Posted inଖେଳ

ପାକିସ୍ତାନ କ୍ରିକେଟରେ ପୁଣି ହଟଚମଟ: ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ବାଦ୍‌ ପଡ଼ିଲେ ମହମ୍ମଦ ରିଜୱାନଙ୍କ ସମେତ ୩ ଷ୍ଟାର୍‌ ଖେଳାଳି

ନୂଆଦିଲ୍ଲୀ,୨୧।୧୧: ପାକିସ୍ତାନ କ୍ରିକେଟ୍ରେ ପୁଣି ହଟଚମଟ ସୃଷ୍ଟି ହୋଇଛି। ଦଳର ସ୍ଥିତି ସୁଧୁରିବାର ନାଁ ଧରୁନାହିଁ। ଏହାରି ମଧ୍ୟରେ ପାକିସ୍ତାନ କ୍ରିକେଟ ବୋର୍ଡ (PCB) ନୂଆ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ତାଲିକା ଜାରି କରିଛି। ୨୦୨୬-୨୭ ସିଜିନ ପାଇଁ ମୋଟ ୩୮ ଜଣ ଖେଳାଳିଙ୍କୁ ଏହି ଚୁକ୍ତିରେ ସାମିଲ କରାଯାଇଛି। ତେବେ ବୋର୍ଡର କିଛି ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି। ମହମ୍ମଦ ରିଜୱାନଙ୍କ ସମେତ ୩ ଜଣ ବଡ଼ ଖେଳାଳିଙ୍କୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ବାଦ୍‌ ଦିଆଯାଇଛି। ରିଜୱାନ ପାକିସ୍ତାନ ଦଳର ଜଣେ ପ୍ରମୁଖ ଖେଳାଳି ହୋଇଥିବା ବେଳେ ଏହି ନିଷ୍ପତ୍ତି ତାଙ୍କ କ୍ୟାରିୟରକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛି।

ଗତଥର ପାକିସ୍ତାନ କ୍ରିକେଟ ବୋର୍ଡ ୩୦ ଜଣ ଖେଳାଳିଙ୍କୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ସାମିଲ କରିଥିଲା। ଏଥର ଏହି ସଂଖ୍ୟାକୁ ବୃଦ୍ଧି କରି ୩୮ କରାଯାଇଛି। ବିଭିନ୍ନ ବର୍ଗରେ ଯୁବ ଖେଳାଳିଙ୍କୁ ମଧ୍ୟ ସ୍ଥାନ ମିଳିଛି। ବୋର୍ଡ ଏହି ୩୮ ଜଣ ଖେଳାଳିଙ୍କୁ ୫ଟି ଭିନ୍ନ ବର୍ଗରେ ବିଭକ୍ତ କରିଛି।

– AB ବର୍ଗ: ଟେଷ୍ଟ ଓ ଦିନିକିଆ ଖେଳୁଥିବା ଖେଳାଳିଙ୍କ ପାଇଁ ଏହି ବର୍ଗ ରହିଛି। ଏଥିରେ ବାବର ଆଜମ ଓ ସଲମାନ ଆଗାଙ୍କୁ ସାମିଲ କରାଯାଇଛି। ଉଭୟ ପାକିସ୍ତାନର ପ୍ରମୁଖ ଖେଳାଳି।

– A ବର୍ଗ: କେବଳ ଟେଷ୍ଟ କ୍ରିକେଟ ଖେଳୁଥିବା ଖେଳାଳିଙ୍କୁ ଏହି ବର୍ଗରେ ରଖାଯାଇଛି।

– BC ବର୍ଗ: ଦିନିକିଆ ଓ ଟି-୨୦ କ୍ରିକେଟ ଖେଳୁଥିବା ଖେଳାଳିଙ୍କୁ ଏଥିରେ ସାମିଲ କରାଯାଇଛି।

– C ବର୍ଗ: କେବଳ ଟି-୨୦ କ୍ରିକେଟ ଖେଳୁଥିବା ଖେଳାଳିଙ୍କ ପାଇଁ ଏହି ବର୍ଗ ରହିଛି।

– D ବର୍ଗ: ଏଥର ବୋର୍ଡ ଏକ ନୂଆ ବର୍ଗ ସୃଷ୍ଟି କରିଛି। ଏଥିରେ ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି।

ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ମହମ୍ମଦ ରିଜୱାନ, ଶାନ ମସୁଦ ଓ ସାଇମ ଆୟୁବଙ୍କ ଭଳି ତିନି ଜଣ ଷ୍ଟାର୍‌ ଖେଳାଳିଙ୍କୁ କୌଣସି ବର୍ଗରେ ସ୍ଥାନ ମିଳିନାହିଁ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୨୯ ବଲରୁ ୮୨ ରନ, ଏବେ ଟିମ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ କରିବେ କି ସୂର୍ଯ୍ୟକୁମାର ? ରିପୋର୍ଟରେ ବଡ଼ ଦାବି

ନୂଆଦିଲ୍ଲୀ,୨୧।୧୧: ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଭାରତୀୟ ଦଳକୁ ଫେରିବାର ସମସ୍ତ ରାସ୍ତା ବନ୍ଦ ହୋଇଯାଇଛି। ତାଙ୍କରି ଅଧିନାୟକତ୍ୱରେ ହିଁ ଭାରତୀୟ ଦଳ ୨୦୨୬ ଟି-୨୦ ବିଶ୍ୱକପ ଟାଇଟଲ…

ବଦ୍‌ନାମରୁ ବର୍ତ୍ତିବା ପାଇଁ ଶିଶୁପୁତ୍ରକୁ କୂଅରେ ଫିଙ୍ଗିଦେଇଥିଲେ ମା’, ପ୍ରେମିକଙ୍କୁ ଗିରଫ କରି…

ସମ୍ବଲପୁର,୨୧ା୧୧(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଜୁମୁରା ଥାନା ଅଞ୍ଚଳରେ ୧୦ ମାସର ଶିଶୁପୁତ୍ରକୁ କୂଅରେ ପକାଇ ହତ୍ୟା କରାଯିବା ଘଟଣାରେ ପୋଲିସକୁ ବଡ଼ ସଫଳତା ମିଳିଛି। ଏହି…

ଟ୍ରେନ ଯାତ୍ରୀଙ୍କ ପାଇଁ ବଡ଼ ଖବର: ଯାତ୍ରାବେଳେ ରିଲ୍ସ ଦେଖିଲେ ଜେଲ! କଡ଼ା ନିୟମ ଆଣୁଛି ରେଳବାଇ

ନୂଆଦିଲ୍ଲୀ,୨୧।୧୧: ଯାତ୍ରା ସମୟରେ ପ୍ରାୟତଃ ଦେଖିବାକୁ ମିଳେ ଯେ ପାଖ ସିଟରେ ବସିଥିବା କୌଣସି ଯାତ୍ରୀ ବିନା ଇୟରଫୋନରେ ଉଚ୍ଚ ସୱରରେ ରିଲ୍ସ ଦେଖୁଥାନ୍ତି କିମ୍ୱା ଫୋନରେ…

କ୍ୱାର୍ଟର୍ସରେ ଝୁଲିପଡ଼ିଲେ ମହିଳା SI, ଏମିତି ଚରମ ପଦକ୍ଷେପକୁ ନେଇ…

ପୁରୁଷୋତ୍ତମପୁର,୨୧ା୧୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ପରିସରରେ ଚାଞ୍ଚଲ୍ୟ। ଥାନା କ୍ୱାର୍ଟର୍ସରୁ ଜଣେ ମହିଳା ସବ୍‌ଇନ୍ସପେକ୍ଟରଙ୍କ ମୃତଦେହ ମିଳିବା ପରେ ପୋଲିସ ମହଲରେ ଆଲୋଡ଼ନ ସୃଷ୍ଟି…

ଏତେ କୋଟି ଟଙ୍କା ଦାନ କରିଛନ୍ତି ଅମ୍ବାନୀ ପରିବାର; ଜାଣନ୍ତୁ ଶୀର୍ଷ ୫ ଜଣଙ୍କ ତାଲିକାରେ ସେମାନଙ୍କ ସ୍ଥାନ କେଉଁଠି

ମୁମ୍ବାଇ,୨୧।୧୧: ଦେଶର ପ୍ରମୁଖ ଶିଳ୍ପପତିମାନଙ୍କ ଆୟ ଏବଂ ସମ୍ପତ୍ତି ପ୍ରାୟତଃ ଆଲୋଚନାର ବିଷୟ ହୋଇଥାଏ। ଏହି ପରିପ୍ରେକ୍ଷୀରେ, ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାର ବାରମ୍ବାର ଚର୍ଚ୍ଚାରେ…

୨୨ କ୍ୟାରେଟ ନାଁରେ ବିକ୍ରି ହେଉଛି ୨୦ କ୍ୟାରେଟ ସୁନା! ସୁନା ବଜାରରେ ଚହଳ, ଏକ୍ସପର୍ଟ କଲେ ଖୁଲାସା

ନୂଆଦିଲ୍ଲୀ,୨୧।୧୧: ବାହାଘର ସିଜିନ ଆରମ୍ଭ ହେଉ ହେଉ ସୁନାର ଶୁଦ୍ଧତାକୁ ନେଇ ବଡ଼ ପ୍ରଶ୍ନ ଉଠିବାରେ ଲାଗିଛି। ବଜାରରେ ୨୨ କ୍ୟାରେଟ ନାଁରେ ପ୍ରାୟ ୨୦ କ୍ୟାରେଟ…

ଶୁବମନ ଗିଲଙ୍କ ହୃଦୟ ଭାଙ୍ଗିଦେଲେ ଜାକବ ଡଫି

ନୂଆଦିଲ୍ଲୀ,୨୧।୧୧: ନ୍ୟୁଜିଲ୍ୟାଣ୍ଡ ବୋଲରଙ୍କ ବିପକ୍ଷରେ କେ.ଏଲ. ରାହୁଲ ଦୃଢ଼ତାର ସହ ଛିଡ଼ା ହୋଇ ଏକ ଶତକ ହାସଲ କରିଥିଲେ। ଭାରତୀୟ ଟେଷ୍ଟ ଦଳର ଅଧିନାୟକ ଶୁବମନ ଗିଲ…

ଦୁଇ ବଳଦକୁ ମାରି ଖାଇଲା ମହାବଳ ବାଘ, ଭୟରେ ଥରହର ପୂରା ଗାଁ

ଲକ୍ଷ୍ମୀପୁର,୨୧ା୧୧(ଅନନ୍ତ ପ୍ରସାଦ ନାୟକ): କୋରାପୁଟ ଜିଲା ବିଳାପୁଟ ଗ୍ରାମ ନିକଟସ୍ଥ ହାତୀମାଳି ପାହାଡ଼ ତଳେ ଶନିବାର ଦୁଇ ବଳଦକୁ ମାରି ଖାଇଛି ମହାବଳ ବାଘ। ବିଳାପୁଟ ଗ୍ରାମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?