Posted inଖେଳ

ପଞ୍ଜାବର କାହାଣୀ ଶେଷ

ଶାରଜା,୩।୧୦: ଶାରଜାର ପିଚ୍‌ରେ ୧୬୫ ରନ୍‌ର ବିଜୟ ଲକ୍ଷ୍ୟର ପିଛା କରୁଥିବା ପଞ୍ଜାବ କିଙ୍ଗ୍ସ ବିନା କ୍ଷତିରେ ୧୧ ଓଭରରେ ୯୧ ରନ୍‌ କରିଥିଲା। ଲଗୁଥିଲା ଦଳ ଅତି ସହଜରେ ଜିତିଯିବ। କିନ୍ତୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଅଧିନାୟକ ବିରାଟ କୋହଲି ସଠିକ୍‌ ବୋଲିଂ ପରିବର୍ତ୍ତନ କରି ପଞ୍ଜାବକୁ ରୋକି ଦେଇଥିଲେ ୧୫୮ ରନ୍‌ରେ। ୬ ରନ୍‌ରେ ମ୍ୟାଚ୍‌ ଜିତିଥିବା ଆର୍‌ସିବି ପ୍ଲେ-ଅପ୍‌ରେ ସ୍ଥାନ ପକ୍କା କରିଛି। ଅନ୍ୟପକ୍ଷରେ ପଞ୍ଜାବର ଆଶା ଶେଷ ହୋଇଛି।

ଟସ୍‌ ଜିତି ବ୍ୟାଟିଂ କରିଥିବା ଆରସିବିକୁ ୬୮ ରନ୍‌ର ଆରମ୍ଭ ଦେଇଥିଲେ ଅଧିନାୟକ ବିରାଟ କୋହଲି (୨୫) ଓ ଦେବଦତ୍ତ ପାଡିକଲ (୪୦)। ତା’ ପରେ ଗ୍ଲେନ ମ୍ୟାକ୍ସଓ୍ବେଲ ଖେଳିଥିଲେ ୫୭ ରନ୍‌ (୩ ଚୌକା ଓ ୪ ଛକା)ର ବିସ୍ଫୋରକ ପାଳି। ଏବି ଡି’ଭିଲୟର୍ସ (୨୩)ଙ୍କ ଯୋଗଦାନ ଯୋଗୁ ଆରସିବି ଧାର୍ଯ୍ୟ ୨୦ ଓଭରରେ ୭ ଉଇକେଟ ହରାଇ ୧୬୪ ରନ୍‌ କରିଥିଲା। ଜବାବରେ ପଞ୍ଜାବ ପାଇଁ ଅଧିନାୟକ ଲୋକେଶ ରାହୁଲ (୩୯) ଓ ମୟଙ୍କ ଅଗ୍ରଓ୍ବାଲ (୫୭)ଙ୍କ ଓପନିଂ ଯୋଡ଼ି ୯୧ ରନ୍‌ କରିଥିଲା। ଏତେ ଭଲ ଆରମ୍ଭ ସତ୍ତ୍ୱେ ବିଜୟ ଲକ୍ଷ୍ୟ ଠାରୁ ୭ ରନ୍‌ ଦୂରରେ ରହିଯାଇଥିଲା ପଞ୍ଜାବ। ବିଜୟୀ ଦଳ ପାଇଁ ୟୁଜବେନ୍ଦ୍ର ଚହଲ ୩ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୩ ଓଭର ମେଡେନ ପକାଇବା ରେକର୍ଡ ଅଧିକାରୀ ଦୀପ୍ତି

ନୂଆଦିଲ୍ଲୀ,୨୫।୯: ଅଲରାଉଣ୍ଡର ଦୀପ୍ତି ଶର୍ମା ମଙ୍ଗଳବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ସୁରାଟଠାରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌ରେ ଏକ ବିରଳ ରେକର୍ଡ ଅଧିକାରୀ ହୋଇଛନ୍ତି। ସେ...

ନିଶାମଙ୍କ ଛକା ସମୟରେ ଚାଲିଗଲା କୋଚ୍‌ଙ୍କ ଜୀବନ

ଅକ୍‌ଲାଣ୍ଡ, ୧୮।୭ (ପି.ଟି.)- ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ଆଇସିସି ବିଶ୍ୱକପ୍‌ର ରୋମାଞ୍ଚକଭରା ଫାଇନାଲରେ ଉଭୟ ମ୍ୟାଚ୍‌ ଓ ସୁପର ଓଭର ଟାଇ ରହିବା ପରେ ଅଧିକ...

ଗର୍ଲଫ୍ରେଣ୍ଡଙ୍କ ଜନ୍ମଦିନ ପାଇଁ କୋଭିଡ୍‌ ନିୟମ ଭାଙ୍ଗିଲେ ଏହି ପ୍ରସିଦ୍ଧ ଖେଳାଳି

ଜୁଭେଣ୍ଟସ,୨୯।୧: ଫୁଟବଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ କରୋନା ଭାଇରସ ଯୋଗୁ ଯାତାୟତ ଉପରେ ଲାଗିଥିବା କଟକଣାକୁ ଭଙ୍ଗ କରିଛନ୍ତି। ଇଟାଲିର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିବା...

ଶତକ ହାସଲ କଲେ କୋହଲି, ସଚିନଙ୍କ ମହାରେକର୍ଡର ନିକଟତର

ଥିରୁଭାନନ୍ତପୁରମ୍‌,୧୫।୧: ଭାତରୀୟ ବ୍ୟଟ୍ସମ୍ୟାନ୍‌ ବିରାଟ କୋହଲି ପୁଣି ନିଜ ପୁରୁଣା ଫର୍ମକୁ ଫେରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ତୃତୀୟ ଦିନିକିଆରେ ସେ ୮୫ ବଲରୁ ଶତକ ହାସଲ...

ସୋସିଆଲ ମିଡିଆରେ ପତ୍ନୀଙ୍କୁ ପଟେଇ ଥିଲେ ଧାଓ୍ବନ

କଥାରେ ଅଛି ପ୍ରେମ କେଉଁଠାରେ ବି ହୋଇପାରେ। ଏଥିରେ କିଛି ବି ନିର୍ଦ୍ଦିଷ୍ଟ ମାଧ୍ୟମ ନାହିଁ। ଭାରତୀୟ ଓପନର ଶିଖର ଧାଓ୍ବନ ଓ ତାଙ୍କ ପତ୍ନୀ...

ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ: ରାଉରକେଲା ବିଜୟୀ

ସମ୍ବଲପୁର,୩।୧(ବ୍ୟୁରୋ): ରାଜ୍ୟସ୍ତରୀୟ ମହେଶ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ସ୍ବର୍ଣ୍ଣାବୁରେଇ ଖେଳ ପଡ଼ିିଆରେ ଚାଲିଛି। ରବିବାର କ୍ବାର୍ଟର ଫାଇନାଲ ମ୍ୟାଚ୍‌ ବରଗଡ ଜିଲା ବ୍ଲୁ ଡାଇମଣ୍ଡ ଓ...

ପ୍ରଶଂସକଙ୍କଠୁ ଦୂରେଇ ରହିବ ଦକ୍ଷିଣ ଆଫ୍ରିକା ଦଳ

ନୂଆଦିଲ୍ଲୀ,୧୦।୩- ଆସନ୍ତା ଗୁରୁବାର ଧର୍ମଶାଳାଠାରେ ଭାରତ ଓ ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଏହି ସିରିଜ୍‌ ଲାଗି ଭାରତ ଗସ୍ତରେ ଥିବା...

ନ୍ୟୁଜିଲାଣ୍ଡ ଦଳର ପ୍ରତ୍ୟାବର୍ତ୍ତନ ସମାରୋହ ଘୁଞ୍ଚିଲା

ଓ୍ବେଲିଂଟନ,୧୭।୭(ପି.ଟି.)- ଆଇସିସି ବିଶ୍ୱକପ୍‌ରେ ରନର୍ସଅପ୍‌ ବିବେଚିତ ହୋଇଥିବା ନ୍ୟୁଜିଲାଣ୍ଡ ଦଳର ପ୍ରତ୍ୟାବର୍ତ୍ତନ ସମାରୋହକୁ ଘୁଞ୍ଚାଇ ଦିଆଯାଇଛି। ଦଳର ସଦସ୍ୟମାନେ ଅଲଗା ଅଲଗା ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିବାରୁ...

Advertisement
Archives

Model This Week