Posted inଖେଳ

ତୃତୀୟ ଟେଷ୍ଟରୁ ପ୍ୟାଟିନସନ ଓହରିଲେ

ସିଡ୍‌ନୀ, ୫।୧(ପି.ଟି.)-ପଞ୍ଜରାରେ ଆଘାତ ଯୋଗୁ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ଜେମ୍ସ ପ୍ୟାଟିନସନ ଭାରତ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରୁ ଓହରି ଯାଇଛନ୍ତି। ସୋମବାର କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି। ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ଚଳିତମାସ ୭ରୁ ୧୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ତାଙ୍କ ବଦଳ ଖେଳାଳିଙ୍କ ନାମ ଘୋଷଣା କରାଯାଇନାହିଁ। ବ୍ରିସ୍‌ବେନ୍‌ ଟେଷ୍ଟ ପୂର୍ବରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥାର ପରୀକ୍ଷା ହେବ ବୋଲି ଘରୋଇ କ୍ରିକେଟ ଆସୋସିଏଶନ ପକ୍ଷରୁ ପ୍ରକାଶ କରାଯାଇଛି। ଚଳିତ ସିରିଜର ପ୍ରଥମ ଟେଷ୍ଟ ପୂର୍ବରୁ ଓ୍ବାର୍ମଅପ୍‌ ମ୍ୟାଚ ଖେଳି ପ୍ୟାଟିନସନ ୩ଟି ଉଇକେଟ ନେଇଥିଲେ। ୨୧ ଟେଷ୍ଟରୁ ୮୧ ଉଇକେଟ ନେଇ ସାରିଥିବା ପ୍ୟାଟିନସନ ପ୍ରଥମ ୨ଟି ଟେଷ୍ଟ ପାଇଁ ଚଡ଼ାନ୍ତ ଏକାଦଶରେ ନ ଥିବାବେଳେ ତୃତୀୟ ଟେଷ୍ଟରେ ମଧ୍ୟ ଖେଳିବା ସମ୍ଭାବନା ନ ଥିଲା। ଅଷ୍ଟ୍ରେଲିଆ ୪ ବୋଲର ରଣନୀତିରେ ମିଚେଲ ଷ୍ଟାର୍କ, ଜୋଶ୍‌ ହାଜେଲଉଡ୍‌, ପ୍ୟାଟ୍‌ କୁମିନ୍ସ ଓ ନାଥାନ ଲିୟନଙ୍କୁ ନେଇ ପଡ଼ିଆକୁ ଓହ୍ଲାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏସିଆନ ଏଜ୍‌ଗ୍ରୁପ ସୁଇମିଂ ଚାମ୍ପିୟନଶିପ୍‌: ୧୫ ସ୍ବର୍ଣ୍ଣ ସହ ଭାରତକୁ ୫୨ ପଦକ

ବେଙ୍ଗାଲୁରୁ, ୨୮।୯- ଏଠାରେ ଶୁକ୍ରବାର ଶେଷ ହୋଇଥିବା ୧୦ମ ଏସିଆନ ଏଜ୍‌ଗ୍ରୁପ ସୁଇମିଂ ଚାମ୍ପିୟନଶିପ୍‌ରେ ଭାରତ ମୋଟ ୫୨ ପଦକ ସହ ପଦକ ତାଲିକାର ୪ର୍ଥ...

ବିଶ୍ୱ ରେକର୍ଡ ସାଙ୍ଗକୁ କପିଲ ଦେବଙ୍କୁ ପଛରେ ପକାଇଲେ

ମୋହାଲି,୫।୩: ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ଦମଦାର ବ୍ୟାଟିଂ କରିଛନ୍ତି । ପ୍ରଥମ ଇନିଂସରେ ଅପରାଜିତ ୧୭୫ ରନ୍‌ର ଇନିଂସ...

ଆଇସିସି ମହିଳା ବିଶ୍ୱକପ୍‌ ୨୦୨୧ ନ୍ୟୁଜିଲାଣ୍ଡରେ

ଖ୍ରିଷ୍ଟଚର୍ଚ୍ଚ, ୧୯ା୬ (ପି.ଟି.)-ଆଇସିସି ମହିଳା କ୍ରିକେଟ ବିଶ୍ୱକପ୍‌ ୨୦୨୧ ନ୍ୟୁଜିଲାଣ୍ଡରେ ସେହିବର୍ଷ ଜାନୁୟାରୀ ୩୦ରୁ ହେବ। ସେମିଫାଇନାଲ ଏବଂ ଫାଇନାଲ ସମେତ ଏଥିରେ ମୋଟ ୩୧...

ଫୁଟ୍‌ବଲରୁ ରୋବେନଙ୍କ ଅବସର

ଦି ହେଗ୍‌ (ନେଦରଲାଣ୍ଡ୍ସ), ୫।୭ (ଏଏଫ୍‌ପି)- ନେଦରଲାଣ୍ଡ୍ସ ଫୁଟ୍‌ବଲ ଷ୍ଟାର୍‌ ଆର୍ଜେନ ରୋବେନ ଗୁରୁବାର ସମସ୍ତ ପ୍ରକାର ଫୁଟ୍‌ବଲରୁ ଅବସର ଘୋଷଣା କରିଛନ୍ତି। ଏଥିପୂର୍ବରୁ ୨୦୧୮...

ଚେନ୍ନାଇ ବିପକ୍ଷ ମ୍ୟାଚ୍‌ ପୂର୍ବରୁ କେକେଆର୍‌ ଟିମ୍‌କୁ ଝଟ୍‌କା

ଦୁବାଇ, ୭।୧୦: ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣର ୨୦ତମ ମ୍ୟାଚ୍‌ ଖେଳାଯାଇ ସାରିଛି। ଟୁର୍ନାମେଣ୍ଟ ଯେତେ ଆଗେଇ ଚାଲିଛି ଖେଳାଳିଙ୍କ ଆଘାତଜନିତ ସମସ୍ୟା ମଧ୍ୟ ବଢ଼ିବାରେ ଲାଗିଛି।...

ଇତିହାସ ରଚିଲେ ରବାଡା, ପାକିସ୍ତାନ ବିପକ୍ଷରେ ଅଣ ଏସୀୟ ଖେଳାଳି ଭାବେ ହାସଲ କଲେ ଏହି ଉପଲବ୍ଧି

କରାଚି,୨୮।୧: ପାକିସ୍ତାନ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଏଠାରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ର ତୃତୀୟ ଦିନରେ ଇତିହାସ ରଚିଛନ୍ତି କାଗିସୋ ରବାଡା। କ୍ୟାରିୟରର ୪୪ତମ ଟେଷ୍ଟରେ...

ଇଲି ସିଦ୍ଧିକିଙ୍କୁ ବାହାହେଲେ ମନପ୍ରୀତ୍‌

ଜଳନ୍ଧର,୧୭।୧୨: ଭାରତୀୟ ହକି ଅଧିନାୟକ ମନପ୍ରୀତ୍‌ ସିଂ ଦୀର୍ଘଦିନର ବାନ୍ଧବୀ ମାଲେସିଆର ଇଲି ନଜବା ସିଦ୍ଧିକିଙ୍କୁ ବିବାହ କରିଛନ୍ତି। ଗତ ୯ ବର୍ଷ ହେବ ଦୁହିଁଙ୍କ...

ଧୋନୀ ଦେଲେ କୋହଲିଙ୍କୁ ଝଟ୍‌କା

ଦୁବାଇ,୨୫।୧୦: ଆଇପିଏଲର ୪୪ତମ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗସ ରବିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୮ ଉଇକେଟ୍‌ରେ ପରାସ୍ତ କରିଛି। ବେଙ୍ଗାଲୁରୁ ଟସ ଜିଣି ପ୍ରଥମେ...

Advertisement
Archives

Model This Week