ପୋତି ହୋଇଯିବ ପଟ୍ଟାମୁଣ୍ଡାଇ କେନାଲ

କେନ୍ଦ୍ରାପଡା, ୨।୮(ଜଗନ୍ନାଥ ଧଳ):
କଟକ ଜଗତପୁରଠାରୁ ବାହାରିଥିବା ପଟ୍ଟାମୁଣ୍ଡାଇ କେନାଲ ପ୍ରତି ବିପଦ ସୃଷ୍ଟି ହୋଇଛି। ପଟ୍ଟାମୁଣ୍ଡାଇ ଶୁକୁଆ ସାହିଠାରୁ କଖାରୁଣି ପୋଲ ପର୍ଯ୍ୟନ୍ତ ନୂତନ ବାଇପାସ ରାସ୍ତା ନିର୍ମାଣ କାମରେ ବ୍ୟବହାର ପଙ୍କୁଆ ମାଟି ବୋହି କେନାଲ ଶଯ୍ୟା ପୋତି ହୋଇପଡୁଛି। ଫଳରେ କେନାଲର ଜଳଧାରଣ କ୍ଷମତା ହ୍ରାସ ପାଇ ଜଳସେଚନରେ ବାଧା ସୃଷ୍ଟି ହେଉଛି। ଏହି କେନାଲ ଉପରେ ନିର୍ଭରଶୀଳ ଉତିକଣ ଭେଡା ସମେତ ପଟ୍ଟାମୁଣ୍ଡାଇର ଚାଷୀକୂଳ ପାଣି ବିନା ହଇରାଣ ହେଉଛନ୍ତି। ଏହି କେନାଲ ଉପରେ ପଟ୍ଟାମୁଣ୍ଡାଇ ଗୋବରୀ ସମ୍ପ୍ରସାରିତ କେନାଲ ସହ ୧୭ଟି ଛୋଟ ଶାଖା କେନାଲ ଓ ୫ଟି ମାଇନର କେନାଲ ରହିଛି। ତେବେ ଏ ନେଇ ଜଳସମ୍ପଦ କିମ୍ବା ପୂର୍ତ୍ତ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆ ନ ଯିବାରୁ କେନାଲରେ ଜଳ ପରିଚାଳନା ଠିକ୍‌ ହୋଇପାରୁନାହିଁ।
ସାମାଜିକ କର୍ମୀ ଜ୍ୟୋତିପ୍ରକାଶ ପ୍ରଧାନ କହିଛନ୍ତି, ଜଗତପୁରଠାରୁ ଅସିଥିବା ପଟ୍ଟାମୁଣ୍ଡାଇ କେନାଲର ବାମପାଶର୍‌ବରେ ବ୍ରାହ୍ମଣୀ ନଦୀବନ୍ଧ ରହିଛି। ଦକ୍ଷିଣପାଶର୍‌ବରେ ପଟ୍ଟାମୁଣ୍ଡାଇ କେନାଲ ଓ କେନାଲର ଦକ୍ଷିଣପାର୍ଶ୍ୱରେ ଜଳସମ୍ପଦ ବିଭାଗ ବନ୍ଧ ରହିଛି। ନିୟମ ଅଛି ଏହି କେନାଲର ଦକ୍ଷିଣ ପାଶର୍‌ବକୁ କେବେ ବି ରାସ୍ତାର ଚଉଡ଼ା ହୋଇପାରିବ ନାହିଁ। ଏହି କେନାଲର ଦକ୍ଷିଣ ପାର୍ଶ୍ୱ ପଟ୍ଟାମୁଣ୍ଡାଇ ବାଇପାସଠାରୁ ଭାୟା କଖାରୁଣି ପୋଲ ଦେଇ ରାଜନଗରକୁ ସଂଯୋଗ କରିବା ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ୨୧ କୋଟି ଟଙ୍କା ବ୍ୟୟ ଅଟକଳରେ ଟେଣ୍ଡର କରାଯାଇ ବାଇପାସ ରାସ୍ତାର ନିର୍ମାଣ କାମ ଛାଲିଛି। ଏହି ରାସ୍ତାକୁ ଏକ ଠିକା କମ୍ପାନୀ ନେଇଥିବା ବେଳେ ଏବେ କେନାଲ ପାଶର୍‌ବ ନୟନଜୋରି ଖୋଳି ପଙ୍କ ମାଟି ପକାଉଛନ୍ତି। କେନାଲର ଦକ୍ଷିଣ ପାଶର୍‌ବରେ ପଙ୍କ ମାଟି ପଡ଼ିବା ଦ୍ୱାରା ବର୍ଷାରେ ଏହା ବୋହି କେନାଲ ପୋତି ହେଉଛି। ପଟ୍ଟାମୁଣ୍ଡାଇ ଜଳସମ୍ପଦ ସହକାରୀ ଯନ୍ତ୍ରୀ ମନୋରଞ୍ଜନ ସାହୁ କୁହନ୍ତି, ଏହି ରାସ୍ତା ପୂର୍ତ୍ତ ବିଭାଗକୁ ହାସ୍ତାନ୍ତର ହୋଇନାହଁି।ଜ ଏ ନେଇ ବିଭାଗ ପକ୍ଷରୁ ମେମୋ ନଂ. ୨୫୪(୨) ୧୨ା୫ା୨୩ରେ ପୂର୍ତ୍ତ ବିଭାଗକୁ ଚିଠି କରି ଜଣାଇ ଦିଆଯାଇଛି ଯେ, ପଟ୍ଟାମୁଣ୍ଡାଇ କେନାଲର ୭୫.୫୦୦ କିମି ବାଇପାସ୍‌ଠାରୁ ୭୯.୫୦୦ କଖାରୁଣୀ ପୋଲ ପର୍ଯ୍ୟନ୍ତ ୪ କି.ମି. ଦକ୍ଷିଣ ପାର୍ଶ୍ୱ କେନାଲ ବନ୍ଧକୁ ପୂର୍ତ୍ତ ବିଭାଗ ପକ୍ଷରୁ ଟେଣ୍ଡର କରାଯାଇ ନିର୍ମାଣ କାମ ଆରମ୍ଭ ହୋଇଛି। ଠିକାଦାର କାମ ଆରମ୍ଭ କରିଥିବା ବେଳେ ଜଳସେଚନ ପାଇଁ ଉଦ୍ଧିଷ୍ଠ ନୟନଜୋରି, କଲଭଟ ଓ କେନାଲ ବନ୍ଧକୁ ସୁରକ୍ଷା ଦେବା ସହ ସରକାରୀ ନିୟମ ଅନୁଯାୟୀ ଜଳସମ୍ପଦ ବିଭାଗ ପକ୍ଷରୁ ଉକ୍ତ ରାସ୍ତା ହସ୍ତାନ୍ତର କରିବା ଉଚିତ ବୋଲି ଚିଠି ମାଧ୍ୟମରେ ଜଣାଇ ଦିଆଯାଥିଲା। ବୁଦ୍ଧିଜୀବୀ ପ୍ରଫୁଲ୍ଲ ଦାଶ କହିଛନ୍ତି, ବ୍ରିଟିଶ ସରକାରଙ୍କ ଅମଳରେ ୧୮୯୩ରେ ନିର୍ମାଣ ହୋଇଥିବା ଏହି କେନାଲଟି ଜମିର ଜଳସେଚନ ପାଇଁ ପ୍ରମୁଖ ଭୂମିକା ନିଭାଉଥିଲା। ୨୦୧୬ରେ ଏସିୟାନ୍‌ ଡେଭେଲପ୍‌ମେଣ୍ଟ ବ୍ୟାଙ୍କ (ଏଡିବି) ଜରିଆରେ କେନାଲ ପୁନରୁଦ୍ଧାର ପାଇଁ ୩୬୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ୨୦୧୮ରେ ଏହାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା। କେନାଲର ମୂଳ ଶଯ୍ୟାକୁ ଖନନ କରାଯାଇ ସମ୍ପୂର୍ଣ୍ଣ ୮୨ କି.ମି. କାର୍ଯ୍ୟ ହୋଇଥିଲା। ପଟ୍ଟାମୁଣ୍ଡାଇ ଜଳ ସମ୍ପଦ ବିଭାଗ ଅଧୀନରେ ଥିବା ନୀଳକଣ୍ଠପୁରଠାରୁ ପଟ୍ଟାମୁଣ୍ଡାଇ ବଜାର ଓ ପଟ୍ଟାମୁଣ୍ଡାଇ ବଜାରଠାରୁ ଅଳଭା ପର୍ଯ୍ୟନ୍ତ ୨ଟି ପ୍ରକଳ୍ପ ଏବଂ ଗୋବରୀ ସମ୍ପ୍ରସାରିତ କେନାଲ ଅଳଭା ଠାରୁ ଗଣ୍ଡାକିଆ ପର୍ଯ୍ୟନ୍ତ ୨ଟି ପ୍ରକଳ୍ପ ଏହି ପରି ସମୁଦାୟ ପ୍ରକଳ୍ପକୁ ୪ଟି ଭାଗରେ ବିଭକ୍ତ କରାଯାଇ ୨୧ କୋଟି ୯୦ ଲକ୍ଷ ପ୍ୟାକେଜରେ ପୋତେଇ କାର୍ଯ୍ୟ କରାଯାଇଥିଲା। ଏବେ କେନାଲର ଦକ୍ଷିଣ ପାଶର୍‌ବରେ ମାଟି ପକାଇ ପ୍ରଶସ୍ତୀକରଣ କାମ କରି ବିଭାଗକୁ ମାପ ଦେଖାଇବା ପାଇଁ ଠିକାଦାର ଏଭଳି ମନମୁଖି କାର୍ଯ୍ୟ କରୁଛନ୍ତି। ବର୍ଷାଋତୁ ଯୋଗୁ ପଙ୍କମାଟି ବୋହି ମୂଳ ଶଯ୍ୟା ପୋତି ହୋଇଯାଉଛି। ଫଳରେ କେନାଲରେ ପ୍ରବାହିତ ଜଳ ଶେଷ ମୁଣ୍ଡରେ ପହଞ୍ଚତ୍ବାରେ ବାଧା ଉପୁଜିବ। ଏନେଇ ସ୍ଥାନୀୟ ଚାଷୀମାନେ ଅଭିଯୋଗ କରିବା ସହିତ ଜଳସମ୍ପଦ ବିଭାଗକୁ ଜଣାଇଛନ୍ତି। ତୁରନ୍ତ ଠିକାଦାରଙ୍କୁ ଏହି କାର୍ଯ୍ୟରୁ ନିବୃତ ରହିବା ପାଇଁ ନିର୍ଦ୍ଦେଶ ଦେବାକୁ ସେମାନେ ଅନୁରୋଧ କରିଛନ୍ତି। ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ଜଳ ସମ୍ପଦ ବିଭାଗ ସହନିର୍ବାହୀ ଯନ୍ତ୍ରୀ ପ୍ରଭାତ ସାହୁଙ୍କୁ ପଚାରିବାରେ ଏ ନେଇ ପୂର୍ବରୁ ସୂଚନା ପାଇ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ଜଣାଇଥିଲେ। ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ମାଟି ନ ପକାଇ କେବଳ କେନାଲ ପାଶର୍‌ବ ରାସ୍ତା ସମାନ କରିବାକୁ କହିଥିଲେ। ଏବେ ସୂଚନା ମିଳୁଛି ଯେ, କେନାଲ ପାଶର୍‌ବ ୬ରୁ ୮ ଫୁଟ ମାଟି ପଡୁଛି। ତେଣୁ ଖୁବ୍‌ଶୀଘ୍ର ଜଳ ସମ୍ପଦ ବିଭାଗ ପକ୍ଷରୁ କ୍ଷେତ୍ର ପରିଦର୍ଶନ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri