Posted inଖେଳ

ତେଜିଲା ବିବାଦ: ଆଇସିସି ନିକଟରେ ପ୍ରତିବାଦ କରିବ ପିସିବି

ଲାହୋର,୧୧।୩: ଆଇସିସି ଚାମ୍ପିୟନ୍ସ ଟ୍ରଫିର ଉଦ୍‌ଯାପନୀ ଉତ୍ସବରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ସିଇଓ ଏବଂ ଟୁର୍ନାମେଣ୍ଟ ଡାଇରେକ୍ଟର ସୁମେର ଅହମ୍ମଦ ସୟଦଙ୍କୁ ଅଣଦେଖା କରାଯାଇଥିଲା। ଏଥିଲାଗି ପିସିବି ଆନୁଷ୍ଠାନିକ ଭାବେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ନିକଟରେ ପ୍ରତିବାଦ ଦାଖଲ କରିବ।

ସୂତ୍ରରୁ କୁହାଯାଇଛି ଯେ, ପୁରସ୍କାର ବିତରଣ ଉତ୍ସବରେ ସୟଦଙ୍କୁ ମଞ୍ଚ ଉପରକୁ ଆମନ୍ତ୍ରଣ କରା ନ ଯିବା ସମ୍ପର୍କରେ ଆଇସିସି ପକ୍ଷରୁ ରଖାଯାଇଥିବା ଉତ୍ତରରେ ପିସିବି ଚେୟାରମ୍ୟାନ ମହସିନ ନକ୍‌ଭି ସନ୍ତୁଷ୍ଟ ନୁହନ୍ତି। ଆଇସିସି ପକ୍ଷରୁ କୁହାଯାଇଥିଲା ଯେ, ପୁରସ୍କାର ବିତରଣ ଲାଗି ନକ୍‌ଭିଙ୍କୁ ମଞ୍ଚ ଉପରକୁ ଆମନ୍ତ୍ରଣ କରିବାକୁ ଯୋଜନା କରାଯାଇଥିଲା। ହେଲେ ଫାଇନାଲ ମ୍ୟାଚ ଲାଗି ସେ ନଜର ନ ଆସିବାରୁ ଯୋଜନାରେ ପରିବର୍ତ୍ତନ କରିଥିଲେ। ଆଇସିସିର ଏହି ଉତ୍ତରକୁ ପ୍ରତ୍ୟାଖ୍ୟାନ କରିବା ସହ ପିସିବି ପକ୍ଷରୁ କୁହାଯାଇଛି ଯେ, ଟୁର୍ନାମେଣ୍ଟ ବେଳେ ଆଇସିସି ଅନେକ ତ୍ରୁଟି କରିଛି। ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ମ୍ୟାଚର ପ୍ରସାରଣ ବେଳେ ‘ସିଟି୨୦୨୫’ ଲୋଗୋରେ ପରିବର୍ତ୍ତନ କରାଯିବା ସହିତ ଲାହୋରରେ ଅଷ୍ଟ୍ରେଲିଆ-ଇଂଲଣ୍ଡ ମ୍ୟାଚରେ ଭାରତୀୟ ଜାତୀୟ ସଂଗୀତ ଲଗାଯିବା ଭଳି ତ୍ରୁଟି ହୋଇଥିଲା। ତେବେ ଆଇସିସି ପକ୍ଷରୁ ଦାବି କରାଯାଇଥିଲା ଯେ, ପ୍ଲେ-ଲିଷ୍ଟ ମିଶି ଯାଇଥିବାରୁ କିଛି ସେକେଣ୍ଡ ପାଇଁ ଭାରତୀୟ ଜାତୀୟ ସଂଗୀତ ବାଜିଥିଲା।

ବିସିସିଆଇ ସଭାପତି ରୋଜର ବିନି ଭାରତୀୟ ଖେଳାଳିଙ୍କୁ ଧଳା ଜ୍ୟାକେଟ ଓ ମ୍ୟାଚ ଅଫିସିଆଲଙ୍କୁ ପଦକ ଦେଇଥିଲେ। ଆଇସିସି ଚେୟାରମ୍ୟାନ ଜୟ ଶାହା ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ଚାମ୍ପିୟନ୍ସ ଟ୍ରଫି ପ୍ରଦାନ କରିବା ସହ ଚାମ୍ପିୟନ ଦଳର ଖେଳାଳିଙ୍କୁ ପଦକ ପ୍ରଦାନ କରିଥିଲେ। ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ ଓ ନ୍ୟୁଜିଲାଣ୍ଡ କ୍ରିକେଟର ସିଇଓ ରୋଜର ଟୁସେ ମଞ୍ଚରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri