ହାଇକୋର୍ଟରେ ହାତୀ ଶିକାର ଓ ମୃତ୍ୟୁ ମାମଲା: ତଥ୍ୟ ଲୁଚାଇଲେ ପିସିସିଏଫ୍‌

ଭୁବନେଶ୍ୱର,୮ା୮(ବ୍ୟୁରୋ): ରାଜ୍ୟରେ ହାତୀ ଶିକାର ଓ ମୃତ୍ୟୁକୁ ନେଇ ହାଇକୋର୍ଟରେ ରୁଜୁ ହୋଇଥିବା ଏକ ଜନସ୍ବାର୍ଥ ମାମଲାରେ ବନ୍ୟପ୍ରାଣୀ ପିସିସିଏଫ୍‌ ଶଶୀ ପଲ ଗତ ୬ ତାରିଖରେ ଏକ ସତ୍ୟପାଠ ମାଧ୍ୟମରେ ୫ ବର୍ଷର ହାତୀ ଶିକାର ଓ ଆନୁଷଙ୍ଗିକ ତାଲିକା ପ୍ରଦାନ କରିଛନ୍ତି। ହାତୀ ମୃତ୍ୟୁକୁ ନେଇ ମୋଟ ୧୪ ମାମଲା ଦାଏର ହୋଇଥିବାବେଳେ ୨୮ଜଣଙ୍କୁ ଗିରଫ କରାଯାଇଥିବା ଉଲ୍ଲେଖ କରିଛନ୍ତି। ସୋମବାର ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ଏହା ଉପରେ ଶୁଣାଣି କରିବେ। ପିସିସିଏଫ୍‌ ପଲ୍‌ ମଧ୍ୟ ଭିଡିଓ କନ୍‌ଫରେନ୍ସ ଜରିଆରେ ବ୍ୟକ୍ତିଗତ ଭାବରେ ଉପସ୍ଥିତ ରହିବେ। ଏହା ପୂର୍ବରୁ ବନ ବିଭାଗର ସତ୍ୟପାଠକୁ ନେଇ ଅନେକ ପ୍ରଶ୍ନ ଉଠିଲାଣି। ଉକ୍ତ ସତ୍ୟପାଠରେ ଏକାଧିକ ହାତୀ ଶିକାର ଘଟଣାକୁ ଲୁଚା ଯାଇଥିବା ବା ଜାଣିଶୁଣି ବାଦ୍‌ ଦିଆଯାଇଥିବା ଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ।
୨୦୧୯ ନଭେମ୍ବର ୨୨ରେ ଖୋର୍ଦ୍ଧା ଜିଲାର ରାମେଶ୍ୱର ନିକଟରେ ଏକ ପ୍ରାପ୍ତ ବୟସ୍କ ଦନ୍ତାହାତୀକୁ ବିଷ ଦେଇ ମାରିଦିଆଯାଇଥିଲା। ସେତେବେଳେ ଉକ୍ତ ଦନ୍ତାକୁ ବନ ବିଭାଗ ପକ୍ଷରୁ କ୍ରେନ୍‌ ସହାୟତାରେ ହାଇୱାରେ ଲଦି ଅନ୍ୟ ଏକ ସ୍ଥାନରେ ବ୍ୟବଚ୍ଛେଦ ପରେ ପୋତି ଦିଆଯାଇଥିଲା। ତତ୍କାଳୀନ ଖୋର୍ଦ୍ଧା ଡିଏଫ୍‌ଓ ସୁଦୀପ୍ତ ନାୟକ ପୂରା ଦିନ ସେଠାରେ ଉପସ୍ଥିତ ଥିଲେ। ତତ୍କାଳୀନ ଭେଟେରିନାରୀ କଲେଜ ପାଥୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡା. ସୁଷେନ କୁମାର ପଣ୍ଡା ବ୍ୟବଚ୍ଛେଦ କରିଥିଲେ। କିନ୍ତୁ ଏହି ଘଟଣା ପିସିସିଏଫ୍‌ଙ୍କ ସତ୍ୟପାଠରେ ନାହିଁ। ଘଟଣା ସଂକ୍ରାନ୍ତରେ ଡା. ପଣ୍ଡା କହିଛନ୍ତି, ଖୋର୍ଦ୍ଧା ଡିଏଫ୍‌ଓ ମୋତେ ବ୍ୟବଚ୍ଛେଦ ପାଇଁ ଡାକିଥିଲେ। ବ୍ୟବଚ୍ଛେଦରେ ବିଷକ୍ରିୟାର ସମସ୍ତ ଲକ୍ଷଣ ଜଣାପଡ଼ୁଥିଲା ବୋଲି ମୁଁ ସେତେବେଳେ ଗଣମାଧ୍ୟମକୁ କହିଥିଲି। ଟକ୍ସିକୋଲୋଜି ଆନାଲିଲିସ ପାଇଁ ଆବଶ୍ୟକ ନମୁନା ସଂଗ୍ରହ କରି ସେଣ୍ଟର ଫର୍‌ ୱାଇଲ୍ଡ ଲାଇଫ୍‌ ହେଲ୍‌ଥକୁ ପଠାଯାଇଥିଲା। କେଉଁ ଧରଣର ବିଷ ମିଶା ଯାଇଥିଲା ସେଇଟା ସେମାନେ କହିବା କଥା। ଏ ସମ୍ପର୍କରେ ଖୋର୍ଦ୍ଧା ଜିଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ରାମେଶ୍ବର ନିକଟରେ ଶିକାର ହୋଇଥିବା ଦନ୍ତା ହାତୀର ବ୍ୟବଚ୍ଛେଦବେଳେ ମୁଁ ଘଟଣା ସ୍ଥଳରେ ଉପସ୍ଥିତ ଥିଲି। ଖାଦ୍ୟରେ ଗୁଡ଼ ମିଶାଇ ଶିକାରୀମାନେ ବିଷ ଦେଇଥିଲେ। ବ୍ୟବଚ୍ଛେଦ ସମୟରେ ପାକସ୍ଥଳୀରୁ ହଜମ ହୋଇ ନ ଥିବା ଆଖୁ ଛେଦା ବାହାରିଥିଲା, ଯେଉଁଥିରୁ ଉଭୟ ଗୁଡ଼ ଓ ବିଷର ବାସ୍ନା ସ୍ପଷ୍ଟ ବାରି ହେଉଥିଲା। ବିଷ ପ୍ରୟୋଗ କରି ଦନ୍ତା ହାତୀକୁ ଶିକାର କରାଯାଇଥିଲା। କିନ୍ତୁ ହାତୀଟି ଲୋକଙ୍କ ଚଳପ୍ରଚଳ ସ୍ଥାନରେ ପଡିଯିବାରୁ ଶିକାରୀମାନେ ଦାନ୍ତ କାଟି ନେଇ ପାରି ନ ଥିଲେ। ତେବେ ଏହା ନିଶ୍ଚିତ ଭାବରେ ବିଷ ଦ୍ୱାରା ଶିକାର କରାଯାଇଛି। କିନ୍ତୁ କାହିଁକି ଏହି ଘଟଣା ପିସିସିଏଫ୍‌ଙ୍କ ସତ୍ୟପାଠରେ ସ୍ଥାନ ପାଇଲାନି ତାହା ବୁଝିହେଉ ନାହିଁ।
ସେହିପରି ୨୦୨୧ ନଭେମ୍ବରରେ ଆଠଗଡ଼ରେ ଗୋଟିଏ ହାତୀକୁ ବନ କର୍ମଚାରୀମାନେ ଗାତ ଖୋଳି ଲୁଣ ପକାଇ ପୋତିବା ଭିଡିଓ ଭାଇରାଲ ହୋଇଥିଲା। ଏହାପରେ ବିଭାଗୀୟ ତଦନ୍ତ ହୋଇଥିଲା ଏବଂ ତତ୍କାଳୀନ ରେଞ୍ଜର ଆଏସା ଅଖତାରୀ ନିଶା ଏଯାବତ୍‌ ନିଲମ୍ବନରେ ଅଛନ୍ତି। ଦୁଇଟିଯାକ ଦାନ୍ତକୁ ବନ ବିଭାଗର ଟ୍ରେଜେରିରେ ରଖିବା ବଦଳରେ ସେ ନିଜ ପାଖରେ ରଖିଥିଲେ। ତତ୍କାଳୀନ ଡିଏଫ୍‌ଓଙ୍କ କଥାରେ ସେ ଏଭଳି କରିଥିବା ତଦନ୍ତବେଳେ କହିଥିଲେ। ହାତୀର ବ୍ୟବଚ୍ଛେଦ ହୋଇଥିଲା ଏବଂ ତତ୍କାଳୀନ ଅନୁଗୋଳ ଆର୍‌ସିସିଏଫ୍‌ ଅକ୍ଷୟ ପଟ୍ଟନାୟକ ଘଟଣାର ତଦନ୍ତ କରିବା ପରେ ରେଞ୍ଜରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା। ତେବେ ରେଞ୍ଜରଙ୍କ ସ୍ବୀକାରୋକ୍ତିକୁ ବିଶ୍ବାସକୁ ନ ନେବା ଫଳରେ ତତ୍କାଳୀନ ଡିଏଫ୍‌ଓ ଖସି ଯାଇଥିଲେ। ତେବେ ଏତେସବୁ ପ୍ରମାଣ ରହିଥିବାବେଳେ ଏଭଳି ଏକ ହାଇ ପ୍ରୋଫାଇଲ୍‌ ହାତୀ ଶିକାର ମାମଲାକୁ ବନ୍ୟପ୍ରାଣୀ ପିସିସିଏଫ୍‌ ନିଜ ସତ୍ୟପାଠରୁ ବାଦ ଦେଇଛନ୍ତି।
ବନ୍ୟପ୍ରାଣୀ ବିଶେଷଜ୍ଞ ବିଶ୍ବଜିତ ମହାନ୍ତି କହିଛନ୍ତି, ଉଭୟ ରାମେଶ୍ବର ଓ ଆଠଗଡ଼ ହାତୀ ଶିକାର ଘଟଣାକୁ ବନ୍ୟପ୍ରାଣୀ ପିସିସି୍‌ଏଫ ହାଇକୋର୍ଟଙ୍କ ପାଖରେ ଦାଖଲ କରିଥିବା ସତ୍ୟପାଠରୁ ବାଦଦେଇ ତଥ୍ୟର ମିଥ୍ୟାଚାରଣ କରିଛନ୍ତି। ଏହା ଆଇନ ଆଖିରେ ଏକ ଗୁରୁତର ଅପରାଧ। ଏଭଳି ଆହୁରି ଅନେକ ହାତୀ ଶିକାର ଘଟଣାକୁ ସତ୍ୟପାଠରୁ ବାଦ ଦିଆଯାଇଛି, ଯାହା ଅଦାଲତ ଅବମାନନା ବୋଲି ମଧ୍ୟ ଧରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?