ଏକାଠି ଶୋଭାଯାତ୍ରାରେ ଯିବେ ପ୍ରଶାନ୍ତ, ଚିରଞ୍ଜୀବ

ଜଗତ୍‌ସିଂହପୁର,୨୬ା୪(ପ୍ରମୋଦ କୁମାର ନାୟକ): ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡି ବିଜେଡିରେ ମିଶିଲା ପରେ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ପରିବେଶ ବଦଳିବାରେ ଲାଗିଛି। ଦଳ ପ୍ରଶାନ୍ତ ମୁଦୁଲିଙ୍କୁ ପୁଣିଥରେ ବିଧାୟକ ପ୍ରାର୍ଥୀ କରିଥିବା ବେଳେ ଚିରଞ୍ଜୀବ ନିରାଶ ହୋଇଛନ୍ତି। ତଥାପି କ୍ଷମତା ଆଶା ଛାଡ଼ିନାହାନ୍ତି। କାରଣ ତାଙ୍କୁ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ କିମ୍ବା ରାଜ୍ୟ ସଭା ସଦସ୍ୟ ପଦବୀ ମିଳିବାର ସମ୍ଭାବନା ଅଛି। ଯେଉଁ କାରଣରୁ ସେ ଦଳ ପାଇଁ ଅଣ୍ଟା ଭିଡ଼ିଥିବା କୁହାଯାଉଛି। ଏନେଇ ଗତ ୧୯ ତାରିଖରେ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଜଗତ୍‌ସିଂହପୁର ଓ ନାଉଗାଁ ବ୍ଲକ ଅଞ୍ଚଳର କଂଗ୍ରେସ ନେତା ଓ କର୍ମୀଙ୍କୁ ନଖରା ନିକଟ ତାଙ୍କ ଫାର୍ମ ହାଉସକୁ ପୃଥକ୍‌ ଭାବେ ଡାକି ସେଠାରେ ବୈଠକ କରିଥିଲେ। ସେଠାରେ ତାଙ୍କୁ କ୍ଷମା କରିଦେବାକୁ ଅନୁରୋଧ କରିବା ସହ ବିଜେଡି ସହ ରହି ନବୀନ ପଟ୍ଟନାୟକଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ କରିବାକୁ ଜୋର ଦେଇଥିଲେ। ଗତ ୨୪ ତାରିଖରେ ଜଗତ୍‌ସିଂହପୁର ପୌରାଞ୍ଚଳର କଂଗ୍ରେସ ନେତା ଓ କର୍ମୀଙ୍କୁ ଏହି ଫାର୍ମ ହାଉସକୁ ଡାକି ସେମାନଙ୍କ ମାନ ଭଞ୍ଜନ ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ଏହି ୨ ପୃଥକ୍‌ କାର୍ଯ୍ୟକ୍ରମରେ ଆଶାଜନକ କଂଗ୍ରେସ ନେତା ଓ କର୍ମୀ ଯୋଗଦେଇ ନ ଥିଲେ। ଯେଉଁମାନେ ଯୋଗ ଦେଇଥିଲେ, ସେମାନେ ଚିରଞ୍ଜୀବଙ୍କ ନିଷ୍ପତ୍ତି ସହ ଏକମତ ହୋଇ ନ ଥିଲେ। ଏହାର ପ୍ରମୁଖ କାରଣ ହେଲା, ୨୦୧୯ ନିର୍ବାଚନ ପରଠାରୁ ଚିରଞ୍ଜୀବ ନିର୍ବାଚନମଣ୍ଡଳୀଠାରୁ ଦୂରତ୍ୱ ଅବଲମ୍ବନ କରୁଥିଲେ। ଅର୍ଥାତ୍‌ କଂଗ୍ରେସ ଲୋକଙ୍କ ସହ ସମ୍ପର୍କ ରଖୁ ନ ଥିଲେ। କଂଗ୍ରେସ ଲୋକଙ୍କ ଏଭଳି ପ୍ରତିକ୍ରିୟା ଚିରଞ୍ଜୀବ ଧୈର୍ଯ୍ୟର ସହ ଶୁଣି ଆଗାମୀ ଦିନରେ ସେଭଳି ତ୍ରୁଟି ହେବନାହିଁ ବୋଲି ପ୍ରତିଶ୍ରୁତି ଦେଇଥିବା କେତେଜଣ କଂଗ୍ରେସ ନେତା ଓ କର୍ମୀ କହିଛନ୍ତି। ଏଭଳି ଧୀରେ ଧୀରେ କଂଗ୍ରେସର ଆଗଧାଡିର ଲୋକଙ୍କୁ ଡାକି ବୁଝାଶୁଝା କରି ସେମାନଙ୍କୁ ବିଜେଡିରେ ସାମିଲ କରିବାକୁ ଚିରଞ୍ଜୀବ ଉଦ୍ୟମ ଜାରି ରଖିଛନ୍ତି। ଏହାପରେ ନିର୍ବାଚନମଣ୍ଡଳୀରେ ସର୍ବସାଧାରଣଙ୍କ ଆଗକୁ ଆସିବାକୁ ଚେଷ୍ଟା କରିଛନ୍ତି। ଶୁକ୍ରବାର ନିର୍ବାଚନମଣ୍ଡଳୀରେ ବିଜେଡି ପକ୍ଷରୁ ୨୦୨୪ ନିର୍ବାଚନ ପରିପ୍ରେକ୍ଷୀରେ ପ୍ରଥମ କରି ଶୋଭାଯାତ୍ରା ଓ ସାଧାରଣସଭା ଆୟୋଜନ ହେବାକୁ ଯାଉଛି। ଶୋଭାଯାତ୍ରାରେ ବିଜେଡି ପ୍ରାର୍ଥୀ ପ୍ରଶାନ୍ତଙ୍କ ସହ ଚିରଞ୍ଜୀବ ଏକାଠି ରହିବେ। ଅନ୍ୟମାନଙ୍କ ମଧ୍ୟରେ ଦଳର ଏମ୍‌ପି ପ୍ରାର୍ଥିନୀ ରାଜଶ୍ରୀ ମଲ୍ଲିକ, ଦଳ ଜିଲା ସଭାପତି ଓ ଅନ୍ୟ କର୍ମକର୍ତ୍ତାମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସ୍ଥାନୀୟ ଚର୍ଚ୍ଚିକା ବଜାରସ୍ଥିତ ଏକ ବେସରକାରୀ ପଡ଼ିଆରେ ହେବାକୁ ଥିବା ସଭାରେ ସେମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନ ପ୍ରାୟ ୪ଟାରୁ ଶୋଭାଯାତ୍ରା ନୂଆପୋଲ ନିକଟରୁ ବାହାରିବ। ଏଥିରେ ନିର୍ବାଚନମଣ୍ଡଳୀର ସହସ୍ରାଧିକ ଲୋକ ଯେପରି ଯୋଗଦେବେ ସେ ନେଇ ବିଜେଡି ପକ୍ଷରୁ ଉଦ୍ୟମ ହେଉଥିବା କୁହାଯାଇଛି। ପ୍ରତି ପଞ୍ଚାୟତରୁ ଯେପରି ଅଧିକ ସଂଖ୍ୟକ ବିଜେଡି ନେତା ଓ କର୍ମୀ ଆସିବେ ସେନେଇ ଖସଡା ପ୍ରସ୍ତୁତ କରାଯାଇଛି। ସମାବେଶରେ ପ୍ରଶାନ୍ତ ଓ ଚିରଞ୍ଜୀବ କ’ଣ କହିବେ ସେନେଇ ସମସ୍ତଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?