତି ଗ୍ରାମର ପୁରୁଖା ମହିଳା ପ୍ରମିଳା ସାହୁ। ଅଞ୍ଚଳର ପ୍ରାୟ ୩ଟି ଗ୍ରାମର ଲୋକ ଏହି ପୋଖରୀ ପାଣି ଦ୍ୱାରା ରୋଷେଇ କାର୍ଯ୍ୟ କରୁଥିବା ନଜିର ରହିଛି। ବିଶେଷକରି ଘରେ ଘରେ ଭାତ ରୋଷେଇ କରିବା ପାଇଁ ଏହି ପୋଖରୀ ଜଳ ବିନା ଅନ୍ୟ କୌଣସି ପାଣି ଉପଯୁକ୍ତ ହୁଏ ନାହଁି ବୋଲି ସେ କୁହନ୍ତି । ଏହି ପାଣି ଦୀର୍ଘଦିନ ଧରି ଗ୍ରାମବାସୀ ବ୍ୟବହାର କରି ଆସୁଥିଲେ ହେଁ ବୃଦ୍ଧାବୃଦ୍ଧମାନେ ନୀରୋଗ ରହୁଥିବା, କୌଣସି ବାର୍ଦ୍ଧକ୍ୟଜନିତ ରୋଗ ସେମାନଙ୍କୁ ଆକ୍ରମଣ କରୁ ନ ଥିବା କୁହନ୍ତି ଗ୍ରାମର ସାମାଜିକକର୍ମୀ ସାରଦା ପ୍ରସନ୍ନ ମଲ୍ଲ । ପୌରାଣିକ ଓ ଲୋକକଥା ଅନୁଯାୟୀ ଏହା ବିରାଟରାଜାଙ୍କ ସମୟରେ ରାଣୀପୋଖରୀ ନାମରେ ପରିଚିତ ଥିବାବେଳେ ଏକ ସରଳରେଖାରେ ୩ଗୋଟି ପୋଖରୀ ରହିଛି। ରାଣୀପୋଖରୀ ବା ବଡପୋଖରୀର ପଶ୍ଚିମପଟରେ ରହିଛି ରାଜାପୋଖରୀ ବା ଲଳିତା ପୋଖରୀ ଏବଂ ଏହାର କିଛି ଦୂରରେ ରହିଛି ମନ୍ତ୍ରୀ ପୋଖରୀ; ଯାହାକୁ ଏବେ ମେଘେଶ୍ୱର ପୋଖରୀ ନାମରେ ନାମିତ ହୋଇଥିବା କୁହନ୍ତି ଗ୍ରାମବାସୀ। ରାଜାପୋଖରୀରୁ ମାଟି ତଳେ ରାଣୀ ପୋଖରୀକୁ ସୁଡଙ୍ଗ ରହିଥିବା କହୁଥିବା ବେଳେ ବଡ଼ପୋଖରୀର ପାଣି କେବେହେଲେ ସୁଖି ନ ଥିବା ଓ ସୁଡଙ୍ଗ କେହି ଦେଖି ନ ଥିବା କୁହନ୍ତି ଗ୍ରାମବାସୀ । ତେବେ ନଖରା ପଞ୍ଚାୟତରେ ଥିବା ସମସ୍ତ ମୌଜାରେ ନିର୍ମାଣ କରାଯାଉଥିବା ପାନୀୟ ଜଳ ପ୍ରକଳ୍ପ ଗୁଡ଼ିକରୁ ବାହାରୁଥିବା

ପାଣି ଲୌହଯୁକ୍ତ ଓ ଖାର ହୋଇଥିବାରୁ ଏଥିରେ ପୋଷାକ ସଫା କରିବା, ରୋଷେଇ ଆଦି କାର୍ଯ୍ୟରେ ଉପଯୋଗ ହୋଇପାରୁ ନ ଥିବାରୁ ପୋଖରୀଜଳରେ ଏହି ସବୁ କାର୍ଯ୍ୟ ହେଉଥିବା ଲୋକେ କୁହନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?