ବୋନସ ଦାବି ତେଜିଲା…

ରାଉରକେଲା,୨୦।୯(ସଙ୍ଗୀତା ଜେନା): କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ସିଟୁ ସମର୍ଥିତ ଷ୍ଟିଲ୍‌ ଏମ୍ପ୍ଲୟିଜ୍‌ ଟ୍ରେଡ୍‌ ୟୁନିୟନ ତଥା ରାଉରକେଲା କଣ୍ଟ୍ରାକ୍ଟର ୱାର୍କର୍ସ ୟୁନିୟନ ପକ୍ଷରୁ ଶୁକ୍ରବାର ପାୱାରଗେଟ୍‌ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ୨୦୨୩ ଫେବୃଆରୀ ୮ରେ ହୋଇଥିବା ଇସ୍ପାତ ଶ୍ରମିକ ସ୍ବାର୍ଥ ବିରୋଧୀ ବୋନସ ଚୁକ୍ତିନାମା ପ୍ରତ୍ୟାହାର ତଥା ଇସ୍ପାତ ଶ୍ରମିକଙ୍କୁ ଚଳିତ ପୂଜା ବୋନସ୍‌ ୪୦ହଜାର ୫ଶହ ଟଙ୍କାରୁ ଅଧିକ ଓ ଠିକା ଶ୍ରମିକଙ୍କୁ ୨୦ ପ୍ରତିଶତ ବୋନସ୍‌, ସଫଳ ଏନ୍‌ଜେସିଏସ୍‌ ଚୁକ୍ତିନାମା ଆଦି ଦାବିରେ ଉକ୍ତ ବିକ୍ଷୋଭ କରାଯାଇଥିଲା।

ଏହି ଅବସରରେ ସାଧାରଣ ସମ୍ପାଦକ ବସନ୍ତ ନାୟକ କହିଥିଲେ, ସେଲ୍‌ କର୍ତ୍ତୃପକ୍ଷ ମୁନାଫା କମାଇଛନ୍ତି। ବାରମ୍ବାର ଦାବି କରାଯାଇଥିବା ସତ୍ତ୍ୱେ ଗତବର୍ଷ ସ୍ଥାୟୀ କର୍ମଚାରୀମାନଙ୍କୁ ମାତ୍ର ୨୩ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଚଳିତ ଥର ସିଟୁ ବୋନସ୍‌ ଦାବି କରିବା ପରେ ସେଲ୍‌ କର୍ତ୍ତୃପକ୍ଷ ଅକ୍ଟୋବର ୧ ତାରିଖରେ ବୈଠକ ପାଇଁ ଟ୍ରେଡ୍‌ ୟୁନିୟନମାନଙ୍କୁ ଡାକିଛନ୍ତି। ତେବେ ଏଥରକ ୪୦ହଜାର ୫ଶହ ଟଙ୍କାରୁ ଊର୍ଦ୍ଧ୍ୱ ବୋନସ୍‌ ପ୍ରଦାନ ସହ ଏକ ସଫଳ ଏନ୍‌ଜେସିଏସ୍‌ ଚୁକ୍ତିନାମା କରାଯାଉ ବୋଲି ନାୟକ କହିଥିଲେ।

ବିକ୍ଷୋଭରେ ବିମାନ ମାଇତି, ଶ୍ରୀମନ୍ତ ବେହେରା, ରତ୍ନାକର ନାୟକ, ବି. ପି. ମହାପାତ୍ର, ରାଜକିଶୋର ପ୍ରଧାନ, ଯଜ୍ଞେଶ୍ୱର ସାହୁ, ଲକ୍ଷ୍ମୀଧର ନାୟକ, ଅଜୟ ଶର୍ମା, ଜୀବନ ବରିହା, ଦିବାକର ମହାରଣା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ଜେ.କେ. ସାହୁ, ସଂଗ୍ରାମ ସାମଲ, ସଞ୍ଜୟ ନାୟକ, କୈଳାଶ ଦାସ, ସୁଦର୍ଶନ ଜେନା, ପ୍ରଭାତ ମହାନ୍ତି, ବିଶ୍ୱଜିତ ମାଝୀ, ବିଶ୍ୱରଞ୍ଜନ ମଲ୍ଲିକ, ପିତାମ୍ବର ବେହେରା, ପି. କେ. ଷଡଙ୍ଗୀ, ଶିବରାମ ବେହେରା, ଅକ୍ଷୟ ରାଉତ, ବୁବୁନ ମାଇତି, ସୁରେନ୍ଦ୍ର ବେହେରା, ଋଷି ଜେନା ପ୍ରମୁଖ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦିନିକିଆ ଦଳ ଘୋଷଣା: ବିରାଟଙ୍କ ପ୍ରତ୍ୟାବର୍ତ୍ତନ, ଯଶସ୍ୱୀ ବାଦ୍

ନୂଆଦିଲ୍ଲୀ,୨୧।୬: ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ରବିବାର, ୨୧ ଜୁନ୍‌ରେ ୧୫ ଜଣିଆ ଭାରତୀୟ ଦିନିକିଆ (ODI) ଦଳ ଘୋଷଣା କରିଛି।…

କେସିଙ୍ଗା -ଟିଟିଲାଗଡ ରାସ୍ତା, ତେଲନଦୀ ବ୍ରିଜର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ, ଭାରୀଯାନ ଚଳାଚଳ ଯୋଗୁ ବ୍ରିଜ୍‌ ଭାଙ୍ଗିବାର…

କେସିଙ୍ଗା,୨୧।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହର ସ୍ଥିତ ସିଟିଜେନ ଫୋରମ ପକ୍ଷରୁ କେସିଙ୍ଗା -ଟିଟିଲାଗଡ ରାସ୍ତା ଓ ତେଲନଦୀ ବ୍ରିଜ୍‌କୁ ନେଇ ଏକ ଖବରଦାତା ସମ୍ମିଳନୀ…

ଶରୀରକୁ ସୁସ୍ଥ, ମନକୁ ସନ୍ତୁଳିତ କରେ ଯୋଗ

ରାଇକିଆ,୨୧।୬(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ବିଭିନ୍ନ ସ୍ଥାନରେ ରବିବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଯୋଗ ଶରୀରକୁ ସୁସ୍ଥ ରଖେ। ଏଥିସହିତ…

ବ୍ଲକସ୍ତରୀୟ ସୁଭଦ୍ରା ଶକ୍ତି ସମାବେଶ: ଲକ୍ଷପତି ଦିଦିଙ୍କୁ କରାଗଲା ସମ୍ବର୍ଦ୍ଧିତ, ଅଙ୍ଗନଓ୍ବାଡି କର୍ମୀଙ୍କୁ ମିଳିଲା ସ୍ମାର୍ଟଫୋନ

ଥୁଆମୂଳ ରାମପୁର,୨୧।୬ (ଦୁର୍ଗା କୀର୍ତ୍ତି): ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ଥୁଆମୂଳ ରାମପୁର ଠାରେ ବ୍ଲକ ସ୍ତରୀୟ ‘ସୁଭଦ୍ରା…

ବରଗଡ଼ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ: ସାମିଲ ହେଲେ ବିଧାୟକ-ଜିଲାପାଳ

ବରଗଡ଼,୨୧।୬(ପ୍ରେମାନନ୍ଦ ଖମାରୀ): ଅନ୍ତର୍ଜାତୀୟ ଯୋଗ ଦିବସ ରବିବାର ବରଗଡ଼ ଜିଲାର ସମସ୍ତ ବ୍ଲକ ଓ ଗ୍ରାମପଞ୍ଚାୟତ ମୁଖ୍ୟାଳୟ ତଥା ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ଉତ୍ସାହ…

ଦିଗପହଣ୍ଡି ମିନି ଷ୍ଟାଡିୟମରେ ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗଦେଲେ ବିଧାୟକ ସିଦ୍ଧାନ୍ତ     

ଦିଗପହଣ୍ଡି,୨୧|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ସ୍ଥାନୀୟ ଏନଏସି ପ୍ରଶାସନ ପକ୍ଷରୁ ଆୟୋଜିତ…

ଯୋଗ ଦିବସ,ସୁସ୍ଥ ରହିବା ପାଇଁ ଯୋଗ ନିହାତି ଆବଶ୍ୟକ : ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ

ଭଞ୍ଜନଗର, ୨୧।୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗରସ୍ଥିତ ବେଲେଶ୍ୱର ପୀଠରେ ରବିବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ…

କୁନା ମୁଣ୍ଡା ହତ୍ୟା ମାମଲା: ହତ୍ୟା ମାମଲାରେ ୫ ଅଭିଯୁକ୍ତ କୋର୍ଟ ଚାଲାଣ

ବଞ୍ଚୋ, ୨୧/୦୬ (ପ୍ରଦୋଷ ବିଶ୍ୱାଳ): ଘସିପୁରା ଥାନାରେ ରୁଜୁ ହୋଇଥିବା କେସ୍ ନଂ–୪୪ରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌)ର ହତ୍ୟା ସମ୍ବନ୍ଧୀୟ ଧାରା ଅନୁଯାୟୀ ତଦନ୍ତ ଚାଲିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri