ପଟ୍ଟାମୁଣ୍ଡାଇ ସହର ବାଇପାସ୍‌ ବସ୍‌ଷ୍ଟାଣ୍ଡ ପାଲଟିଛି

ପଟ୍ଟାମୁଣ୍ଡାଇ, ୭ା୬(ସ୍ବ.ପ୍ର.): କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ସବୁଠି ବିକାଶ ଲାଗି ବିଭିନ୍ନ ଯୋଜନାରେ ଅର୍ଥ ବ୍ୟୟ କରିଚାଲିଛନ୍ତି। ହେଲେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହରରେ ଦୀର୍ଘବର୍ଷ ହେଲା ବସ୍‌ଷ୍ଟାଣ୍ଡର ଆବଶ୍ୟକତା ନେଇ ଅଞ୍ଚଳବାସୀ ଦାବି କରିଆସୁଛନ୍ତି। ଏଥିପାଇଁ ରାଜନେତାମାନେ ବାରମ୍ବାର ଭିତ୍ତିପ୍ରସ୍ତର ସ୍ଥାପନ କରି ଜନସାଧାରଣଙ୍କୁ ଭୁଅଁା ବୁଲାଇ ଚାଲିଛନ୍ତି। କେବଳ ବସ୍‌ଷ୍ଟାଣ୍ଡ ପାଇଁ ଫଳକ ଲଗା ଚାଲିଛି। ଏଥିପାଇଁ ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ବାଇପାସ୍‌ ଏବେ ବସ୍‌ଷ୍ଟାଣ୍ଡ ପାଲଟିଛି। ୨୦୦୫ରୁ ଏଠାରେ ଥିବା ବସ୍‌ଷ୍ଟାଣ୍ଡଟି ଅଚଳ ହୋଇ ପଡ଼ିଛି। ହେଲେ ଏଥିପ୍ରତି ରାଜନେତାଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ସବୁ ଜାଣି ନ ଜାଣିବାର ବାହାନା କରୁଛନ୍ତି। ଏହାକୁ ଲୋକମାନେ ହୃଦୟଙ୍ଗମ କରିସାରିଲେଣି। ଏହାର ଉଚିତ ଜବାବ ଆଗାମୀ ଦିନରେ ଦିଆଯିବ ବୋଲି କହୁଛନ୍ତି। ପଟ୍ଟାମୁଣ୍ଡାଇକୁ ପୌରାଞ୍ଚଳର ମାନ୍ୟତା ମିଳିବା ଦୀର୍ଘ ୩୫ ବର୍ଷ ବିତିଗଲାଣି। କିନ୍ତୁ ଏଠି ବସ୍‌ଷ୍ଟାଣ୍ଡ ନାହିଁ। ପୁରୁଣା ବସ୍‌ଷ୍ଟାଣ୍ଡ ଅଚଳ ହୋଇ ପଡ଼ିଥିବାରୁ ଏବେ ବାଇପାସ୍‌ ରାସ୍ତା ବସ୍‌ଷ୍ଟାଣ୍ଡ ପାଲଟିଛି।
୧୯୮୮ ଡିସେମ୍ବର ୬ରେ ପଟ୍ଟାମୁଣ୍ଡାଇକୁ ଏନ୍‌ଏସିର ମାନ୍ୟତା ମିଳିଲା। ପରେ ୨୦୧୪ ଫେବୃୟାରୀ ୨୪ରେ ପଟ୍ଟାମୁଣ୍ଡାଇ ଏନ୍‌ଏସିକୁ ରାଜ୍ୟ ସରକାର ମ୍ୟୁନିସିପାଲିଟିର ମାନ୍ୟତା ପ୍ରଦାନ କରିଥିଲେ। ପଟ୍ଟାମୁଣ୍ଡାଇ ବଜାରରେ ଏକ ସରକାରୀ ବସ୍‌ଷ୍ଟାଣ୍ଡ ଥିଲା। ରାଉରକେଲା, କଟକ, ଭୁବନେଶ୍ୱର ଓ କୋଲକତା ପ୍ରଭୃତି ଅଞ୍ଚଳକୁ ସରକାରୀ, ବେସରକାରୀ ବସ୍‌ ଯିବା ଆସିବା କରୁଥିଲା। ୨୦୦୫ଠାରୁ ଏହି ବସ୍‌ଷ୍ଟାଣ୍ଡଟି ଆଚଳ ହୋଇ ପଡ଼ିଛି। ଫଳରେ ଏଠାକୁ କୌଣସି ସରକାରୀ କି ଘରୋଇ ବସ୍‌ ଆସୁନାହିଁ। ଏହାଦ୍ୱାରା ପଟ୍ଟାମୁଣ୍ଡାଇର ଲୋକମାନେ କଟକ, ଭୁବନେଶ୍ୱର ଆଦି ଅଞ୍ଚଳକୁ ଯିବା ଆସିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପଟ୍ଟାମୁଣ୍ଡାଇ ଅଞ୍ଚଳର ବହୁ ଲୋକ କଟକ ଓ ଭୁବନେଶ୍ୱରରେ ଚାକିରି କରିଥିବାରୁ ଘରୋଇ ଗାଡ଼ିରେ ଅଧିକ ଖର୍ଚ୍ଚାନ୍ତ ହୋଇ ଯା’ଆସ କରୁଛନ୍ତି। ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ସକାଳ ୫ ଓ ୬ଟା ବେଳେ ୨ଟି ବସ୍‌ କଟକ ଯାଉଛି। କିନ୍ତୁ ଏହାପରେ ଆଉ କୌଣସି ବସ୍‌ ନ ଥିବାରୁ ଲୋକମାନେ ହଇରାଣ ହେଉଛନ୍ତି। ବସ୍‌ଷ୍ଟାଣ୍ଡ ନ ଥିବାରୁ ଲୋକମାନେ ଖରା, ବର୍ଷାରେ ରାସ୍ତାକଡ଼ରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଠିଆହୋଇ ବସ୍‌କୁ ଅପେକ୍ଷା କରୁଛନ୍ତି। ପଟ୍ଟାମୁଣ୍ଡାଇ ଦେଇ ରାଜକନିକା, ଆଳି, କେରଡ଼ାଗଡ଼, ଜରିମୂଳ, ତାଳଚୁଆ, ବାବର ପ୍ରଭୃତି ଅଞ୍ଚଳରୁ ପ୍ରାୟ ୬୦ଟି ବସ୍‌ କଟକ ଓ ଭୁବନେଶ୍ୱର ଚଳାଚଳ କରୁଛି। ସେହିପରି କଟକ ଓ ଭୁବନେଶ୍ୱରରୁ ମଧ୍ୟ ୧୫ଟିରୁ ଅଧିକ ବସ୍‌ ପଟ୍ଟାମୁଣ୍ଡାଇ ଦେଇ ଆଳି, ରାଜନଗର, ଜଗରଜୋର, ରାଜକନିକା ପ୍ରଭୃତି ଅଞ୍ଚଳକୁ ମଧ୍ୟ ଯାଉଛି। ହେଲେ ଦିନ ପ୍ରାୟ ୧୦ଟା ମଧ୍ୟରେ ପଟ୍ଟାମୁଣ୍ଡାଇରୁ ସିଧାସଳଖ କଟକ ଓ ଭୁବନେଶ୍ୱର ଯିବାକୁ ବସ୍‌ ମିଳୁନାହିଁ। ଅନ୍ୟପକ୍ଷରେ ୨୦୦୫ ରେ ପଟ୍ଟାମୁଣ୍ଡାଇ ବସ୍‌ଷ୍ଟାଣ୍ଡ ଲାଗି ମାତ୍ର ୯୦ ଡେସିମିଲ ଜମି ରଖାଯାଇ ଅବଶିଷ୍ଟ ଜମିକୁ ସରକାର ତଥା ରାଜ୍ୟ ସଡ଼କ ଓ ପରିବହନ ବିଭାଗ ଲିଜ୍‌ ଆକାରରେ ଏକ ଘରୋଇ ସଂସ୍ଥାକୁ ପ୍ରଦାନ କରିଥିଲେ। ଏହାଦ୍ୱାରା ବସ୍‌ଷ୍ଟାଣ୍ଡ ପାଇଁ ଜାଗା ସଂକୀର୍ଣ୍ଣ ହୋଇଯିବାରୁ ଏହା ବନ୍ଦ ହୋଇ ପଡ଼ିଛି। ୨୦୧୯ ସେପ୍ଟେମ୍ବର ୨୯ରେ ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ବସ୍‌ଷ୍ଟାଣ୍ଡର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହା ଭିତରେ ପ୍ରାୟ ୪ ବର୍ଷ ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟ ହୋଇନାହିଁ। ପଟ୍ଟାମୁଣ୍ଡାଇ ବସ୍‌ଷ୍ଟାଣ୍ଡକୁ ସମସ୍ତ ବସ୍‌ ଆସିବା ଏବଂ ପୂର୍ବାହ୍ନ ସାଢ଼େ ୧୦ ଭିତରେ ପଟ୍ଟାମୁଣ୍ଡାଇରୁ କଟକ, ଭୁବନେଶ୍ୱର ଓ ପୁରୀକୁ ବସ୍‌ ଚଳାଚଳ ପାଇଁ ପୂର୍ବରୁ ବହୁଥର ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ପ୍ରଶାସନିକ ସ୍ତରରେ ଏଥିପ୍ରତି କୌଣସି ଦୃଷ୍ଟି ଦିଆଯାଉନାହିଁ। ତୁରନ୍ତ ଏହାର ସମାଧାନ ପାଇଁ ରାଜ୍ୟ ସଡ଼କ ଓ ପରିବହନ କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘର ପୋଛିବା ପରେ ବି ମାଛି ହେଉଛନ୍ତି କି? ସବୁଦିନ ଦୂର କରିବାକୁ ଆପଣାନ୍ତୁ ଏହି ଟିପ୍ସ…

ଘର ସଫା କରିବା ହେଉଛି ପ୍ରତ୍ୟେକ ଲୋକଙ୍କ ନିତିଦିନିଆ କାମ। କିନ୍ତୁ ଅଧିକାଂଶ ସମୟରେ ଘର ସଫା କରିବା ପରେ ବି ଚାରିପାଖରେ ମାଛିମାନେ ଘେରି ରହିଥାନ୍ତି।…

ଭୁବନେଶ୍ୱର କୋର୍ଟକୁ ବୋମା ଧମକ, ବ୍ୟାପକ ସୁରକ୍ଷା ବ୍ୟବସ୍ଥା; ବୋମା ନିଷ୍କ୍ରିୟକାରୀ ଦଳର ଛାନଭିନ୍ ଜାରି

ଭୁବନେଶ୍ୱର, ୮।୭: ରାଜଧାନୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ ମିଳିବା ପରେ ସମଗ୍ର କୋର୍ଟ ପରିସରରେ ହାଇ ଆଲର୍ଟ ଜାରି କରାଯାଇଛି। ଧମକ ଖବର ପାଇବା ମାତ୍ରେ…

ପାଞ୍ଚ ଦିନ ମଧ୍ୟରେ କାହିଁକି ତରଳିଗଲେ ବାବା ବର୍ଫାନି? ଏକ୍ସପର୍ଟ କହିଲେ ଏହାର କାରଣ

ଶ୍ରୀନଗର,୮।୭: ପବିତ୍ର ଅମରନାଥ ଗୁମ୍ଫାରେ ପ୍ରାକୃତିକ ଭାବରେ ଗଠିତ ବରଫ ଶିବଲିଙ୍ଗ ତୀର୍ଥଯାତ୍ରାର ପ୍ରଥମ ସପ୍ତାହ ମଧ୍ୟରେ ପ୍ରାୟ ସମ୍ପୂର୍ଣ୍ଣ ଭାବରେ ଉଭାନ ହୋଇଗଲା। ଜୁଲାଇ ୩…

ଚର୍ଚ୍ଚାରେ ପିସି: ପ୍ୟାରିସ୍‌ରେ କଲେ…

ବଲିଉଡ୍‌ରୁ ହଲିଉଡ ପର୍ଯ୍ୟନ୍ତ ରାଜ୍‌ କରୁଥିବା ପ୍ରିୟଙ୍କା ଚୋପ୍ରା ବେଶ୍‌ ଆତ୍ମବିଶ୍ୱାସୀ। କାମରେ ହେଉ କି ପୋଷାକ ସେ ସର୍ବଦା ନିଜକୁ ଦୃଢ ଭାବରେ ପ୍ରଦର୍ଶିତ କରିଥାନ୍ତି।…

ନୂତନ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟରେ ଯୋଗଦାନ, କହିଲେ ଜଙ୍ଗଲ ସୁରକ୍ଷା ପ୍ରତି ଗୁରୁତ୍ୱ ଦେବା ସହ ନିୟମିତ…

ଦାରିଙ୍ଗବାଡ଼ି,୮ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବନାଞ୍ଚଳରେ ନୂତନ ଭାବେ ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀନାରାୟଣ ପଣ୍ଡା କାର୍ଯ୍ୟରେ ଯୋଗଦାନ କରିଛନ୍ତି। ସେ କାର୍ଯ୍ୟରେ ଯୋଗଦେବା ପରେ ବନାଞ୍ଚଳର…

ପୋଲିସ୍‌ରେ ୩୩ ହଜାର ପଦବୀ ଖାଲି: ବଡ଼ ସୂଚନା ଦେଲେ DGP

ଭୁବନେଶ୍ୱର,୭।୮: ଓଡ଼ିଶା ପୋଲିସରେ ୩୩ ହଜାର ପଦବୀ ଖାଲି ରହିଛି। ଏନେଇ ଡିଜିପି ଓ୍ବାବି ଖୁରାନିଆ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଜନସଂଖ୍ୟା ଅନୁସାରେ ପୋଲିସ ବିଭାଗରେ…

କବାଟ ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା, ସିସିଟିଭିରେ ଲୁଟେରାଙ୍କ ଚେହେରା

ଡେରାବିଶ,୮ା୭(ବେବର୍ତ୍ତା ଅଜୟ ଦାସ): ଡେରାବିଶ ଥାନା ଅନ୍ତର୍ଗତ ଚାଟରାଚକଡ଼ା ପଞ୍ଚାୟତ ଫକୀରାବାଦ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଚିତ୍ତରଞ୍ଜନ ଦାଶଙ୍କ ପରିବାର ଘରେ ନ ଥିବାର ସୁଯୋଗ…

ପାହାଡ଼ରୁ ନିଖୋଜ ହୋଇଥିବା ୨ ଯୁବକ ୨୦ ଘଣ୍ଟା ପରେ ଉଦ୍ଧାର

ବରଗଡ଼,୮ା୭(ପ୍ରେମାନନ୍ଦ ଖମାରୀ/ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଝାଞ୍ଜ ପାହାଡ଼ରୁ ନିଖୋଜ ହୋଇଥିବା ୨ଯୁବକ ପ୍ରାୟ ୨୦ ଘଣ୍ଟାର ସନ୍ଧାନ ପରେ ସୁରକ୍ଷିତ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri