Posted inଜାତୀୟ

ମୋଦିଙ୍କୁ ବାଛିଛନ୍ତି ପାଓ୍ବାର

ମୁମ୍ବାଇ/ନୂଆଦିଲ୍ଲୀ,୩୧ା୭ (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ଅତୀତରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ, ଅଟଳ ବିହାରୀ ବାଜପେୟୀ ଓ ମନମୋହନ ସିଂଙ୍କୁ ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର ଦିଆଯାଇଥିଲା। ଜନସେବା ସମେତ ଦେଶର ବିଭିନ୍ନ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ପ୍ରଦାନ କରାଯାଉଥିବା ଏହି ପୁରସ୍କାର ଚଳିତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେବା ପାଇଁ ତାଙ୍କ ନାମ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ସୁପାରିସ କରିଥିଲେ। ଅଗଷ୍ଟ ୧ରେ ପୁଣେରେ ମୋଦିଙ୍କୁ ଏହି ସମ୍ମାନ ଦିଆଯିବ। ଉକ୍ତ କାର୍ଯ୍ୟକ୍ରମରେ ପାଓ୍ବାର ମୁଖ୍ୟ ଅତିଥି ରୂପେ ଯୋଗଦେବାକୁ ଥିବାରୁ ବିରୋଧୀ ମେଣ୍ଟ ଇଣ୍ଡିଆ ପାଇଁ ଅଡ଼ୁଆ ସୃଷ୍ଟି ହୋଇଛି। ପୁତୁରା ଅଜିତ ପାଓ୍ବାରଙ୍କ ବିଦ୍ରୋହ ପଛରେ ସିନିୟର ପାଓ୍ବାରଙ୍କ ନୀରବ ସମର୍ଥନ ଥିବା ଉଦ୍ଧବ ଗୋଷ୍ଠୀର ଶିବସେନା ସନ୍ଦେହ କଲାଣି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୧ରେ ପୁଣେ ଯିବେ। ସେଠାରେ ତାଙ୍କୁ ଲୋକମାନ୍ୟ ତିଲକ ନ୍ୟାଶନାଲ ଆଓ୍ବାର୍ଡ-୨୦୨୩ ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ଅଦ୍ୱିତୀୟ ନେତୃତ୍ୱ ନେଇ ନାଗରିକଙ୍କ ମଧ୍ୟରେ ଦେଶଭକ୍ତି ଭାବନା ଜାଗ୍ରତ କରିଥିବାରୁ ସ୍ବାଧୀନତା ସଂଗ୍ରାମୀ ବାଲ୍‌ ଗଙ୍ଗାଧର ତିଲକଙ୍କ ୧୦୩ତମ ଶ୍ରାଦ୍ଧ ବାର୍ଷିକୀରେ ତାଙ୍କୁ ଏହି ପୁରସ୍କାର ଦିଆଯିବ ବୋଲି ତିଲକ ସ୍ମାରକ ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି। ସବୁଠୁ ବଡ଼ କଥା ହେଲା, ଏସ୍‌ପି କଲେଜ ପଡ଼ିଆରେ ହେବାକୁ ଥିବା ଏହି ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ପ୍ରତିଷ୍ଠାତା ଶରଦ ପାଓ୍ବାର ଯୋଗଦେବେ। ପାଓ୍ବାର ମୋଦିଙ୍କୁ ଏହି ପୁରସ୍କାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିବେ। ଏନ୍‌ସିପିରେ ଫାଟ ସୃଷ୍ଟି ହୋଇଥିବାବେଳେ ଏହି କାର୍ଯ୍ୟକ୍ରମକୁ ରାଜନୈତିକ ଦୃଷ୍ଟିରୁ ବିଶେଷ ଗୁରୁତ୍ୱ ଦିଆଯାଉଛି।

ମହାବିକାଶ ଅଘାଡ଼ି (ଏମ୍‌ଭିଏ) ମେଣ୍ଟର ଅନେକ ନେତାଙ୍କ ମତରେ ପାଓ୍ବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଗୋଟିଏ ମଞ୍ଚରେ ଏକାଠି ହେବା ଅନୁଚିତ। ବିଶେଷକରି କେନ୍ଦ୍ର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିବାବେଳେ ସରକାର ଦିଲ୍ଲୀ ଅମଲାତନ୍ତ୍ରୀଙ୍କ ଉପରେ ନିୟନ୍ତ୍ରଣ ସଂକ୍ରାନ୍ତ ଅଧ୍ୟାଦେଶ ଆଣିଛନ୍ତି। କେନ୍ଦ୍ର ସରକାର ଉକ୍ତ ଅଧ୍ୟାଦେଶ ସମ୍ପର୍କିତ ବିଲ୍‌କୁ ଖୁବ୍‌ଶୀଘ୍ର ଗୃହୀତ ପାଇଁ ଉଦ୍ୟମ କରିବେ। ତେଣୁ ଶିବସେନା ୟୁବିଟି, ଏଏପି, ସିପିଆଇଏମ୍‌ ଏବଂ ପାଓ୍ବାରଙ୍କ ନିଜ ଗୋଷ୍ଠୀ ତାଙ୍କୁ ଭେଟି ନିଷ୍ପତ୍ତି ବଦଳାଇବାକୁ ଅନୁରୋଧ କରିଛନ୍ତି। କାରଣ ପ୍ରଧାନମନ୍ତ୍ରୀ ଓ ପାଓ୍ବାର ଗୋଟିଏ ମଞ୍ଚରେ ଏକାଠି ହେଲେ ପୁତୁରା ଅଜିତ ପାଓ୍ବାରଙ୍କ ବିଦ୍ରୋହ ପରେ ସେ ତାଙ୍କ ସହ ସାଲିସ କରିଛନ୍ତି ବୋଲି ଭୁଲ୍‌ ସନ୍ଦେଶ ଯିବ। ଏନେଇ ଶିବସେନା ୟୁବିଟି ମୁଖପାତ୍ର ସଞ୍ଜୟ ରାଉତ୍‌ କହିଛନ୍ତି, ଯେତେବେଳେ ପ୍ରଧାନମନ୍ତ୍ରୀ ୨୬ ବିରୋଧୀ ଦଳକୁ ନେଇ ଗଠିତ ଇଣ୍ଡିଆନ୍‌ ନ୍ୟାଶନାଲ୍‌ ଡେଭେଲପ୍‌ମେଣ୍ଟ ଇନ୍‌କ୍ଲୁସିଭ୍‌ ଆଲାଏନ୍ସ (ଇଣ୍ଡିଆ) ବିରୋଧରେ ବିଷ ଓକାଳୁଛନ୍ତି, ସେତେବେଳେ ପାଓ୍ବାର ସାହେବ ତାଙ୍କୁ ସମ୍ମାନିତ କରିବା ଶୋଭନୀୟ ନୁହେଁ। ଏପରି କରିବା ଦ୍ୱାରା ପାଓ୍ବାରଙ୍କ ଛବି ଓ ସମ୍ମାନ ଖରାପ ହେବ।

ଏହି କାର୍ଯ୍ୟକ୍ରମ ବେଳେ ୨୬ ବିରୋଧୀ ଦଳ କଳାପତାକା ଦେଖାଇ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି। ଏହାସତ୍ତ୍ୱେ ପାଓ୍ବାର ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। କାରଣ ଲୋକମାନ୍ୟ ତିଲକ ପୁରସ୍କାର ମୋଦିଙ୍କୁ ଦେବା ପାଇଁ ପାଓ୍ବାର ହିଁ ତାଙ୍କ ନାମ ସୁପାରିସ କରିଥିବା କୁହାଯାଉଛି। ଏହି ପୃଷ୍ଠଭୂମିରେ ଆଉ ଗୋଟିଏ କଥାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ତାହା ହେଲା ଶରଦ ପାଓ୍ବାର ଓ ଦଳରେ ବିଦ୍ରୋହ କରି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ହୋଇଥିବା ପୁତୁରା ଅଜିତଙ୍କ ଭିତରେ ଏକପ୍ରକାର ସାଲିସ ହୋଇଯାଇଥିବା କୁହାଯାଉଛି। କାରଣ ସିନିୟର ପାଓ୍ବାର ଅଜିତଙ୍କୁ ଖୋଲାଖୋଲି ସମାଲୋଚନା କରୁନାହାନ୍ତି। ଏପରି କି ଇତିମଧ୍ୟରେ ଅଜିତ ଗୋଷ୍ଠୀ ଓ ପାଓ୍ବାର ଗୋଷ୍ଠୀ ଏକାଧିକ ଥର ପରସ୍ପର ସହ ମିଳାମିଶା କଲେଣି।

୮୨ ବର୍ଷୀୟ ପାଓ୍ବାର ବୟସାଧିକ କାରଣରୁ ପୁତୁରାଙ୍କୁ ବିରୋଧ କରି ଲମ୍ବା ଲଢ଼େଇ ପାଇଁ ପ୍ରସ୍ତୁତ ନୁହନ୍ତି ବୋଲି କୁହାଯାଉଛି। ରାଜନୈତିକ ବିଶ୍ଳେଷକଙ୍କ ମତରେ ଶରଦ ପାଓ୍ବାର ଏନ୍‌ସିପିରେ ଅଜିତଙ୍କ ପ୍ରଭାବକୁ ଗ୍ରହଣ କରିସାରିଲେଣି। ଦୁଇଗୋଷ୍ଠୀ ମଧ୍ୟରେ ହୋଇଥିବା ବୁଝାମଣା ଅନୁସାରେ ପାଓ୍ବାରଙ୍କ ଝିଅ ତଥା ଲୋକ ସଭା ଏମ୍‌ପି ସୁପ୍ରିୟା ସୁଲେ ଜାତୀୟ ସ୍ତରରେ ସକ୍ରିୟ ରହିବେ ଏବଂ ତାଙ୍କ ଗୋଷ୍ଠୀର ମହାରାଷ୍ଟ୍ର ମୁଖ୍ୟ ଜୟନ୍ତ ପାଟିଲଙ୍କୁ ମହାରାଷ୍ଟ୍ର କ୍ୟାବିନେଟରେ ସ୍ଥାନ ମିଳିବ। ଏପରି ହେଲେ କେନ୍ଦ୍ରର ମୋଦି କ୍ୟାବିନେଟରେ ଅଜିତ ଗୋଷ୍ଠୀର ରାଜ୍ୟ ସଭା ସଦସ୍ୟ ପ୍ରଫୁଲ ପଟେଲଙ୍କ ସମେତ ସୁପ୍ରିୟାଙ୍କୁ ମଧ୍ୟ ସୁଯୋଗ ମିଳିପାରେ ବୋଲି କୁହାଯାଉଛି।

ଆଗକୁ ଆଉ ଏକ ରାଜନୈତିକ ଝଡ଼

ମେ’ ୨୦ରେ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନରେ ମଣିପୁର ହିଂସାକୁ ନେଇ ସଂସଦରେ ଅଚଳାବସ୍ଥା ଲାଗିରହିଛି। ସପ୍ତାହାନ୍ତ ଛୁଟି ପରେ ସୋମବାର ପୁଣି ଚାଲିବାକୁ ଥିବା ସଂସଦରେ ଆଉ ଏକ ବଡ଼ ଝଡ଼ ଉଠିବାକୁ ଯାଉଛି ଦିଲ୍ଲୀ ଅମଲାତନ୍ତ୍ରୀଙ୍କ ଉପରେ ନିୟନ୍ତ୍ରଣ ପାଇଁ କେନ୍ଦ୍ରର ଅଧ୍ୟାଦେଶକୁ ନେଇ। ଗଭର୍ନମେଣ୍ଟ ଅଫ୍‌ ନ୍ୟାଶନାଲ କ୍ୟାପିଟାଲ ଟେରିଟୋରି ଅଫ୍‌ ଦିଲ୍ଲୀ (ସଂଶୋଧନ) ଅଧ୍ୟାଦେଶ ଉପରେ ଶାସକ ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ଏବଂ ୨୬ ବିରୋଧୀ ଦଳକୁ ନେଇ ଗଠିତ ଭାରତୀୟ ଜାତୀୟ ବିକାଶମୂଳକ ସମାବେଶୀ ମେଣ୍ଟ (ଇଣ୍ଡିଆ) ମଧ୍ୟରେ ସଂସଦରେ ମୁହଁାମୁହିଁ ସ୍ଥିତି ଦେଖିବାକୁ ମିଳିବ। ଇଣ୍ଡିଆରେ ସାମିଲ ଥିବା ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏହି ଅଧ୍ୟାଦେଶକୁ ରାଜ୍ୟ ସଭାରେ ପାରିତ କରାଇ ନ ଦେବା ପାଇଁ ବିରୋଧୀ ଦଳଗୁଡ଼ିକର ସମର୍ଥନ ପାଇଛନ୍ତି।

ଗ୍ରୁପ୍‌-ଏ ଅଧିକାରୀମାନଙ୍କ ନିଯୁକ୍ତି ଓ ବଦଳି ଉପରେ ଜାତୀୟ ରାଜଧାନୀର ନିର୍ବାଚିତ ସରକାରଙ୍କ ନିୟନ୍ତ୍ରଣ ରହିବ ବୋଲି ସୁପ୍ରିମକୋର୍ଟ ରାୟ ଦେବା ପରେ ମେ’ ୯ରେ ଏହାକୁ ଚ୍ୟାଲେଞ୍ଜ କରି କେନ୍ଦ୍ର ସରକାର ଏକ ଅଧ୍ୟାଦେଶ ଆଣିଛନ୍ତି। ଉକ୍ତ ଅଧ୍ୟାଦେଶକୁ ରାଜ୍ୟ ସଭାରେ ବିଧେୟକ ରୂପେ ଉପସ୍ଥାପନ କରି ଗୃହୀତ କରାଇବା ପାଇଁ ସରକାର ଉଦ୍ୟମ କରିବେ। ଇଣ୍ଡିଆ ଏମ୍‌ପିମାନେ ବିଲ୍‌ ବିରୋଧରେ ଭୋଟ ଦେବେ। ଏଭଳି ସମୟରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ସମେତ ସମସ୍ତ ବିରୋଧୀ ଦଳର ସଦସ୍ୟମାନଙ୍କ ଉପସ୍ଥିତି ଆବଶ୍ୟକ।

କିନ୍ତୁ କେଜ୍‌ରିଓ୍ବାଲଙ୍କ ସମେତ ବିରୋଧୀ ନେତାମାନଙ୍କୁ ନିରାଶ କରିବା ଭଳି ଏକ ଖବର ଆସିଛି। ତାହା ହେଉଛି, ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ଉକ୍ତ ବିଧେୟକ ଉପରେ ଭୋଟିଂ ବେଳେ ରାଜ୍ୟ ସଭାରେ ରହି ନ ପାରନ୍ତି। ରାଜ୍ୟ ସଭାରେ ପାଓ୍ବାରଙ୍କ ଗୋଷ୍ଠୀରେ ଫୋଉଜିଆ ଖାନ୍‌ ଏବଂ ବନ୍ଦନା ଚଭନ ରହିଛନ୍ତି। ଅନ୍ୟପକ୍ଷେ ସିନିୟର ପାଓ୍ବାରଙ୍କ ପୁତୁରା ତଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ଗୋଷ୍ଠୀରେ ରାଜ୍ୟ ସଭା ସଦସ୍ୟ ପ୍ରଫୁଲ ପଟେଲ ରହିଛନ୍ତି। ଏନ୍‌ସିପି ଉଭୟ ଗୋଷ୍ଠୀ ଏକାଠି ହେଲେ ବିରୋଧୀ ଏକତା ଦୁର୍ବଳ ହେବ। ଜାତୀୟ ରାଜନୀତିରେ ଆଉ ଏକ ବଡ଼ ଝଡ଼ ସୃଷ୍ଟି ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଦୀପାବଳି ପୂର୍ବରୁ କର୍ମଚାରୀ, ପେନସନଭୋଗୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ,୧।୧୦: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିସକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପାବଳି ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ନିଜ…

ଆରାଧନାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ; ଅଜୟ ରାୟଙ୍କୁ ମିଳିପାରେ ଛୁଟି

ନୂଆଦିଲ୍ଲୀ,୧।୧୦: ମିଳିଥିବା ସୂତ୍ର ଅନୁଯାୟୀ, ଆରାଧନା ମିଶ୍ର ୟୁପି (ଉତ୍ତର ପ୍ରଦେଶ) କଂଗ୍ରେସର ରାଜ୍ୟ ସଭାପତି ହୋଇପାରନ୍ତି। ଉତ୍ତର ପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?